Gajapati Road Accident: ଘାଟିରୁ ୧୫ ଫୁଟ୍ ତଳକୁ ଖସିଲା ଅଟୋ, ୧୮ ଯାତ୍ରୀ ଆହତ
Advertisement
Article Detail0/zeeodisha/odisha1680783

Gajapati Road Accident: ଘାଟିରୁ ୧୫ ଫୁଟ୍ ତଳକୁ ଖସିଲା ଅଟୋ, ୧୮ ଯାତ୍ରୀ ଆହତ

Gajapati Road Accident News In Odia: ଗଜପତିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା (Road Accident)। ବଡ ଦୁର୍ଘଟଣାରୁ ମୃତ୍ୟୁ ମୁଖରୁ ବର୍ତ୍ତିଲେ  ୧୮ ଯାତ୍ରୀ ।  ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସନେଇ ଛାନଭିନ୍ ଆରମ୍ଭ କରିଛି ପୋଲିସ୍ ।  ଆହାତ ମଧ୍ୟରେ ୨ ଜଣ ଶିଶୁ ଓ ୪ ଜଣ ମହିଳା ରହିଥିବା ଜଣାପଡିଛି । କିଛି ଯାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ମଧ୍ୟ ରହିଛି ।

 Gajapati Road Accident: ଘାଟିରୁ ୧୫ ଫୁଟ୍ ତଳକୁ ଖସିଲା ଅଟୋ, ୧୮ ଯାତ୍ରୀ ଆହତ

Gajapati Road Accident News In Odia: ମର୍ମନ୍ତୁଦ ସଡକ ଦୁର୍ଘଟଣା (Road Accident)। ମୃତ୍ୟୁ ମୁଖରୁ ବର୍ତ୍ତିଲେ  ୧୮ ଯାତ୍ରୀ । ଗଜପତି ଜିଲ୍ଲା ମୋହନା ଥାନା ଗୁଛାଗୁଡ଼ା ଘାଟିରେ ଭାରସାମ୍ୟ ହରାଇ ଏକ ଅଟୋ ଦୁର୍ଘଟଣାଗସ୍ତ ହୋଇଛି  (auto falls into gorge in Gajapati )। ଅଟୋରେ ଯାତ୍ରା କରୁଥିବା ୧୮ ଜଣ ଯାତ୍ରୀ ଆହତ ହୋଇଛନ୍ତି । ୧୮ ଜଣଙ୍କ ମଧ୍ୟରୁ ୧୨ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି ।  ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସନେଇ ଛାନଭିନ୍ ଆରମ୍ଭ କରିଛି ପୋଲିସ୍ । 

ସୂଚନା ଅନୁସାରେ, ଗଜପତି (Gajapati) ଜିଲ୍ଲାରେ ଆଜି ସକାଳେ ଗୁଛାଗୁଡ଼ା ଓ ଟୁଟୁଗୁଡ଼ା ଗାଁର ୧୮ ଯାତ୍ରୀ ମାନେ ଗୋଟିଏ ଅଟୋରେ ଲୁହାଗୁଡ଼ି ସାପ୍ତାହିକ ହାଟକୁ ଯାଉଥିଲେ । ଅଟୋଟି ଘାଟିରେ ତଳକୁ ଗଡୁଥିବା ବେଳେ ଭାରସାମ୍ୟ ହରାଇ କନ୍ଧକଳାମେରି ଗାଁର ନିକଟରେ ରାସ୍ତାର ଡାହାଣ ପଟକୁ ୧୫ ଫୁଟ ତଳକୁ  ଖସି ପଡ଼ିଥିଲା । ଏହା ଦେଖି ସ୍ଥାନୀୟ ଲୋକେ ପୋଲିସ୍ ଓ ଅଗ୍ନିଶମବାହୀନିକୁ ଖବର ଦେଇଥିଲା। ପୋଲିସ୍ ଓ ଅଗ୍ନିଶମ ବାହିନୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ  ଆହତମାନଙ୍କୁ ଉଦ୍ଧାର କରି ମୋହନା ମେଡିକାଲ୍ ରେ ଭର୍ତି କରିଛନ୍ତି। ଆହାତ ମଧ୍ୟରେ ୨ ଜଣ ଶିଶୁ ଓ ୪ ଜଣ ମହିଳା ରହିଥିବା ଜଣାପଡିଛି । ୧୮ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି । ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । 

