Kalka Mail: ଦେଶର ସେହି ଟ୍ରେନ, ଯାହାର ବଦଳି ସାରିଛି ୩ ଥର ନାମ, ୧୫୭ ବର୍ଷ ଧରି ଯୋଗାଉଛି ସେବା
Advertisement
Article Detail0/zeeodisha/odisha1895902

Kalka Mail: ଦେଶର ସେହି ଟ୍ରେନ, ଯାହାର ବଦଳି ସାରିଛି ୩ ଥର ନାମ, ୧୫୭ ବର୍ଷ ଧରି ଯୋଗାଉଛି ସେବା

Kalka Mail Facts: ଦେଶରେ ଏପରି ଟ୍ରେନ ରହିଛି ଯିଏ ୧୫୭ ବର୍ଷ ଧରି ସେବା ଯୋଗାଇ ଆସୁଛି। ଯାହାର ନାମ ୩ ଥର ବଦଳି ସାରିଛି।

Kalka Mail: ଦେଶର ସେହି ଟ୍ରେନ, ଯାହାର ବଦଳି ସାରିଛି ୩ ଥର ନାମ, ୧୫୭ ବର୍ଷ ଧରି ଯୋଗାଉଛି ସେବା

Kalka Mail History: ଭାରତୀୟ ରେଳବାଇ ସମଗ୍ର ବିଶ୍ୱରେ ଏହାର ବ୍ୟାପକ ନେଟୱାର୍କ ପାଇଁ ପ୍ରସିଦ୍ଧ। ଏହି ନେଟୱାର୍କ ଦେଇ ଚାଲୁଥିବା ଟ୍ରେନ୍ ଦ୍ୱାରା ଦୈନିକ ପ୍ରାୟ ୪ କୋଟି ଲୋକ ରେଳ ଯାତ୍ରା କରିଥାନ୍ତି। ଭାରତୀୟ ରେଳବାଇର ଏକ ନିଜସ୍ୱ ଆକର୍ଷଣୀୟ ଇତିହାସ ରହିଛି। ଏବେ ଆମେ ଆପଣଙ୍କୁ ଭାରତୀୟ ରେଳବାଇର ସର୍ବ ପୁରାତନ ଟ୍ରେନ୍ ବିଷୟରେ କହିବାକୁ ଯାଉଛୁ ଯିଏ ବର୍ତ୍ତମାନ ପର୍ଯ୍ୟନ୍ତ ୧୫୭ ବର୍ଷ ଧରି ସେବା ଯୋଗାଇ ଆସୁଛି। ଆପଣ ମଧ୍ୟ ନିଶ୍ଚୟ ଏହି ଟ୍ରେନ ଯୋଗେ ଅନେକ ଥର ଯାତ୍ରା କରିଥିବେ। ହେଲେ ଆପଣ ଏହାର ସମୃଦ୍ଧ ଇତିହାସ ଏବଂ ଗୌରବ ସହିତ ପରିଚିତ ହୋଇଥିବେ। ଆମେ ଆପଣଙ୍କୁ ଏହି ଟ୍ରେନ୍ ବିଷୟରେ ବିସ୍ତୃତ ଭାବରେ କହିବାକୁ ଯାଉଛୁ।

ଭାରତୀୟ ରେଳବାଇର ସର୍ବ ପୁରାତନ ଟ୍ରେନ୍
ଭାରତୀୟ ରେଳବାଇର ଏହି ପୁରାତନ ଟ୍ରେନ ନାଁ ହେଉଛି କାଲକା ମେଲ୍। ଏହି ଟ୍ରେନ୍ ଚଳାଚଳ ବ୍ରିଟିଶ ସରକାରଙ୍କ ଦ୍ୱାରା ୧୮୬୬ ମସିହା ଜାନୁଆରୀ ୧ ତାରିଖରୁ ଆରମ୍ଭ ହୋଇଥିଲେ। ଚଳିତ ବର୍ଷ ଜାନୁଆରୀ ମାସରେ ଏହି ଟ୍ରେନ୍ ସେବା ଯୋଗାଇବାକୁ ୧୫୭ ବର୍ଷ ପୂରଣ ହୋଇସାରିଛି। ରେଳବାଇ ରେକର୍ଡ ଅନୁଯାୟୀ ଏହି ଟ୍ରେନ୍ ପ୍ରଥମେ ପୂର୍ବ ଭାରତୀୟ ରେଳ ମେଲ ନାମରେ ଏହାର ଯାତ୍ରା ଆରମ୍ଭ କରିଥିଲା। ଏହି ଟ୍ରେନ୍ ପଶ୍ଚିମବଙ୍ଗ ହାୱାଡ଼ା ଠାରୁ ହରିୟାଣା ପଞ୍ଚକୁଲା ଜିଲ୍ଲାର କାଲକା ମଧ୍ୟରେ ଯାତ୍ରା କରିଥାଏ। ଗତ ୨୦୨୧ ଜାନୁଆରୀ ମାସରେ ରେଳ ମନ୍ତ୍ରଣାଳୟ କଲକା ମେଲ ଟ୍ରେନ ନାମ ନେତାଜୀ ଏକ୍ସପ୍ରେସ ନାମରେ ପରିବର୍ତ୍ତନ କରିଛି। ଏହାର ଅର୍ଥ ହେଉଛି ବର୍ତ୍ତମାନ ଏହି ଟ୍ରେନ ନାମ ବଦଳି ଯାଇଛି।

