Ganesh Chaturthi 2023: ୩ ହଜାର ନଡ଼ିଆରେ ୧୨ ଫୁଟ ଉଚ୍ଚତାର ଗଣେଶ ମୂର୍ତ୍ତି
Advertisement
Article Detail0/zeeodisha/odisha1871394

Ganesh Chaturthi 2023: ୩ ହଜାର ନଡ଼ିଆରେ ୧୨ ଫୁଟ ଉଚ୍ଚତାର ଗଣେଶ ମୂର୍ତ୍ତି

Ganesh Chaturthi 2023: ନାଗପୁରର କାରିଗର ୩ ହଜାର ନଡ଼ିଆରେ ଭଗବାନ ଶ୍ରୀ ଗଣେଶଙ୍କର ଏକ ନିଆରା ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି। ଏହି ମୂର୍ତ୍ତିଟିରର ଲମ୍ବ ୧୨ ଫୁଟ ଏବଂ ମୋଟେଇ ପାଖାପାଖି ୧୦ ଫୁଟ । ଏହି ପ୍ରତିମାଟିକୁ ନେଇ ଖୁବ ଚର୍ଚ୍ଚା ଆଲୋଚନା ଚାଲିଛି ।

Ganesh Chaturthi 2023: ୩ ହଜାର ନଡ଼ିଆରେ ୧୨ ଫୁଟ ଉଚ୍ଚତାର ଗଣେଶ ମୂର୍ତ୍ତି

Ganesh Chaturthi 2023: ସାରା ଦେଶରେ ସେପ୍ଟେମ୍ୱର ୧୯ ତାରିଖରେ ପାଳନ କରାଯିବ ବିଘ୍ନ ବିନାଶକ ଶ୍ରୀ ଗଜାନନଙ୍କ ପୂଜା । ସେଥିପାଇଁ ସବୁଠି ବର୍ତ୍ତମାନ ଉତ୍ସବର ମାହୋଲ । ବିଶେଷ କରି ମହାରାଷ୍ଟ୍ର (maharashtra)ରେ ପ୍ରଭୁ ଗଜାନନଙ୍କ ପୂଜା ବଡ଼ ଧୁମଧାମରେ ଅନୁଷ୍ଠିତ ହୋଇଥାଏ । ମହାରାଷ୍ଟ୍ର ସମେତ ସମଗ୍ର ଦେଶର ବିଭିନ୍ନ ସ୍ଥାନରେ ମୂର୍ତ୍ତିକୁ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର । ଅନେକ ସ୍ଥାନରେ ପ୍ରତିବର୍ଷ ଭିନ୍ନ ଭିନ୍ନ ଶୈଳୀରେ ଶ୍ରୀ ଗଣେଶଙ୍କ ମୂର୍ତ୍ତି ନିର୍ମାଣ କରାଯାଇଥାଏ । ନାଗପୁରରେ ବିଭିନ୍ନ ସ୍ଥାନରେ ଗଜାନନଙ୍କ ବିଶାଳ ମୂର୍ତ୍ତି ଗୁଡିକ ତିଆରି କରାଯାଇଥାଏ । ବର୍ତ୍ତମାନ ନାଗପୁରର ଜଣେ ଶିଳ୍ପୀ ନଡିଆରେ ପ୍ରଭୁ ଶ୍ରୀ ଗଣେଶଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିବାରେ ଲାଗିଛନ୍ତି । ମୂର୍ତ୍ତି ତିଆରିରେ ବ୍ୟବହୃତ ହୋଇଛି ସମୁଦାୟ ୩ ହଜାର ନଡିଆ (coconut) । ଏହି ପ୍ରତିମାଟି ସ୍ଥାନୀୟ ଏକ ମନ୍ଦିର ଟ୍ରଷ୍ଟ ଦ୍ୱାରା ନିର୍ମାଣ କରାଯାଉଛି ।  ଏହି ମୂର୍ତ୍ତିଟିକୁ ନିର୍ମାଣ କରିବା ପାଇଁ କାରିଗରଙ୍କୁ ୨୪ ଘଣ୍ଟା ଧରି ପରିଶ୍ରମ (Hard work) କରିବାକୁ ପଡୁଥିଲା । ସମୁଦାୟ ୨୦ ଦିନ ଲାଗିଥିଲା ମୂର୍ତ୍ତିଟିକୁ ଗଢିବାକୁ ।

