Poverty in India: ଦେଶରେ ଶେଷ ହୋଇଗଲେ ମହା ଗରିବୀ; ୧୧ ବର୍ଷରେ ଶେଷ ହେଲା ୩୦ ବର୍ଷର କାର୍ଯ୍ୟ
Advertisement
Article Detail0/zeeodisha/odisha2139513

Poverty in India: ଦେଶରେ ଶେଷ ହୋଇଗଲେ ମହା ଗରିବୀ; ୧୧ ବର୍ଷରେ ଶେଷ ହେଲା ୩୦ ବର୍ଷର କାର୍ଯ୍ୟ

Poverty Rate in India: ଭାରତ ଭଳି ଏକ ବିଶାଳ ଦେଶରେ ଶେଷ ହୋଇଛି ଅତ୍ୟଧିକ ଦାରିଦ୍ର୍ୟ। ଆମେରିକୀୟ ଥିଙ୍କ ଟ୍ୟାଙ୍କ ବ୍ରୁକିଙ୍ଗସ୍ ପକ୍ଷରୁ ନିକଟରେ ପ୍ରକାଶିତ ହୋଇଥିବା ରିପୋର୍ଟ ମାଧ୍ୟମରେ ଏକଥା କୁହାଯାଇଛି।

Poverty in India: ଦେଶରେ ଶେଷ ହୋଇଗଲେ ମହା ଗରିବୀ; ୧୧ ବର୍ଷରେ ଶେଷ ହେଲା ୩୦ ବର୍ଷର କାର୍ଯ୍ୟ

Poverty Rate in India: ଭାରତ ବର୍ଷର ଅର୍ଥନୈତିକ ଗତି ବିଶ୍ୱର ବହୁ ପ୍ରମୁଖ ଦେଶକୁ ପଛରେ ପକାଇ ଦେଇଛି। ଦେଶର ଜିଡିପି ଅଭିବୃଦ୍ଧି ଆକଳନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ବର୍ତ୍ତମାନ ଆମେରିକାରୁ ଆସିଥିବା ଏକ ରିପୋର୍ଟ କୌଣସି ବଡ଼ ଖୁସି ଖବର ଠାରୁ କମ୍ ନୁହେଁ। ଆମେରିକୀୟ ଥିଙ୍କ ଟ୍ୟାଙ୍କ ବ୍ରୁକିଙ୍ଗସ୍ ପକ୍ଷରୁ ନିକଟରେ ପ୍ରକାଶିତ ହୋଇଥିବା ରିପୋର୍ଟ ମାଧ୍ୟମରେ କୁହାଯାଇଛି ଯେ ଭାରତ ବର୍ଷରେ ଦାରିଦ୍ର୍ୟ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି। ରିପୋର୍ଟ ଅନୁଯାୟୀ ଦେଶରୁ ଅତ୍ୟଧିକ ଦାରିଦ୍ର୍ୟ ଦୂର ହୋଇଛି। ରିପୋର୍ଟ ମାଧ୍ୟମରେ ଆହୁରି ମଧ୍ୟ କୁହାଯାଇଛି ଯେ ଯେଉଁ କାମ ପୂର୍ବରୁ ୩୦ ବର୍ଷ ଲାଗୁଥିଲା ତାହା ୧୧ ବର୍ଷରେ କରାଯାଉଛି।

ଭାରତ ବର୍ଷରେ ଶେଷ ହେଲା ଅତ୍ୟଧିକ ଦାରିଦ୍ର୍ୟ 
ଆମେରିକୀୟ ଥିଙ୍କ ଟ୍ୟାଙ୍କ "ଦି ବ୍ରୁକିଙ୍ଗସ୍ ଇନଷ୍ଟିଚ୍ୟୁସନ୍" ଅର୍ଥନୀତିଜ୍ଞ ସୁରଜିତ ଭଲ୍ଲା ଏବଂ କରଣ ଭସିନ୍ ଉଭୟେ ନିଜର ଏକ ଲେଖାରେ କହିଛନ୍ତି ଯେ ଭାରତ ବର୍ଷରେ ଅତ୍ୟଧିକ ଦାରିଦ୍ର୍ୟ ଦୂର ହୋଇଛି। ଏନେଇ ସେମାନେ ନିକଟରେ ୨୦୨୨-୨୩ ବର୍ଷ ପାଇଁ ହୋଇଥିବା ଖର୍ଚ୍ଚ ତଥ୍ୟକୁ ପ୍ରକାଶ କରିଛନ୍ତି। ତଥ୍ୟକୁ ଦର୍ଶାଇ ଉଭୟ ଅର୍ଥନୀତିଜ୍ଞ କହିଛନ୍ତି ଯେ ଗତ ୨୦୧୧-୧୨ ପର ଠାରୁ ମୁଣ୍ଡପିଛା ପ୍ରକୃତ ବ୍ୟବହାର ବାର୍ଷିକ ୨.୯ ପ୍ରତିଶତ ବୃଦ୍ଧି ହୋଇଛି। ଏହି ଅବଧିରେ ଗ୍ରାମାଞ୍ଚଳର ଅଭିବୃଦ୍ଧି ୩.୧% ଏବଂ ସହରୀ ଅଭିବୃଦ୍ଧି ୨.୬% ପ୍ରତିଶତ ଥିଲା। ଏହି ଲେଖାରେ କୁହାଯାଇଛି ଯେ ଏହି ସମୟ ମଧ୍ୟରେ ସହରାଞ୍ଚଳ-ଗ୍ରାମାଞ୍ଚଳ ମଧ୍ୟରେ ରହିଥିବା ଅସମାନତାରେ ମଧ୍ୟ ଅଦ୍ଭୂତପୂର୍ବ ହ୍ରାସ ଦେଖିବାକୁ ମିଳିଛି।

