G20 summit 2023: ‘ବିଷ୍ଟ୍’ ଧରି ବୁଲିବେ ବାଇଡେନ୍, ଆକାଶରୁ ନଜର ରଖିବ ଯୁଦ୍ଧ ବିମାନ
Advertisement
Article Detail0/zeeodisha/odisha1859096

G20 summit 2023: ‘ବିଷ୍ଟ୍’ ଧରି ବୁଲିବେ ବାଇଡେନ୍, ଆକାଶରୁ ନଜର ରଖିବ ଯୁଦ୍ଧ ବିମାନ

G20 Summit 2023 India:  ଜି-୨୦ ବୈଠକରେ ଯୋଗ ଦେବା ଲାଗି ଭାରତ ଗସ୍ତରେ ଆସି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପହଞ୍ଚିବେ ଆମେରିକା ରାଷ୍ଟ୍ରପତି ବାଇଡେନ। 

G20 summit 2023:  ‘ବିଷ୍ଟ୍’ ଧରି ବୁଲିବେ ବାଇଡେନ୍, ଆକାଶରୁ ନଜର ରଖିବ ଯୁଦ୍ଧ ବିମାନ

G20 Summit 2023 Delhi: ଦୁନିଆର ସବୁଠାରୁ ଶକ୍ତିଶାଳୀ ବ୍ଯକ୍ତି କିଏ? ଉତ୍ତର ହେଉଛି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି। ହେଲେ କ'ଣ ଆପଣ ଜାଣନ୍ତି, ଦୁନିଆର ଏକମାତ୍ର ମହାଶକ୍ତି ଆମେରିକାର ଅନେକ ଶତ୍ରୁ ରହିଛନ୍ତି। ସେହି ଶତ୍ରୁ ସବୁବେଳେ ଆମେରିକା ରାଷ୍ଟ୍ରପତିଙ୍କୁ ଟାର୍ଗେଟ କରିଥାନ୍ତି। ବିଶ୍ୱର କୁଖ୍ଯାତ ଆତଙ୍କବାଦୀ ସଙ୍ଗଠନ ପାଇଁ ଆମେରିକା ରାଷ୍ଟ୍ରପତି ମୂଲ୍ଯବାନ ଟାର୍ଗେଟ୍ ହୋଇଥାନ୍ତି। ଏଣୁ ଆମେରିକା ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ଯବସ୍ଥା କଠିନ ଏବଂ ଜଟିଳ ବ୍ୟାପାର ଭାବେ ଜଣାଶୁଣା ହୋଇଥାଏ। 

ସେଥିଲାଗି ଯେତେବେଳେ ଆମେରିକା ରାଷ୍ଟ୍ରପତି ବିଦେଶ ଗସ୍ତରେ କୌଣସି ଦେଶରେ ପହଞ୍ଚନ୍ତି ତାଙ୍କ ଆଗରୁ ସୁରକ୍ଷା ଟିମ ସେହି ଦେଶରେ ପହଞ୍ଚିଯାନ୍ତି। ସୁରକ୍ଷାର ଟିକିନିଖି ନୀରିକ୍ଷଣ କରନ୍ତି। ରାଷ୍ଟ୍ରପତି ଯେଉଁ ରାସ୍ତାରେ ଯିବେ, ଯେଉଁଠି ରହିବେ ସେସବୁ ତିନି ମାସ ଆଗରୁ ନିର୍ଦ୍ଧାରିତ ହୋଇଥାଏ। ଅର୍ଥାତ ତିନି ମାସ ଆଗରୁ ଆମେରିକା ସୁରକ୍ଷା ଟିମ୍ ବିଦେଶୀ ରାଷ୍ଟ୍ରରେ ପହଞ୍ଚି ନିଜ କାମ କରିଥାନ୍ତି। ଜି-୨୦ ବୈଠକରେ ଯୋଗଦେବା ପାଇଁ ଆସିଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସୁରକ୍ଷାର ମଧ୍ୟ ସେହିଭଳି ମଜବୁତ ବନ୍ଦୋବସ୍ତ କରାଯାଇଛି। ଆସନ୍ତୁ ନଜର ପକାଇବା ରାଷ୍ଟ୍ରପତି ବାଇଡେନଙ୍କ ସୁରକ୍ଷା ପାଇଁ କ’ଣ ସବୁ ବନ୍ଦୋବସ୍ତ ହୋଇଛି।

‘ବିଷ୍ଟ୍’ ଧରି ବୁଲିବେ ଦିଲ୍ଲୀ
ରାଷ୍ଟ୍ରପତି ବାଇଡେନଙ୍କ ସହିତ ତାଙ୍କ ସରକାରୀ ଗାଡି଼ର ନାଁ ହେଉଛି ‘ଦି ବିଷ୍ଟ’। ଆମେରିକା ରାଷ୍ଟ୍ରପତି ଭାରତ ଗସ୍ତରେ ଆସି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପହଞ୍ଚିବେ। ରାଷ୍ଟ୍ରପତି ନିଜ ଗାଡ଼ି ‘ଦ ବିଷ୍ଟ’ ଧରି ଯିବା ଆସିବା କରିବେ। ଏହି କାର ମୂଲ୍ୟ ରହିଛି ପାଖାପାଖି ୧୦ କୋଟି ଟଙ୍କା। ଯେଉଁ ଗାଡ଼ି ବୁଲେଟ୍ ଠାରୁ ଆରମ୍ଭ କରି ବୋମା ଆକ୍ରମଣରୁ ମଧ୍ୟ ରକ୍ଷା କରିପାରିବ।

