Monsoon: ମୌସୁମୀ ପ୍ରତ୍ୟାବର୍ତ୍ତନକୁ ନେଇ IMD ଜାରି କଲା ଏହି ଆଲର୍ଟ
Advertisement
Article Detail0/zeeodisha/odisha1361188

Monsoon: ମୌସୁମୀ ପ୍ରତ୍ୟାବର୍ତ୍ତନକୁ ନେଇ IMD ଜାରି କଲା ଏହି ଆଲର୍ଟ

Monsoon return process: ଦେଶରୁ ଫେରୁଛି ମୌସୁମୀ । ଆସନ୍ତା ଦିନେ କିମ୍ବା ଦୁଇଦିନ ଭିତରେ ଆରମ୍ଭ ହେବ ପ୍ରତ୍ୟାବର୍ତ୍ତନ ପ୍ରକ୍ରୀୟା । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ରାଜସ୍ଥାନ ଓ କଚ୍ଛରୁ ଫେରିବା ନେଇ ଆଇଏମଡି ଦେଇଛି ସୂଚନା । ଅନ୍ୟପଟେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାରୁ ରାଜ୍ୟରେ ଜାରୀ ରହିଛି ବର୍ଷା ।

ସୌ: ସୋସିଆଲ ମିଡିଆ

ଭୁବନେଶ୍ୱର: ଶେଷରେ ଦେଶରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା (Monsoon return process) ଆରମ୍ଭ ହୋଇଛି । ଦକ୍ଷିଣ-ପଶ୍ଚିମ ମୌସୁମୀ (southwest monsoon ) ଶେଷରେ ଉତ୍ତର-ପଶ୍ଚିମ ଭାରତ (North-West India)ର କିଛି ଅଂଶରୁ ଆସନ୍ତା ଦିନେ କିମ୍ୱା ଦୁଇଦିନ ଭିତରେ ଏହାର ପ୍ରତ୍ୟାବର୍ତ୍ତନ ପ୍ରକ୍ରୀୟା ଆରମ୍ଭ କରିପାରେ । ଦେଶରେ ଜୁନ୍ ମାସରୁ ଆରମ୍ଭ ହୋଇଥିବା ମୌସୁମୀର ଏହି ଚାରି ମାସର ଯାତ୍ରା (four-month journey) ଶେଷ ହେବାର ସଙ୍କେତ ଦେଇଛି ବୋଲି ଭାରତୀୟ ପାଣିପାଗ ବିଭାଗ (India Meteorological Department) ସୂଚନା ଦେଇଛି ।

ତଥାପି, ଯଦିଓ ଚଳିତ ସପ୍ତାହରେ ଏହା ନିଜର ପ୍ରତ୍ୟାବର୍ତ୍ତନ ପ୍ରକ୍ରୀୟା ଆରମ୍ଭ କରିପାରେ ,କିନ୍ତୁ ବର୍ଷା ଏତେ ଶୀଘ୍ର ହ୍ରାସ ହୋଇନପାରେ(descend quickly), କାରଣ ସେପ୍ଟେମ୍ବର ୨୧-୨୨ ରେ ବିଦର୍ଭ (Vidarbha), ଛତିଶଗଡ(Chhattisgarh) ଏବଂ ପୂର୍ବ ମଧ୍ୟପ୍ରଦେଶ (east MP) ତଥା ଓଡ଼ିଶା (Odisha), ଉପକୂଳବର୍ତ୍ତୀ ଉତ୍ତର ଆନ୍ଧ୍ରପ୍ରଦେଶ (Coastal areas north Andhra Pradesh) ଏବଂ ଗଙ୍ଗୀୟ ପଶ୍ଚିମବଙ୍ଗରେ (Gangetic West Bengal) ବର୍ଷା ହେବାର ସମ୍ଭାବନା ରହିଛି । ହେଲେ ଦକ୍ଷିଣ ପଶ୍ଚିମ ରାଜସ୍ଥାନ ଏବଂ ଗୁଜରାଟ କଚ୍ଛରୁ ଫେରୁଛି ମୌସୁମୀ । ଦକ୍ଷିଣ-ପଶ୍ଚିମ ରାଜସ୍ଥାନ ଓ ଗୁଜରାଟର କିଛି କିଛି ଅଞ୍ଚଳରୁ ମୌସୁମୀ ବାୟୁ ଅପସରିଯାଇଛି। ଧୀରେ ଧୀରେ ଦେଶର ବିଭିନ୍ନ ଅଂଶରୁ ଅପସାରଣ ପ୍ରକ୍ରିୟା ଆରମ୍ଭ ହୋଇ ଅକ୍ଟୋବର ୧୫ସୁଦ୍ଧା ସମ୍ପୂର୍ଣ୍ଣ ବାହୁଡ଼ିଯିବା ନେଇ ଆକଳନ କରିଛି ଆଇଏମଡି(IMD)।