ଏହି କାରଣରୁ ଆରମ୍ଭ ହୋଇଥିଲା କାଲକା ମେଲ୍ ସେବା
କାଲକା ମେଲ୍ ଟ୍ରେନ୍ ସେବା ଆରମ୍ଭ କରିବା ପଛରେ ଏକ ବିଶେଷ କାରଣ ଥିଲା। ଭାରତ ବର୍ଷକୁ ଶାସନ କରୁଥିବା ବ୍ରିଟିଶ ସରକାର ସେତେବେଳେ କୋଲକାତା ସହରକୁ ସେମାନଙ୍କର ରାଜଧାନୀ କରିଥିଲେ। ହେଲେ ସେଠାକାର ତାପମାତ୍ରା ସେମାନଙ୍କୁ ଅସୁବିଧାରେ ପକାଇଥିଲା। ଏହାକୁ ଏଡାଇବା ପାଇଁ ସେ ଶିମଲା ସହରକୁ ଗ୍ରୀଷ୍ମ ରାଜଧାନୀ କରିଥିଲେ ବ୍ରିଟିଶ। କୋଲକାତା ଠାରୁ ଶିମଲା ଯିବା ପାଇଁ ବିଟ୍ରିଶ ସରକାର କାଲକା ମେଲ ନାମକ ଏକ ଟ୍ରେନ୍ ଆରମ୍ଭ କରିଥିଲେ। କଲକା ରେଳ ଷ୍ଟେସନ୍ ଶିମଲା ଯାଉଥିବା ମାର୍ଗର ପ୍ରାରମ୍ଭିକ ରେଳ ଷ୍ଟେସନ୍ ରହିଥିଲା।

ଭାରତୀୟଙ୍କୁ ମିଳୁନଥିଲା ପ୍ରବେଶ
କାଲକା ମେଲ୍ ୨ ଭାଗରେ ଆରମ୍ଭ ହୋଇଥିଲା। ଆରମ୍ଭରେ ଏହି ଟ୍ରେନ୍ ହାୱଡ଼ା-ଦିଲ୍ଲୀ ମଧ୍ୟରେ ଚଳାଚଳ କରୁଥିଲା। ଏହା ପରେ ୧୮୯୧ ମସିହାରେ ଦିଲ୍ଲୀ ଠାରୁ କାଲକା ପର୍ଯ୍ୟନ୍ତ ରେଳ ଲାଇନ ନିର୍ମାଣ କରି ଏହାକୁ ଆଗକୁ ନିଆଯାଇଥିଲା। ଏହି ଟ୍ରେନ୍ ବ୍ରିଟିଶ ଅଧିକାରୀଙ୍କୁ କୋଲକାତା ଠାରୁ ଶିମଲା ପର୍ଯ୍ୟନ୍ତ ପରିବହନ କରିବା ପାଇଁ ଆରମ୍ଭ ହୋଇଥିବାରୁ ଭାରତୀୟଙ୍କୁ ଏଥିରେ ପ୍ରବେଶ କରିବାକୁ ଦିଆଯାଉ ନଥିଲା।

୩ ଥର ବଦଳି ସାରିଛି କାଲକା ମେଲ ନାମ
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ କାଲକା ମେଲ ମୂଳତଃ ପୂର୍ବ ଭାରତୀୟ ରେଳ ମେଲ ନାମରେ ପରିଚିତ ଥିଲା। ଯାହା ପୂର୍ବ ଭାରତୀୟ ରେଳ କମ୍ପାନୀ ଦ୍ୱାରା ପରିଚାଳିତ ହୋଇଥିଲା। ଏହି ଟ୍ରେନ୍ ମାଧ୍ୟମରେ ବ୍ରିଟିଶ ଭାଇସରାୟ ସମେତ ବହୁ ବ୍ରିଟିଶ୍ ଅଧିକାରୀ ଗ୍ରୀଷ୍ମ ଋତୁରେ ସେମାନଙ୍କ ରାଜଧାନୀ କୋଲକାତା ଠାରୁ ଶିମଲା ସ୍ଥାନାନ୍ତର କରୁଥିଲେ। ଶୀତ ଆରମ୍ଭ ହେବା ମାତ୍ରେ ଭାଇସରାୟ ଏହି ଟ୍ରେନ୍ ମାଧ୍ୟମରେ କୋଲକାତା ଫେରି ଆସୁଥିଲେ। ଏହି ଟ୍ରେନ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସହି ଗଭୀର ଭାବରେ ଯୋଡ଼ି ହୋଇରହିଛି। କୁହାଯାଏ ଯେ ୧୯୪୧ ମସିହା ଫେବୃଆରୀ ୧୮ ତାରିଖରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ବ୍ରିଟିଶ ସରକାରଙ୍କ ଆଖିରେ ଧୂଳି ଦେଇ କାଲକା ମେଲ ମାଧ୍ୟମରେ କୋଲକାତା ଠାରୁ ଅଦୃଶ୍ୟ ହୋଇଯାଇଥିଲେ।