Longest Prison Sentence: ଠକେଇ ମାମଲାରେ ଜଣେ ବ୍ୟକ୍ତିଙ୍କୁ ସର୍ବାଧିକ କେତେ ବର୍ଷର ଜେଲ ଦଣ୍ଡ ମିଳିଥାଏ? ହେଲେ ଗତ ୧୯୮୦-୯୦ ଦଶକରେ ହୋଇଥିବା ଏକ ଠକେଇ ଘଟଣାରେ ଜଣେ ମହିଳାଙ୍କୁ ୧୪୧୦୭୮ ବର୍ଷର କାରାଦଣ୍ଡ ମିଳିଥିଲା।
Trending Photos
Thai Women Received Longest Prison Sentence: ଠକେଇ ପାଇଁ ଜଣଙ୍କୁ କେତେ ବର୍ଷର ଦଣ୍ଡାଦେଶ ହୋଇପାରେ? ଏହାର ଉତ୍ତରରେ, ଆପଣ କହିବେ ଯେ ବିଭିନ୍ନ ଦେଶର ନିୟମ ଅନୁଯାୟୀ ଭିନ୍ନ ଭିନ୍ନ ହୋଇପାରେ। କାହାକୁ ୬ ମାସ କିମ୍ବା ବର୍ଷେ କିମ୍ବା ଏହା ଠାରୁ ଅଧିକ ହୋଇପାରେ। ହେଲେ କେବେ ଆପଣ ଶୁଣିଛନ୍ତି ଆର୍ଥିକ ଠକେଇ ଅଭିଯୋଗରେ ଜଣଙ୍କୁ ବର୍ଷେ କିମ୍ବା ଦୁଇ ବର୍ଷ ନୁହେଁ ବରଂ ୧ ଲକ୍ଷ ୪୧ ହଜାର ୭୮ ବର୍ଷରେ ଦଣ୍ଡିତ କରାଯାଇଛି। ଏତେ ଲମ୍ବା ଅବଧି ବିଶିଷ୍ଟ ଦଣ୍ଡାଦେଶ ବାବଦରେ ଜାଣିବା ପରେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟଚକିତ ହୋଇଯାଉଥିବେ। ହେଲେ ଆଶ୍ଚର୍ଯ୍ୟ ହେବାର କୌଣସି କାରଣ ନାହିଁ। କାରଣ ଏକଥା ୧୦୦% ସତ୍ୟ। ପୁରା ଘଟଣାକ୍ରମ କ'ଣ ତାହା ଜାଣନ୍ତୁ।
ଇତିହାସରେ ଦୀର୍ଘତମ ସଜ୍ଜା!
ଚାମୋଏ ଥିପ୍ୟାସୋ ନାମକ ଜଣେ ଥାଇଲ୍ୟାଣ୍ଡ ମହିଳା (Thai Women Chamoy Thipyaso) ୧୬ ହଜାରରୁ ଅଧିକ ଲୋକଙ୍କୁ ଠକିଥିଲେ। ଯେଉଁଥିପାଇଁ ତାଙ୍କୁ ୧ ଲକ୍ଷ ୪୧ ହଜାର ୭୮ ବର୍ଷରେ କାରାଦଣ୍ଡରେ (Thai Women Received Longest Prison Sentence) ଦଣ୍ଡିତ କରାଯାଇଥିଲା। ଏହି ଚତୁର ଥାଇ ମହିଳା ଜଣଙ୍କ ୧୬ ହଜାରରୁ ଅଧିକ (Thai Women Looted 16 People) ଲୋକଙ୍କୁ ପ୍ରାୟ ୧୬ ବିଲିୟନ (Thai Women Looted 16 Billion) ଟଙ୍କାର ଚୂନ ଲଗାଇଥିଲେ। ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ହେଉଛି ୧୩,୨୩,୫୫,୧୨,୦୦,୦୦୦.୦୦ କୋଟି ଟଙ୍କା। ଚାମୋଏ ଥିପ୍ୟାସୋ ନିଜର ଠକେଇ ଷଡଯନ୍ତ୍ରକୁ ଏକ ସଞ୍ଚୟ ଯୋଜନା (Saving Scheme) ନାମରେ ପ୍ରଚାର କରିଥିଲେ। ଯିଏ ଏକ ଫାଇନାନ୍ସ କମ୍ପାନୀ (Finance Company) ଏବଂ ନିବେଶ ଯୋଜନା ଚଳାଇ ଲୋକଙ୍କୁ ଠକିଥିଲେ। ଭାରତ ଭଳି ଦେଶରେ ଏହି ସଞ୍ଚୟ ଯୋଜନା 'ଚିଟ୍ ଫଣ୍ଡ (Chit Fund Scheme in India) ନାମରେ ବେଶ ଜଣାଶୁଣା।
