Jio fiber: ହାଇ ସ୍ପିଡ୍ ଇଣ୍ଟରନେଟ୍ ସହିତ ମାଗଣା ନେଟଫ୍ଲିକ୍ସ
Advertisement

Jio fiber: ହାଇ ସ୍ପିଡ୍ ଇଣ୍ଟରନେଟ୍ ସହିତ ମାଗଣା ନେଟଫ୍ଲିକ୍ସ

ଯଦି ଆପଣ ଜିଓ ଫାଇବର କିଣିବା ଲଗାଇବା ପାଇଁ ଯୋଜନା କରୁଛନ୍ତି କିମ୍ୱା ପୂର୍ବରୁ ଆପଣ ଜିଓ ଫାଇବରର ଗ୍ରାହକ ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର । କାରଣ ଆପଣଙ୍କ ପାଇଁ ରହିଛି ଏକ ସ୍ୱତନ୍ତ୍ର ସୁବିଧା ଯାହା ଆପଣଙ୍କ ମନୋରଞ୍ଜନ ପାଇଁ ସହଜ ମାଧ୍ୟମ ହେବ । ଯଦି ଆପଣ ଓଟିଟି ପ୍ଲାଟଫର୍ମ  (OTT Platform) ର ସବସ୍କ୍ରିପସନ୍ (Subscription) ନେଇଛନ

Jio fiber: ହାଇ ସ୍ପିଡ୍ ଇଣ୍ଟରନେଟ୍ ସହିତ ମାଗଣା ନେଟଫ୍ଲିକ୍ସ

Free Netflix: ଯଦି ଆପଣ ଜିଓ ଫାଇବର କିଣିବା ଲଗାଇବା ପାଇଁ ଯୋଜନା କରୁଛନ୍ତି କିମ୍ୱା ପୂର୍ବରୁ ଆପଣ ଜିଓ ଫାଇବରର ଗ୍ରାହକ ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର । କାରଣ ଆପଣଙ୍କ ପାଇଁ ରହିଛି ଏକ ସ୍ୱତନ୍ତ୍ର ସୁବିଧା ଯାହା ଆପଣଙ୍କ ମନୋରଞ୍ଜନ ପାଇଁ ସହଜ ମାଧ୍ୟମ ହେବ । ଯଦି ଆପଣ ଓଟିଟି ପ୍ଲାଟଫର୍ମ  (OTT Platform) ର ସବସ୍କ୍ରିପସନ୍ (Subscription) ନେଇଛନ୍ତି ତେବେ ତାହା ଆପଣଙ୍କୁ ଆଉ ଅଲଗା ଭାବରେ ନେବାର ଆବଶ୍ୟକତା ନାହିଁ । ଆମେ ଆପଣଙ୍କୁ ଏପରି କିଛି ସୂଚନା ଦେବୁ ଯାହାଦ୍ୱାରା ଆପଣ ଉଭୟ ହାଇସ୍ପିଡ୍ ଇଣ୍ଟରନେଟ୍ ସହ ଓଟିଟି ପ୍ଲାଟଫର୍ମର ମଜା ନେଇପାରିବେ । 

ଜିଓ ଫାଇବରର ଏକ ପ୍ଲାନରେ ଆପଣଙ୍କ ପାଇଁ ରହିଛି ଏକ ଦମଦାର ଅଫର । ମାତ୍ର ୧୪୯୯ ଟଙ୍କାରେ ଆପଣ ପାଇପାରିବେ ୩ ଶହ ଏମବିପିଏସ (300mbps)ର ଇଣ୍ଟରନେଟ୍ ସ୍ପିଡ୍ । ନେଟଫ୍ଲିକ୍ସ ସମେତ ଆମାଜନ ପ୍ରାଇମ ଭିଡିଓ, ଡିଜନି + ହଟଷ୍ଟାର ଭିଆଇପି (disney+ hotstar vip), ସୋନିଲିଭ, ଜି- ୫, ସନ୍ ଏନଏକ୍ସଟି, ଭୋଟ ସିଲେକ୍ଟ, ଭୋଟ କିଡ୍ସ, ଭଳି ସେବା। ଏଥି ସହିତ ସହିତ ଅନେକ OTT ପ୍ଲାଟଫର୍ମକୁ ଆପଣ ମାଗଣାରେ ଭିଜିଟ୍ (free visit) କରିପାରିବେ । ଏକ ମାସର ଭ୍ୟାଲିଡିଟି (validity) ସହିତ ଆପଣ ଏସବୁ ଯୋଜନାର ଲାଭ ଉଠାଇପାରିବେ । କେବଳ ସେତିକି ନୁହେଁ ଏକ ବର୍ଷ (1 year) ପାଇଁ ଆପଣ ଆମାଜନ ପ୍ରାଇମ (Amazon prime) ଭିଜିଟ କରିପାରିବେ । ମାଗଣା କଲିଂ (Free calling) ସେବା ସହିତ ଏହି ପ୍ଲାନଟି ଉପଲବ୍ଧ ।

