Gold Rate Today: ଖସିଲା ସୁନା ଦର, ଆପଣଙ୍କ ସହରରେ କେତେ ଅଛି ଦାମ୍ କରନ୍ତୁ ଚେକ୍
Advertisement
Article Detail0/zeeodisha/odisha2063712

Gold Rate Today: ଖସିଲା ସୁନା ଦର, ଆପଣଙ୍କ ସହରରେ କେତେ ଅଛି ଦାମ୍ କରନ୍ତୁ ଚେକ୍

Gold Rate Today: ବାହାଘର ସିଜିନ୍ ପାଇଁ ସୁନା ସମସ୍ତେ କିଣିବାକୁ ଆଗ୍ରହୀ । ସୁନାର ଦର ଦିନକୁ ଦିନ ବଢି ଚାଲିଛି। କିନ୍ତୁ ଆଜି ଅର୍ଥାତ୍ ସପ୍ତାହର ତୃତୀୟ ଦିନରେ ଶସ୍ତା ହୋଇଛି ସୁନା (Gold Price Today)। ଯାହା ଗ୍ରାହକଙ୍କ ପାଇଁ ଖୁସି ଖବର।  ଯଦି ଆପଣ ଆଜି ସୁନା-ଗହଣା କିଣିବାକୁ ଯୋଜନା କରୁଛନ୍ତି । ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଯଦି ଆପଣ ଆଜି ସୁନା କିଣିବାକୁ ଯାଉଛନ୍ତି । ତେବେ ନଜର ପକାନ୍ତୁ ଆଜି କେଉଁ ସହରରେ କେତେ ରହିଛି ସୁନା-ରୂପା ରେଟ୍।

Gold Rate Today: ଖସିଲା ସୁନା ଦର, ଆପଣଙ୍କ ସହରରେ କେତେ ଅଛି ଦାମ୍ କରନ୍ତୁ ଚେକ୍

Gold Rate Today: ବାହାଘର ସିଜିନ୍ ପାଇଁ ସୁନା ସମସ୍ତେ କିଣିବାକୁ ଆଗ୍ରହୀ । ସୁନାର ଦର ଦିନକୁ ଦିନ ବଢି ଚାଲିଛି। କିନ୍ତୁ ଆଜି ଅର୍ଥାତ୍ ସପ୍ତାହର ତୃତୀୟ ଦିନରେ ଶସ୍ତା ହୋଇଛି ସୁନା (Gold Price Today)। ଯାହା ଗ୍ରାହକଙ୍କ ପାଇଁ ଖୁସି ଖବର।  ଯଦି ଆପଣ ଆଜି ସୁନା-ଗହଣା କିଣିବାକୁ ଯୋଜନା କରୁଛନ୍ତି । ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଯଦି ଆପଣ ଆଜି ସୁନା କିଣିବାକୁ ଯାଉଛନ୍ତି । ତେବେ ନଜର ପକାନ୍ତୁ ଆଜି କେଉଁ ସହରରେ କେତେ ରହିଛି ସୁନା-ରୂପା ରେଟ୍। ଆଜି ସର୍ବ ଭାରତୀୟ ବଜାରରେ(Indian Market) ୨୨ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୫୭,୭୦୦ ଟଙ୍କା ରହିଛି ଯାହାକି ଗତ କାଲି ଅପେକ୍ଷା ୩୫୦ ଟଙ୍କା ହ୍ରାସ ପାଇଛି। ସେହିପରି ୧୦ ଗ୍ରାମ ପ୍ରତି ୨୪ କ୍ୟାରେଟ ସୁନା ମୂଲ୍ୟ ରହିଛି ୬୨,୯୫୦ ଯାହା କି ଗତ କାଲି ଥିଲା ୬୩,୪୪୦ ।

ତେବେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ(Bhubaneswar) ଏବେ ଦଶ ଗ୍ରାମ ପ୍ରତି ୨୨ କ୍ୟାରେଟ ସୁନା ମୁଲ୍ୟ ୫୭,୭୦୦ ଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୬୨,୯୫୦ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ରହିଛି ୪୭,୨୧୦ ଟଙ୍କା ରହିଛି। ସମାନ ଭାବରେ ମାୟାନଗରୀ ମୁମ୍ବାଇରେ ମଧ୍ୟ ସୁନା ଭରି ୨୨ କ୍ୟାରେଟର ଦାମ୍ ୫୭,୭୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୬୨,୯୫୦ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ରହିଛି ୪୭,୨୧୦ ଟଙ୍କା ରହିଥିବା ଦେଖିବାକୁ ମିଳିଛି।

ସେହିପରି ଦକ୍ଷିଣ ଭାରତ ପ୍ରମୁଖ ସହର ଭାବରେ ଜଣାଶୁଣା ଚେନ୍ନାଇରେ(Chennai) ୨୨ କ୍ୟାରେଟର ସୁନା ଦାମ୍ ୫୮,୧୦୦  ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୬୩,୩୮୦ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ୪୮,୫୯୦ ଟଙ୍କା ରହିଛି । ସେହିପରି ଦେଶର ରାଜଧାନୀ ନୂଆ ଦିଲ୍ଲୀରେ ୨୨ କ୍ୟାରେଟର ଦାମ୍ ୫୭,୮୫୦  ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୬୩,୧୦୦ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ୪୭,୩୩୨ ଟଙ୍କା ରହିଛି। ସେହିପରି ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ(Kolkata) ଯଥାକ୍ରମେ ୨୨ କ୍ୟାରେଟ ସୁନାର ଦାମ୍ ୫୮,୧୫୦ ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୬୩,୪୪୦ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ୪୭,୫୮୦ ଟଙ୍କା ରହିଛି ।

Also Read: Gold Rate Today: ଖସିଲା ସୁନା ଦର, କିଣିବାକୁ ଯୋଜନା ଥିଲେ ଚେକ୍ କରନ୍ତୁ ରେଟ୍