Paytm କଲା ମାଲାମାଲ୍ ! FD ଠାରୁ ଅଧିକ ରିଟର୍ଣ୍ଣ ଗୋଟିଏ ଦିନରେ
Advertisement
Article Detail0/zeeodisha/odisha1814753

Paytm କଲା ମାଲାମାଲ୍ ! FD ଠାରୁ ଅଧିକ ରିଟର୍ଣ୍ଣ ଗୋଟିଏ ଦିନରେ

Paytm: ଷ୍ଟକ ମାର୍କେଟର ଆଜି ଏହି ଖବର ଅନେକ ନିବେଶକାରୀଙ୍କୁ ଖୁସି ଦେଇଛି ।

Paytm କଲା ମାଲାମାଲ୍ ! FD ଠାରୁ ଅଧିକ ରିଟର୍ଣ୍ଣ ଗୋଟିଏ ଦିନରେ

Paytm: ଡିଜିଟାଲ କାରବାର ପାଇଁ ବର୍ତ୍ତମାନ ଅଧିକାଂଶ ବ୍ୟକ୍ତି ପେଟିଏମ ଉପରେ ନିର୍ଭର କରୁଛନ୍ତି । କିନ୍ତୁ ଆପଣ ଜାଣିଲେ ଖୁସି ହେବେ ଆଜି ପେଟିଏମ୍ ର ସେୟାର ହୋଲ୍ଡର (Shareholder) ମାନଙ୍କ ପାଇଁ ଅତ୍ୟନ୍ତ ଖୁସିର ଦିନ ଥିଲା । କାରଣ ଆଜି ପେଟିଏମ ଷ୍ଟକରେ ୧୧ ପ୍ରତିଶତରୁ ଅଧିକ ବ୍ୟବଧାନ ଦେଖିବାକୁ ମିଳିଥିଲା ​​। ପେଟିଏମ୍ ବ୍ରାଣ୍ଡ ଅଧୀନରେ ଲୋକଙ୍କୁ ସେବା ପ୍ରଦାନ କରୁଥିବା ଫିଣ୍ଟେକ୍ କମ୍ପାନୀ ୱାନ୯୭ କମ୍ୟୁନିକେସନର ସେୟାର ଦର ସୋମବାର ଦିନ ୧୧ ପ୍ରତିଶତରୁ ଅଧିକ ବଢିଥିବା ଦେଖିବାକୁ ମିଳିଛି । ଅନେକ ସେୟାର ହୋଲ୍ଡରଙ୍କ ମନରେ ବର୍ତ୍ତମାନ ଏହି ପ୍ରଶ୍ନ ଉଙ୍କିମାରୁଛି ଯେ, ଷ୍ଟକରେ ଏତେ ବଡ଼ ପରିବର୍ତ୍ତନ (Big changes) କାହିଁକି ହେଲା ? ତେବେ ଆସନ୍ତୁ ଜାଣିବା ଏହାର କାରଣ ।

ପେଟିଏମ କମ୍ପାନୀର ପ୍ରତିଷ୍ଠାତା ତଥା ସିଇଓ ବିଜୟ ଶେଖର ଶର୍ମା ଆଣ୍ଟଫିନ୍ ହୋଲଡିଂ ବିଭିରୁ ପେଟିଏମରେ ୧୦.୩୦ ପ୍ରତିଶତ ଅଂଶଧନ ହାସଲ କରିବେ ବୋଲି ଘୋଷଣା କରିଥିଲେ । ଏହି ଘୋଷଣା କାରଣରୁ ଷ୍ଟକ (Stock)ରେ ବୃଦ୍ଧି ଘଟିଥିବା ସୂଚନା ମିଳିଛି । ଏହି ବଡ଼ ଡିଲଟି ନଗଦବିହୀନ କାରବାର ହେବ । ବିଏସଇରେ କମ୍ପାନୀର ସେୟାର ମୂଲ୍ୟ ୧୧.୫୭ ପ୍ରତିଶତ ବୃଦ୍ଧି ପାଇବା ପରେ ବର୍ତ୍ତମାନ ଦର ରହିଛି ୮୮୭.୫୫ ଟଙ୍କା । ଆଜି ସେୟାର ହୋଲଡରଙ୍କୁ ୭ ପ୍ରତିଶତ ଲାଭ ମିଳିବା ସହିତ ଷ୍ଟକ୍ ମାର୍କେଟ (Stock market) ବନ୍ଦ ସମୟ ବେଳକୁ ଦର ଥିଲା ୮୫୧ ଟଙ୍କା ।

