Indian Railway Employee: ମାତ୍ର ୬ ଟଙ୍କା ପାଇଁ ଚାଲିଗଲା ସରକାରୀ! ଜାଣନ୍ତୁ ପୁରା ଘଟଣାକ୍ରମ?
Advertisement
Article Detail0/zeeodisha/odisha1829566

Indian Railway Employee: ମାତ୍ର ୬ ଟଙ୍କା ପାଇଁ ଚାଲିଗଲା ସରକାରୀ! ଜାଣନ୍ତୁ ପୁରା ଘଟଣାକ୍ରମ?

Indian Railways News: ମାତ୍ର ୬ ଟଙ୍କା ପାଇଁ ଚାଲିଯାଇଛି ଚାକିରି। ଭାରତୀୟ ରେଳବାଇରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି ଏଭଳି ଘଟଣା।

Indian Railway Employee: ମାତ୍ର ୬ ଟଙ୍କା ପାଇଁ ଚାଲିଗଲା ସରକାରୀ! ଜାଣନ୍ତୁ ପୁରା ଘଟଣାକ୍ରମ?

Indian Railways News: ସରକାରୀ ବିଭାଗରେ କର୍ମଚାରୀଙ୍କ ବିରୋଧରେ ଲାଞ୍ଚ ନେଉଥିବାର ଅଭିଯୋଗ ଅନେକ ସମୟରେ ଆସିଥାଏ। ଏହି ଖବର ବିଭିନ୍ନ ସମୟରେ ଗଣମାଧ୍ୟମରେ ପ୍ରସାରିତ ହୋଇଥାଏ। ହେଲେ କେବେ ଆପଣ ମାତ୍ର ୬ ଟଙ୍କା ପାଇଁ ଜଣେ ସରକାରୀ କର୍ମଚାରୀ ଚାକିରି ହରାଇଥିବାର ଖବର ଶୁଣିଛନ୍ତି? ମାୟା ନଗରୀ ମୁମ୍ବାଇରୁ ଆସିଥିବା ଏକ ଖବର ପ୍ରତ୍ୟେକ ସରକାରୀ କର୍ମଚାରୀଙ୍କ ନିଦ ହଜାଇ ଦେବ। ଭାରତୀୟ ରେଳବାଇରେ କାର୍ଯ୍ୟରତ ଜଣେ କିରାଣୀଙ୍କୁ ମାତ୍ର ୬ ଟଙ୍କା ହେତୁ ସରକାରୀ ଚାକିରୀ ହରାଇବାକୁ ପଡିଛି। ଏହି ମାମଲା ଆଜକୁ ପ୍ରାୟ ୨୬ ବର୍ଷ ପୂର୍ବେ ଘଟିଥିଲା। ଯେତେବେଳେ ରେଳବାଇ କିରାଣୀ ଭିଜିଲାନ୍ସ ଚଢାଉ ସମୟରେ ଧରାପଡିଥିଲେ। ଏହା ପରେ ତାଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିଲା।

ବରଖାସ୍ତ ହୋଇଥିବା କିରାଣୀଙ୍କୁ ମିଳିଲା ନାହିଁ ଆଶ୍ୱସ୍ତି
ବରଖାସ୍ତ ହୋଇଥିବା କିରାଣୀଙ୍କ (Indian Railway Terminated Clerk for Corruption) ନାମ ହେଉଛି ରାଜେଶ ବର୍ମା। ଯିଏ ଗତ ୧୯୯୫ ମସିହା ଜୁଲାଇ ୩୧ ତାରିଖରେ ରେଳବାଇରେ (Indian Railway Clerk Job) କାମ କରିବା ଆରମ୍ଭ କରିଥିଲେ। ଏହି ମାମଲା ୧୯୯୭ ମସିହା ଅଗଷ୍ଟ ୩୦ ତାରିଖରେ ଘଟିଥିଲା। ଯେତେବେଳେ ରାଜେଶ ବର୍ମା ମୁମ୍ବାଇ ସ୍ଥିତ କୁର୍ଲା ଟର୍ମିନାସ ଜଙ୍କସନ (Mumbai Kurla Terminus Junction) ଠାରେ ଯାତ୍ରୀଙ୍କ ପାଇଁ ଟିକେଟ (Train Ticket Booking Passenger) କାଟୁଥିଲେ। ସେତେବେଳେ କମ୍ପ୍ୟୁଟରୀକରଣ ସାମ୍ପ୍ରତିକ ବୁକିଂ କାର୍ଯ୍ୟାଳୟକୁ (Computerized Current Booking Office) ଜଣେ ଯାତ୍ରୀ ଆସିଥିଲେ। ଯିଏ କୁର୍ଲା ଟର୍ମିନାସ ଠାରୁ ବିହାର ଆରା ପର୍ଯ୍ୟନ୍ତ ଟିକେଟ ବୁକିଂ (Kurla Terminus to Arrah Train Ticket Booking) କରିବା ପାଇଁ ଆସିଥିଲେ। ସେତେବେଳର ସମୟରେ ଟିକେଟ୍ ମୂଲ୍ୟ ୨୧୪ ଟଙ୍କା ରହିଥିଲା। ଟିକେଟ ବୁକିଂ କରିବାକୁ ଆସିଥିବା ଯାତ୍ରୀ ଜଣଙ୍କ କିରାଣୀ ରାଜେଶ ବର୍ମାଙ୍କୁ ଏକ ୫୦୦ ଟଙ୍କିଆ ନୋଟ୍ ଦେଇଥିଲେ। ଟିକେଟ ବୁକିଂ ସରିବା ପରେ କିରାଣୀ ଜଣଙ୍କ ସେହି ଯାତ୍ରୀଙ୍କୁ ୨୮୦ ଟଙ୍କା ଫେରସ୍ତ କରିଥିଲେ। ଯେଉଁଥିରେ ୬ ଟଙ୍କା କମ୍ ରହିଥିଲା। ଟିକେଟ୍ ବୁକିଂ କରିଥିବା ବ୍ୟକ୍ତିଜଣଙ୍କ ରେଳବାଇ ସୁରକ୍ଷା ବଳର ଜଣେ କର୍ମଚାରୀ ଥିଲେ। ଯିଏ ଛଦ୍ମ ରୂପେ ଜଣେ ଯାତ୍ରୀ ଭାବରେ ଆସି ଟିକେଟ୍ ବୁକିଂ କରିଥିଲେ।

ଆଲମାରୀ ମଧ୍ୟରୁ ମିଳିଥିଲା ୪୫୦ ଟଙ୍କା 
ଏହା ପରେ ଭିଜିଲାନ୍ସ ଟିମ୍ ଟିକେଟ୍ କାଉଣ୍ଟର ଉପରେ ଚଢାଉ (Vigilance Raid on Train Ticket Counter) କରିଥିଲା। ​​ଯେଉଁଠାରେ ଅନୁସନ୍ଧାନକାରୀ ଦଳକୁ କାଉଣ୍ଟର ଠାରେ ୫୮ ଟଙ୍କା କମ୍ ରହିଥିବାର ଜଣାପଡ଼ିଥିଲା। କାଉଣ୍ଟର ନିକଟରେ ରଖାଯାଇଥିବା ଆଲମିରା ମଧ୍ୟରୁ ୪୫୦ ଟଙ୍କା ଉଦ୍ଧାର କରାଯାଇଥିଲା। ଭିଜିଲାନ୍ସ ଟିମ ଅନୁଯାୟୀ, ରାଜେଶ ବର୍ମା ଯାତ୍ରୀଙ୍କ ଠାରୁ ଅଧିକ ଭଡା ନେଇଥିଲେ। ଏହା ପରେ ରାଜେଶ ବର୍ମାଙ୍କ ତଦନ୍ତ ଆରମ୍ଭ ହୋଇଥିଲା। ଗତ ୨୦୦୧, ୩୧ ଜାନୁୟାରୀରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଏହା ପରେ ରାଜେଶ ବର୍ମାଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିଲା। ନିଜର ସ୍ପଷ୍ଟୀକରଣରେ କିରାଣୀ ରାଜେଶ ବର୍ମା କହିଥିଲେ ଖୁଚୁରା ଟଙ୍କା ଉପଲବ୍ଧ ନ ଥିବାରୁ ସେ ଯାତ୍ରୀଙ୍କୁ ଆବଶ୍ୟକୀୟ ଟଙ୍କା ଫେରସ୍ତ କରିପାରି ନଥିଲେ। ଯଦିଓ ସେ ନିଶ୍ଚିତ ଭାବରେ ଯାତ୍ରୀଙ୍କୁ ଅପେକ୍ଷା କରିବାକୁ କହିଥିଲେ। ଏହି ମାମଲାରେ ବମ୍ବେ ହାଇକୋର୍ଟ (Bombay High Court) ଠାରେ ଶୁଣାଣି ଚାଲିଥିଲା।