କୋଟି କୋଟି PF ଖାତାଧାରୀଙ୍କ ପାଇଁ ଜରୁରୀ ଖବର! EPFO ଜାରି କଲା ଆଲର୍ଟ
Advertisement

କୋଟି କୋଟି PF ଖାତାଧାରୀଙ୍କ ପାଇଁ ଜରୁରୀ ଖବର! EPFO ଜାରି କଲା ଆଲର୍ଟ

EPFO Alert: EPFO ସମସ୍ତ ସମସ୍ତ PF ଆକାଉଣ୍ଟଧାରୀଙ୍କ ପାଇଁ ନାମାଙ୍କନପତ୍ର ବା ନମୋନୀ ଦେବା ବାଧ୍ୟତାମୂଳକ କରିଛି । ଏହି କାମ ନ କରିବାରୁ PF ଆକାଉଣ୍ଟଧାରୀଙ୍କୁ ବଡ଼ କ୍ଷତି ସହିବାକୁ ପଡ଼ିପାରେ । EPFO ର ଏହି ପ୍ରୟାସର ଉଦ୍ଦେଶ୍ୟ ହେଉଛି PF ଆକାଉଣ୍ଟଧାରୀଙ୍କ ଆଶ୍ରିତଙ୍କୁ ସୁରକ୍ଷା ଯୋଗାଇବା । ଯଦି PF ଆକାଉଣ୍ଟଧାରୀମାନଙ୍କ ସହିତ କିଛି ଅଘଟଣ ଘଟେ, ତେବେ ପରିବାରର କୌଣସି ସଦସ୍ୟଙ୍କୁ ନୋମିନୀ କରିବା ଦ୍ୱାରା ତାଙ୍କୁ ବୀମା ଓ ପେନସନ୍ ଭଳି ସୁବିଧା ମିଳିବ ।

କୋଟି କୋଟି PF ଖାତାଧାରୀଙ୍କ ପାଇଁ ଜରୁରୀ ଖବର! EPFO ଜାରି କଲା ଆଲର୍ଟ

EPFO Issued Alert: ଅନଲାଇନ୍ ଠକେଇର ମାମଲା ବୃଦ୍ଧି ହେବାକୁ ଦୃଷ୍ଟିରେ ରଖି କର୍ମଚାରୀ ଭବିଷ୍ୟତ ନିଧି ସଂଗଠନ (EPFO) ନିଜ ଗ୍ରାହକଙ୍କୁ ଆଲର୍ଟ କରିଛି । EPFO ଇଣ୍ଟରନେଟ୍ ଠକେଇର ଆଶଙ୍କା ବିଷୟରେ ଗ୍ରାହକଙ୍କୁ କଡ଼ା ଚେତାବନୀ ଦେଇଛି । EPFO ଏକ ଟ୍ୱିଟରେ ଗ୍ରାହକମାନଙ୍କ ପାଇଁ ପ୍ରୋଭିଡେଣ୍ଟ ଫଣ୍ଡ ଆକାଉଣ୍ଟକୁ ଅନଲାଇନ୍ ବିପଦରୁ ରକ୍ଷା କରିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଛି । ଫେକ୍ ସ୍କିମ୍ ଓ ଠକମାନଙ୍କ ବିଷୟରେ ସଜାଗ ରହିବାକୁ ଗ୍ରାହକମାନଙ୍କୁ କହିଛି । EPFO ​​ପ୍ରୋଭିଡେଣ୍ଟ ଫଣ୍ଡ ଆକାଉଣ୍ଟକୁ ଅନଲାଇନ୍ ବିପଦରୁ ରକ୍ଷା କରିବାର ଉପାୟ ସେୟାର କରିଛି ।

ଏକ ଟ୍ୱିଟର ପୋଷ୍ଟରେ EPFO ​​ଏହାର ସଦସ୍ୟମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ସୂଚନା ସେୟାର ନକରିବାର ଚେତାବନୀ ଦେଇଛି କହିଛି ଯେ, ଯଦିଓ କେହି ଜଣେ EPFO ​​ର ପ୍ରତିନିଧୀ ବୋଲି ଦାବି କରନ୍ତି, ତାଙ୍କୁ ଆପଣଙ୍କର ନିଜର ବ୍ୟକ୍ତିଗତ ସୂଚନାକୁ ସେୟାର କରନ୍ତୁ ନାହିଁ । ଯେପରିକି ବ୍ୟାଙ୍କ ଆକାଉଣ୍ଟ ନମ୍ୱର, ପ୍ୟାନ୍ ନମ୍ୱର, ଆଧାର କାର୍ଡ ନମ୍ୱର କିମ୍ୱା UAN ନମ୍ୱର, ଏପରି ଗୋପନୀୟ ତଥ୍ୟକୁ କାହା ସହ ସେୟାର କରନ୍ତୁ ନାହିଁ । EPFO ସଂସ୍ଥା ଏହା ମଧ୍ୟ ସ୍ପଷ୍ଟ କରିଛି ଯେ, ଫୋନ୍ କିମ୍ବା ସୋସିଆଲ୍ ମିଡିଆରେ ଆଧାର, ପ୍ୟାନ୍, ୟୁଏନ୍, ବ୍ୟାଙ୍କ ଆକାଉଣ୍ଟ କିମ୍ବା OTP ପରି ବ୍ୟକ୍ତିଗତ ସୂଚନା ସେୟାର କରିବାକୁ ଗ୍ରାହକଙ୍କୁ EPFO କୁହେ ନାହିଁ ।

