HBD Google: ଜାଣିଛନ୍ତି କି? କାହିଁକି ଜନ୍ମଦିନ ପାଳନ ପାଇଁ ସେପ୍ଟେମ୍ବର ୨୭କୁ ବାଛିଥିଲା କମ୍ପାନୀ
Advertisement

HBD Google: ଜାଣିଛନ୍ତି କି? କାହିଁକି ଜନ୍ମଦିନ ପାଳନ ପାଇଁ ସେପ୍ଟେମ୍ବର ୨୭କୁ ବାଛିଥିଲା କମ୍ପାନୀ

Google's Birthday: ସାରା ବିଶ୍ୱରେ କୋଟି କୋଟି ଉପଭୋକ୍ତା ବ୍ୟବହାର କରୁଥିବା ଏହି ସର୍ଚ୍ଚ ଇଞ୍ଜିନ୍ ଗୁଗୁଲ୍ ର ଆଜି ହେଉଛି ୨୫ତମ ଜନ୍ମଦିନ। ପ୍ରତିବର୍ଷ ଭଳି ଜନ୍ମଦିନ ଅବସରରେ କମ୍ପାନୀ ଏହାର ଡୁଡଲ୍ ଅପଡେଟ୍ କରିଛି । 

ସୌ(ସୋସିଆଲ ମିଡିଆ)

Google's 25th Birthday: ଇଣ୍ଟରନେଟ୍ ସର୍ଚ୍ଚ ଇଞ୍ଜିନ୍ (Search Engine) ଭାବେ ଗୁଗୁଲ (Google) ଦୁନିଆର ସବୁଠୁ ବଡ଼ ଓ ଲୋକପ୍ରିୟ ପ୍ଲାଟଫର୍ମ ଅଟେ । ସାରା ବିଶ୍ୱରେ କୋଟି କୋଟି ଉପଭୋକ୍ତା ବ୍ୟବହାର କରୁଥିବା ଏହି ସର୍ଚ୍ଚ ଇଞ୍ଜିନ୍ ଗୁଗୁଲ୍ ର ଆଜି ହେଉଛି ୨୫ତମ ଜନ୍ମଦିନ (Google's 25th Birthday)। ପ୍ରତିବର୍ଷ ଭଳି ଜନ୍ମଦିନ ଅବସରରେ କମ୍ପାନୀ ଏହାର ଡୁଡଲ୍ (Doodle) ଅପଡେଟ୍ କରିଛି । ଯଦିଓ ଗୁଗୁଲର ଆରମ୍ଭ ଏକ ରିସର୍ଚ ପ୍ରୋଜେକ୍ଟ ଭାବେ ହୋଇଥିଲା କିନ୍ତୁ ପରେ ଏହା ସାରା ବିଶ୍ବ ପାଇଁ ଏକ ବରଦାନ ପାଲଟିଛି ।  

୧୯୯୮ ମସିହାରେ କାଲିଫର୍ଣ୍ଣିଆର ଷ୍ଟନଫୋର୍ଡ ୟୁନିଭରସିଟିର ଦୁଇ ଛାତ୍ର ଲ୍ୟାରି ପେଜ୍ (Larry Page) ଓ ସର୍ଗି ବ୍ରିନଙ୍କ (Sergey Brin) ଦ୍ବାରା ଗୁଗୁଲ ଆବିଷ୍କୃତ ହୋଇଥିଲା। ଉଭୟେ Google.stanford.edu ଠିକଣାରେ ଏକ ଇଣ୍ଟରନେଟ୍ ସର୍ଚ୍ଚ ଇଞ୍ଜିନ୍ (Internet Search Engines) ତିଆରି କରିଥିଲେ । ଏହାକୁ ଆନୁଷ୍ଠାନିକ ଭାବେ ଲଞ୍ଚ କରିବା ପୂର୍ବରୁ, ଲ୍ୟାରି ଓ ବ୍ରିନ୍ ଏହାର ନାମ ବ୍ୟାକ୍ରରବ (Backrub) ରଖିଥିଲେ । ପରେ ଏହାର ନାମ ଗୁଗୁଲ ରଖାଯାଇଥିଲା ।