ଆପଣଙ୍କୁ କହିରଖିବାକୁ ଚାହିଁବୁ ଯେ, ନିର୍ମିତ ପ୍ରତିମୂର୍ତ୍ତି (Statue)ର ଲମ୍ବ ୧୨ ଫୁଟ ଏବଂ ଚଉଡା ପାଖାପାଖି ୧୦ ଫୁଟ । ଶ୍ରୀ ଗଣେଶଙ୍କ ଏହି ମୂର୍ତ୍ତିଟିକୁ ତିଆରି କରିଥିବା ଶିଳ୍ପୀଙ୍କ କହିବା ଅନୁଯାୟୀ, ଏପରି ଏକ ନିଆରା ମୂର୍ତ୍ତି ତିଆରି କରିବା ଏକ ବଡ଼ ଚ୍ୟାଲେଞ୍ଜ୍ ଥିଲା । ଶିଳ୍ପୀ ଏହା ମଧ୍ୟ କହିଛନ୍ତି ଯେ, 'ଏହି ମୂର୍ତ୍ତି ତିଆରି କରିବାରେ ବିଭିନ୍ନ ପ୍ରକାରର ନଡ଼ିଆ ବ୍ୟବହାର କରାଯାଇଛି । ମୂର୍ତ୍ତୀର କିଛି ସ୍ଥାନରେ ଛୋଟ ନଡ଼ିଆ ଏବଂ ଅନ୍ୟ କିଛି ସ୍ଥାନରେ ବଡ଼ ନଡ଼ିଆ ଲଗାଯାଇଛି । ମୂର୍ତ୍ତିର କିଛି ସ୍ଥାନରେ ନଡ଼ିଆ ଚୋପା ମଧ୍ୟ ବ୍ୟବହାର କରାଯାଇଛି । ଗଣେଶ ମୂର୍ତ୍ତି (Ganesh idol)କୁ ତିଆରି କରିଥିବା ଶିଳ୍ପୀ କହିଛନ୍ତି ଯେ, ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ଆମେ ଏପରି ଏକ ଅନନ୍ୟ ଶ୍ରୀ ଗଣେଶଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛୁ ।

ମୂର୍ତ୍ତି ଗଢୁଥିବା କାରିଗର ଏହା ମଧ୍ୟ କହିଛନ୍ତି ଯେ, ଯେଉଁ ନଡ଼ିଆରେ ଭଗବାନ ଶ୍ରୀ ଗଣେଶଙ୍କ ମୂର୍ତ୍ତି ପ୍ରସ୍ତୁତ କରାଯାଇଛି ସେଥିରେ ଭାରତର ପ୍ରସିଦ୍ଧ ଗଣେଶ ମନ୍ଦିର ଟେକରିରୁ ୬ଟି ନଡିଆ ବ୍ୟବହୃତ ହୋଇଛି । ଉକ୍ତ ନଡିଆ ମଧ୍ୟରୁ ଉଭୟ ବାହୁରେ ଗୋଟିଏ ଗୋଟିଏ ନଡ଼ିଆ । ଦୁଇ ଗୋଡରେ ଦୁଇଟି ନଡ଼ିଆ । ପ୍ରଭୁ ଗଣେଶଙ୍କ ପେଟରେ ଗୋଟିଏ ନଡ଼ିଆ ବ୍ୟବହାର କରାଯାଇଛି। ମନ୍ଦିରରୁ ପ୍ରସାଦ ଭାବରେ ମିଳିଥିଲା ଉକ୍ତ ନଡିଆ ଗୁଡିକ । ସେହି ନଡ଼ିଆକୁ ଏହି ପ୍ରତିମୂର୍ତ୍ତିରେ ବ୍ୟବହାର କରାଯାଇଛି । ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ନାଗପୁର (Nagpur)ର ଏହି ସ୍ଥାନରୁ ଅନେକ ମୂର୍ତ୍ତି ବିଦେଶକୁ ମଧ୍ୟ ଯାଇଥାଏ । ନାଗପୁରର ଏହି ବଜାରରେ ୬ ଇଞ୍ଚରୁ ୨୨ ଫୁଟ ପର୍ଯ୍ୟନ୍ତ ଭଗବାନ ଗଣେଶଙ୍କ ମୂର୍ତ୍ତି ତିଆରି କରାଯାଉଥିବା ଦେଖିବାକୁ ମିଳିଥାଏ । ଦୂର ସ୍ଥାନରୁ ଅନେତ ଲୋକ ଏଠାକୁ ମୂର୍ତ୍ତି କିଣିବାକୁ ଆସିଥାନ୍ତି । କେବଳ ଗଣେଶ ପୂଜା ସମୟରେ ନୁହେଁ ବରଂ ବର୍ଷକ ବାର ମାସରେ ପ୍ରତିଟି ପର୍ବରେ ଏଠାକୁ ଲୋକମାନେ ମୂର୍ତ୍ତି ନେବା ପାଇଁ ଆସିଥାନ୍ତି । ଅନ୍ୟ ସ୍ଥାନ ଅପେକ୍ଷା ଶସ୍ତାରେ ଏଠାରେ ମୂର୍ତ୍ତି ମିଳିଥାଏ ବୋଲି ଲୋକମାନେ କୁହନ୍ତି । ଏଥିସହ ଏଠାକାର କାରିଗରଙ୍କ କାରୁକାର୍ଯ୍ୟ ଲୋକଙ୍କୁ ଖୁବ ଆକର୍ଷିତ କରିଥାଏ ବୋଲି ମଧ୍ୟ କୁହାଯାଇଥାଏ । ନାଗପୁରକୁ କେହି କେହି ମୂର୍ତ୍ତର ସହର ମଧ୍ୟ କହିଥାନ୍ତି ।

Also Read- Ira Khan Wedding: ବଲିଉଡ ସୁପରଷ୍ଟାର ଆମୀର ଖାନଙ୍କ ଘରେ ବାଜିବ ଶାହାନାଇ, ଜାଣନ୍ତୁ ଇରାଙ୍କ ବାହାଘର କେବେ