G20 Summit 2023: ଜି-୨୦ ଶିଖର ସମ୍ମିଳନୀରେ ନିୟୋଜିତ ହେବେ ସ୍ୱତନ୍ତ୍ର ସୁରକ୍ଷାକର୍ମୀ; କାମ ଶୁଣିଲେ ଚକିତ ହୋଇଯିବେ ଆପଣ
Advertisement
Article Detail0/zeeodisha/odisha1848490

G20 Summit 2023: ଜି-୨୦ ଶିଖର ସମ୍ମିଳନୀରେ ନିୟୋଜିତ ହେବେ ସ୍ୱତନ୍ତ୍ର ସୁରକ୍ଷାକର୍ମୀ; କାମ ଶୁଣିଲେ ଚକିତ ହୋଇଯିବେ ଆପଣ

G20 Summit Update:  ଜି-୨୦ ଶିଖର ସମ୍ମିଳନୀ ପାଇଁ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ଭିଆଇପି ଭିଭିଆଇପି ଅଞ୍ଚଳରେ ନିୟୋଜିତ ହେବେ ସ୍ୱତନ୍ତ୍ର ସୁରକ୍ଷାକର୍ମୀ। 

G20 Summit 2023: ଜି-୨୦ ଶିଖର ସମ୍ମିଳନୀରେ ନିୟୋଜିତ ହେବେ ସ୍ୱତନ୍ତ୍ର ସୁରକ୍ଷାକର୍ମୀ; କାମ ଶୁଣିଲେ ଚକିତ ହୋଇଯିବେ ଆପଣ

Monkey Man for G20 Summit: ଚଳିତ ବର୍ଷ ସେପ୍ଟମ୍ବର ୯-୧୦ ତାରିଖରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ଠାରେ ଆୟୋଜିତ ହେଉଛି ଜି-୨୦ ଶିଖର ସମ୍ମିଳନୀ। ଏନେଇ ଜୋରସୋରରେ ଚାଲିଛି ପ୍ରସ୍ତୁତି। ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ଲାଗି ଦିଲ୍ଲୀ ଅଭିମୁଖେ ଗସ୍ତ କରୁଛନ୍ତି ସଦସ୍ୟ ଦେଶର ରାଷ୍ଟ୍ରମୁଖ୍ୟ। ବିଦେଶୀ ଅତିଥିଙ୍କ ଦିଲ୍ଲୀ ଗସ୍ତକୁ ନଜରରେ ରଖି ରାଷ୍ଟ୍ରୀୟ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା ମଜବୁତ କରାଯାଉଛି। ବିଦେଶୀ ଅତିଥିଙ୍କ ସୁରକ୍ଷା କ୍ଷେତ୍ରରେ କୌଣସି ପ୍ରକାର ଅବହେଳା ଯେ ପରି ନହୁଏ ତାହା ଉପରେ ରଖାଯାଉଛି ସ୍ୱତନ୍ତ୍ର ନଜର। 

ଜି-୨୦ ଶିଖର ସମ୍ମିଳନୀରେ (G20 Summit 2023) ନିୟୋଜିତ ହେବେ ସ୍ୱତନ୍ତ୍ର ସୁରକ୍ଷାକର୍ମୀ (Special Security Guard for G20 Summit 2023)। ଯେଉଁମାନେ ମାଙ୍କଡ଼ ଉତ୍ପାତରୁ (Strange Activities of Monkey in Delhi) ମୁକ୍ତି ପ୍ରଦାନ କରିବେ। ପ୍ରାୟ ୩୦-୪୦ ଜଣ ଲୋକଙ୍କୁ ନିୟୋଜିତ ହେବେ। ଯେଉଁମାନେ ମାଙ୍କଡ଼ କରୁଥିବା ଶବ୍ଦ ଅନୁକରଣ କରିପାରିବେ। ଏହି ବୈଠକ ସମୟରେ ମାଙ୍କଡ଼ ଉତ୍ପାତ ରୋକିବା ପାଇଁ ସେହି ବ୍ୟକ୍ତିଙ୍କୁ ସୁରକ୍ଷା ରଣନୀତିର (Security Arrangements for G20 Summit 2023) ଏକ ଅଂଶ ଭାବରେ ନିୟୋଜିତ କରାଯାଉଛି। 

ମାଙ୍କଡ଼ ଫଟୋ ରହିଥିବା ଲଙ୍ଗୁର କଟ୍-ଆଉଟ୍ (Langur Cut-Out) ବିଭିନ୍ନ ସୁବିଧା ଜନକ ସ୍ଥାନରେ ରଖାଯିବ। ମାଙ୍କଡ଼ଙ୍କ ଅନିୟନ୍ତ୍ରିତ ଜନସଂଖ୍ୟା ହେତୁ, ସେମାନଙ୍କ ସଂଖ୍ୟା ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ (National Capital Delhi) ସେମାନଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି। ଯାହାର ଭିଆଇପି ଭିଭିଆଇପି ଅଞ୍ଚଳ (VIP and VVIP Area of Delhi) କୁହାଯାଉଥିବା ଲୁଟିନ୍ସ ଦିଲ୍ଲୀ (Lutyens Delhi) ମଧ୍ୟ ସାମିଲ ରହିଛି। ଏଠାରେ ବିଭିନ୍ନ ପଶୁ ଏଣେତେଣେ ବୁଲିବା ସହ ଲୋକଙ୍କ ଉପରେ ଆକ୍ରମଣ କରିଥାନ୍ତି। 

