Italy Plane Crash: ଦୁଇଟି ସ୍ଥାନରେ ଦୁର୍ଘଟଣାଗ୍ରସ୍ତ ହେଲା ବିମାନ; ଯାତ୍ରୀଙ୍କ ସହ ହେଲା କ'ଣ? ଜାଣନ୍ତୁ
Advertisement
Article Detail0/zeeodisha/odisha2024045

Italy Plane Crash: ଦୁଇଟି ସ୍ଥାନରେ ଦୁର୍ଘଟଣାଗ୍ରସ୍ତ ହେଲା ବିମାନ; ଯାତ୍ରୀଙ୍କ ସହ ହେଲା କ'ଣ? ଜାଣନ୍ତୁ

Italy Plane Crash Survivor Couple Story: ଦୁଇଟି ଦୁଇଟି ପୃଥକ ପୃଥକ ବିମାନରେ ଯାତ୍ରା କରିବା ବେଳେ ଦୁର୍ଘଟଣାର ଶୀକାର ହୋଇଥିଲେ ଦମ୍ପତି।

Italy Plane Crash: ଦୁଇଟି ସ୍ଥାନରେ ଦୁର୍ଘଟଣାଗ୍ରସ୍ତ ହେଲା ବିମାନ; ଯାତ୍ରୀଙ୍କ ସହ ହେଲା କ'ଣ? ଜାଣନ୍ତୁ

Couple survived from Plane Crash in Italy: କଥାରେ ଅଛି "ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ।" ଯାହାର ଅର୍ଥ ହେଉଛି ଭଗବାନ ଯାହାକୁ ଜୀବନ ଦେଇଛନ୍ତି, ତାକୁ ମୃତ୍ୟୁ ଦେବା ମଧ୍ୟ ତାଙ୍କ ନିୟନ୍ତ୍ରଣରେ ରହିଛି। ଏହି କଥା ଏବେ ଇଟାଲୀ ଦମ୍ପତିଙ୍କ କ୍ଷେତ୍ରରେ ସତ୍ୟ ବୋଲି ପ୍ରମାଣିତ ହୋଇଛି। ଉଭୟେ ଅଲଗା ବିମାନରେ ନିଜ ବନ୍ଧୁଙ୍କ ସହିତ ମଧ୍ୟାହ୍ନ ଭୋଜନ କରିବା ପାଇଁ ଯାଇଥିଲେ। ହେଲେ ଉଭୟଙ୍କ ବିମାନ ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହୋଇ ଯାଇଥିଲା। ସାଧାରଣତଃ ବିମାନ ଦୁର୍ଘଟଣାରେ ବଞ୍ଚିବାର ଆଶା ବହୁତ କମ୍ ରହିଥାଏ। ହେଲେ ଆଶ୍ଚର୍ଯ୍ୟର କଥା ଉଭୟେ ନିରାପଦରେ ବଞ୍ଚି ଯାଇଛନ୍ତି। ବିମାନ ଯାତ୍ରା ବେଳେ ଦୁର୍ଘଟଣାର ଶୀକାର ହୋଇଥିବା ଦମ୍ପତ୍ତି ସାମାନ୍ୟ ଆହତ ହୋଇଛନ୍ତି। ଲୋକେ ଏହାକୁ ଭଗବାନଙ୍କ ଏକ ବଡ଼ ଚମତ୍କାର ଭାବରେ ବିବେଚନା କରୁଛନ୍ତି।

