Tomato fever: କୋରୋନା-ମଙ୍କିପକ୍ସ ମଧ୍ୟରେ ବିପଦ ବଢ଼ାଉଛି ଟମାଟୋ ଫ୍ଲୁ, ଜାଣନ୍ତୁ ୧୦ଟି ଲକ୍ଷଣ
Advertisement
Article Detail0/zeeodisha/odisha1275210

Tomato fever: କୋରୋନା-ମଙ୍କିପକ୍ସ ମଧ୍ୟରେ ବିପଦ ବଢ଼ାଉଛି ଟମାଟୋ ଫ୍ଲୁ, ଜାଣନ୍ତୁ ୧୦ଟି ଲକ୍ଷଣ

କୋରୋନା ମହାମାରୀ (Coronavirus pandemic) ଓ ମଙ୍କିପକ୍ସ  (Monkeypox) ପରି ବିପଦପୂର୍ଣ୍ଣ ଭାଇରସ ସହ ମୁକାବିଲା ଜାରି ରହିଛି । ଏପଟେ ଦେଶରେ ଟମାଟୋ ଫିବର ବିପଦ ବଢ଼ିବାରେ ଲାଗିଛି ।

Tomato fever: କୋରୋନା-ମଙ୍କିପକ୍ସ ମଧ୍ୟରେ ବିପଦ ବଢ଼ାଉଛି ଟମାଟୋ ଫ୍ଲୁ, ଜାଣନ୍ତୁ ୧୦ଟି ଲକ୍ଷଣ

କୋରୋନା ମହାମାରୀ (Coronavirus pandemic) ଓ ମଙ୍କିପକ୍ସ  (Monkeypox) ପରି ବିପଦପୂର୍ଣ୍ଣ ଭାଇରସ ସହ ମୁକାବିଲା ଜାରି ରହିଛି । ଏପଟେ ଦେଶରେ ଟମାଟୋ ଫିବର ବିପଦ ବଢ଼ିବାରେ ଲାଗିଛି । ନିକଟରେ କେରଳରେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହେବାପରେ ଏବେ କର୍ଣ୍ଣାଟକରେ ଟମାଟୋ ଫିବର (Tomato fever) ବା ଟମାଟୋ ଫ୍ଲୁ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା କର୍ଣ୍ଣାଟକରେ ୮୦ ଆକ୍ରାନ୍ତ ଚିହ୍ନଟ ହେବା ସହ ଦେଶରେ ମୋଟ ଶହେ ଜଣ ଟମାଟୋ ଫ୍ଲୁ ରୋଗୀ ଚିହ୍ନଟ ହୋଇଛନ୍ତି । 

କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ସୁଧାକର କେଙ୍କ ସୂଚନା ଅନୁସାରେ ଟମାଟୋ ଫ୍ଲୁକୁ ନେଇ ରାଜ୍ୟ ସରକାର ସଜାଗ ଅଛନ୍ତି । ସଂକ୍ରମଣ ବୃଦ୍ଧିକୁ ନେଇ ଜନସାଧାରଣ ଚିନ୍ତିତ ହେବାର କୌଣସି କାରଣ ନାହିଁ । ଯଦିଓ ଏବେ ଟମାଟୋ ଫ୍ଲୁକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ଚେତାବନୀ ଦେଉଛନ୍ତି । ଏବଠାରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ ନକଲେ ସ୍ଥିତି ସାଙ୍ଘାତିକ ହେବା ଆଶଙ୍କା ରହିଛି । ଏବେ ଜାଣି ନିଅନ୍ତୁ ଟମାଟୋ ଫିବର କଣ, ଏବଂ ଶିଶୁ ଆକ୍ରାନ୍ତ ହେଉଥିବା ଏହି ଜ୍ୱରର ଲକ୍ଷଣ ଗୁଡ଼ିକ କଣ । 

ଟମାଟୋ ଫିବର ବା ଟମାଟୋ ଫ୍ଲୁ କଣ?

ଟମାଟୋ ଫିବର ବା ଟମାଟୋ ଫ୍ଲୁକୁ ସାଧାରଣତଃ ମୁଣ୍ଡ, ହାତ, ପାଦ ଓ ମୁହଁ (HFMD) ରୋଗ କୁହାଯାଇଥାଏ । ଏହା ଏକ ଭାଇରାଲ ଫିବର ବର୍ଗର ଏକ ରୋଗ । ଯେଉଁଥିରେ ପୂରା ଶରୀରରେ ଚିକେସ ପକ୍ସ ପରି ଫୋଟକା ହୋଇଯାଇଥାଏ । କିନ୍ତୁ ପ୍ରଥମରୁ ଏକଥା ଜାଣି ରଖିବା ଆବଶ୍ୟକ କି ଟମାଟୋ ପରିବା ସହିତ ଏହାର କୌଣସି ସମ୍ପର୍କ ନାହିଁ । ଏପରିକି ଟମାଟୋ ଖାଇବା ସହିତ ମଧ୍ୟ ଏହି ରୋଗର କୌଣସି ସମ୍ପର୍କ ନାହିଁ । କେବଳ ଆକାର ଓ ରଙ୍ଗକୁ ନେଇ ଏହାକୁ ଟମାଟୋ ଫ୍ଲୁ କୁହାଯାଉଛି ।