ଜିଓ ଫାଇବରର ଅନ୍ୟ ଏକ ସ୍କିମ୍ ରହିଛି ୨୪୯୯ ଟଙ୍କାରେ । ଯେଉଁଥିରେ ଆପଣ ୫ ଶହ ଏମବିପିଏସ (mbps) ସ୍ପିଡ୍ ରେ ଇଣ୍ଟରନେଟ୍ ବ୍ରାଉଜିଂ (internet browsing) ର ମଜା ନେଇପାରିବେ । ଏହି ଯୋଜନାରେ, ଆପଣ ନେଟଫ୍ଲିକ୍ସ, ଆମାଜନ ପ୍ରାଇମ ଭିଡିଓ, ଡିଜନି + ହଟଷ୍ଟାର ଭିଭିଆଇପି, ଭୋଟ ସିଲେକ୍ଟ, ସୋନିଲିଭ, ଜି ୫ (zee 5), ସନ୍ ଏନଏକ୍ସଟି, ଲାୟନ୍ସ ଗେଟ୍ , ଭୋଟ କିଡ୍ସ, ଭଳି ସେବା ସହିତ ଅନେକ ଓଟିଟି (OTT) ପ୍ଲାଟଫର୍ମ ସେବା ମାଗଣାରେ ପାଇପାରିବେ । କେବଳ ସେତିକି ନୁହେଁ ସମସ୍ତ ନେଟୱାର୍କ (Network)କୁ ଅସୀମିତ କଲିଂ (unlimited calling)ର ସୁବିଧା ତଥା ଲାଭ ମଧ୍ୟ ଆପଣ ଉଠାଇପାରିବେ ।

ଜିଓ ଫାଇବରର ୩୪୯୯ ଟଙ୍କା ରିଚାର୍ଜ ପ୍ଲାନରେ ଆପଣଙ୍କୁ ମିଳିବ ୧ ଜିବିପିଏସ (1gbps) ଇଣ୍ଟରନେଟ୍ ସ୍ପିଡ୍ । ଏହି ଯୋଜନାରେ ଆପଣ ନେଟଫ୍ଲିକ୍ସ (Netflix), ଆମାଜନ ପ୍ରାଇମ ସହିତ ଅନେକ ଓଟିଟି (OTT) ପ୍ଲାଟଫର୍ମର ମଜା ମାଗଣାରେ ନେଇପାରିବେ । ଏହି ଯୋଜନାର ସମୟସୀମା ରହିଛି ୩୦ ଦିନ ।

ଜିଓ ଫାଇବରର ଆଉ ଏକ ଜବରଦସ୍ତ ପ୍ଲାନ ହେଉଛି ୮୪୯୯ ଟଙ୍କା । ଏହି ଯୋଜନାରେ ମଧ୍ୟ ଆପଣ ୧ ଜିବିପିଏସ (1 gbps) ସ୍ପିଡ୍ ପାଇବେ । ଏଥି ସହିତ ଆହୁରି ମଧ୍ୟ ୬୬୦୦ ଜିବି ଡାଟା ଉପଲବ୍ଧ ହେବ । ମାଗଣା ଅସୀମିତ କଲିଂ ସହିତ, ନେଟଫ୍ଲିକ୍ସ, ଆମାଜନ ପ୍ରାଇମ (Amazon prime) ସହିତ ଅନେକ OTT ପ୍ଲାଟଫର୍ମର ମଜା ଆପଣ ମାଗଣାରେ ପାଇପାରିବେ । ପୂର୍ବ ପ୍ଲାନ ପରି ଏହାର ବୈଧତା ରହିଛି ୩୦ ଦିନ ।

Also read- ଜସ୍ମିନ୍ ରଥଙ୍କ ନାମରେ ସାଂଘାତିକ ଅଭିଯୋଗ ଆଣିଲେ ରୂପଶ୍ରୀ