EPFO ନିଜରର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛି ଯେ, EPFO ​​ଆକାଉଣ୍ଟଧାରୀଙ୍କୁ ତାଙ୍କ ବ୍ୟକ୍ତିଗତ ବିବରଣୀ ପାଇଁ କେବେବି ପଚାରି ନଥାଏ, ଯେପରିକି - ଆଧାର ନମ୍ବର, ପାନ୍ ନମ୍ବର, UAN ନମ୍ବର, ବ୍ୟାଙ୍କ ଆକାଉଣ୍ଟ୍ ବିବରଣୀ ଏବଂ OTP । ଯଦି କେହି ଆପଣଙ୍କୁ କଲ କରନ୍ତି କିମ୍ବା ସୋସିଆଲ ମିଡିଆରେ ଏପରି ନମ୍ବର ମାଗନ୍ତି, ତେବେ ଆପଣ ସାବଧାନ ହେବା ଉଚିତ୍ ଓ ଏହିପରି ବିବରଣୀ କାହା ସହିତ ସେୟାର ନ କରିବା ଉଚିତ । 

EPFO ନିଜର ଖାତାଧାରୀମାନଙ୍କୁ କୌଣସି ଫେକ୍ କଲକୁ ନେଇ ସତର୍କ ରହିବାକୁ ପରାମର୍ଶ ଦେଇଛି । EPFO ନିଜର କୋଟି କୋଟି PF ଆକାଉଣ୍ଟଧାରୀଙ୍କୁ ବ୍ୟକ୍ତିଗତ ସୂଚନା ଓ ଯେକୌଣସି ପ୍ରକାରର ଆପ୍ ଡାଉନଲୋଡ୍ କୁ ନେଇ ଆଲର୍ଟ କରିଛି । ଟ୍ୱିଟରରେ ଏକ ଆଲର୍ଟ ଜାରି କରିବାବେଳେ ଇପିଏଫ୍ଓ କହିଛି, "ଇପିଏଫ୍ କେବେ ମଧ୍ୟ ଫୋନ୍ କଲରେ ନିଜ ଆକାଉଣ୍ଟଧାରୀଙ୍କ ଠାରୁ ୟୁଏନ୍ ନମ୍ବର, ଆଧାର ନମ୍ବର, ପାନ୍ ନମ୍ବର କିମ୍ବା ବ୍ୟାଙ୍କ ବିବରଣୀ ମାଗେ ନାହିଁ କିମ୍ବା EPFO ​​ଏହାର ଆକାଉଣ୍ଟଧାରୀଙ୍କୁ କୌଣସି ଫୋନ୍ କଲ୍ କରେ ନାହିଁ ।"

ଅଧିକ ପଢ଼ନ୍ତୁ:-କାଙ୍ଗାଳ ପାକିସ୍ତାନ! ଭାରତୀୟ ମହିଳା କ୍ରିକେଟର ସ୍ମୃତି ମନ୍ଧାନାଠୁ ଅଧା ସାଲେରୀରେ ଖେଳନ୍ତି ଅଧିନାୟକ ବାବର ଆଜମ

ଅଧିକ ପଢ଼ନ୍ତୁ:-ପୁରୁଣା ପେନସନ ଯୋଜନାକୁ ନେଇ ଆସିଲା ବଡ଼ ଅପଡେଟ୍! ମୋଦି ସରକାର ନେବେ ଏହି ପଦକ୍ଷେପ, ରାଜ୍ୟଗୁଡ଼ିକରେ ମଧ୍ୟ ଲାଗୁ ହେବ ନିୟମ

ଅଧିକ ପଢ଼ନ୍ତୁ:-ଶେଷ ହୋଇଯାଇଛି ରୋହିତ ଶର୍ମାଙ୍କ ଟି-20 କ୍ୟାରିୟର! ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମାଙ୍କ ବଡ଼ ଖୁଲାସା

ଯଦି ଆପଣଙ୍କୁ  EPFO ​​ଅଧିକାରୀ ବୋଲି ଦାବି କରୁଥିବା ପ୍ରତିନିଧିଙ୍କ ଠାରୁ ଆପଣଙ୍କର UAN ବିବରଣୀ କିମ୍ବା ପାନ୍ କିମ୍ବା ଆଧାର ନମ୍ବର ସେୟାର କରିବା ପାଇଁ କଲ୍ କିମ୍ବା ମେସେଜ୍ ଆସୁଛି, ତେବେ ଆପଣଙ୍କୁ ତୁରନ୍ତ EPFO ​​କୁ ଜଣାଇବା ଆବଶ୍ୟକ । ଆହୁରି ମଧ୍ୟ EPFO ​​କହିଛି ଯେ ଗ୍ରାହକମାନେ EPFO ​​ର ଅଫିସିଆଲ୍ ୱେବସାଇଟ୍ - www.epfindia.gov କୁ ଭିଜିଟ୍ କରିପାରିବେ ।