Summer Special Trains 2024: ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ! ରେଳବାଇ ଘୋଷଣା କଲା ଅନେକ ସମର ସ୍ପେଶାଲ ଟ୍ରେନ୍, ଦେଖନ୍ତୁ ତାଲିକା
Advertisement

Summer Special Trains 2024: ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ! ରେଳବାଇ ଘୋଷଣା କଲା ଅନେକ ସମର ସ୍ପେଶାଲ ଟ୍ରେନ୍, ଦେଖନ୍ତୁ ତାଲିକା

Summer Special Train List 2024: ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରେଳବାଇ ବିଭିନ୍ନ ମାର୍ଗରେ ଅନେକ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଚଲାଇବାକୁ ନିଷ୍ପତି ନେଇଛି। ଏହି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଗୁଡିକରେ ଚେନ୍ନାଇ ଏଗମୋର-ନାଗେରକୋଏଲ୍ ସେକ୍ଟର ମଧ୍ୟରେ ଚାଲୁଥିବା ବନ୍ଦେ ଭାରତ ଏକ୍ସପ୍ରେସ ସ୍ୱତନ୍ତ୍ର ଟ୍ରେନ୍ ମଧ୍ୟ ଅନ୍ତର୍ଭୁକ୍ତ।

 

Summer Special Train List 2024

Summer Special Trains 2024: ଗ୍ରୀଷ୍ମ ଋତୁରେ ଭିଡ଼ କମାଇବା ପାଇଁ ଭାରତୀୟ ରେଳବାଇ ଅନେକ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଘୋଷଣା କରିଛି। ଗ୍ରୀଷ୍ମ ଋତୁରେ ହଜାର ହଜାର ଲୋକ ନିଜ ଘର ଛାଡି ଛୁଟିଦିନ ପାଇଁ ବିଭିନ୍ନ ସ୍ଥାନକୁ ଯାଆନ୍ତି। ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରେଳବାଇ ବିଭିନ୍ନ ମାର୍ଗରେ ଅନେକ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଚଲାଇବାକୁ ନିଷ୍ପତି ନେଇଛି। ଏହି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଗୁଡିକରେ ଚେନ୍ନାଇ ଏଗମୋର-ନାଗେରକୋଏଲ୍ ସେକ୍ଟର ମଧ୍ୟରେ ଚାଲୁଥିବା ବନ୍ଦେ ଭାରତ ଏକ୍ସପ୍ରେସ ସ୍ୱତନ୍ତ୍ର ଟ୍ରେନ୍ ମଧ୍ୟ ଅନ୍ତର୍ଭୁକ୍ତ। ଏହି ସ୍ୱତନ୍ତ୍ର ଟ୍ରେନର ସମୟ ଓ ଷ୍ଟେସନ ବିଷୟରେ ସୂଚନା ପାଇବା ପାଇଁ NTES ଆପ୍ ମଧ୍ୟ ବ୍ୟବହାର କରିପାରିବେ।

ଯାତ୍ରୀଙ୍କ ଅତିରିକ୍ତ ଭିଡକୁ କମ୍ କରିବା ପାଇଁ ମୁମ୍ବାଇ-କରିମନଗର ମଧ୍ୟରେ ୧୬ ଟି ଅତିରିକ୍ତ ସାପ୍ତାହିକ ଗ୍ରୀଷ୍ମ ସ୍ୱତନ୍ତ୍ର ଟ୍ରେନ୍ ସେବା ଚଳାଇବାକୁ କେନ୍ଦ୍ରୀୟ ରେଳବାଇ ଘୋଷଣା କରିଛି। ଏହି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ପାଇଁ ଟିକେଟ୍ ବୁକିଂ ୮ ଏପ୍ରିଲ୍ ୨୦୨୪ ରେ ସମସ୍ତ କମ୍ପ୍ୟୁଟରୀକରଣ ସଂରକ୍ଷଣ କେନ୍ଦ୍ରରେ ଏବଂ IRCTC ୱେବସାଇଟ୍ www.irctc.co.in ରେ ଆରମ୍ଭ ହୋଇଥିଲା।

