Weather Update: ଆହୁରି ୪ ଦିନ ବର୍ଷିବ! ଆଜି ଏହି ସବୁ ଜିଲ୍ଲାରେ ଛେଚିବ ବର୍ଷା
Advertisement

Weather Update: ଆହୁରି ୪ ଦିନ ବର୍ଷିବ! ଆଜି ଏହି ସବୁ ଜିଲ୍ଲାରେ ଛେଚିବ ବର୍ଷା

Weather Update News In Odia: ତାତିରେ ଡହଳ ବିକଳ ହେଉଛନ୍ତି ରାଜ୍ୟବାସୀ । ତତଲା କଡ଼େଇରେ ଭାଜି ହେଉଛି ଓଡି଼ଶା (Odisha)। ତେବେ,ଏହାରି ଭିତରେ ପାଣିପାଗ ବିଭାଗ  (IMD)ରାଜ୍ୟବାସୀଙ୍କୁ ଏକ ଏକ ଆସ୍ବଶ୍ତି କଲା ପରି ଖବର ଦେଇଛି । ରାଜ୍ୟରେ ଆଜି କିଛି ସ୍ଥାନରେ କାଳବୈଶାଖି ବର୍ଷା ସମ୍ଭାବନା ଥିବା କହିଛି ଆଞ୍ଚଳିକ ପାଣିପାଗ ବିଭାଗ। ଆଜି ରାଜ୍ୟର ୧୫ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ (yellow warning)ଜାରି କରିଛି ଆଇଏମଡି (IMD)। ଭୁବନେଶ୍ୱର ରେ ମଧ୍ୟ କୁଆପଥର ବର୍ଷା ସହ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Weather Update News In Odia: ରାଜ୍ୟରେ ଗତକିଛି ଦିନ ହେବ ଜାରି ରହିଛି ଗ୍ରୀଷ୍ମପ୍ରବାହ । ତାତିରେ ଡହଳ ବିକଳ ହେଉଛନ୍ତି ରାଜ୍ୟବାସୀ । ତତଲା କଡ଼େଇରେ ଭାଜି ହେଉଛି ଓଡି଼ଶା (Odisha)। ତେବେ,ଏହାରି ଭିତରେ ପାଣିପାଗ ବିଭାଗ  (IMD)ରାଜ୍ୟବାସୀଙ୍କୁ ଏକ ଏକ ଆସ୍ବଶ୍ତି କଲା ପରି ଖବର ଦେଇଛି । ରାଜ୍ୟରେ ଆଜି କିଛି ସ୍ଥାନରେ କାଳବୈଶାଖି ବର୍ଷା ସମ୍ଭାବନା ଥିବା କହିଛି ଆଞ୍ଚଳିକ ପାଣିପାଗ ବିଭାଗ। ଆଜି ରାଜ୍ୟର ୧୫ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ (yellow warning)ଜାରି କରିଛି ଆଇଏମଡି (IMD)। ଭୁବନେଶ୍ୱର ରେ ମଧ୍ୟ କୁଆପଥର ବର୍ଷା ସହ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି ।

ତେବେ, ଏହି ଜିଲ୍ଲା ଗୁଡିକ ହେଲା ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, କଟକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଏବଂ କନ୍ଧମାଳ। ଏହି ସବୁ ଜିଲ୍ଲାରେ ଘଡ଼ଘଡ଼ି(Thunderstorm ) ସହ ବର୍ଷା (Rain) ହୋଇପାରେ। ଏଥିସହ ୩୦ରୁ ୪୦ କିମି ବେଗରେ ପବନ ବହିପାରେ ବୋଲି ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ (IMD)। କିଛି କିଛି ସ୍ଥାନରେ ପ୍ରବଳ ବର୍ଷା(Rain) ସମ୍ଭାବନା ସହ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି ।

Also Read: Angul Road Accident: ଖେଳୁଥିବା ବେଳେ ଶିଶୁଙ୍କ ଉପରେ ମାଡିଗଲା କାର୍, ଘଟଣାସ୍ଥଳରେ ତିନି ମୃତ

