Green Highway Corridor: ରାଜପଥରେ ବିକଶିତ ହେବ ଜଙ୍ଗଲ; ମିଳିବ ଲଙ୍ଗ ଡ୍ରାଇଭ ବେଳେ ଆଖିକୁ ମିଳିବ ଆଶ୍ୱସ୍ତି
Advertisement
Article Detail0/zeeodisha/odisha1801862

Green Highway Corridor: ରାଜପଥରେ ବିକଶିତ ହେବ ଜଙ୍ଗଲ; ମିଳିବ ଲଙ୍ଗ ଡ୍ରାଇଭ ବେଳେ ଆଖିକୁ ମିଳିବ ଆଶ୍ୱସ୍ତି

Miyawaki Technique of Plantation: ମିୟାୱାକି ବୃକ୍ଷରୋପଣ ପଦ୍ଧତି ଅବଲମ୍ବନ  କରି ଦିଲ୍ଲୀ-ଗୁରୁଗ୍ରାମ ରାଜପଥରେ ବିକଶିତ କରାଯିବ ସବୁଜିମା। ଏହି କୌଶଳ ବ୍ୟବହାର କରି କୌଣସି ଏକ ସ୍ଥାନରେ ଏକ ଛୋଟ ବଗିଚା କିମ୍ବା ଜଙ୍ଗଲ ବିକଶିତ କରାଯାଇ ପାରିବ।

 

Green Highway Corridor: ରାଜପଥରେ ବିକଶିତ ହେବ ଜଙ୍ଗଲ;  ମିଳିବ ଲଙ୍ଗ ଡ୍ରାଇଭ ବେଳେ ଆଖିକୁ ମିଳିବ ଆଶ୍ୱସ୍ତି

Dwarka Expressway NH-48: ଯେତେବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ନୂତନ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥାଏ, ସେତେବେଳେ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ମନ୍ତ୍ରଣାଳୟର ନାଁ ସର୍ବପ୍ରଥମେ ଆଗକୁ ଆସିଥାଏ। ଏହାର କାରଣ ହେଉଛି ସଡ଼କ ପରିବହନ ମନ୍ତ୍ରଣାଳୟ ଅଧିନସ୍ଥ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଏକ୍ସପ୍ରେସୱେ କିମ୍ବା ରାଜପଥ ନିର୍ମାଣ କରିବା ବେଳେ ଜନ ସାଧାରଣଙ୍କୁ ନୂତନ ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ 'ନୂତନ ଚିନ୍ତାଧାରା-ନୂତନ ଆଭିମୁଖ୍ୟ' ଅଭିଯାନରେ ନିରନ୍ତର ପରୀକ୍ଷଣ କରୁଛି। ଏହି କ୍ରମରେ ୪୮ ନମ୍ବର ଜାତୀୟ ରାଜପଥର ଏକ ବୃହତ ଅଂଶରେ ସବୁଜିମାକୁ ପ୍ରୋତ୍ସାହିତ କରିବାକୁ ନିଷ୍ପତ୍ତି ନିଆଯାଇଛି।

୪୮ ନମ୍ବର ଜାତୀୟ ରାଜପଥରେ ସୃଷ୍ଟି ହେବ ଜଙ୍ଗଲ
ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (National Highways Authority of India) ଏନଏଚଏଆଇ (NHAI) ଅନୁଯାୟୀ ବର୍ତ୍ତମାନ ମିଆୱାକି ଜ୍ଞାନକୌଶଳ (Miyawaki Technique) ମାଧ୍ୟମରେ ୪୮ ନମ୍ବର ଜାତୀୟ ରାଜପଥରେ (National Highway 48) ବିକଶିତ କରାଯିବ ଚାରୋଟି ଛୋଟ ଜଙ୍ଗଲ। ଦ୍ୱାରକା ଏକ୍ସପ୍ରେସୱେ ଯାଞ୍ଚ କରିବାବେଳେ ଏନଏଚଏଆଇ ଚେୟାରମ୍ୟାନ୍ ସାନ୍ତୋଷ କୁମାର ଯାଦବ କହିଛନ୍ତି ଯେ ଦ୍ୱାରକା ଏକ୍ସପ୍ରେସୱେ ଖୋଲିବା ଦ୍ୱାରା ଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର (Indira Gandhi International Airport Delhi) ଏବଂ ଗୁରୁଗ୍ରାମ (Gurugram) ମଧ୍ୟରେ ସଂଯୋଗ ସେବାରେ ଉନ୍ନତି ହେବ।