"ଦି ବିଷ୍ଟଠ ଗାଡି ସମ୍ପୂର୍ଣ୍ଣ ଭାବେ ବୁଲେଟପ୍ରୁଫ୍। ୧୮ ଫୁଟ ଲମ୍ବା, ସାଢେ ସାତ ଟନ୍ ବିଶିଷ୍ଟ ବିଷ୍ଟର ବଡି ଆଠ ଇଞ୍ଚ ଓ ବୁଲେଟପ୍ରୁଫ୍ କାଚ ୫ ଇଞ୍ଚ ମୋଟେଇରେ ନିର୍ମିତ ହୋଇଛି। ଏହାର ଚକ ପଞ୍ଚର୍ ହେବା ସତ୍ୱେ ୫୦ କିମି. ଯାଏଁ ଯାଇପାରିବ। ତେବେ ଜରୁରୀକାଳୀନ ସ୍ଥିତିରେ ଏହି କାରର ପଛରୁ ଧୂଆଁ ବାହାରିବାର ବ୍ୟବସ୍ଥା ରହିଛି। ଯାହାଫଳରେ ଶତ୍ରୁଙ୍କୁ ଚକମା ଦେଇ ଖସିଯାଇପାରିବ।

ଆମେରିକା ରାଷ୍ଟ୍ରପତିଙ୍କ ପାଇଁ କାଡିଲେକ କମ୍ପାନି ଲିମୋଜିନ ମଡେଲର ଏହି କାର ନିର୍ମାଣ କରିଛି। କୌଣସି ଆକ୍ରମଣକୁ ଘଉଡାଇବା ପାଇଁ ଏହି କାର ଚାଲୁଥିବା ସମୟରେ ୧୮୦ ଡିଗ୍ରୀରେ ବୁଲିପାରିବ। ସାମ୍ନାରେ ପଡୁଥିବା ଯେକୌଣସି ପ୍ରତିବନ୍ଧକକୁ ଏହା ଗୋଟେ ସେକେଣ୍ଡରେ ଉଡାଇଦେବାର କ୍ଷମତା ରଖିଛି । ଏପରିକି ଯଦି କେହି ସୁରକ୍ଷା କବଚ ଭେଦି କାର୍ ନିକଟକୁ ଆସିଯାଆନ୍ତି, ତେବେ କାରର ହ୍ୟାଣ୍ଡେଲ୍ ଧରିବା ମାତ୍ରେ ୧୨୦ ଭୋଲ୍ଟର କରେଣ୍ଟ ମାରିବ।

 ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଠାରୁ ଆରମ୍ଭ କରି ହଜାର ହଜାର ରାଉଣ୍ଡ ବୁଲେଟ, ହ୍ୟାଣ୍ଡକଫ୍, ବ୍ୟାଟନ, ଚାରି ପାଦିଆ ବମ୍ବ ଡିଟେକ୍ଟର, ଏକ କଣ୍ଟ୍ରୋଲ ରୁମ ଏବଂ ଏକ ପାରାଲାଲ କମ୍ୟୁନିକେସନ ସିଷ୍ଟମ।

ଭାରତରେ ଆମେରିକାର ନିଜ କଣ୍ଟ୍ରୋଲ ରୁମ୍
ଆମେରିକା ରାଷ୍ଟ୍ରପତି ଯୁଆଡେ ବି ଯାଆନ୍ତି ତାଙ୍କ ସହ ହ୍ୱାଇଟ୍ ହାଉସର ସୁରକ୍ଷା ବଳ ରହିଥାନ୍ତି । ନୂଆଦିଲ୍ଲୀରେ ଏକ କଣ୍ଟ୍ରୋଲ ରୁମ୍ ମଧ୍ୟ ହୋଇଛି। ଯେଉଁଠୁ ବାଇଡେନଙ୍କ ଯାତୟାତ ରୁଟ୍ ଉପରେ ନଜର ରଖାଯିବ। ବାଇଡେନଙ୍କ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା ହେଉଥିବାବେଳେ ତାଙ୍କର ପାଖେ ପାଖେ ରହି ସୁରକ୍ଷା ଦେବେ ସବୁଠାରୁ ଅଧିକ ପ୍ରଶିକ୍ଷିତ ଏବଂ ସର୍ବାଧିକ ଫିଟ ଅଫିସର ଯାହାଙ୍କ ବୟସ ୨୧ ବର୍ଷରୁ ୨୮ ବର୍ଷ ମଧ୍ୟରେ ହୋଇଥିବ। ସେହି ଅଫିସରଙ୍କ ନିକଟରେ ଏମ୪, ଗ୍ଲକ ପରି ପିସ୍ତଲ, ଲଙ୍ଗରେଞ୍ଜ, ସର୍ଟରେଞ୍ଜ ଅସ୍ତ୍ରଶସ୍ତ୍ର ରହିବ। ସେହିପରି ସେମାନଙ୍କ ନିକଟରେ ରହିବ ବୁଲେଟ ପ୍ରୁଫ ବ୍ୟବସ୍ଥା।