ଭାରତ ସହ ରହିଛି ଠକେଇ ସମ୍ପର୍କ
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଚାମୋଏ ଥିପ୍ୟାସୋ ନାମକ ଜଣେ ଥାଇଲ୍ୟାଣ୍ଡ ମହିଳାଙ୍କୁ ୧୯୮୦-୯୦ ଦଶକରେ କୋର୍ଟ ଦଣ୍ଡିତ କରିଥିଲେ। ସେହି 'ଚିଟ୍ ଫଣ୍ଡ୍' କମ୍ପାନୀ ମାଧ୍ୟମରେ ଦେଶର ଦାକ୍ଷିଣାତ୍ୟ ରାଜ୍ୟ କେରଳର (Kerala) ଅନେକ ଲୋକଙ୍କୁ ସଞ୍ଚୟ ଯୋଜନା ନାମରେ ନିଜର ଜାଲରେ ଫସାଇଥିଲେ। ଚାମୋଏ ଥିପ୍ୟାସୋ ଯାହାଙ୍କ ହାଇ ପ୍ରୋଫାଇଲ ଶୌକ ରହିଛି ଯିଏ ସମ୍ଭ୍ରାନ୍ତ ବର୍ଗ ସହ ସମ୍ପର୍କ ରଖିଛନ୍ତି ସେ ପୁଞ୍ଜି ବିନିଯୋଗ ବଦଳରେ ଲୋକଙ୍କୁ କୋଟିପତି ହେବାର ସ୍ୱପ୍ନ ଦେଖାଇଥିଲେ। ସେ କହିଥିଲେ ଯେ ପୁଞ୍ଜି ବିନିଯୋଗ ବଦଳରେ ଆପଣଙ୍କୁ ଏପରି ଏକ ବଣ୍ଡ ଦିଆଯିବ ଯାହା କିଛି ସମୟ ପରେ ଲୋକଙ୍କ ମୋଟା ଅଙ୍କର ରିଟର୍ଣ୍ଣ ପ୍ରଦାନ କରିବ।
କିପରି ହୋଇଥିଲା ଠକେଇ?
ଚାମୋଏ ଥିପ୍ୟାସୋ ଥାଇଲ୍ୟାଣ୍ଡ ସରକାରୀ ତୈଳ କମ୍ପାନୀ ଥାଇଲ୍ୟାଣ୍ଡ ପେଟ୍ରୋଲିୟମ ଅଥରିଟି କର୍ମଚାରୀ ଥିଲେ। ନିଜର କାରନାମାକୁ ଆଇନଗତ ଦେଖାଇାବା ପାଇଁ ସେ ରୟାଲ ଥାଇ ବାୟୁସେନା ସହ ରହିଥିବା ସମ୍ପର୍କକୁ ବ୍ୟବହାର କରିଥିଲେ। ସରକାରୀ କମ୍ପାନୀ ନାମ କାଗଜପତ୍ରରେ ଲେଖାଯାଉଥିବାରୁ ହଜାର ହଜାର ଲୋକ ଏହାର ପ୍ରଭାବରେ ଆସି ଟଙ୍କା ନିବେଶ କରିବାରେ ଲାଗିଥିଲେ। ଏହି ଲୁଟ୍ ଘଟଣାରେ ଥାଇଲ୍ୟାଣ୍ଡ ଭଳି ଦେଶର ବଡ଼ ବଡ଼ ବ୍ୟକ୍ତିତ୍ୱ ସମ୍ପୃକ୍ତ ରହିଥିବାର କୁହାଯାଇଥିଲା। ହେଲେ ୧୯୮୦ ଦଶକରେ ଯେତେବେଳେ (Kerala Saving Scheme Scam 1980) ଏହି ଘଟଣାର ପର୍ଦ୍ଦାଫାଶ ହୋଇଥିଲା ସେତେବେଳେ ସେହି ଚିଟ୍ ଫଣ୍ଡ କମ୍ପାନୀ ବନ୍ଦ କରି ଦିଆଯିବା ସହ ଅଭିଯୁକ୍ତ ମହିଳାଙ୍କୁ ଜେଲଦଣ୍ଡ ମିଳିଥିଲା। ଏହି ଅଭିଯୋଗରେ ତାଙ୍କୁ କଠୋର ଦଣ୍ଡ ଦିଆଯାଇଥିଲା। ହେଲେ ଦଣ୍ଡଦେଶ ମିଳିବାର କିଛି ବର୍ଷ ପରେ ସେ ମୁକ୍ତି ପାଇଯାଇଥିଲେ। ଏହି ମାମଲାର ପର୍ଦ୍ଦାଫାଶ ହେବା ପରେ ଏକ ଆଇନ ପ୍ରଣୟନ କରାଯାଇଥିଲା। ଯେଉଁଥିରେ ଠକେଇ ମାମଲାରେ ସର୍ବାଧିକ ୨୦ ବର୍ଷ ପର୍ଯ୍ୟନ୍ତ ଦଣ୍ଡାଦେଶ ମିଳିବାର ବ୍ୟବସ୍ଥା କରାଯାଇଥିଲା।