MYH hospital doctor beat up patient: ଡାକ୍ତରଙ୍କ ଏଭଳି ରୂପ ଆପଣ ଦେଖିନଥିବେ,HIV ପଜିଟିଭ୍ ରୋଗୀଙ୍କୁ ପିଟିଲେ ଡାକ୍ତର !
Advertisement
Article Detail0/zeeodisha/odisha1935579

MYH hospital doctor beat up patient: ଡାକ୍ତରଙ୍କ ଏଭଳି ରୂପ ଆପଣ ଦେଖିନଥିବେ,HIV ପଜିଟିଭ୍ ରୋଗୀଙ୍କୁ ପିଟିଲେ ଡାକ୍ତର !

  ଇନ୍ଦୋରର ଗୋଟିଏ ବଡ଼ ଡାକ୍ତରଖାନା ଭାବେ ପରିଚିତ MY ହସ୍ପିଟାଲର ଗୋଟିଏ ଭିଡିଓ ଭାଇରାଲ ହେଉଛି । ଭିଡିଓରେ ଯନ୍ତ୍ରଣାରେ ଛଟପଟ ହେଉଥିବା ଜଣେ ରୋଗୀଙ୍କୁ ଜଣେ ଡାକ୍ତର ପିଟୁଛନ୍ତି। ରୋଗୀଙ୍କ ଭୂଲ ଯେ, ସେ ଏଚଆଇଭି ପୀଡିତ । ଆଉ ଡାକ୍ତରଙ୍କୁ ଆଗରୁ ଏକଥା କହିନଥିଲେ । ଯେଉଁଥିପାଇଁ ଡାକ୍ତର ସଡକ ଦୁର୍ଘଟଣାରେ ଗୁରୁ

SOCIAL MEDIA

MYH hospital doctor beat up patient: 

ଇନ୍ଦୋରର ଗୋଟିଏ ବଡ଼ ଡାକ୍ତରଖାନା ଭାବେ ପରିଚିତ MY ହସ୍ପିଟାଲର ଗୋଟିଏ ଭିଡିଓ ଭାଇରାଲ ହେଉଛି । ଭିଡିଓରେ ଯନ୍ତ୍ରଣାରେ ଛଟପଟ ହେଉଥିବା ଜଣେ ରୋଗୀଙ୍କୁ ଜଣେ ଡାକ୍ତର ପିଟୁଛନ୍ତି। ରୋଗୀଙ୍କ ଭୂଲ ଯେ, ସେ ଏଚଆଇଭି ପୀଡିତ । ଆଉ ଡାକ୍ତରଙ୍କୁ ଆଗରୁ ଏକଥା କହିନଥିଲେ । ଯେଉଁଥିପାଇଁ ଡାକ୍ତର ସଡକ ଦୁର୍ଘଟଣାରେ ଗୁରୁତର ଆହତ ରୋଗୀଙ୍କ ଚିକିତ୍ସା ବଦଳରେ ତାଙ୍କୁ ମାଡ଼ ମାରିବା ଆରମ୍ଭ କରିଥିଲେ । ଭିଡିଓକୁ ଦେଖି ଲୋକ ଡାକ୍ତରଙ୍କୁ ନିନ୍ଦା କରିବା ସହିତ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବି କରୁଛନ୍ତି ।

‘ତୁ ମୋତେ ଆଗରୁ କାହିଁକି କହିଲୁ ନାହିଁ’

ଡାକ୍ତରଙ୍କୁ ଇଶ୍ୱରଙ୍କ ଦ୍ୱିତୀୟ ରୂପ ବୋଲି କୁହାଯାଏ । କିନ୍ତୁ ଏହି ଡାକ୍ତରଙ୍କ କାଣ୍ଡ ଦେଖିଲେ ଯେ କେହି କହିବ ଇଏ ଡାକ୍ତରୀ ପେଶାର କଳଙ୍କ ।ଏହି ପୁରା ଘଟଣା ଇନ୍ଦୋରର ସବୁଠାରୁ ବଡ ଡାକ୍ତରଖାନାରେ ଘଟିଛି । ଅଭିଯୋଗ ଘେରରେ ଥିବା ଡାକ୍ତରଙ୍କ ନାମ ହେଉଛି ଡାକ୍ତର ଆକାଶ କୌଶଲ । ଅର୍ଥୋପେଡିକ୍ସ ବିଭାଗରେ ସେ ଜୁନିଅର ଡାକ୍ତର ଭାବେ କାର୍ଯ୍ୟ କରନ୍ତି ।  ସଡ଼କ ଦୁର୍ଘଟଣାରେ ଆହତ ହୋଇ ଡାକ୍ତରଖାନା ଆସିଥିବା ରୋଗୀଙ୍କୁ ତାଙ୍କର ଚାପୁଡା ମାଡର ଭିଡିଓ ଭାଇରା ହେବାରେ ଲାଗିଛି ।  