ମାଙ୍କଡ ଉତ୍ପାତ ନିୟନ୍ତ୍ରଣ କରିବାକୁ ହୋଇଛି ଯୋଜନା 
ଜି-୨୦ ଶିଖର ସମ୍ମିଳନୀକୁ ନଜରରେ ରଖି ମାଙ୍କଡ ଉତ୍ପାତ ନିୟନ୍ତ୍ରଣ କରିବାକୁ ହୋଇଛି ସ୍ୱତନ୍ତ୍ର ଯୋଜନା। ଏନେଇ ଦିଲ୍ଲୀ ନଗର ନିଗମ (Municipal Corporation of Delhi) ଏବଂ ଦିଲ୍ଲୀ ସରକାରଙ୍କ ବନ ବିଭାଗ (Delhi Govt Forest Dept) ପକ୍ଷରୁ ନିଆଯାଉଛି ସ୍ୱତନ୍ତ୍ର ପଦକ୍ଷେପ। ଏହି ବୈଠକର ମୁଖ୍ୟ ସ୍ଥାନ, ଯେଉଁ ହୋଟେଲ ଠାରେ ବିଦେଶୀ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ପ୍ରତିନିଧି ଅବସ୍ଥାନ କରିବେ, ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଯେପରି ମାଙ୍କଡ଼ ଉତ୍ପାତ ନ କରନ୍ତି ସେ ନେଇ ସ୍ୱତନ୍ତ୍ର ନଜର ରଖାଯାଉଛି। ଏନେଇ ମାଙ୍କଡ଼ ଫଟୋ ରହିଥିବା ଲଙ୍ଗୁର କଟ୍-ଆଉଟ୍ ଲଗାଯାଉଛି। ଏପରିକି ପ୍ରାୟ ୩୦-୪୦ ଜଣ ଲୋକଙ୍କୁ ନିୟୋଜିତ କରାଯାଉଛି ଯେଉଁମାନେ ମାଙ୍କଡ଼ କରୁଥିବା ଶବ୍ଦକୁ ଅନୁକରଣ କରିପାରିବେ। ଯାହା ଦ୍ୱାରା ସମସ୍ତ ସ୍ଥାନରେ ମାଙ୍କଡ଼ ଏକାଠି ହୋଇପାରିବେ ନାହିଁ।

ଦିଲ୍ଲୀ ନଗର ନିଗମ ପ୍ରାୟ ୩୦-୪୦ ଜଣ ଲୋକଙ୍କୁ ନିୟୋଜିତ କରିବ। ଯେଉଁମାନେ ମାଙ୍କଡଙ୍କୁ ଭୟଭୀତ କରିବା ପାଇଁ ସେମାନେ କରୁଥିବା ଶବ୍ଦର ଅନୁକରଣ କରିପାରିବେ। ଏହି ଲୋକଙ୍କ ପଞ୍ଜୀକରଣ କରାଯାଇଛି। ସେମାନେ ଶବ୍ଦ ଅନୁକରଣ କରି ମାଙ୍କଡଙ୍କୁ ଭୟଭୀତ କରିବାରେ ପ୍ରଭାବଶାଳୀ ରହିଥିବାରୁ ସେମାନଙ୍କୁ ନିଯୁକ୍ତ କରାଯାଇଛି। ଯେଉଁ ହୋଟେଲ ଠାରେ ବିଦେଶୀ ପ୍ରତିନିଧି ରହିବେ, ସେହି ସ୍ଥାନରେ ଆମେ ଜଣେ ଜଣେ ବ୍ୟକ୍ତିଙ୍କୁ ନିୟୋଜିତ କରିବୁ।

ମାଙ୍କଡ଼ ଫଟୋ ରହିଥିବା ଲଙ୍ଗୁର କଟ୍-ଆଉଟ୍ ଦିଲ୍ଲୀ ସର୍ଦ୍ଦାର ପଟେଲ ମାର୍ଗ ସମେତ ସହରର ବିଭିନ୍ନ ଅଞ୍ଚଳରେ କୌଶଳକ୍ରମେ ଲଗାଯିବ। ଯେଉଁ ଅଞ୍ଚଳ ମାଙ୍କଡ଼ଙ୍କ ଉତ୍ପାଦ ଦ୍ୱାରା ଅଧିକ ମାତ୍ରାରେ ପ୍ରଭାବିତ ହୋଇଛି। ଜି-୨୦ ଶିଖର ସମ୍ମିଳନୀ ପାଇଁ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀକୁ ସଜ୍ଜାଇବା ପାଇଁ ବିଭିନ୍ନ ପ୍ରକାରର ଉଦ୍ଭିଦ ଏବଂ ଗଛ ଲତା ଲଗାଯାଇଥିଲା। ହେଲେ ଏହାକୁ ମାଙ୍କଡ଼ ନଷ୍ଟ କରି ଦେଇଛନ୍ତି।