Shocking News In Odia: ମାଛ (fish) ଖାଉଥିଲେ ସାବଧାନ୍ । ଆପଣଙ୍କୁ ହୋଇପାରେ ଏହି ହୋଇପାରେ ଏହି ଘାତକ ରୋଗ । କାହିଁକିନା  ମାଛର ପିତ ଅଂଶ (fish gallbladder) ଖାଇ ଜଣେ ୪୮ ବର୍ଷୀୟ ମହିଳାଙ୍କର କିଡନୀ ଫେଲ ହୋଇଯାଇଛି । ତାଙ୍କୁ ଗୁରୁତର ଅବସ୍ଥାରେ  ଦିଲ୍ଲୀର (Sir Ganga Ram Hospital) ଶ୍ରୀ ଗଙ୍ଗାରାମ୍ ହସପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଅବସ୍ଥା ଅଧିକ ଖରାପ ଥିବା ମେଡିକାଲ ପକ୍ଷରୁ ସୂଚନା ମିଳିଛି । 


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁସାରେ, ରାଞ୍ଚିର ୪୮ ବର୍ଷିୟ ମହିଳା, (Seta Devi) ସେତା ଦେବୀଙ୍କୁ ସ୍ବାସ୍ଥ୍ୟବସ୍ଥା ଖରାପ ଥିବାରୁ ତାଙ୍କୁ   ଶ୍ରୀ ଗଙ୍ଗାରାମ୍ ହସପିଟାଲରେ ଭର୍ତ୍ତି କରାଯାଇଛି । ଅନୁସନ୍ଧାନରୁ ଜଣାପଡିଛି ଯେ, ସେ ସ୍ଥାନୀୟ କ୍ୱାକଙ୍କ ପରାମର୍ଶ ଅନୁଯାୟୀ ମଧୁମେହକୁ (diabetes) ଭଲ କରିବା ପାଇଁ "ରୋହି" ମାଛର  ପିତ ଅଂଶକୁ (eating raw fish gallbladder)ଦିର୍ଘ ଦିନ ତିନି ଦିନ ଧରି କଞ୍ଚା ଖାଇଥିଲେ। ଦିର୍ଘ ତିନି ଦିନ ଧରି ସେ ମାଛର କଞ୍ଚା ପିତ୍ତ ଖାଇବା ଦ୍ବାରା ପରେ ସେ ବାନ୍ତି କରିବା ଆରମ୍ଭ କଲେ। ତାଙ୍କ ଅବସ୍ଥା ଖରାପ ହେବାରୁ ପରିବାର ଲୋକେ ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଦିଲ୍ଲୀରେ ଥିବା ଶ୍ରୀ ଗଙ୍ଗା ରାମ ଡାକ୍ତରଖାନାକୁ (Sir Ganga Ram Hospital) ଆଣିଥିଲେ। ତାଙ୍କୁ ନେଫ୍ରୋଲୋଜି ବିଭାଗରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ଜଣାପଡିଥିଲା ଯେ, ମାଛ  ପିତ ଖାଇବା(fish gallbladder) ଦ୍ବାରା ତାଙ୍କ କୀଡନୀ ଫେଲ (kidney failure)ହୋଇଯାଇଥିଲା । ଡାକ୍ତରଙ୍କ ଅହରହ ଚିକିତ୍ସା ପରେ ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଥିବା ଜଣାପଡିଛି । ତାଙ୍କୁ ସମ୍ପୁର୍ଣ୍ଣ ସୁସ୍ଥ ହେବାକୁ ପ୍ରାୟ ୨ ସପ୍ତାହ ସମୟ ଲାଗିଲା। ଏବେ ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଛି । 


Also Read: Jobs for Doctors: ଜୁନିୟର ଡାକ୍ତରଙ୍କ ପାଇଁ ଆସିଲା ଖୁସି ଖବର , ଏଠାରେ ଚାକିରୀ କଲେ ମିଳିବ ମାସକୁ ୨୦ଟି ଛୁଟି ସାଙ୍ଗକୁ ମୋଟା ଅଙ୍କର ଦରମା


Also Read: Gajapati Road Accident: ଘାଟିରୁ ୧୫ ଫୁଟ୍ ତଳକୁ ଖସିଲା ଅଟୋ, ୧୮ ଯାତ୍ରୀ ଆହତ


କଞ୍ଚା ମାଛର  ପିତ(fish gallbladder) ବ୍ୟବହାର କରିବା ଭାରତ ସମେତ ଏସିଆର କେତେକ ଅଞ୍ଚଳରେ ବିଶେଷ ଭାବରେ ପୂର୍ବ ଏବଂ ଦକ୍ଷିଣ ଭାରତରେ ଏକ ସାଧାରଣ କଥା । କଞ୍ଚା ମାଛର ପିତ୍ତ (fish gallbladder) ଖାଇବା ଦ୍ବାରା ମଧୁମେହ,ବ୍ରୋଙ୍କିଆଲ୍ ଆଜମା, ରିମାଟିଜିମ୍ ଏବଂ ଷ୍ଟ୍ରାବିଜିମସ୍ ଭଳି ରୋଗ ଦୂର ହୋଇଥାଏ ବୋଲି ବିଶ୍ବାସ ରହିଛି ।  ଶ୍ରୀ ଗଙ୍ଗାରାମ୍ ହସପିଟାଲର ନେଫ୍ରୋଲୋଜି ବିଭାଗର ଅଧ୍ୟକ୍ଷ ଡକ୍ତର ଏକେ ବାଲା(Dr. A.K. Bhalla, chairman, department of nephrology) କହିଛନ୍ତି ଯେ, ଏ-ହା ଧ୍ୟାନ ଦେବା ଜରୁରୀ ଯେ, ସାଧାରଣତ କଞ୍ଚା ମାଛର  ପିତ ବ୍ୟବହାରକୁ ଏଡାଇବାକୁ ପରାମର୍ଶ  ଦେଇଛନ୍ତି । ଏଥି ସହିତ ସେ ଆହୁରୀ କହିଛନ୍ତି ଯେ,  ଏହି ମାଛଗୁଡ଼ିକ ପ୍ରାକୃତିକ ଭାବରେ ସେମାନଙ୍କର ହଜମ ପ୍ରକ୍ରିୟାରେ ଉଚ୍ଚ ସ୍ତରର  ପିତ ଉତ୍ପାଦନ କରନ୍ତି, ଯାହା ବହୁ ପରିମାଣରେ ଖାଇଲେ ମଣିଷ ପାଇଁ କ୍ଷତିକାରକ ହୋଇପାରେ। ” ଏହାସହ ଶ୍ରୀ ଗଙ୍ଗାରାମ୍ ହସପିଟାଲର ନେଫ୍ରୋଲୋଜି ବିଭାଗର ଡାକ୍ତର ବୈଭବ ତିଓ୍ବାରୀ (Dr. Vaibhav Tiwari)ଙ୍କ ଅନୁଯାୟୀ, ଅଧିକ ମାତ୍ରାରେ  ପିତ ଥିବା ମାଛ ଖାଆନ୍ତୁ ନାହିଁ। ମାଛଗୁଡିକ ଠିକ୍ ଭାବରେ ରାନ୍ଧି ଖାଇବାକୁ ପରାମର୍ଶ ଦେଇଛନ୍ତି ।