ମିଳିଥିବା ସୂଚନା ମୁତାବକ ଚୁକ୍ତି ଅନୁଯାୟୀ ସିଇଓ ବିଜୟ ଶେଖର ଶର୍ମା ଏହାର ୧୦୦ ପ୍ରତିଶତ ବିଦେଶୀ ସଂସ୍ଥା ରେସିଲିଏଣ୍ଟ୍ ଆସେଟ୍ ମ୍ୟାନେଜମେଣ୍ଟ ବିଭି ମାଧ୍ୟମରେ ଆଣ୍ଟଫିନ୍ ଠାରୁ ପେଟିଏମ ମାଧ୍ୟମରେ ୧୦.୩ ପ୍ରତିଶତ ଅଂଶଧନ କିଣିବାକୁ ଯାଉଛନ୍ତି । ବିଜୟ ଶର୍ମାଙ୍କୁ ହସ୍ତାନ୍ତର ହେବାକୁ ଥିବା ଅଂଶର ଆର୍ଥିକ ଅଧିକାର ଆଣ୍ଟଫିନ୍ ସହିତ ରହିବ । ଷ୍ଟକ୍ ମାର୍କେଟକୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଅଧିଗ୍ରହଣ ତଥା କାରବାର ପାଇଁ କୌଣସି ନଗଦ ଅର୍ଥ ଦିଆଯିବ ନାହିଁ । ଏଥିସହ ବିଜୟ ଶର୍ମାଙ୍କ ଦ୍ୱାରା ସିଧାସଳଖ ଭାବରେ କୌଣସି ବନ୍ଧକ, ଗ୍ୟାରେଣ୍ଟି କିମ୍ବା ଅନ୍ୟାନ୍ୟ ମୂଲ୍ୟ ନିଶ୍ଚିତତା ପ୍ରଦାନ କରାଯିବ ନାହିଁ।

ଆପଣଙ୍କୁ କହି ରଖିବାକୁ ଚାହୁଁ ଯେ, ଡିଜିଟାଲ୍ ପେମେଣ୍ଟ୍ ଆପ୍ ପେଟିଏମ୍ ଏପ୍ରିଲ୍-ଜୁନ୍ ୨୦୨୩ରେ ୩ ମାସର ଫଳାଫଳ ପ୍ରକାଶ କରିଥିଲା ​​। ଏହି ସମୟସୀମା ଅବଧିରେ ପେଏଟିଏମ କମ୍ପାନୀର କ୍ଷତି ୩୪୫୮ କୋଟି ଟଙ୍କାକୁ ଖସି ଆସିଥିଲା । ସେହିପରି ୨୦୨୨ ମସିହା ଜୁନ୍ ମାସର ୩ ମାସିଆ ଫଳାଫଳ ରିପୋର୍ଟ ଅନୁଯାୟୀ ପୂର୍ବରୁ କମ୍ପାନୀର ୬୪୫ କୋଟି ଟଙ୍କା କ୍ଷତି ଘଟିଛି। ଅପରେଟିଂ ଆୟ ବଢିବା କାରଣରୁ କ୍ଷତି କମ ହୋଇଛି ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ଅପରେଟିଂ କାରବାରରେ ଆୟ ୩୯.୪ ପ୍ରତିଶତ ବଢିବା ସହ ୨୩୪୧.୬ କୋଟି ଛୁଇଁଛି । ପୂର୍ବରୁ ୨୦୨୨ ଜୁନ୍ ମାସରେ ୩ ମାସିଆ ଫଳାଫଳରେ ଏହା ୧୬୭୯ କୋଟି ଟଙ୍କା ଥିଲା । ପେଟିଏମ୍ ପ୍ରସ୍ତୁତ କରିଥିବା ତଥା ଉପସ୍ଥାପିତ ଫଳାଫଳ ଗୁଡିକ ପରେ, ବ୍ରୋକରେଜ ହାଉସ୍ କ୍ରେଡିଟ୍ ସୁଇସ୍ ଷ୍ଟକ୍ ଉପରେ ଏକ କ୍ରୟ ମୂଲ୍ୟାୟନ ଦେଇଥିଲା । ଯାହା ପରେ ଧାର୍ଯ୍ୟ ମୂଲ୍ୟକୁ ୮୫୦ଟଙ୍କାରୁ ସେୟାର ପିଛା ୧,୦୫୦ ଟଙ୍କାକୁ ବୃଦ୍ଧି ପାଇଥିଲା ।

ଅନ୍ୟପଟେ ସେୟାର ବଜାରରେ ପେଟିଏମରେ ନିବେଶ କରିଥିବା ଗ୍ରାହକ ଆଜି ନିଜର ନିବେଶ ଉପରେ ବଡ଼ ଲାଭ ପାଇଛନ୍ତି । ଆଗକୁ ସେୟାର ମାର୍କେଟର ସ୍ଥିତି କଣ ହେବ ସେନେଇ ଏକ୍ସପର୍ଟମାନେ ତର୍ଜମା କରିବା ଆରମ୍ଭ କରିଦେଇଛନ୍ତି ।

Also Read- Income Tax: ଫେରସ୍ତକୁ ଅପେକ୍ଷା କରୁଥିବା ଲୋକଙ୍କ ପାଇଁ ବଡ଼ ଅପଡେଟ୍ ! ଜାଣି ରଖନ୍ତୁ ଏହି କଥା