କାହିଁକି ବିପଦପୂର୍ଣ୍ଣ ଟମାଟୋ ଫ୍ଲୁ

ବିଶେଷଜ୍ଞଙ୍କ ମତାନୁସାରେ ଟମାଟୋ ଜ୍ୱରରେ ସାଧାରଣତଃ ୫ ବର୍ଷରୁ କମ୍ ଶିଶୁ ସଂକ୍ରମିତ ହୋଇଥାନ୍ତି । ଯଦିଓ ବର୍ତ୍ତମାନ ସୁଦ୍ଧା ଟମାଟୋ ଫ୍ଲୁର ଉତ୍ପତିର କାରଣ ସ୍ପଷ୍ଟ ହୋଇନାହିଁ । ଏହାକୁ ଭଇରାଲ ବର୍ଗରେ ରଖାଯାଇଛି । ଟମାଟୋ ଫିବର ଘାତକ ହୋଇନଥିଲେ ମଧ୍ୟ ଏହା ଦ୍ରୁତ ସଂକ୍ରାମତ ହୋଇଥିବାରୁ ସତର୍କ ରହିବା ଜରୁରୀ । 

ଟମାଟୋ ଫିବରର ଲକ୍ଷଣ 

ଟମାଟୋ ଫିବରର ସାଦାରଣ ଲକ୍ଷଣ ମଧ୍ୟରେ ଚର୍ମରେ ଫୋଟକା, ରକ୍ତ ଜମାଟ ବାନ୍ଧିବା ପରି ଲାଲ ଚର୍ମ, ତ୍ୱଚାରେ ଯନ୍ତ୍ରଣା ଓ ଡିହାଇଡ୍ରୋସନ । ଏହାବ୍ୟତୀତ ଜ୍ୱର, ଶରୀରର ବିଭିନ୍ନ ଅଂଶରେ ପୀଡ଼ା, ଗଣ୍ଠି ଯନ୍ତ୍ରଣା, ଦୁର୍ବଳତା, ବାନ୍ତି ଲାଗିବା ପରି ଲକ୍ଷଣ ପ୍ରକାଶ ପାଇଥାଏ । ବିଶେଷଜ୍ଞଙ୍କ ସୂଚନା ଅନୁସାରେ ଦୀର୍ଘଦିନ ଯାଏ ଆକ୍ରାନ୍ତଙ୍କ ଶରୀରରେ ଜ୍ୱର ଓ ସର୍ଦ୍ଦି ଲାଗି ରହିଥାଏ । 

ଏହା କୋରୋନା ଓ ମଙ୍କିପକ୍ସ ସହି ସମ୍ବନ୍ଧିତ କି?

ଟମାଟୋ ଫ୍ଲୁରେ ଅଧିକ ଶିଶୁ ସଂକ୍ରମିତ ହେଉଥିବା ଦେଖିବାକୁ ମିଳୁଛି । ତେଣୁ ଶିଶୁଙ୍କ ଯତ୍ନ ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ । କାରଣ ଟମାଟୋ ଫ୍ଲିୁ କୋରୋନା ଓ ମଙ୍କିପକ୍ସ ପରି ସଂକ୍ରାମକ ଓ ବିପଦପୂର୍ଣ୍ଣ । ଏବେ ସଂକ୍ରମଣ ଖୁବ କମ ରହିଥିଲେ ବି ଏହାକୁ ହାଲକା ଭାବେ ନନେବା ପାଇଁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି ରୋଗରେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ରିପୋର୍ଟ ଆସିନାହିଁ । 

ଟମାଟୋ ଫ୍ଲୁ ଶିଶିଙ୍କୁ କିପରି ପ୍ରଭାବିତ କରିଥାଏ?

ରିପୋର୍ଟ ଅନୁସାରେ ଚିକନଗୁନିଆ ପରି ଟମାଟୋ ଜ୍ୱରରେ ଶିଶୁଙ୍କ ତ୍ୱଚାରେ ଲାଲ୍ ଲାଲ ବିନ୍ଦି ଦେଖାଯିବା ସହ ଜ୍ୱଳନ ହୋଇଥାଏ । ଏପରି ଲକ୍ଷଣ ଦେଖାଦେବା ପରେ ଶିଶୁଙ୍କ ଚିକିତ୍ସା ଆରମ୍ଭ କରିବା ଆବଶ୍ୟକ । ସଂକ୍ରମଣ ନବ୍ୟାପିବା ପାଇଁ କ୍ୱାରେଣ୍ଟାଇନ ମଧ୍ୟ କରାଯିବା ଆବଶ୍ୟକ ବୋଲି ବିଶେଷଜ୍ଞ ପରାମର୍ଶ ଦିଅନ୍ତି ।