Income Tax Slab Change: ଆୟକରକୁ ନେଇ ବଡ଼ ଖବର, ଷ୍ଟାଣ୍ଡାର୍ଡ ଡିଡକ୍ସନ ସୀମା ବୃଦ୍ଧି..
Advertisement
Article Detail0/zeeodisha/odisha2349312

Income Tax Slab Change: ଆୟକରକୁ ନେଇ ବଡ଼ ଖବର, ଷ୍ଟାଣ୍ଡାର୍ଡ ଡିଡକ୍ସନ ସୀମା ବୃଦ୍ଧି..

Income Tax Slab Change:  ଅର୍ଥମନ୍ତ୍ରୀ କହିଛନ୍ତି ଯେ ସରକାର ଆସନ୍ତା ୬ ମାସ ମଧ୍ୟରେ ଆୟକର ଅଧିନିୟମ ୧୯୬୧ ସମୀକ୍ଷା କରିବେ। ଆୟକର ବ୍ୟବସ୍ଥାକୁ ସରଳ କରାଯିବ ବୋଲି ସେ କହିଛନ୍ତି। ବଡ଼ ଟିକସ ମାମଲାର ଶୁଣାଣି ପାଇଁ ଅଧିକ ଅଧିକାରୀ ଉପସ୍ଥିତ ରହିବେ ବୋଲି ସେ କହିଛନ୍ତି। ଏଥି ସହିତ ଷ୍ଟାର୍ଟଅପ୍ କୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଆଞ୍ଜେଲ୍ ଟ୍ୟାକ୍ସ ରଦ୍ଦ କରିବାକୁ ମଧ୍ୟ ଘୋଷଣା କରିଛନ୍ତି।

Income Tax Slab Change: ଆୟକରକୁ ନେଇ ବଡ଼ ଖବର, ଷ୍ଟାଣ୍ଡାର୍ଡ ଡିଡକ୍ସନ ସୀମା ବୃଦ୍ଧି..

Income Tax Slab Change: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (କେନ୍ଦ୍ରୀୟ ବଜେଟ୍ 2024) ମଙ୍ଗଳବାର କ୍ରମାଗତ ସପ୍ତମ ଥର ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି। ଫେବୃଆରୀ ୧ ରେ ଅର୍ଥମନ୍ତ୍ରୀ ସୀତାରମଣ ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳ ପାଇଁ ମଧ୍ୟବର୍ତ୍ତୀକାଳୀନ ବଜେଟ୍ ଉପସ୍ଥାପନ କରିଥିଲେ। ବଜେଟରେ ମୋଦୀ ସରକାର ଟିକସଦାତାଙ୍କ ପାଇଁ ଛାଡ଼ ଘୋଷଣା କରିଛନ୍ତି। କେନ୍ଦ୍ରୀୟ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ଆୟକର ସ୍ଲାବକୁ ନେଇ ବଡ ଘୋଷଣା କରିଛନ୍ତି। ନୂତନ ଟିକସ ବ୍ୟବସ୍ଥାରେ ୦-୩ ଲକ୍ଷ ଟଙ୍କା ଆୟ ପର୍ଯ୍ୟନ୍ତ   କୌଣସି ଟିକସ ଆଦାୟ କରାଯିବ ନାହିଁ। ଏହା ସହିତ ଷ୍ଟାଣ୍ଡାର୍ଡ ରିହାତି ୫୦ ହଜାରରୁ ୭୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି।

ସେହିପରି ସେହିପରି ୩-୭ ଲକ୍ଷ ପର୍ଯ୍ୟନ୍ତ ଆୟରେ ୫% ଟ୍ୟାକ୍ସ ଦେବାକୁ ପଡିବ । ଏଥିସହ ୭-୧୦ ଲକ୍ଷ ଆୟରେ ୧୦% ଟ୍ୟାକ୍ସ ଦେବାକୁ ପଡିବ। ଅନ୍ୟପଟେ ୧୦-୧୨ ଲକ୍ଷ ଆୟ ଉପରେ ୧୫ ପ୍ରତିଶତ ଟ୍ୟାକ୍ସ, ୧୨-୧୫ ଲକ୍ଷ ଆୟ ଉପରେ ୨୦ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡିବ। ତେବେ ୧୫ ଲକ୍ଷରୁ ଅଧିକ ଟଙ୍କାର ଆୟ ଉପରେ ୩୦ ପ୍ରତିଶତ ଟ୍ୟାକ୍ସ(Tax) ଦେବାକୁ ପଡିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ।

ଅର୍ଥମନ୍ତ୍ରୀ କହିଛନ୍ତି ଯେ ସରକାର ଆସନ୍ତା ୬ ମାସ ମଧ୍ୟରେ ଆୟକର ଅଧିନିୟମ ୧୯୬୧ ସମୀକ୍ଷା କରିବେ। ଆୟକର ବ୍ୟବସ୍ଥାକୁ ସରଳ କରାଯିବ ବୋଲି ସେ କହିଛନ୍ତି। ବଡ଼ ଟିକସ ମାମଲାର ଶୁଣାଣି ପାଇଁ ଅଧିକ ଅଧିକାରୀ ଉପସ୍ଥିତ ରହିବେ ବୋଲି ସେ କହିଛନ୍ତି। ଏଥି ସହିତ ଷ୍ଟାର୍ଟଅପ୍ କୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଆଞ୍ଜେଲ୍ ଟ୍ୟାକ୍ସ ରଦ୍ଦ କରିବାକୁ ମଧ୍ୟ ଘୋଷଣା କରିଛନ୍ତି।
 

ବର୍ତ୍ତମାନର ଆୟକର ସ୍ଲାବ୍ କ’ଣ?

ବର୍ତ୍ତମାନ ପୁରୁଣା ଟିକସ ବ୍ୟବସ୍ଥା ଅନୁସାରେ ମୌଳିକ ଛାଡ ସୀମା ହେଉଛି ୨.୫ ଲକ୍ଷ ଟଙ୍କା ଏବଂ ନୂତନ ଟିକସ ବ୍ୟବସ୍ଥାରେ ଏହା ୩ ଲକ୍ଷ ଟଙ୍କା। ବର୍ତ୍ତମାନ ଆଶା କରାଯାଉଛି ଯେ ଏଥର ଉଭୟ ଟିକସ ବ୍ୟବସ୍ଥାରେ ଟିକସ ଛାଡ ସୀମାକୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବ।

ସୀତାରମଣ ଭାଙ୍ଗିଲେ ମୋରାରଜୀ ଦେଶାଇଙ୍କ ରେକର୍ଡ:

୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କ୍ରମାଗତ ସପ୍ତମ ବଜେଟ୍ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ଇତିହାସ ସୃଷ୍ଟି କରିଛନ୍ତି। ସେ ପୂର୍ବତନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇଙ୍କ ରେକର୍ଡ ଭାଙ୍ଗିଛନ୍ତି। ତେବେ ସର୍ବାଧିକ ଥର ବଜେଟ୍ ଉପସ୍ଥାପନ କରିବାର ରେକର୍ଡ ଦେଶାଇଙ୍କ ନାମରେ ରହିଥିଲା। ସୀତାରମଣଙ୍କୁ ୨୦୧୯ ମସିହାରେ ଭାରତର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ଅର୍ଥମନ୍ତ୍ରୀ କରାଯାଇଥିଲା।