Advertisement
Article Detail0/zeeodisha/odisha2311668
Zee OdishaOdisha TrendingDelhi Rain:ଦିଲ୍ଲୀରେ ପ୍ରବଳ ବର୍ଷା: ବିମାନବନ୍ଦର ଛାତ ଭୁଶୁଡ଼ିଲା; ୧ ମୃତ, ୪ ଆହତ

Delhi Rain:ଦିଲ୍ଲୀରେ ପ୍ରବଳ ବର୍ଷା: ବିମାନବନ୍ଦର ଛାତ ଭୁଶୁଡ଼ିଲା; ୧ ମୃତ, ୪ ଆହତ

Delhi Rain: ଦିଲ୍ଲୀ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ମନି କଣ୍ଟ୍ରୋଲ ରିପୋର୍ଟ ଅନୁସାରେ ସକାଳ ପ୍ରାୟ ସେଢ଼େ ୫ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା। 

Delhi Rain:ଦିଲ୍ଲୀରେ ପ୍ରବଳ ବର୍ଷା: ବିମାନବନ୍ଦର ଛାତ ଭୁଶୁଡ଼ିଲା; ୧ ମୃତ, ୪ ଆହତ

Delhi Rain: ଦିଲ୍ଲୀ ଆନ୍ତର୍ଜାତିକ ବିମାନ ବନ୍ଦରରର ଏକ ନମ୍ବର ଟର୍ମିନାଲ୍‍ର ଛାତ ଭୁଶୁଡ଼ିଛି। ଏହି ହେତୁ ଜଣଙ୍କ ମୃତ୍ୟୁ  ହୋଇଥିବାବେଳେ ୪ ଜଣ ଆହତ ହୋଇଛନ୍ତି। ଦିଲ୍ଲୀ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। 
ମନି କଣ୍ଟ୍ରୋଲ ରିପୋର୍ଟ ଅନୁସାରେ ସକାଳ ପ୍ରାୟ ସେଢ଼େ ୫ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ପ୍ରବଳ ବର୍ଷା ଯୋଗୁ ଏପରି ହୋଇଥିବା ଆଶଙ୍କା କରାଯାଉଛି। ଛାତ ଭୁଶୁଡ଼ିବା ଦ୍ୱାରା ଅନେକ ଗାଡ଼ି ନଷ୍ଟ ହୋଇଛି। ଏହା ସହ ଯାତ୍ରୀଙ୍କ ଯାତାୟାତ ପ୍ରଭାବିତ ହୋଇଛି। ଖାଲ ସେତିକି ନୁହେଁ ବିମାନ ମଧ୍ୟ ବିଳମ୍ବିତ ହୋଇଥିବା ସୂଚନା ମିଳିଛି। 

ତିନୋଟି ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ଫଶି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା ପାଇଁ ହସ୍‍ପିଟାଲ୍‍କୁ ପଠାଇଛନ୍ତି।

About the Author