ପରିସଂଖ୍ୟାନରୁ ବୁଝନ୍ତୁ କିପରି ହ୍ରାସ ପାଇଛି ଅତ୍ୟଧିକ ଦାରିଦ୍ର୍ୟ  
ସହରଞ୍ଚଳରେ ଗିନି ୩୬.୭ ପ୍ରତିଶତରୁ ୩୧.୯ ପ୍ରତିଶତକୁ ହ୍ରାସ ପାଇଛି। ସେହିପରି ଗ୍ରାମାଞ୍ଚଳରେ ଗିନି ୨୮.୭ ପ୍ରତିଶତରୁ ୨୭ ପ୍ରତିଶତକୁ ହ୍ରାସ ପାଇଛି। ଆପଣଙ୍କୁ କହିରଖୁଛୁ ଯେ ଗିନି ସୂଚକାଙ୍କ ଆୟ ବଣ୍ଟନର ଅସମାନତା ଦର୍ଶାଇଥାଏ। ଯଦି ଏହା ଶୂନ ହୋଇଯାଏ ତାହେଲେ ଏହାର ଅର୍ଥ ହେଉଛି ସମାଜରେ ସମ୍ପୂର୍ଣ୍ଣ ସମାନତା ରହିଛି। ରିପୋର୍ଟ ଅନୁଯାୟୀ ଅସମାନତା ବିଶ୍ଳେଷଣ ଇତିହାସରେ ଅଦ୍ଭୂତପୂର୍ବ ହ୍ରାସ ହୋଇଛି। "ଦି ବ୍ରୁକିଙ୍ଗସ୍ ଇନଷ୍ଟିଚ୍ୟୁସନ୍" ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଉଚ୍ଚ ଅଭିବୃଦ୍ଧି ହାର ଏବଂ ଅସମାନତାର ଏକ ବୃହତ ହ୍ରାସ ଭାରତ ବର୍ଷରେ ଦାରିଦ୍ର୍ୟ ଦୂର କରିଛି। ମୁଣ୍ଡ ପିଛା ଦାରିଦ୍ର ଅନୁପାତ (HCR), ଦାରିଦ୍ର ସୀମାରେଖା ତଳେ ରହୁଥିବା ଜନସଂଖ୍ୟାର ଅନୁପାତ ୨୦୧୧-୧୨ ବର୍ଷରେ ୧୨.୨ ପ୍ରତିଶତରୁ ୨୦୨୨-୨୩ ବର୍ଷରେ ୨ ପ୍ରତିଶତକୁ ହ୍ରାସ ପାଇଛି।

୩୦ ବର୍ଷ ପରିବର୍ତ୍ତେ ୧୧ ବର୍ଷରେ ହାସଲ କରାଯାଇଛି ଲକ୍ଷ୍ୟ 
ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ୨.୫ ପ୍ରତିଶତ ରହିଥିବା ବେଳେ ସହରାଞ୍ଚଳରେ ଦାରିଦ୍ର ୧ ପ୍ରତିଶତକୁ ଖସି ଆସିଛି। ଲେଖକ କହିଛନ୍ତି ଯେ ଏହି ଆକଳନ ପ୍ରାୟ ଦୁଇ-ତୃତୀୟାଂଶ ଜନସଂଖ୍ୟା ତଥା ଜନସ୍ୱାସ୍ଥ୍ୟ ଏବଂ ଶିକ୍ଷାକୁ ସରକାର ଯୋଗାଇଥିବା ମାଗଣା ଖାଦ୍ୟକୁ (ଗହମ ଏବଂ ଚାଉଳ) ବିଚାରକୁ ନିଆଯାଉ ନାହିଁ। ଆହୁରି ମଧ୍ୟ କୁହାଯାଇଛି ଯେ ମୁଣ୍ଡ ପିଛା ଦାରିଦ୍ରରେ ହୋଇଥିବା ହ୍ରାସ ଉଲ୍ଲେଖନୀୟ। କାରଣ ଅତୀତରେ ଦାରିଦ୍ର୍ୟ ସ୍ତରରେ ଏପରି ହ୍ରାସ ହାସଲ କରିବାକୁ ଭାରତ ପାଇଁ ୩୦ ବର୍ଷ ଲାଗିଥିଲା। ଯାହା ଏଥର ୧୧ ବର୍ଷ ମଧ୍ୟରେ ହାସଲ କରାଯାଇଛି। ଏହା ନିଶ୍ଚିତ କରୁଛି ଯେ ଭାରତ ଆନ୍ତର୍ଜାତୀୟ ସ୍ତରରେ ଅତ୍ୟଧିକ ଦାରିଦ୍ର୍ୟକୁ ଦୂର କରିସାରିଛି।