Also Read: Jungle Safari on Road: ଘଞ୍ଚ ଜଙ୍ଗଲ ଦେଇ ଯିବ ଏହି ରାସ୍ତା, ୧୨ କିଲୋମିଟର ପର୍ଯ୍ୟନ୍ତ ଦେଖାଯିବ ସିଂହ ସହ ଚିତାବାଘ ଏବଂ ହାତୀ, ଜାଣନ୍ତୁ ଏହା ବିଷୟରେ...

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଦିଲ୍ଲୀ ସ୍ଥିତ ମହିପାଲପୁର (Mahipalpur Area Delhi) ଠାରୁ ଗୁରୁଗ୍ରାମ ଖେଡକି ଦୌଲାକୁ (Kherki Daula Gurugram) ପରସ୍ପର ସହ ଯୋଡିବା ନିର୍ମିତ ହେଉଥିବା ଦ୍ୱାରକା ଏକ୍ସପ୍ରେସୱେ (Dwarka Expressway) ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଏକ୍ସପ୍ରେସୱେ ପାଇଁ ବାଜଘେଡା ଠାରୁ ଏନଏଚ-୪୮ (NH48) ଠାରେ ନିର୍ମାଣ ହେବାକୁ ଥିବା କ୍ଲୋଭର ଲିଭ ଠାରେ ଚାରୋଟି ଛୋଟ ଜଙ୍ଗଲ ବିକଶିତ କରାଯିବ। ଏହି ପ୍ରକଳ୍ପ ରାସ୍ତାର ପ୍ରାୟ ୧୯ କିଲୋମିଟର ଅଂଶ ହରିୟାଣା ସୀମାରେ ରହିଥିବା ବେଳେ ପ୍ରାୟ ୧୦ କିଲୋମିଟର ଅଂଶ ଦିଲ୍ଲୀରେ ରହିଛି।

"ରାସ୍ତାରେ ବଢିବ ସବୁଜିମା, ଆଖି ଥଣ୍ଡା ହେବ"
ମିଆୱାକି ଜ୍ଞାନକୌଶଳ ସହିତ ଏତେ ଲମ୍ବା ମାର୍ଗରେ ଏକ ଛୋଟ ଜଙ୍ଗଲ ବିକଶିତ କରାଯିବ। ଏହି ପଦ୍ଧତିରେ ଉଦ୍ଭିଦ ପରସ୍ପର ଠାରୁ ବହୁତ କମ୍ ଦୂରତାରେ ରୋପଣ କରାଯାଏ। ଏହି କୌଶଳରେ, ସ୍ଥାନୀୟ ମାଟିରେ ସହଜରେ ବଢୁଥିବା ଉଦ୍ଭିଦ ପ୍ରଜାତି ଉପରେ ଗୁରୁତ୍ୱ ଦିଆଯାଏ। ଆପଣଙ୍କୁ କହିରଖୁଛୁ ଯେ ମିୟାୱାକି ବୃକ୍ଷରୋପଣ (Miyawaki Technique of Plantation) ଏକ ପ୍ରସିଦ୍ଧ ଜାପାନୀ ବୃକ୍ଷ କୌଶଳ (Japanese Technique of Plantation)। ଏହି କୌଶଳ ବ୍ୟବହାର କରି ସର୍ବନିମ୍ନ ସ୍ଥାନକୁ ଏକ ଛୋଟ ବଗିଚା କିମ୍ବା ଜଙ୍ଗଲରେ ପରିଣତ କରାଯାଇ ପାରିବ।