Indian Railway: ସମଗ୍ର ଦେଶରେ ବଦଳିଲା ଟ୍ରେନ୍ ଚଳାଚଳ ସମୟ; ଜାଣନ୍ତୁ ନୂତନ ସମୟ ସାରଣୀ
Advertisement
Article Detail0/zeeodisha/odisha1900273

Indian Railway: ସମଗ୍ର ଦେଶରେ ବଦଳିଲା ଟ୍ରେନ୍ ଚଳାଚଳ ସମୟ; ଜାଣନ୍ତୁ ନୂତନ ସମୟ ସାରଣୀ

Indian Railways Revised Time Table: ଭାରତୀୟ ରେଳବାଇ ପକ୍ଷରୁ ସର୍ବଭାରତୀୟ ସ୍ତରରେ ସଂଶୋଧିତ ସମୟ ସାରଣୀ ଜାରି କରାଯାଇଛି।

 

Indian Railway: ସମଗ୍ର ଦେଶରେ ବଦଳିଲା ଟ୍ରେନ୍ ଚଳାଚଳ ସମୟ; ଜାଣନ୍ତୁ ନୂତନ ସମୟ ସାରଣୀ

Indian Railways New Time Table: ଅକ୍ଟୋବର ୩ ତାରିଖ ମଙ୍ଗଳବାର ଭାରତୀୟ ରେଳବାଇ ଟ୍ରେନ୍ ଚଳାଚଳ ସମ୍ପର୍କରେ ଏକ ନୂତନ ସମୟ ସାରଣୀ ଜାରି କରିଛି। ଯାହା ଗତ ଅକ୍ଟୋବର ୧ ତାରିଖରୁ କାର୍ଯ୍ୟକାରୀ ହୋଇଛି। ନୂତନ ସମୟ ସାରଣୀର ମୁଖ୍ୟ ଆକର୍ଷଣ ହେଉଛି ୬୪ ଭାଣ୍ଡେ ଭାରତ ଏକ୍ସପ୍ରେସ ସହ ୭୦ ଅନ୍ୟ ଟ୍ରେନ ସେବା ଅନ୍ତର୍ଭୂକ୍ତ ହୋଇଛି।

ରେଳ ମନ୍ତ୍ରଣାଳୟ ଟ୍ରେନ୍ ଚଳାଚଳ ସମ୍ପର୍କିତ ନୂତନ ସର୍ବ ଭାରତୀୟ ସ୍ତରୀୟ ସମୟ ସାରଣୀ "ଟ୍ରେନ୍ ଆଟ ଏ ଗ୍ଲାନ୍ସ" ପ୍ରକାଶ କରି କହିଛି ଯେ ନୂତନ ସମୟ ସାରଣୀ ଏପରି ଭାବରେ ଡିଜାଇନ୍ କରାଯାଇଛି ଯେ ବିଭିନ୍ନ ସହର ମଧ୍ୟରେ ସଂଯୋଗ ବୃଦ୍ଧି ହୋଇପାରିବ ଏବଂ ଯାତ୍ରା ସମୟ ହ୍ରାସ ହୋଇପାରିବ। ଜାରି ହୋଇଥିବା ନୂତନ ସମୟ ସାରଣୀ ଅନୁଯାୟୀ ଆଗମନ ଏବଂ ପ୍ରସ୍ଥାନ ସମୟ ଯାଞ୍ଚ କରିବାକୁ ମନ୍ତ୍ରଣାଳୟ ଯାତ୍ରୀଙ୍କୁ ଅନୁରୋଧ କରିଛି। 

ଏନେଇ ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯାତ୍ରୀଙ୍କୁ ଆରାମଦାୟକ ତଥା ଦକ୍ଷ ଭ୍ରମଣ ଅଭିଜ୍ଞତା ଯୋଗାଇବା ପାଇଁ ୬୪ ବନ୍ଦେ ଭାରତ ଏକ୍ସପ୍ରେସ ଏବଂ ୭୦ ଅନ୍ୟ ଟ୍ରେନ ସେବାକୁ ନୂତନ ସମୟ ସାରଣୀରେ ଅନ୍ତର୍ଭୂକ୍ତ କରାଯାଇଛି। ଏହା ବ୍ୟତୀତ ୯୦ ଟ୍ରେନ ସେବାକୁ ଅନ୍ୟ ଗନ୍ତବ୍ୟସ୍ଥଳ ପର୍ଯ୍ୟନ୍ତ ବିସ୍ତାର କରାଯାଇଛି। ସେହିପରି ୧୨ ଟ୍ରେନ ଚଳାଚଳ ବଢାଯାଇଛି। ଅନ୍ୟପଟେ ୨୨ ଟ୍ରେନ୍ କୁ ସୁପରଫାଷ୍ଟ ବର୍ଗରେ ଅନ୍ତର୍ଭୂକ୍ତ କରି ସେମାନଙ୍କ ଗତି ବୃଦ୍ଧି କରାଯାଇଛି।

