Tomato Stolen News: ଆକାଶ ଛୁଆଁ ଦର ମଧ୍ୟରେ ମହିଳା କୃଷକଙ୍କ ଫାର୍ମରୁ ଚୋରି ହୋଇଗଲା ଟମାଟୋ; ରୁଜୁହେଲା ମାମଲା
Advertisement
Article Detail0/zeeodisha/odisha1768679

Tomato Stolen News: ଆକାଶ ଛୁଆଁ ଦର ମଧ୍ୟରେ ମହିଳା କୃଷକଙ୍କ ଫାର୍ମରