Indian Politics: ହ୍ରାସ ପାଇବ ନିର୍ବାଚନ ଲଢିବାର ବୟସ, ପ୍ରସ୍ତାବ ଦେଲା ସଂସଦୀୟ କମିଟି; କ'ଣ କହିଲେ ନିର୍ବାଚନ ଆୟୋଗ?
Advertisement
Article Detail0/zeeodisha/odisha1813047

Indian Politics: ହ୍ରାସ ପାଇବ ନିର୍ବାଚନ ଲଢିବାର ବୟସ, ପ୍ରସ୍ତାବ ଦେଲା ସଂସଦୀୟ କମିଟି; କ'ଣ କହିଲେ ନିର୍ବାଚନ ଆୟୋଗ?

Election Commission of India: ନିର୍ବାଚନ ଲଢିବା ପାଇଁ ଧାର୍ଯ୍ୟ ହୋଇଥିବା ବୟସ ସୀମା ହ୍ରାସ କରିବାକୁ ସଂସଦୀୟ କମିଟି ପ୍ରସ୍ତାବ ଦେଇଥିଲା। ମାତ୍ର ଏ ପ୍ରସଙ୍ଗରେ ନିର୍ବାଚନ ଆୟୋଗ ଆଭିମୁଖ୍ୟ କ'ଣ ରହିଛି ତାହ ଜାଣନ୍ତୁ।

Indian Politics: ହ୍ରାସ ପାଇବ ନିର୍ବାଚନ ଲଢିବାର ବୟସ, ପ୍ରସ୍ତାବ ଦେଲା ସଂସଦୀୟ କମିଟି; କ'ଣ କହିଲେ ନିର୍ବାଚନ ଆୟୋଗ?

Minimum Age to Contest Election: ଦେଶରେ ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ​ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଏକ ସଂସଦୀୟ କମିଟି ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦିଆଯାଇଛି। ଅଗଷ୍ଟ ୪ ତାରିଖ ଶୁକ୍ରବାର ସଂସଦୀୟ କମିଟି ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଅନୁସାରେ ନିର୍ବାଚନରେ ଅଂଶଗ୍ରହଣ କରିବା ପାଇଁ ଧାର୍ଯ୍ୟ ହୋଇଥିବା ସର୍ବନିମ୍ନ ବୟସ ସୀମା ହ୍ରାସ କରିବାକୁ ପରାମର୍ଶ ଦେଇଛି। ଗଣତନ୍ତ୍ରରେ ଯୋଗଦେବା ପାଇଁ ଏହା ଯୁବପିଢିଙ୍କୁ ସମାନ ସୁଯୋଗ ଦେବ ବୋଲି କମିଟି କହିଛି।

ସାମ୍ପ୍ରତିକ ନିୟମ ଅନୁଯାୟୀ ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ହେଲେ ଜଣେ ବ୍ୟକ୍ତିଙ୍କୁ ଅତି କମରେ ୨୫ ବର୍ଷ ହୋଇଥିବା ଆବଶ୍ୟକ। ଏହା ସହିତ ରାଜ୍ୟସଭା ତଥା ରାଜ୍ୟ ବିଧାନ ପରିଷଦର ସଦସ୍ୟ ହେବା ପାଇଁ ଜଣେ ବ୍ୟକ୍ତିଙ୍କୁ ସର୍ବନିମ୍ନ ୩୦ ବର୍ଷ ବୟସ ହୋଇଥିବା ଆବଶ୍ୟକ। ବର୍ତ୍ତମାନ ଜଣେ ବ୍ୟକ୍ତି ୧୮ ବର୍ଷ ବୟସରେ ଭୋଟ୍ ଦେବାର ଅଧିକାର ପାଇଛନ୍ତି। 

୨୫ ବର୍ଷରୁ ୧୮ ବର୍ଷକୁ ହ୍ରାସ କରିବାକୁ ପରାମର୍ଶ ଦେଲା ସଂସଦୀୟ କମିଟି
ଆଇନ ଏବଂ ବ୍ୟକ୍ତିଗତ ବ୍ୟାପାର ସଂସଦୀୟ ସ୍ଥାୟୀ କମିଟି (Parliamentary Committee of India) ଲୋକସଭା ନିର୍ବାଚନ ପାଇଁ ସର୍ବନିମ୍ନ ବୟସକୁ (minimum age for contesting lok election) ୨୫ ବର୍ଷରୁ ୧୮ ବର୍ଷକୁ ହ୍ରାସ କରିବାକୁ ସୁପାରିଶ କରିଛି। ଏନେଇ କାନାଡା, ବ୍ରିଟେନ ଏବଂ ଅଷ୍ଟ୍ରେଲିଆ ଭଳି ଦେଶର ଉଦାହରଣ ଦେଇଛି କମିଟି। ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ କମିଟି ପକ୍ଷରୁ କୁହାଯାଇଛି ଯେ କାନାଡା, ବ୍ରିଟେନ ଏବଂ ଅଷ୍ଟ୍ରେଲିଆ ଭଳି ଦେଶର ରାଜନୈତିକ ପ୍ରକ୍ରିୟାକୁ ପରୀକ୍ଷା କରିବା ପରେ କମିଟି ମତ ଦେଇଛି ଯେ ଜାତୀୟ ନିର୍ବାଚନରେ ​​ପ୍ରାର୍ଥୀ ହେବାର ସର୍ବନିମ୍ନ ବୟସ ୧୮ ବର୍ଷ ହେବା ଆବଶ୍ୟକ। ଏହି ଦେଶର ଉଦାହରଣ ଦେଇ କମିଟି କହିଛି ଯେ ଏହା ଦ୍ୱାରା ଦେଶର ଯୁବପିଢି ନିର୍ଭରଯୋଗ୍ୟ ଏବଂ ଦାୟିତ୍ୱପୂର୍ଣ୍ଣ ରାଜନୈତିକ ଅଂଶୀଦାର ହୋଇପାରିବେ।