ସାଧାରଣତଃ ଅକ୍ଟୋବର ଦ୍ବିତୀୟ ସପ୍ତାହ ଶେଷ କିମ୍ବା ତୃତୀୟ ସପ୍ତାହ ପ୍ରଥମ ଆଡ଼କୁ ରାଜ୍ୟରୁ ମୌସୁମୀ ଲେଉଟିବା ଆରମ୍ଭ କରିଥାଏ । ଏଣୁ ଓଡ଼ିଶାରେ ମୌସୁମୀ ଆଉ ୨୦-୨୫ଦିନ ରହିବ ବୋଲି ଆଶା କରାଯାଉଛି। ମୌସୁମୀ ପ୍ରଭାବରେ ରାଜ୍ୟରେ ୧ ଜୁନ ରୁ ୨୦ ସେପ୍ଟେମ୍ବର ମଧ୍ୟରେ ୧୧୪୦.୯ ମି.ମି ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ବାଭାବିକ ବର୍ଷାଠାରୁ ୫ ପ୍ରତିଶତ ଅଧିକ । ୫ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ ହୋଇଥିବା ବେଳେ  ୨୫ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି । କନ୍ଧମାଳ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ୧୬୪୯.୯ ମିମି ବର୍ଷା ହୋଇଛି । ଯାହା ୫୧ ପ୍ରତିଶତ ଅଧିକ । ସେହିଭଳି ଭଦ୍ରକ ଜିଲ୍ଲାରେ ସର୍ବନିମ୍ନ ୮୩୬.୧ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ଏହା ୧୮ ପ୍ରତିଶତ କମ ବର୍ଷା ବୋଲି ବିଭାଗ କହିଛି ।  

ଅନ୍ୟପଟେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବାରୁ  ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି । ଆଗାମୀ କିଛି ଘଣ୍ଟାରେ ଏହା ଆହୁରି ଘନୀଭୂତ ହେବା ସହ ଉତ୍ତର-ପଶ୍ଚିମ ଦିଗରେ ଓଡ଼ିଶା-ଉପକୂଳ ଆଡ଼କୁ ଗତି କରି ଉତ୍ତର ଓଡ଼ିଶା ଓ ଉତ୍ତର ଛତିଶଗଡ଼ ଆଡ଼କୁ ମୁଁହାଇବ। ଲଘୁଚାପ ପ୍ରଭାବରେ ଗତକାଲି ଠାରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଛି । ୨୩ ତାରିଖ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଫଳରେ ଆହୁରି ୨ ଦିନ ବର୍ଷା ହେବ । ଆସନ୍ତା କିଛି ଘଣ୍ଟାରେ ୭ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ସହ ୧୩ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି । ଆଜି ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡିଶାରେ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ତେବେ ଆଗକୁ ଆଉ ଏକ ଘୁର୍ଣ୍ଣିବଳୟ ଆସୁଛି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହାସହ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ସମ୍ଭାବନା ରହିଛି । ବିଶେଷ କରି ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼, ଜଗତସିଂହପୁର, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର ଏବଂ କୋରାପୁଟ ଆଦି ୧୦ଟି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ସୂଚନା ଅନୁଯାୟୀ,ଆଜି ପଶ୍ଚିମ ଓଡ଼ିଶା ସମେତ କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୨୪ ରୁ ୪୮ ଘଣ୍ଟା ପରେ ରାଜ୍ୟରେ ବର୍ଷାର ପ୍ରକୋପ କମିବ। ତେବେ ଆସନ୍ତା ୨୪ ତାରିଖରୁ ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି କହିଛି ଭୁବନେଶ୍ୱ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।