Also Read: Shani-Chandra Yuti 2023: ୩ଟି ରାଶିର ଲୋକ ହୋଇଯାଆନ୍ତି ସତର୍କ; କିଛି ଦିନ ପରେ ଶନି-ଚନ୍ଦ୍ର ସୃଷ୍ଟି କରିବେ ବିଷ ଯୋଗ, ବର୍ଷିବ କେବଳ ସଂକଟ ହିଁ ସଂକଟ

 

ରାଜ୍ୟରେ କାଳବୈଶାଖିର ପ୍ରଭାବ ମେ ୨ ତାରିଖ ପର୍ଯ୍ୟନ୍ତ ଦେଖିବାକୁ ମିଳିବ । କେବଳ ଆଜି ନୁହେଁ, ଆସନ୍ତାକାଲି ମଧ୍ୟ, କାଳବୈଶାଖିର ପ୍ରଭାବରେ କେତେକ ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲି ୯ ଜିଲ୍ଲାକୁ ଅରେଞ୍ଜ ଏବଂ ୧୪ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।  ଆସନ୍ତାକାଲି କାଳବୈଶାଖୀ ପ୍ରଭାବ ସାମାନ୍ୟ କମିବା ପରେ ୩୦ରୁ ପୁଣି ପ୍ରଭାବ ବଢ଼ିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ(IMD) । ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗିର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।

Also Read: Horoscope Today 29 April 2023: ଆଜି ଏହି ୫ଟି ରାଶି ପାଇଁ ଅତ୍ୟନ୍ତ ଶୁଭ, ଏସବୁ ରାଶି ରୁହନ୍ତୁ ସାବଧାନ; ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର

ସେପଟେ, ମେ ୨ ପରେ (May 2) ରାଜ୍ୟରେ ତାତି ଅଧିକ ଅନୁଭୁତ(Heatwave) ହେବ । ଏପରିକି ଅଧିକାଂଶ ସ୍ଥାନରେ ସ୍ୱାଭାବିକଠାରୁ ଅଧିକ ଗରମ ହେବ । ଆଇଏମଡିର (imd)ପୂର୍ବାନୁମାନ ଅନୁସାରେ ପୂର୍ବ ଭାରତ ଓ କେନ୍ଦ୍ରୀୟ ପୂର୍ବ ଭାରତରେ ଦିନ ତାପମାତ୍ରା (Temperature) ସ୍ୱାଭାବିକଠାରୁ ଅଧିକ ରହିବ । ଉତ୍ତର ପଶ୍ଚିମ ଭାରତ ଓ ପଶ୍ଚିମ କେନ୍ଦ୍ରୀୟ ଭାରତରେ ଦିନ ତାପମାତ୍ରା(Temperature) ସ୍ୱାଭାବିକ ବା ସ୍ୱାଭାବିକଠାରୁ କମ୍ ରହିବ । ଉତ୍ତର ପଶ୍ଚିମ ଓ ପୂର୍ବ ଭାରତର କିଛି ସ୍ଥାନରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ ବୋଲି ପୂର୍ବାନୁମାନ କରାଯାଇଛି । ଓଡ଼ିଶା ସମେତ ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗ, ଉତରପ୍ରଦେଶର ପୂର୍ବଭାଗ, ଉପକୂଳ ଆନ୍ଧ୍ରପ୍ରଦେଶ, ଛତିଶଗଡ଼ର ଉତର ଭାଗ , ପୂର୍ବ ମଧ୍ୟପ୍ରଦେଶ, ତେଲେଙ୍ଗାନା ଓ ଗୁଜରାଟର ଉତ୍ତର ଭାଗରେ ଗ୍ରୀଷ୍ମଲହରୀ ଅନୁଭୂତ ହେବ । ହେଲେ ମେ’ ମାସରେ ବର୍ଷା ପରିମାଣ ସ୍ୱାଭାବିକ ରହିବ ।