ପୁଣି ଫେରିଲା କ୍ୱାରେଣ୍ଟାଇନ୍, JN.1 ସଂକ୍ରମିତଙ୍କୁ ୭ ଦିନ ସଙ୍ଗରୋଧ !
Advertisement
Article Detail0/zeeodisha/odisha2030920

ପୁଣି ଫେରିଲା କ୍ୱାରେଣ୍ଟାଇନ୍, JN.1 ସଂକ୍ରମିତଙ୍କୁ ୭ ଦିନ ସଙ୍ଗରୋଧ !

Covid 19 Cases in karnataka: କରୋନା ସଂକ୍ରମିତ ହେବା ପରେ ୭ଦିନ ସଂଗରୋଧରେ ରହିବା ବାଧ୍ୟତାମୂଳକ ହେବ । ଏଥିସହିତ କୋଭିଡର ଅନ୍ୟ ନିୟମ ଗୁଡିକୁ କଡାକଡି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ସର୍ବସାଧାରଣ ସ୍ଥାନରେ ଅଧିକ ଗହଳି ନକରିବା ଏବଂ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ ।

ପୁଣି ଫେରିଲା କ୍ୱାରେଣ୍ଟାଇନ୍, JN.1 ସଂକ୍ରମିତଙ୍କୁ ୭ ଦିନ ସଙ୍ଗରୋଧ !

Covid 19 Cases in karnataka: ଦେଶର ବିଭିନ୍ନ ସ୍ଥାନରେ କାୟା ବିସ୍ତାର କରିବାରେ ଲାଗିଛି କରୋନାର ନୂଆ ସବ୍ ଭାରିଏଣ୍ଟ ଜେଏନ.୧ । ବିଶେଷ କରି କେରଳ ଓ କର୍ଣ୍ଣାଟକରେ କରୋନା ସଂକ୍ରମଣ ଜନିତ ମାମଲା ଅଧିତ ଦେଖିବାକୁ ମିଳିଛି । ତେଣୁ କରୋନାକୁ ନେଇ କର୍ଣ୍ଣାଟକ ସରକାର ଖୁବଶୀଘ୍ର ନୂଆ ଗାଇଡଲାଇନ୍ ଆଣିବାକୁ ଯାଉଛନ୍ତି । ଗାଇଡଲାଇନ୍ ହେବାନେଇ ଏକ ବୈଠକ ହୋଇଥିଲା ଯେଉଁଥିରେ ସ୍ୱାସ୍ଥ୍ୟମନ୍ତ୍ରୀ ଦିନେଶ ଗୁଣ୍ଡୁ ରାଓ ଅଧ୍ୟକ୍ଷତା କରିଥିଲେ ।

ସଂକ୍ରମଣ ବଢୁଥିବାରୁ ଅଧିକ ଲୋକଙ୍କର କୋଭିଡ୍ ଟେଷ୍ଟ୍ କରାଯିବା ନେଇ ବୈଠକରେ ନିଷ୍ପତ୍ତି ହୋଇଛି । ଦିନକୁ ୫ ହଜାର ଟେଷ୍ଟ୍ କରାଯିବା ନେଇ ଲକ୍ଷ ରହିଛି । କରୋନା ସଂକ୍ରମିତ ହେବା ପରେ ୭ଦିନ ସଂଗରୋଧରେ ରହିବା ବାଧ୍ୟତାମୂଳକ ହେବ । ଏଥିସହିତ କୋଭିଡର ଅନ୍ୟ ନିୟମ ଗୁଡିକୁ କଡାକଡି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ସର୍ବସାଧାରଣ ସ୍ଥାନରେ ଅଧିକ ଗହଳି ନକରିବା ଏବଂ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ ।

ତେବେ ମଙ୍ଗଳବାର ମିଳିଥିବା ରିପୋର୍ଟ ଅନୁଯାୟୀ ୭୪ରୁ ଅଧିକ ନୂଆ କରୋନା ପଜିଟିଭ୍ କେସ୍ ସାମ୍ନାକୁ ଆସିଛି । ଏଥିସହିତ ପୂର୍ବରୁ ୨ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଆକ୍ଟିଭ୍ କେସ୍ ୪,୧୭୦ ରହିଛି । ଆଗକୁ ନୂଆ ବର୍ଷ ରହିଥିବାରୁ ଅନେକ ସ୍ଥାନରେ ଭିଡ ପରିଲକ୍ଷିତ ହେବାର କାର୍ଯ୍ୟକ୍ରମ ରହିଛି । ତେଣୁ ମାମଲା ଆହୁରି ବଢିବା ଆଶା କରାଯାଉଛି । ସେଥିପାଇଁ ନୂଆ ଗାଇଡଲାଇନର ଆବଶ୍ୟକତା ଅଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବୁଲେଟିନ୍ ଜାରି କରାଯାଇ ମୃତ ୨ ବ୍ୟକ୍ତିଙ୍କ ସମ୍ପର୍କରେ କୁହାଯାଇଛି । ଜଣଙ୍କ ବୟସ ୫୧ ବର୍ଷ ହୋଇଥିବା ସମୟରେ ତାଙ୍କୁ ଥଣ୍ଡା, କାଶ ହେଉଥିଲା । ନିଶ୍ୱାସ ପ୍ରଶ୍ୱାସ ନେବାରେ ସେ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଗତ ୨୨ ତାରିଖରେ ସେ ହସପିଟାଲରେ ଭର୍ତ୍ତି ହୋଇଥିଲେ ୟୟ. ସେହିପରି ଅନ୍ୟ ଜଣଙ୍କର ମଧ୍ୟ ସମାନ ସମସ୍ୟା ଥିଲା । ଅନ୍ୟପଟେ କେବଳ ବେଙ୍ଗାଲୁରୁରୁ ୨୦ଟି ପଜିଟିଭ୍ ମାମଲା ରେକର୍ଡ ହୋଇଛି । ଅନ୍ୟପଟେ, ରାଜ୍ୟରେ ମଧ୍ୟ ଆଜି ୨ଜଣ କରୋନା ପଜିଟିଭି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୫ ରହିଛି । 

Also Read- Salman Khans Birthday: ଧୁମଧାମରେ ଜନ୍ମଦିନ ପାଳିଲେ ସୁପରଷ୍ଟାର ସଲମାନ ଖାନ

Also Read- Flights Delayed: ଘନ କୁହୁଡି କାରଣରୁ ୧୧୦ ବିମାନ ବିଳମ୍ୱ, ୩୦ ଟ୍ରେନ୍ ବାତିଲ