ପୀଡିତା ଇନ୍ଦୋରର ସେଭର୍ ରୋଡ୍ର ବାସିନ୍ଦା। ଏକ ସଡକ ଦୁର୍ଘଟଣାରେ ଆହତ ହେବା ପରେ ତାଙ୍କୁ ପ୍ରଥମେ ଉଜ୍ଜୟନୀର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲା। ସେଠାରୁ ତାଙ୍କୁ ଇନ୍ଦୋରକୁ ରେଫର୍ କରାଯାଇଥିଲା। ଏଠାରେ ପହଞ୍ଚିବା ପରେ ଡାକ୍ତର ଆକାଶ ଚିକିତ୍ସା ଆରମ୍ଭ କରିଥିଲେ। ଚିକିତ୍ସା ସମୟରେ ଗୋଡରୁ ବହୁତ ରକ୍ତସ୍ରାବ ହୋଇଥିଲା। ଏଥି ସହିତ ତାଙ୍କ ପରିବାର ସଦସ୍ୟ ମଧ୍ୟ ତାଙ୍କର ଯତ୍ନ ନେବାକୁ ପ୍ରସ୍ତୁତ ନଥିଲେ। ଡାକ୍ତର ଆକାଶ ରୋଗୀଙ୍କ ଚିକିତ୍ସା ଆରମ୍ଭ କରିଥିଲେ । କିନ୍ତୁ ଆହତଙ୍କ ରିପୋର୍ଟ୍ ଦେଖିବା ପରେ ତାଙ୍କ ମୁଣ୍ଡ ବିଗିଡି ଯାଇଥିଲା । ରିପୋର୍ଟରେ ରୋଗୀ ଏଚଆଇଭି ପଜିଟିଭ୍ ବୋଲି ଉଲ୍ଲେଖ ଥିଲା । ରିପୋର୍ଟ ପଢି ଡାକ୍ତର ତାଙ୍କୁ ମାଡ଼ ମାରିବା ଆରମ୍ଭ କରିଥିଲେ । ଅଭଦ୍ରା ଭାଷାରେ ଗାଳି କରିବା ସହିତ ଚିତ୍କାର କରି କହିଥିଲେ ଯେ, ତୁ ମୋତେ କାହିଁକି ଆଗରୁ କହିଲୁ ନାହିଁ । ଭିଡିଓ ଭାଇରାଲ ହେବା ପରେ ଡାକ୍ତରଖାନା ଡାକ୍ତର କୌଶଲଙ୍କୁ ନିଲମ୍ବିତ କରିଛି । ଏନେଇ ଏକ ତଦନ୍ତ କମିଟି ମଧ୍ଯ ଗଠନ କରାଯାଇଛି । ଅନ୍ୟପକ୍ଷରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଡକ୍ଟର ଆକାଶ କହିଛନ୍ତି ଯେ ସୂଚନା ଅଭାବରୁ ମୁଁ କୌଣସି HIV ପ୍ରତିଶେଧକ ବ୍ୟବସ୍ଥା ନନେଇ  ଜଣେ ଏଚ୍‌ଆଇଭି ରୋଗୀଙ୍କ ଚିକିତ୍ସା ଆରମ୍ଭ କରିଥିଲି। ଯାହା ମୋତେ କ୍ଷୁବ୍ଧ କରିଥିଲା ।

ଏଚଆଇଭି ରୋଗୀଙ୍କୁ ନେଇ ଆଇନରେ କ’ଣ ରହିଛି ବ୍ୟବସ୍ଥା ?

 ସୂଚନାଯୋଗ୍ୟ ଯେ ଏଚ୍‌ଆଇଭି ରୋଗୀଙ୍କ ପ୍ରତି ଅସଦାଚରଣ ଏବଂ ଭେଦଭାବ ଅଭିଯୋଗରେ  ଜଣକୁ  ଦୁଇରୁ ତିନି ବର୍ଷ ଜେଲଦଣ୍ଡ ଏବଂ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ହୋଇପାରେ। ତେଣିକି ସେ ଡାକ୍ତର ହୁଅନ୍ତୁ କି ସାଧାରଣ ଲୋକ,ଯେକେହି ବି ଯଦି କୌଣସି ଏଚଆଇଭି ପୀଡିତଙ୍କୁ ତାଙ୍କ ରୋଗ ପାଇଁ ଭେଦଭାବ କରନ୍ତି କିମ୍ବା ଅସଦାଚରଣ କରନ୍ତି ତେବେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣର ରାସ୍ତା ରହିଛି ।