Muralidhar Bhandare Dies: ଓଡ଼ିଶାର ପୂର୍ବତନ ରାଜ୍ୟପାଳ ତଥା ବିଶିଷ୍ଟ ରାଜନେତା ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ପରଲୋକ ହୋଇଛି। ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ପରଲୋକ ଖବର ଜାଣିବା ପରେ ବର୍ତ୍ତମାନ ଓଡ଼ିଶାର ରାଜ୍ୟପାଳ ରଘୁବର ଦାଶ ଗଭୀର ଶୋକ ବ୍ୟକ୍ତ କରିବା ସହ ଅମର ଆତ୍ମାର ସଦଗତି ନିମନ୍ତେ କାମନା କରି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।


COMMERCIAL BREAK
SCROLL TO CONTINUE READING

ବିଶିଷ୍ଟ ରାଜନେତା ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ(Muralidhar Bhandare Dies) ଓଡ଼ିଶାର ୪୩ତମ ରାଜ୍ୟପାଳ ରୂପେ କାର୍ୟ୍ୟନିର୍ବାହ କରିଥିଲେ। ସେ ୨୧ ଅଗଷ୍ଟ ୨୦୦୭ରୁ ୦୯ ମାର୍ଚ ୨୦୧୩ ପର୍ୟ୍ୟନ୍ତ ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ସୁପ୍ରିମକୋର୍ଟରେ ଜଣେ ବରିଷ୍ଠ ଆଇନଜୀବୀ ଓ ଦୁଇଥର ସୁପ୍ରିମ କୋର୍ଟ ବାର୍ ଆଶୋସିଏସନର ଅଧ୍ୟକ୍ଷ ରୂପେ କାମ କରିଥିବା ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ଭାରତୀୟ ଜାତୀୟ କଂଗ୍ରେସ ତରଫରୁ ତିନି ଥର (୧୯୮୦-୮୨, ୧୯୮୨-୮୮,୧୯୮୮-୯୪) ରାଜ୍ୟସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ।


ସେପଟେ ପୂର୍ବତନ ରାଜ୍ୟପାଳ ମୂରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ(Odisha Chief Minister Mohan Charan Majhi) ଶୋକବ୍ୟକ୍ତ କରିଛନ୍ତି। ଏକ ଶୋକ ବାର୍ତ୍ତାରେ ସେ କହିଛନ୍ତି ଯେ ସ୍ବର୍ଗତଃ ଭଣ୍ଡାରେ ଓଡ଼ିଶାର ରାଜ୍ୟପାଳ ଭାବରେ ରାଜ୍ୟର ବିକାଶରେ ଗୁରୁତ୍ବପୂର୍ଣ୍ଣ ଅବଦାନ ରଖିଥିଲେ। ତାଙ୍କ ଜ୍ଞାନ ଓ ଅମାୟିକ ସ୍ଵଭାବ ଯୋଗୁ ସେ ସାରା ରାଜ୍ୟ ବାସୀଙ୍କ ପ୍ରିୟ ହୋଇ ପାରିଥିଲେ। ତାଙ୍କ ବିୟୋଗ ଏକ ଅପୂରଣୀୟ କ୍ଷତି ବୋଲି ସେ କହିଛନ୍ତି। 


ପରଲୋକଗତ ଆତ୍ମାର ସଦଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି। 


Also Read: Today Horoscope: ଆପଣଙ୍କ ପାଇଁ ଶୁଭ ନା ଅଶୁଭ ଆଜିର ଦିନ, ଦେଖିନିଅନ୍ତୁ ରାଶିଫଳ 


Also Read:  Shani Vakri 2024: ଶନିଙ୍କ ଓଲଟା ଚଳନ କ୍ଷତି ନୁହେଁ ଆଣୁଛି ଲାଭ, ଭାଗ୍ୟଶାଳୀ ହେବେ ଏହିସବୁ ରାଶି