Jharsuguda by-Poll results: ବାପାଙ୍କ ଗଡ଼ରେ ବାଜି ମାରିଲେ ଝିଅ ଦୀପାଳି
Advertisement
Article Detail0/zeeodisha/odisha1693926

Jharsuguda by-Poll results: ବାପାଙ୍କ ଗଡ଼ରେ ବାଜି ମାରିଲେ ଝିଅ ଦୀପାଳି

Jharsuguda dipali das win: ଝାରସୁଗୁଡ଼ାରେ କାମ ଦେଲା ବିଜେଡ଼ି ସୁପ୍ରିମୋଙ୍କ ମ୍ୟାଜିକ୍ । ବିଜେଡ଼ି ପ୍ରାର୍ଥୀ ଦୀପାଳିଙ୍କୁ ମୋଟ ୧ ଲକ୍ଷ ୭ ହଜାର ୩ ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ମିଳିଥିଲା ୫୮ ହଜାର ୩୮୪ଟି ଭୋଟ । ସେପଟେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ତେଙ୍କୁ ମିଳିଥିଲା ମାତ୍ର ୪ ହଜାର ୪୭୩ ଖଣ୍ତ ଭୋଟ । ପ୍ରକାଶ ଥାଉ କି, ଝିଅ ଦୀପାଳି  ୨୦୧୯ ମସିହାରେ ବାପା ନବଦାସଙ୍କୁ ମଧ୍ଯ ପଛରେ ପକାଇଛନ୍ତି । 

ସୌ(ସୋସିଆଲ ମିଡିଆ)

Jharsuguda by-election Result: ଗଡ଼ ବଞ୍ଚାଇ ରଖିଲା ବିଜେଡ଼ି । ଝାରସୁଗୁଡ଼ାରେ ପୁଣି ବାଜି ମାରିଲା ଶାସକ ଦଳ। ବିପୁଳ ଜନାଦେଶରେ ବିଜୟ ମୁକୁଟ ପିନ୍ଧିଲେ ନବ ଦାସଙ୍କ ଝିଅ ଦୀପାଳି (Dipali das) । ପ୍ରାୟ ୪୧ ହଜାର ୬୧୯ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ଦୀପାଳି ଦାସ । ଝାରସୁଗୁଡ଼ାରେ କାମ ଦେଲା ବିଜେଡ଼ି ସୁପ୍ରିମୋଙ୍କ ମ୍ୟାଜିକ୍ । ବିଜେଡ଼ି (BJD) ପ୍ରାର୍ଥୀ ଦୀପାଳିଙ୍କୁ ମୋଟ ୧ ଲକ୍ଷ ୭ ହଜାର ୩ ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ୫୮ ହଜାର ୩୮୪ଟି ଓ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ତେଙ୍କୁ ମିଳିଥିଲା ମାତ୍ର ୪ ହଜାର ୪୭୩ ଖଣ୍ତ ଭୋଟ । ସବୁଠୁ ବଡ଼ କଥା ନିର୍ବାଚନ ଜିତି ବାପାଙ୍କୁ ପଛରେ ପକାଇଛନ୍ତି ଦୀପାଳି । ପ୍ରଥମ ଥର ଦଳ ଝାରସୁଗୁଡ଼ାରେ ୧ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛି । ଏହି ବିଜୟ ପରେ ଦଳୀୟ କାର୍ଯ୍ୟାଳୟରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି ।

