Jobs for Doctors: ଜୁନିୟର ଡାକ୍ତରଙ୍କ ପାଇଁ ଆସିଲା ଖୁସି ଖବର , ଏଠାରେ ଚାକିରୀ କଲେ ମିଳିବ ମାସକୁ ୨୦ଟି ଛୁଟି ସାଙ୍ଗକୁ ମୋଟା ଅଙ୍କର ଦରମା
Advertisement
Article Detail0/zeeodisha/odisha1680898

Jobs for Doctors: ଜୁନିୟର ଡାକ୍ତରଙ୍କ ପାଇଁ ଆସିଲା ଖୁସି ଖବର , ଏଠାରେ ଚାକିରୀ କଲେ ମିଳିବ ମାସକୁ ୨୦ଟି ଛୁଟି ସାଙ୍ଗକୁ ମୋଟା ଅଙ୍କର ଦରମା

Jobs for Doctors News In Odia: ଜୁନିୟର ଡାକ୍ତରଙ୍କ (Junior doctors ) ଖୁସି ଖବର । ଏହି ମେଡିକାଲରେ ବାହାରିଛି ଏଭଳି ନିଯୁକ୍ତି । ଏ-ଠାରେ ଚାକିରି କଲେ ମାସକୁ ୨୦ ଦିନ(20 days off a month)  ଛୁଟି ସହ ପ୍ରତି ମାସରେ (1,33,73,776.00 Indian Rupee per year salary and 20 days off in a month)  କୋଟିଏରୁ ଅଧିକ ଦରମା ମିଳିବ ।  ଏହାସହ ଆପଣଙ୍କୁ ଟୁର ପାଇଁ ଅଷ୍ଟ୍ରେଲିୟା ସହ ନିଜ ପସନ୍ଦର ସ୍ଥାନକୁ ଭ୍ୟାକେସନରେ ପଠାଯିବା ସହ ବହୁ ସୁବିଧା ସୁଯୋଗ ମିଳିବ ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Jobs for Doctors News In Odia: ଜୁନିୟର ଡାକ୍ତରଙ୍କ (Junior doctors )ପାଇଁ ଆସିଲା ଖୁସି ଖବର । କାହିଁକିନା ବାହାରିଛି ଏପରି ଏକ ନିଯୁକ୍ତି ।  ଯେଉଁଠାରେ ଚାକିରୀ କଲେ ମାସକୁ ମିଳିବ କୋଟିରୁ ଅଧିକ ଦରମା ସାଙ୍ଗକୁ ଅନ୍ୟାନ୍ୟା ସୁବିଧା ସୁଯୋଗ। ଅଷ୍ଟ୍ରେଲିଆର ବ୍ଲୁଗିବନ୍  ମେଡିକାଲ (Blugibbon Medical Recruitment) ପକ୍ଷରୁ ଏଭଳି ନିଯୁକ୍ତି ବାହାରିଛି । ଏଠାରେ ଚାକିରି କଲେ ମାସକୁ ୨୦ ଦିନ(20 days off a month)  ଛୁଟି ସହ ପ୍ରତି ମାସରେ (1,33,73,776.00 Indian Rupee per year salary and 20 days off in a month)  କୋଟିଏରୁ ଅଧିକ ଦରମା ମିଳିବ । ଏହାସହ ଆପଣଙ୍କୁ ଟୁର ପାଇଁ ଅଷ୍ଟ୍ରେଲିୟା ସହ ନିଜ ପସନ୍ଦର ସ୍ଥାନକୁ ଭ୍ୟାକେସନରେ ପଠାଯିବା ସହ ବହୁ ସୁବିଧା ସୁଯୋଗ ମିଳିବ । ଏହାସହ ଏଠାରେ ଚାକିରୀ କରିବାର ପ୍ରାୟ ବର୍ଷେ ପରେ ଜୁନିୟର ଡାକ୍ତରଙ୍କୁ ଏକ ଆପାର୍ଟମେଣ୍ଟରେ ୨ ବିଏଚକେ ଘର ମଧ୍ୟ ରହିବାକୁ ମିଳିବ । ଏହି ବିଳାସପୂର୍ଣ୍ଣ ଆପାଟମେଣ୍ଟରେ ଆପଣଙ୍କୁ ସୁଇମିଙ୍ଗ ପୁଲ ସହିତ ଅନ୍ୟାନ୍ୟ ସୁବିଧା ମିଳିପାରିବ ।

