ଆତଙ୍କୀ ପନ୍ନୁର ଧମକ: ୨୬ରେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଚାଲିବ ଗୁଳି !
Advertisement
Article Detail0/zeeodisha/odisha2062473

ଆତଙ୍କୀ ପନ୍ନୁର ଧମକ: ୨୬ରେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଚାଲିବ ଗୁଳି !

Gurpatwant Singh Pannun: ଜାନୁୟାରୀ ୨୬ ତାରିଖରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ସିଂ ମାନଙ୍କୁ ହତ୍ୟା କରିବାକୁ ଧମକ ଦେଇଛି ଖଲିସ୍ତାନୀ ଆତଙ୍କବାଦୀ ତଥା ଶିଖ ଫର୍ ଜଷ୍ଟିସର ସଂସ୍ଥାପକ ଗୁରୁପତବନ୍ତ ସିଂ ପନ୍ନୁ।  ଏତିକି ନୁହେଁ ପଞ୍ଜାବର ଡିଜିପି ଗୌତମ ଯାଦବଙ୍କୁ ମଧ୍ୟ ମୃତ୍ୟୁ ଧମକ ଦିଆଯାଇଛି।

ଗ୍ୟାଙ୍ଗ୍ ଷ୍ଟମମାନଙ୍କୁ ଏକାଠି ଆସି ଆମ୍‍ ଆଦ୍‍ମୀ ପାର୍ଟି ନେତା ତଥା ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଗୁଳି ଚଳାଇବାକୁ ଆହ୍ୱାନ ଦେଇଛି ପନ୍ନୁ। ଖଲିସ୍ତାନୀ ଏବଂ ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ ଲଗାତାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଯୋଗୁ ପନ୍ନୁ ଏବଂ ଅନ୍ୟ ଗ୍ୟାଙ୍ଗଷ୍ଟର ମାନେ ବିବ୍ରତ ହୋଇପଡ଼ିଛନ୍ତି। ଏଣୁ  ମୁଖ୍ୟମନ୍ତ୍ରୀ ଓ ଡିଜିପିଙ୍କୁ ହତ୍ୟା କରିବା ପାଇଁ ଧମକ ଦେଇଥିବା ଆଲୋଚନା ହେଉଛି।  ପୂର୍ବରୁ ପନ୍ନୁ ଏପରି ଅନେକ ଧମକ ଭାରତ ବିରୁଦ୍ଧରେ ଦେଇ ଆସିଛି।

ଅଯୋଧ୍ୟା ରାମ ମନ୍ଦିର ସମାରୋହକୁ ବିରୋଧ କରିବାକୁ ମୁସଲମାନ ସମ୍ପ୍ରଦାୟକୁ ମଧ୍ୟ ଅନୁରୋଧ କରିଥିଲା। ପନ୍ନୁ ପ୍ରଧାନମନ୍ତ୍ରୀଙ୍କୁ ମୁସଲମାନଙ୍କ ଶତ୍ରୁ ବୋଲି ବି କହିଥିଲା । ରାମ ମନ୍ଦିର ମୁସଲମାନଙ୍କ ଶବ ଉପରେ ତିଆରି ହୋଇଛି ବୋଲି କହିଥିଲା ପନ୍ନୁ ।ଏପରିକି ସାଧାରଣତନ୍ତ୍ର ଦିବସରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବିନା କୌଣସି ସୁରକ୍ଷାବଳରେ ଆସିବାକୁ ଖୋଲା ଚାଲେଞ୍ଜ ଦେଇଛି। ଏ

କ ଭିଡିଓରେ ସେ ଏହା ମଧ୍ୟ କହିଛି ଯେ, ‘ଯଦି ଆପଣ ଜଣେ ଲୋକପ୍ରିୟ ନତା ତେବେ ବିନା କୌଣସି ସୁରକ୍ଷାବଳରେ ଆସନ୍ତୁ। ଖଲିସ୍ତାନୀ ପତାକା ଉଡ଼ାଇବା ସହ ନିଜ୍ଜରଙ୍କ ହତ୍ୟାର ପ୍ରତିଶୋଧ ନିଆଯିବ’। ଗତ ଜୁନ୍‍ ମାସରେ କାନାଡ଼ାରେ ଥିବା ବିଚ୍ଛିନ୍ନତାବାଦୀ ନାତା ହରଦୀପ ସିଂହ ନିଜ୍ଜରଙ୍କ ହତ୍ୟା ହୋଇଥିଲା। କେହି ଅଜଣା ଆତଙ୍କୀ ତାଙ୍କୁ ହତ୍ୟା କରିଥିଲା।