କେନ୍ଦ୍ରୀୟ ରେଳବାଇର ସମର ସ୍ପେଶାଲ ଟ୍ରେନ୍ ତାଲିକା
କେନ୍ଦ୍ରୀୟ ରେଳବାଇ ମୁମ୍ବାଇ-ବାରାଣାସୀ, ମୁମ୍ବାଇ-ଦାନାପୁର, ମୁମ୍ବାଇ-ସାମସ୍ତିପୁର, ମୁମ୍ବାଇ-ପ୍ରୟାଗରାଜ ଓ ମୁମ୍ବାଇ-ଗୋରଖପୁର ମଧ୍ୟରେ ୧୫୬ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ଏହା ବ୍ୟତୀତ ଟ୍ରେନ୍ ନମ୍ବର ୦୧୦୫୩/୦୧୦୫୪ ଲୋକମାନ୍ୟ ତିଲକ ଟର୍ମିନାସ୍-ବାରାଣାସୀ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ୍ ୨୬ଟି ଯାତ୍ରା କରିବ। ଟ୍ରେନ୍ ନମ୍ବର ୦୧୪୦୯/୦୧୪୧୦ ଲୋକମାନ୍ୟ ତିଲକ ଟର୍ମିନାସ୍ (LTT) - ଦାନପୁର ଦ୍ୱି-ସାପ୍ତାହିକ ସ୍ପେଶାଲ୍ ୫୨ ଥର ଯାତ୍ରା କରିବ। ଟ୍ରେନ୍ ନମ୍ବର ୦୧୦୪୫/୦୧୦୪୬ LTT- ପ୍ରୟାଗରାଜ ସୁପରଫାଷ୍ଟ ଏସି ସାପ୍ତାହିକ ସ୍ୱତନ୍ତ୍ର, ଟ୍ରେନ୍ ନମ୍ବର ୦୧୦୪୩/୦୧୦୪୪ LTT-ସମସ୍ତିପୁର ସାପ୍ତାହିକ ସ୍ୱତନ୍ତ୍ର ଓ ଟ୍ରେନ୍ ନମ୍ବର ୦୧୧୨୩/୦୧୧୨୪ ଗୋରଖପୁର ସାପ୍ତାହିକ ସ୍ପେଶାଲ୍ ଗ୍ରୀଷ୍ମ ସିଜିନରେ ୨୬ ଥର ଯାତ୍ରା କରିବ।

ପୂର୍ବ ରେଳବାଇ ସମର ସ୍ପେଶାଲ ଟ୍ରେନ୍ ତାଲିକା
ଅନ୍ୟାନ୍ୟ ସ୍ୱତନ୍ତ୍ର ଟ୍ରେନ୍ ବିଷୟରେ କହିବାକୁ ଗଲେ, ପୂର୍ବ ରେଳ ସିୟାଲଦା-ଜାଗି ରୋଡ୍ ମଧ୍ୟରେ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଚଲାଇବ। ଟ୍ରେନ୍ ନମ୍ବର ୦୩୧୦୫ ସିୟାଲଦା-ଜାଗି ରୋଡ୍ ଟ୍ରେନ୍ ୧୨ ଏପ୍ରିଲ ୨୦୨୪ ରୁ ୨୮ଜୁନ୍ ୨୦୨୪ ପର୍ଯ୍ୟନ୍ତ ପ୍ରତ୍ୟେକ ଶୁକ୍ରବାରରେ ଚାଲିବ। ଫେରିବା ସମୟରେ, ଟ୍ରେନ୍ ନମ୍ବର ୦୩୧୦୬ଜାଗି ରୋଡ୍ ଠାରୁ ସିୟାଲଦା ପର୍ଯ୍ୟନ୍ତ ୧୩ ଏପ୍ରିଲ, ୨୦୨୪ ରୁ ୨୯ ଜୁନ୍, ୨୦୨୪ ମଧ୍ୟରେ ସେବା ଜାରି ରଖିବ।

ଏହା ବି ପଢ଼ନ୍ତୁ: Apple ବ୍ୟବହାରକାରୀଙ୍କ ଉପରେ ମାଡିଆସୁଛି ବଡ଼ ବିପଦ, ଟାର୍ଗେଟରେ ଅଛନ୍ତି ଭାରତ ସମେତ ୯୧ଟି ଦେଶ

ଏହା ବି ପଢ଼ନ୍ତୁ: 'ବିଜେପିରେ ଯୋଗ ଦେଲେ ହାର୍ଦ୍ଦିକ ପାଣ୍ଡ୍ୟା' ଜାଣନ୍ତୁ ଭାଇରାଲ୍ ଭିଡିଓ ପଛରେ ସତ୍ୟତା