ବିଧାନସଭା ନିର୍ବାଚନ ପାଇଁ ସର୍ବନିମ୍ନ ବୟସ ହ୍ରାସ କରିବାକୁ (minimum age for contesting assembly election) ବିଜେପି ସାଂସଦ ସୁଶୀଲ ମୋଦୀଙ୍କ (BJP MP Sushil Modi) ନେତୃତ୍ୱରେ ଗଠିତ କମିଟି ସୁପାରିଶ କରିଛି। କମିଟି ଜାଣିବାକୁ ପାଇଛି ଯେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା ପାଇଁ ସର୍ବନିମ୍ନ ବୟସ ସୀମା ହ୍ରାସ କରିବା ଦ୍ୱାରା ଯୁବପିଢିଙ୍କୁ ଗଣତନ୍ତ୍ରରେ ଯୋଗଦେବା ପାଇଁ ସୁଯୋଗ ମିଳିବ। ଏହି ସଂସଦୀୟ କମିଟି ଏହାର ରିପୋର୍ଟ ମାଧ୍ୟମରେ କହିଛି ଯେ ବୈଶ୍ୱିକ ପ୍ରଥା, ଯୁବପିଢିଙ୍କ ମଧ୍ୟରେ ରାଜନୈତିକ ଚେତନା ବୃଦ୍ଧି ଏବଂ ଯୁବ ପ୍ରତିନିଧିତ୍ୱର ଲାଭ ଭଳି ବହୁ ପରିମାଣର ପ୍ରମାଣ ଦ୍ୱାରା ଏହା ସମର୍ଥିତ।

ପ୍ରସ୍ତାବ ସପକ୍ଷରେ ନାହିଁ ନିର୍ବାଚନ ଆୟୋଗ
ନିର୍ବାଚନ ଆୟୋଗ ମଧ୍ୟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଧାର୍ଯ୍ୟ ହୋଇଥିବା ବୟସ ସୀମା ହ୍ରାସ କରିବାକୁ ବିଚାର କରିଛନ୍ତି। ହେଲେ ଆୟୋଗ ଜାଣିବାକୁ ପାଇଥିଲେ ୧୮ ବର୍ଷ ବୟସରେ ଲୋକସଭା, ବିଧାନସଭା ଏବଂ ସ୍ଥାନୀୟ ସଂସ୍ଥାର ଦାୟିତ୍ୱ ଗ୍ରହଣ କରିବା ପାଇଁ ଆବଶ୍ୟକ ଅଭିଜ୍ଞତା ଏବଂ ପରିପକ୍ୱତା ପାଇବାକୁ ଆଶା କରିବା ହେଉଛି ଏକ ଅବାସ୍ତବ ପ୍ରକ୍ରିୟା। ଯାହାର କୌଣସି ବାସ୍ତବତା ନାହିଁ। ବର୍ତ୍ତମାନ ସମୟରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ସ୍ଥିର ହୋଇଥିବା ବୟସ ସୀମାକୁ ଠିକ ବୋଲି ଦର୍ଶାଇଛନ୍ତି ନିର୍ବାଚନ ଆୟୋଗ। ବର୍ତ୍ତମାନ ବୟସ ସୀମାକୁ ଆୟୋଗ ସମର୍ଥନ କରିଛନ୍ତି। ସଂସଦୀୟ କମିଟି ମଧ୍ୟ ତାଙ୍କ ରିପୋର୍ଟ ମାଧ୍ୟମରେ ଏକଥା ଉଲ୍ଲେଖ କରିଛନ୍ତି।

ସଂସଦୀୟ କମିଟି ରିପୋର୍ଟ ମାଧ୍ୟମରେ କୁହାଯାଇଛି ଯେ ସଂସଦ, ରାଜ୍ୟ ବିଧାନସଭା ଏବଂ ସ୍ଥାନୀୟ ସଂସ୍ଥାରେ ମତଦାନ ଏବଂ ପ୍ରତିଦ୍ୱନ୍ଦ୍ୱିତା ପାଇଁ ସର୍ବନିମ୍ନ ବୟସକୁ ସମାନ କରିବା ପାଇଁ କମିଶନ ପୂର୍ବରୁ ବିଚାର କରିସାରିଛନ୍ତି। ସଂସଦ ଏବଂ ରାଜ୍ୟ ବିଧାନସଭାର ସଦସ୍ୟତା ପାଇଁ ବୟସ ଆବଶ୍ୟକତା ହ୍ରାସ କରିବା ସପକ୍ଷରେ ଆୟୋଗ ନାହାଁନ୍ତି।  ଏବଂ ଏପର୍ଯ୍ୟନ୍ତ ଏହି ମତ ରଖିଛନ୍ତି।