ଏହି କାରଣରୁ କମ୍ପାନୀକୁ ମିଳିଥିଲା ସଫଳତା

ଗୁଗୁଲ ଲୋକପ୍ରିୟ ହେବାର ଦୁଇଟି ମୁଖ୍ୟ କାରଣ ହେଉଛି, କ୍ଲିନ୍ ୟୁଜର୍ସ ଇଣ୍ଟରଫେସ୍ ଓ ବେଷ୍ଟ ସର୍ଚ୍ଚ ରେଜଲ୍ଟ । ଏହି ଦୁଇଟି କାରଣ ହେତୁ କମ୍ପାନୀ ଲୋକପ୍ରିୟତା ହାସଲ କରିଥିଲା । ପରେ ଏହାର ଅଭିବୃଦ୍ଧି ହୋଇଥିଲା । କମ୍ପାନୀକୁ ପାଣ୍ଠି ମିଳିବା ପରେ ଗୁଗୁଲ ନୂତନ ପ୍ରଡ଼କ୍ଟ ଓ ସେବା ପ୍ରଦାନ କରିବା ଆରମ୍ଭ କରିଥିଲା । ଏହିପରି ଭାବେ ଗୁଗୁଲ ସମଗ୍ର ବିଶ୍ବ ବଜାରରେ ନିଜର ପ୍ରାଧାନ୍ୟ ବିସ୍ତାର କରିଥିଲା । କମ୍ପାନୀ ଜିମେଲ (Gmail), ୟୁଟ୍ୟୁବ (Youtube) ସହିତ ମୋବାଇଲ୍ ପାଇଁ ଆଣ୍ଡ୍ରଏଡ୍ ସିଷ୍ଟମ୍ (Mobile Android System) ଲଞ୍ଚ କରି ନିଜର ନୂତନ ପରିଚୟ ସୃଷ୍ଟି କରିଥିଲା ​। ଆଜି ପ୍ରତ୍ୟେକ ବର୍ଗର ଲୋକେ ଏହି ସେବା ବ୍ୟବହାର କରୁଛନ୍ତି । ନିକଟରେ କମ୍ପାନୀ ଏକ ଗୁଗୁଲ୍ ବର୍ଡ଼ (Google Bard) ମଧ୍ୟ ଲଞ୍ଚ କରିଛି ଯାହା ଏକ AI ଉପକରଣ ଅଟେ । ଯାହା ସାହାଯ୍ୟରେ ବ୍ରାଉଜିଂ ଅଭିଜ୍ଞତା ମଧ୍ୟ ପରିବର୍ତ୍ତନ ହେବାକୁ ଯାଉଛି ।

ବାରମ୍ବାର ପରିବର୍ତ୍ତନ ହୋଇଥିଲା ଗୁଗୁଲର ଜନ୍ମ ତାରିଖ

ଗୁଗୁଲର ଜନ୍ମଦିନ ପୂର୍ବରୁ ଭିନ୍ନ ଭିନ୍ନ ତାରିଖରେ ପାଳନ କରାଯାଉଥିଲା । ପ୍ରଥମେ ସେପ୍ଟେମ୍ବର ୭ ପରେ ୮ ଓ ୨୬ରେ ଗୁଗୁଲର ଜନ୍ମଦିନ ପାଳନ କରାଯାଇଥିଲା । ଏହାପରେ କମ୍ପାନୀ ସେପ୍ଟେମ୍ବର ୨୭ ତାରିଖରେ ଆନୁଷ୍ଠାନିକ ଭାବେ ଗୁଗୁଲର ଜନ୍ମଦିନ ପାଳନ କରିବାକୁ ଘୋଷଣା କରିଥିଲା । କାରଣ ଏହି ଦିନ ଗୁଗୁଲ ଏହାର ସର୍ଚ୍ଚ ଇଞ୍ଜିନରେ ପୃଷ୍ଠା ସର୍ଚ୍ଚ ନମ୍ବରରେ ନୂତନ ରେକର୍ଡ ସୃଷ୍ଟି କରିଥିଲା। ଏହାର ଅର୍ଥ ୧,୨,୩,୪ ଯାହା ଆମେ ଗୁଗୁଲ୍ ପେଜରେ ତଳେ ଦେଖିବାକୁ ପାଇଥାଉ ।

​ଏହା ବି ପଢନ୍ତୁ-Fire Mishap: ଖୁସିରେ ଗ୍ରହଣ! ବାହାଘର ବେଳେ ଜଳିଗଲେ ବର, କନ୍ୟା ସମେତ ୧୦୦ ଜଣ

​ଏହା ବି ପଢନ୍ତୁ-Train Accident: ଭୟଙ୍କର ଦୁର୍ଘଟଣା! ହଠାତ୍ ଟ୍ରାକ୍ ଛାଡ଼ି ପ୍ଲାଟଫର୍ମ ଉପରକୁ ଚଢିଗଲା ଟ୍ରେନ୍