Jharkhand: ପ୍ରବଳ ବର୍ଷା ଏବଂ ବଜ୍ରପାତ କାରଣରୁ ୮ ମୃତ
Advertisement

Jharkhand: ପ୍ରବଳ ବର୍ଷା ଏବଂ ବଜ୍ରପାତ କାରଣରୁ ୮ ମୃତ

Jharkhand Heavy Rain and Lightning Death: ଝାଡ଼ଖଣ୍ଡ ଠାରେ ହୋଇଥିବା ପ୍ରବଳ ବର୍ଷା ଏବଂ ବଜ୍ରପାତ କାରଣରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ୮ ଜଣଙ୍କ ମୃତ୍ୟୁ ହୋଇଛି।

 

 

 Jharkhand: ପ୍ରବଳ ବର୍ଷା ଏବଂ ବଜ୍ରପାତ କାରଣରୁ ୮ ମୃତ

8 died due to heavy rain and lightning in jharkhand: ବିଗତ ୨୪ ଘଣ୍ଟା ମଧ୍ୟରେ ଝାଡ଼ଖଣ୍ଡ ଠାରେ ହୋଇଥିବା ପ୍ରବଳ ବର୍ଷା ଏବଂ ବଜ୍ରପାତ କାରଣରୁ ଅତି କମରେ ୮ ଜଣଙ୍କ ମୃତ୍ୟୁ ହୋଇଛି। ସୋମବାର ଏ ସମ୍ପର୍କରେ ଜଣେ ଅଧିକାରୀ ଜଣାଇଛନ୍ତି। ଶନିବାର ସନ୍ଧ୍ୟାରୁ ଝାଡଖଣ୍ଡର କିଛି ଅଂଶରେ ଲଗାତାର ବର୍ଷା ହୋଇଆସୁଛି।

ପ୍ରବଳ ବର୍ଷା (Heavy Rain in Jharkhand) କାରଣରୁ ଅନେକ ରାସ୍ତାଘାଟ ସହ ପୋଲ କ୍ଷତିଗ୍ରସ୍ତ ହୋଇଛି। ବର୍ଷା ସହ ବଜ୍ରପାତ (Jharkhand Heavy Rain and Lightning) କାରଣରୁ ଅନେକ ଲୋକଙ୍କ ମୃତ୍ୟୁ (Jharkhand Heavy Rain and Lightning Death) ହୋଇଥିବାର ଖବର ଆସିଛି। ଅକ୍ଟୋବର ୧ ତାରିଖ ରବିବାର ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚି (Jharkhand Capital Ranchi) ସ୍ଥିତ ଲାଲପୁର ଅଞ୍ଚଳର ହାଟମା ସରିତାଣ୍ଡ ଠାରେ ଜଣେ ୨୮ ବର୍ଷୀୟ ବ୍ୟକ୍ତି ଡ୍ରେନ୍‌ ମଧ୍ୟରେ ଖସି ପଡ଼ିଥିଲେ। ସୋମବାର ପୂର୍ବାହ୍ନରେ ଘଟଣାସ୍ଥଳ ଠାରୁ ପ୍ରାୟ ୨.୫ କିଲୋମିଟର ଦୂରରେ ଦେବ ପ୍ରସାଦ ଛଦ୍ମନାମ (ଛୋଟୁ) ନାମକ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଥିଲା।

ନ୍ୟୁଜ ଏଜେନ୍ସି ପିଟିଆଇ ରିପୋର୍ଟ ଅନୁସାରେ ସୋମବାର ସକାଳେ ଉକ୍ତ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯିବା ପରେ ପୋଷ୍ଟମର୍ଟମ କରାଯାଇଥିଲା। ରବିବାର ଦିନ ପ୍ରବଳ ବର୍ଷା ହେତୁ ମୃତକ ଡ୍ରେନ ମଧ୍ୟରେ ପଡ଼ିଯାଇଥିଲେ କହିଛନ୍ତି ଗୋଣ୍ଡା ଥାନା (Gonda Police Station) ଅଧିକାରୀ ରବି ଠାକୁର। ରବିବାର ରାଜ୍ୟର ଜାମତାରା ଜିଲ୍ଲାରେ (Jamtara District Jharkhand) ଜଣେ ମହିଳା ଏବଂ ତାଙ୍କର ୩ ପିଲା ବଜ୍ରାଘାତ କାରଣରୁ ପ୍ରାଣ ହରାଇଛନ୍ତି। ଏହି ଘଟଣା ଚାନ୍ଦଡିହି ଲଖନପୁର ଅଞ୍ଚଳରେ ଘଟିଥିବାର କହିଛନ୍ତି ନାରାୟଣପୁର ଥାନା (Naryananpur Police Station) ଅଧିକାରୀ ଦିଲ୍ଲୀପ କୁମାର। ଝାଡଖଣ୍ଡ ପୋଲିସ (Jharkhand Police) କହିବା ଅନୁସାରେ ରାଜ୍ୟର ବୋକାରୋ ଜିଲ୍ଲାରେ (Bokaro District Jharkhand) ଏକ ମାଟି ଘର ଭୂଷୁଡ଼ି ଯିବାରୁ ଜଣେ ଶିଶୁର ମୃତ୍ୟୁ ହୋଇଛି। ସେହିପରି ପାଲାମୁ ଜିଲ୍ଲାର (Palamu District Jharkhand) ମାୟାପୁର ଗ୍ରାମରେ ୨ ଜଣ ବାଳିକା ଏକ ପୋଖରୀରେ ବୁଡ଼଼ି ଯାଇଥିଲେ।   

ପ୍ରବଳ ବର୍ଷାରେ ଅନେକ ଡାଇଭର୍ସନ ଏବଂ କଲଭର୍ଟ ମଧ୍ୟ ଧୋଇଯାଇଛି। ରାଜଧାନୀ ରାଞ୍ଚି ସ୍ଥିତ ରାଟୁ ଅଞ୍ଚଳରେ ୩୯ ନମ୍ବର ଜାତୀୟ ରାଜପଥରେ ଏକ ଡାଇଭର୍ସନ ରବିବାର ରାତିରେ ହୋଇଥିବା ଲଗାତାର ବର୍ଷା ହେତୁ ଧୋଇ ହୋଇଯାଇଥିଲା। ଯାହା ରାଞ୍ଚି-ଡାଲଟନଙ୍ଗଞ୍ଜ ମାର୍ଗରେ ଯାତାୟାତକୁ ପ୍ରଭାବିତ କରିଥିଲା। ରାଜ୍ୟର ଅନେକ ନଦୀରେ ବିପଦ ସଙ୍କେତ ନିକଟରେ ଜଳ ସ୍ତର ପହଞ୍ଚିଛି।

ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚି ଠାରେ ବର୍ଷା ହ୍ରାସ ପାଇଥିଲେ ସୋମବାର ରାଜ୍ୟର ଲୋହରଦଗା, ଗୁମଲା ଏବଂ ସିମଡେଗା ଜିଲ୍ଲାରେ ପ୍ରବଳରୁ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ରାଞ୍ଚି ପାଣିପାଗ ବିଭାଗର ଦାୟିତ୍ୱରେ ରହିଥିବା ଅଭିଷେକ ଆନନ୍ଦ କହିଛନ୍ତି ଯେ ଲଘୁଚାପ ପ୍ରଭାବରେ ଝାଡଖଣ୍ଡ ଠାରେ ପ୍ରବଳ ବର୍ଷା ଜାରି ରହିଛି। ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର କେତେକ ଅଞ୍ଚଳରେ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।