ମେଡିକାଲର (Blugibbon Medical) ନିୟମ ଅନୁଯାୟୀ ଆପଣଙ୍କୁ ମାସରେ ୧୦ ଦିନ କେବଳ ହସପିଟାଲରେ କାମ କରିବାକୁ ପଡିବ । ଏହାସହିତ ଆପଣଙ୍କ କାର୍ଯ୍ୟ ଦକ୍ଷତା ଦେଖି ଆପଣଙ୍କୁ ବାର୍ଷିକ ଆୟ ବୃଦ୍ଧି ମଧ୍ୟ ହେବ । ଏହାସହ ଆପଣଙ୍କୁ ହସପିଟାଲ ଯିବା ଆସିବା ପାଇଁ ଗାଡି ମଧ୍ୟ ଯୋଗାଇ ଦିଆଯିବ । ଏଥିପାଇଁ ଆପଣଙ୍କ ଶିକ୍ଷାଗତ ଯୋଗ୍ୟତା କୌଣସି ନାମୀଦାମୀ ଶିକ୍ଷାନୁଷ୍ଠାନରୁ ଏମବିବିଏସ୍  ପାସ୍ କରିଥିବା ଦରକାର । ଏହାସହ (Medicine Work Experience: A&E (Accident & Emergency)) ଆପଣଙ୍କର ଦୁର୍ଘଟଣା ଓ ଜରୁରୀକାଳୀନୀ ବିଭାଗ ଉପରେ (experience) ଅଭିଜ୍ଞତା ଥିବା ଆବଶ୍ୟକ । ଆଶାୟୀ ମାନେ(Blugibbon Medical Recruitment)  ଏହି ସାଇଟକୁ ଯାଇ ଅଧିକ ଅପଡେଟ୍ ପାଇପାରିବେ। ଏବଂ ଆବଦେନ ମଧ୍ୟ କରିପାରିବେ। 

fallback

Also Read: Mahadhan Rajyog 2023: ଆଜିଠୁ ଏହି ତିନି ରାଶିରେ ଲାଗିଲା ଲଟେରୀ, ନୂଆ ଚାକିରି ସାଙ୍ଗକୁ ମିଳିବ ପୁଳା ପୁଳା ଟଙ୍କା!

Also Read: Gajapati Road Accident: ଘାଟିରୁ ୧୫ ଫୁଟ୍ ତଳକୁ ଖସିଲା ଅଟୋ, ୧୮ ଯାତ୍ରୀ ଆହତ

ଡାକ୍ତରଙ୍କୁ ସାଧାରଣତଃ ଦ୍ବିତୀୟ ଭଗବାନ ବୋଲି କୁହଯାଏ ।  ସମାଜରେ ଡାକ୍ତରଙ୍କ ଭୂମିକା ଅଙ୍ଗାଗି ଭାବେ ଜଡିତ । ସମାଜରେ ଡାକ୍ତର ମାନଙ୍କ ଅବଦାନକୁ ମନେ ରଖିବା ପାଇଁ ପ୍ରତିବର୍ଷ ଜୁଲାଇ ମାସର ପ୍ରଥମ ଦିନକୁ ଡାକ୍ତର ଦିବସ ଭାବେ ଭାରତରେ ପାଳନ କରାଯାଇଥାଏ । ୧୮୮୨ ମସିହାର ଜୁଲାଇ ୧ ତାରିଖରେ ଡାକ୍ତର ବିଧାନଚନ୍ଦ୍ର ରାୟ ଜନ୍ମଗ୍ରହଣ କରିଥିଲେ । ଲୋକଙ୍କ ସେବା କରିବା ଏବଂ ସାଧାରଣ ଲୋକଙ୍କୁ ଏକ ନେତୃତ୍ୱର ରାସ୍ତା ଦେଖାଇବାରେ ଡାକ୍ତର ରାୟ ଥିଲେ ସିଦ୍ଧହସ୍ତ । ସେ ତାଙ୍କ ଜୀବନକୁ ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଲାଭ କରିବା ସହ ସ୍ୱାଧୀନ ଚେତା, ସମାଜସେବୀ, ରାଜନେତା ଓ ମାନବ ସେବାରେ ନିଜକୁ ଉତ୍ସର୍ଗ କରିଦେଇଥିଲେ । ବର୍ତ୍ତମାନର ଭୌତିକ ପୃଥିବୀରେ ଡାକ୍ତରମାନଙ୍କୁ ଭଗବାନଙ୍କ ଦ୍ବିତୀୟ ଅବତାର କୁହାଯାଇଥାଏ ।

Also Read: Shocking News: ସରିଥିଲା ବିବାହ ପ୍ରସ୍ତୁତି, ବେଦୀକୁ ଯିବା ପୂର୍ବରୁ ଜୀବନ ହାରିଲା ବର

Also Read: Chaturgrahi Yoga in Chandragrahan: ୧୨ ବର୍ଷପରେ ଚନ୍ଦ୍ରଗ୍ରହଣରେ ସୃଷ୍ଟି ହେଉଛି ମହାସଂଯୋଗ, ଏହି ସବୁ ରାଶି ଉପରେ ହେବ ଧନବର୍ଷା