ବନ୍ଧୁଙ୍କ ସହିତ ମଧ୍ୟାହ୍ନ ଭୋଜନ କରିବାକୁ କରିଥିଲେ ଯୋଜନା
ମିଡିଆ ରିପୋର୍ଟ ଅନୁଯାୟୀ ଇଟାଲୀ ବାସିନ୍ଦା ଷ୍ଟେଫାନୋ ପିରେଲି (୩୦) ଏବଂ ତାଙ୍କ ବାନ୍ଧବୀ ଆଣ୍ଟୋନିୟେଟା ଡେମାସି (୨୨) ନିଜ ବନ୍ଧୁଙ୍କ ସହିତ ମଧ୍ୟାହ୍ନ ଭୋଜନ ପାଇଁ ଦୁଇଟି ଭିନ୍ନ ବିମାନ ବୁକ୍ କରି ସବୋନା ଅଭିମୁଖେ ଯାତ୍ରା କରିଥିଲେ। ସେଠାରେ ପହଞ୍ଚିବା ପରେ ଦମ୍ପତି ଜଣଙ୍କ ସେମାନଙ୍କ ବନ୍ଧୁଙ୍କ ଭୋଜନ କରିଥିଲେ। ଏହା ପରେ ଦମ୍ପତି ଟ୍ୟୁରିନ୍ ନାମକ ଏକ ବଡ଼ ସହର ଅଭିମୁଖେ ଯାତ୍ରା କରିବାକୁ ନିଷ୍ପତ୍ତି ନେଇଥିଲେ। ଉଭୟ ଷ୍ଟେଫାନୋ ପିରେଲି ଏବଂ ଆଣ୍ଟୋନିୟେଟା ଡେମାସି ପୃଥକ ବିମାନରେ ଯାତ୍ରା କରୁଥିଲେ। ପିରେଲି ୨ ସିଟ୍ ବିଶିଷ୍ଟ ଏକ ଛୋଟ ବିମାନରେ ଯାତ୍ରା କରୁଥିଲେ। ରାସ୍ତାରେ ଇଞ୍ଜିନ ବିଫଳ ହେବା କାରଣରୁ ତାଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ରାସ୍ତାରେ ବିମାନ ହୋଇଥିଲା ଦୁର୍ଘଟଣାଗ୍ରସ୍ତ 
ଷ୍ଟେଫାନୋ ପିରେଲିଙ୍କ ଆଗରେ ରହିଥିବା ଅନ୍ୟ ଏକ ବିମାନରେ ଯାତ୍ରା କରୁଥିବା ତାଙ୍କ ବାନ୍ଧବୀ ଆଣ୍ଟୋନିୟେଟା ଡେମାସିଙ୍କ ବିମାନ ମଧ୍ୟ ବୁସାନୋ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହା ଆଶ୍ଚର୍ଯ୍ୟଜନକ ଥିଲା ଯେ ଏହି ଇଟାଲୀୟ ଦମ୍ପତିଙ୍କ ଭିନ୍ନ ଭିନ୍ନ ବିମାନ ଗୋଟିଏ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନ ଦୁର୍ଘଟଣାଗ୍ରସ୍ତ ହେବା ସତ୍ତ୍ୱେ ଷ୍ଟେଫାନୋ ପିରେଲି ସୁରକ୍ଷିତ ଭାବରେ ବର୍ତ୍ତି ଯାଇଥିବା ବେଳେ ଆଣ୍ଟୋନିୟେଟା ଡେମାସି କେବଳ ସାମାନ୍ୟ ଆହାତ ହୋଇଥିଲେ। ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ଅଗ୍ନିଶମ ବାହିନୀ ଦଳ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରିଥିଲା।

ଦୁର୍ଘଟଣାରୁ ବର୍ତ୍ତିଗଲେ ଦମ୍ପତି
ଉଦ୍ଧାରକାରୀ ଦଳ ଦମ୍ପତି ଏବଂ ସେମାନଙ୍କ ବନ୍ଧୁଙ୍କ ସହ ୨ ବିମାନ ଚାଳକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏହି ବିମାନ ଦୁର୍ଘଟଣାରେ ଆଣ୍ଟୋନିୟେଟା ଡେମାସି ଆହତ ହୋଇଥିଲେ। ଗୋଟିଏ ବିମାନର ପାଇଲଟ୍ ପାଓଲୋ ରୋଟୋଣ୍ଡୋ (୩୮) ଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ବିମାନ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବାରୁ ପିରେଲି ଏବଂ ଡେମାସି ଏହାକୁ ଇଶ୍ବରଙ୍କ ଆଶୀର୍ବାଦ ବୋଲି ବର୍ଣ୍ଣନା କରିଛନ୍ତି। ସେମାନେ ଉଭୟ ବିମାନର ଚାଳକଙ୍କୁ ମଧ୍ୟ ପ୍ରଶଂସା କରି କହିଥିଲେ ଯେ ସେମାନଙ୍କ କୁଶଳୀ ତାଲିମ ଉଭୟଙ୍କ ଜୀବନ ରକ୍ଷା କରିଥିଲା।

ସେହି ଦୁଃଖଦ ଘଟଣାକୁ ମନେ ପକାଇ ଷ୍ଟେଫାନୋ ପିରେଲି କୁହନ୍ତି ଯେ, ଆକାଶ ସ୍ୱଚ୍ଛ ରହିଥିଲା ଏବଂ ସେହି ଦିନ ସୂର୍ଯ୍ୟକିରଣ ସ୍ପଷ୍ଟ ଭାବରେ ପଡୁଥିଲା। ବିମାନ ଯାତ୍ରା ପାଇଁ ତାହା ଏକ ଉପଯୁକ୍ତ ଦିନ ଥିଲା। ଯେତେବେଳେ ସେମାନେ ବିମାନ ଯାତ୍ରା ଆରମ୍ଭ କରି ଆଗକୁ ବଢିଥିଲେ ସେତେବେଳେ ହଠାତ୍ ତାପମାତ୍ରା କମିଗଲା ଏବଂ କୁହୁଡ଼ି ବଢିବାକୁ ଲାଗିଲା। ଏହି କାରଣରୁ ଦୃଶ୍ୟମାନତା କମି ଯାଇଥିଲା। ଯାହାର ଫଳ ସ୍ୱରୂପ ପାଇଲଟ୍ ରନୱେ ଦେଖିବାରୁ ବଞ୍ଚିତ ହେବା କାରଣରୁ ୧୦୦ ମିଟର ଦୂରରେ ଅବତରଣ କରିଥିଲେ। ଯାହା ଫଳରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହା ପରେ ସେ ନିଜକୁ ବିମାନର ଧ୍ୱଂସାବଶେଷ ଭିତରୁ ନିଜକୁ ବାହାର କରିଥିଲେ ଏବଂ ପରେ ବିମାନ ଚାଳକଙ୍କୁ ବାହାରି କରିବାରେ ମଧ୍ୟ ସାହାଯ୍ୟ କରିଥିଲେ।