ଏହାବି ପଢନ୍ତୁ :  Shocking News: ସରିଥିଲା ବିବାହ ପ୍ରସ୍ତୁତି, ବେଦୀକୁ ଯିବା ପୂର୍ବରୁ ଜୀବନ ହାରିଲା ବର

ଏହାବି ପଢନ୍ତୁ :  Mahadhan Rajyog 2023: ଆଜିଠୁ ଏହି ତିନି ରାଶିରେ ଲାଗିଲା ଲଟେରୀ, ନୂଆ ଚାକିରି ସାଙ୍ଗକୁ ମିଳିବ ପୁଳା ପୁଳା ଟଙ୍କା!

ସେହିପରି ଆଜି ଆଉ ଏକ ସଡ଼କ ଦୁର୍ଘଟଣା ଛତିଶଗଡର ବାଲୋଦା ଜିଲ୍ଲାରେ ଘଟିଛି । ଏଥିରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ବାଲୋଦ ଜିଲ୍ଲା ପୁର ଓ ଚାରମାସ୍ଥିତ ବାଲୋଦଗହନ ନିକଟରେ ଏହି ଦୁର୍ଘଟଣାଟି ଘଟିଛି । ଗୋଟିଏ ପରିବାରର ୧୧ ଜଣ ସଦସ୍ୟ ବିବାହ ସମାରୋହରେ ଯୋଗ ଦେବା ଲାଗି ବୋଲେରୋ ଯୋଗେ ଧମତରୀ ସୋରମ ଗ୍ରାମରୁ ମାର୍କାଟୋଲା ଅଭିମୁଖେ ଯାଇଥିଲେ। ବିବାହ ସମାରୋହରେ ଯୋଗ ଦେଇ ଫେରିବା ସମୟରେ ରାତି ପ୍ରାୟ ୧୦ଟା ବେଳେ ବାଲୋଦଗହନ ନିକଟରେ ବୋଲେରୋ ଓ ଟ୍ରକ ମଧ୍ୟରେ ଧକ୍କା (Bolero and Truck accident) ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ ଦେଢ ବର୍ଷ ଶିଶୁର ଅବସ୍ଥା ଗୁରୁତର ହୋଇଥିଲା । ମେଡ଼ିକାଲ ନେବା ବାଟରେ ଶିଶୁ କନ୍ୟା ଜଣଙ୍କ ଆଖି ବୁଜି ଦେଇଥିଲେ । 

ମୃତକଙ୍କ ମଧ୍ୟରେ ଗୋଟିଏ ଦେଢ ବର୍ଷର ଶିଶୁ ସହ ୫ ଜଣ ପୁରୁଷ ସହ ୫ ମହିଳା ଥିବା ଜଣାପଡ଼ିଛି । ଦୁର୍ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ମୃତଦେହ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ଲାଗି ପଠାଇଛି । ତେବେ କେଉଁ କାରଣରୁ ଦୁର୍ଘଟଣା ଘଟିଛି ସେ ନେଇ ପୋଲିସ ତଦନ୍ତ ଚଳାଇଛି ।  ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲ (Chhattisgarh cm Bhupesh Baghel) ଟ୍ୱିଟ କରି କହିଛନ୍ତି ଯେ, “ବାଲୋଦପୁର ଓ ଚାରମାସ୍ଥିତ ବାଲୋଦଗହନ ନିକଟରେ ଏକ ବିବାହ ଉତ୍ସବକୁ ଯାଉଥିବା ବୋଲେରୋ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କୁନି ଝିଏର ଅବସ୍ଥା ଗୁରୁତର ରହିଛି। ଭଗବାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ଆତ୍ମାକୁ ଶାନ୍ତି ଦେବା ସହ ସେମାନଙ୍କ ପରିବାର ପ୍ରତି ସାହସ ଦିଅନ୍ତୁ । ଗୁରୁତର ଶିଶୁର ଆରୋଗ୍ୟ କାମ କରୁଛି” ।