ଭାରତୀୟ ରେଳବାଇ ପକ୍ଷରୁ ଜାରି ହୋଇଥିବା ନୂତନ ସମୟ ସାରଣୀର ମୁଖ୍ୟ ଆକର୍ଷଣ

  • ରେଲବାଇ ପକ୍ଷରୁ କୁହାଯାଇଛି ଯେ ଏହି ନୂତନ ସମୟ ସାରଣୀରେ ୬୪ ବନ୍ଦେ ଭାରତ ଏକ୍ସପ୍ରେସ ସହ ୭୦ ନୂତନ ଟ୍ରେନ ସେବା ଯୋଗ କରାଯାଇଛି।
  • ରେଳବାଇ ବର୍ତ୍ତମାନ ଚଳାଚଳ କରୁଥିବା ୯୦ ଟ୍ରେନ୍ ସେବାକୁ ବିସ୍ତାର କରିଛି।
  • ୧୨ ଟ୍ରେନ ସେବାକୁ ବୃଦ୍ଧି କରାଯାଇଛି।
  •  ୨୨ ଟ୍ରେନ୍ କୁ ସୁପରଫାଷ୍ଟ ବର୍ଗରେ ଅନ୍ତର୍ଭୂକ୍ତ କରି ସେମାନଙ୍କ ଗତି ବୃଦ୍ଧି କରାଯାଇଛି।
  • ଦକ୍ଷିଣ ପୂର୍ବ ରେଳବାଇରେ ସମୟାନୁବର୍ତ୍ତୀତାକୁ ଉନ୍ନତ କରିବା ପାଇଁ ସମୟ ସାରଣୀ ବଦଳା ଯାଇଛି। 

ଭାରତୀୟ ରେଳବାଇ (Indian Railway) ପକ୍ଷରୁ କୁହାଯାଇଛି ଯେ ଏକ ପ୍ରମୁଖ ଟ୍ରେନ୍ ମଧ୍ୟରେ ଅଗରତାଲା-ଆନନ୍ଦ ବିହାର ରାଜଧାନୀ ଏକ୍ସପ୍ରେସ (Agartala Anand Vihar Tejas Rajdhani Express) ମାଲଦା-ଭାଗଲପୁର ରାସ୍ତାର ମାର୍ଗକୁ ପରିବର୍ତ୍ତନ କରାଯାଇଛି। ଏହି ନୂତନ ସମୟ ସାରଣୀ (Indian Railways New Time Table) ରେଳ ମନ୍ତ୍ରଣାଳୟର ଅଫିସିଆଲ୍ ୱେବସାଇଟ (Indian Railway Official Website) ଠାରେ ଉପଲବ୍ଧ ରହିଛି। ଦକ୍ଷିଣ ପୂର୍ବ ରେଳବାଇରେ (South East Railway Zone) କିଛି ଟ୍ରେନ୍ ସେବାର ସଂଶୋଧିତ ସମୟ ମଧ୍ୟ ଦର୍ଶାଯାଇଛି।

କେଉଁଠି ମିଳିବ ସମ୍ପୂର୍ଣ୍ଣ ବିବରଣୀ?
ଆପଣଙ୍କୁ କହିରଖୁଛୁ ଯେ ଆପଣ ରେଳବାଇ ପକ୍ଷରୁ ଜାରି ହୋଇଥିବା ନୂତନ ସମୟ ସାରଣୀକୁ "TRAINS AT A GLANCE" ରେଳବାଇ ମନ୍ତ୍ରଣାଳୟର ୱେବସାଇଟ୍ ଠାରେ ଦେଖିପାରିବେ। ଏହା ସହିତ ବିଭିନ୍ନ ଜୋନ୍ ଏବଂ ବିଭାଗ ମଧ୍ୟ ସେମାନଙ୍କ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲ ମାଧ୍ୟମରେ ଟ୍ରେନ ଚଳାଚଳର ନୂତନ ସମୟ ସାରଣୀ ବିଷୟରେ ଜଣାଇଛନ୍ତି। ଏହା ସହିତ ଯଦି ଯାତ୍ରୀ କୌଣସି ଏକ ନିର୍ଦ୍ଦିଷ୍ଟ ଟ୍ରେନ ଚଳାଚଳ ସଂଶୋଧିତ ସମୟ ସାରଣୀ ଏବଂ ଏହାର ମାର୍ଗ ସହିତ ଜଡ଼ିତ ମାନଚିତ୍ର ବିଷୟରେ ଜାଣିବାକୁ ଚାହୁଁଛନ୍ତି, ତାହେଲେ ସେମାନେ NTES ଅଫିସିଆଲ୍ ୱେବସାଇଟ୍ କିମ୍ବା ମୋବାଇଲ୍ ଆପ୍ ମାଧ୍ୟମରେ ଅପଡେଟ୍ ହୋଇଥିବା ସୂଚନା ପାଇପାରିବେ। ଯାତ୍ରୀ ନୂତନ ସମୟ ସାରଣୀ ପାଇଁ ରେଳବାଇ ହେଲପ୍ ଲାଇନ ନମ୍ବର ୧୩୯ ସହ ଯୋଗାଯୋଗ କରିପାରିବେ।