ପ୍ରକାଶ ଥାଉ କି, ୨୦୧୯ ନିର୍ବାଚନ ତୁଳନାରେ ଚଳିତ ବର୍ଷ ଉଭୟ ଶାସକ ବିଜେଡ଼ି ଓ ବିରୋଧୀ ବିଜେପିର ଭୋଟ ସଂଖ୍ୟା ବୃଦ୍ଧି ପାଇଛି ।  ସାଧାରଣ ନିର୍ବାଚନରେ ନବ ଦାସ ମୋଟ ୯୮,୬୨୦ ଖଣ୍ତ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଦୀନେଶ ଜୈନଙ୍କୁ ୫୨,୯୨୧ ଓ କଂଗ୍ରେସ ପ୍ରାର୍ଥୀ ମହେନ୍ଦ୍ର ନାଏକଙ୍କୁ ମୋଟ ୧୮ ହଜାର ୮୨୩ ଭୋଟ ମିଳିଥିଲା । ସୂଚନାଯୋଗ୍ୟ, ନବ ଦାସ ୨୦୦୯ ଓ ୨୦୧୪ରୁ କଂଗ୍ରେସରୁ ବିଧାୟକ ହୋଇଥିଲେ । ଏହାପରେ ସେ ହାତ ଛାଡ଼ି ବିଜେଡ଼ିରେ ଯୋଗ ଦେଇଥିଲେ । ୨୦୧୯ରେ ନିର୍ବାଚନ ଲଢି ସେ ବିଜୟୀ । ଏହାପରେ ସେ ପାଖରେ କ୍ୟାବିନେଟ ମନ୍ତ୍ରୀ ହୋଇ ସ୍ବାସ୍ଥ୍ୟ ବିଭାଗ ଦାୟିତ୍ବରେ ଥିଲେ । ନବ ଦାସଙ୍କ ମୃତ୍ୟୁ ପରେ ଝାରସୁଗୁଡ଼ା ଆସନ ଖାଲି ପଡ଼ିଥିଲା । ତେବେ ଗତ ୧୦ ତାରିଖରେ ଏହି ଆସନ ଲାଗି ନିର୍ବାଚନ ହୋଇଥିଲା । ବିପୁଳ ଜନମତ ସହ ଶାସକ ବିଜେଡ଼ି ଉପରେ ସୁନା କଳସ ଢାଳିଛନ୍ତି ଜନତା । ଝାରସୁଗୁଡ଼ା ନିର୍ବାଚନ ଲାଗି ମୈଦାନରେ ୯ ଜଣ ପ୍ରାର୍ଥୀ ରହିଥିବା ବେଳେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ଲଢେଇ ହୋଇଥିଲା ।  

 

ଆଜି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିଲା । (Jharsuguda bypoll Counting ) ମୋଟ ୧୯ଟି ରାଉଣ୍ତରେ ଭୋଟ ଗଣିତ କରାଯାଇଥିଲା । ପୋଷ୍ଟାଲ ବାଲାଟ କାଉଣ୍ଟିଂ ପରେ ସକାଳ ସାଢେ ୮ଟାରେ ଇଭିଏମ୍ ମେସିନ (E.V.M) ମେସିନ ଖୋଲାଯାଇଥିଲା । ପ୍ରତି ଟେବୁଲରେ ଗୋଟିଏ ଲେଖାଏଁ ବୁଥରେ ଗଣତି ହୋଇଥିଲା । ପ୍ରତି ଟେବୁଲରେ ଜଣେ କାଉଣ୍ଟିଂ ସୁପରଭାଇଜର, ଜଣେ କାଉଣ୍ଟିଂ ଆସିଷ୍ଟାଣ୍ଟ ଓ ଜଣେ କାଉଣ୍ଟିଂ ଅବଜରଭରଙ୍କୁ ଦାୟିତ୍ବ ଦିଆଯାଇଥିଲା । ଭୋଟ ଗଣତି ସମୟରେ ଶାନ୍ତି ଶୃଙ୍ଖଳା ଓ ବିଶୃଙ୍ଖଳାକୁ ଏଡ଼ାଇବା ଲାଗି କେନ୍ଦ୍ର ବାହାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ସିଆରପିଏଫ, ରାଜ୍ୟ ସଶସ୍ତ୍ର ବାହିନୀ ଓ ଜିଲ୍ଲା ପୋଲିସ ଏହି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ନିୟୋଜିତ ରହିଥିଲେ । କେବଳ ଅନୁମତି ଥିବା ବ୍ୟକ୍ତିଙ୍କୁ ହିଁ ଗଣତି କେନ୍ଦ୍ରକୁ ଛଡ଼ାଯାଇଥିଲା । ସେପଟେ ଝାରସୁଗୁଡ଼ା ଇଂଜିନିୟରିଂ ସ୍କୁଲ ଆଖପାଖ ଅଞ୍ଚଳରେ କେନ୍ଦ୍ରୀୟ ଫୋର୍ସ ସହ ପ୍ରାୟ ୯ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଅପରାହ୍ନ ୪ଟାରୁ ସଂନ୍ଧ୍ୟା ୬ଟା ମଧ୍ୟରେ ଫଳଫଳ ଜଣାପଡ଼ିବା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ କହିଥିବା ବେଳେ ବହୁ ଶ୍ରୀଘ୍ର ନିର୍ବାଚନୀ ଫଳ ପ୍ରକାଶ ପାଇଛି ।

ଏହା ବି ପଢନ୍ତୁ-Accident News: ଅଧାରେ ରହିଲା ଜଗା ଦର୍ଶନ, ମଝି ରାସ୍ତାରେ ୩ ସାଙ୍ଗଙ୍କ ଉପରେ ଚଢିଗଲା ଗାଡ଼ି