Harda Blast: କାରଖାନାରେ ବଡ଼ ଧରଣର ବିସ୍ଫୋରଣ, ୬ରୁ ଅଧିକ ମୃତ, ୧୦୦ରୁ ଅଧିକ ଗୁରୁତର..
Advertisement
Article Detail0/zeeodisha/odisha2097250

Harda Blast: କାରଖାନାରେ ବଡ଼ ଧରଣର ବିସ୍ଫୋରଣ, ୬ରୁ ଅଧିକ ମୃତ, ୧୦୦ରୁ ଅଧିକ ଗୁରୁତର..

Harda Blast: ମଧ୍ୟପ୍ରଦେଶର ଏକ ବାଣ କାରଖାନାରେ ବଡ଼ ଧରଣର ବିସ୍ଫୋରଣ ହୋଇଥିବା ସୂଚନା। ଏହି ବିସ୍ଫୋରଣରେ ୧୦୦ରୁ ଅଧିକ ଗୁରୁତର ଆହତ ହୋଇଥିବା ବେଳେ ଏଯାଏଁ ୬ରୁ ଅଧିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଥିସହିତ ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। 

Harda Blast: କାରଖାନାରେ ବଡ଼ ଧରଣର ବିସ୍ଫୋରଣ, ୬ରୁ ଅଧିକ ମୃତ, ୧୦୦ରୁ ଅଧିକ ଗୁରୁତର..

Harda Blast: ମଧ୍ୟପ୍ରଦେଶର ଏକ ବାଣ କାରଖାନାରେ ବଡ଼ ଧରଣର ବିସ୍ଫୋରଣ ହୋଇଥିବା ସୂଚନା। ଏହି ବିସ୍ଫୋରଣରେ ୧୦୦ରୁ ଅଧିକ ଗୁରୁତର ଆହତ ହୋଇଥିବା ବେଳେ ଏଯାଏଁ ୬ରୁ ଅଧିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଥିସହିତ ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ଆହୁରି ଅନେକଙ୍କର ମୃତ୍ୟୁ ହୋଇପାରେ ବୋଲି ଆଶଙ୍କା ମଧ୍ୟ କରାଯାଉଛି । ମଧ୍ୟପ୍ରଦେଶର ହରଦାରେ ଏପରି ଏକ ଅଘଟଣ ଘଟିଛି । କ୍ରମାଗତ ଭାବେ ବିସ୍ଫୋରଣ ହୋଇଥିବାରୁ ଏହା ଏବେ ସଭିମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି ।

ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ(Mohan Yadav)ଙ୍କ କାର୍ଯ୍ୟାଳୟ ତରଫରୁ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଖବର ପାଇ ଘଟଣାସ୍ଥଳରେ ଏସଡିଆରଏଫର(SDRF) ଟିମ ପହଞ୍ଚିବା ସହିତ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ସମସ୍ତ ଗୁରୁତରଙ୍କୁ ଆମ୍ବୁଲାନ୍ସ ଜରିଆରେ ହସ୍ପିଟାଲରେ ଭର୍ତ୍ତି କରଯାଇଛି। ବାଣ କାରଖାନାରେ କାମ କରୁଥିବା ଲୋକମାନେ ଏଥିରେ ଗୁରୁତର ହୋଇଥିବା ଜଣାପଡ଼ିଛି ।

ଏନେଇ ଏକ ଛାତିଥରା ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ନିଆଁ ଓ ବିସ୍ଫୋରଣକୁ ଦେଖି ଲୋକମାନେ ଭୟଭିତ ହେବା ସହିତ ଏଣେତେଣେ ଦୌଡ଼ୁଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି । ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବାହିନୀ ପକ୍ଷରୁ ଯଥା ସମ୍ଭବ ପ୍ରୟାସ କରାଯାଉଛି। କାରଖାନା ଭିତରେ ବାଣ ରଖାଯାଇଥିବାରୁ ତାହା ବିସ୍ଫୋରଣର ରୂପ ନେଉଛି ।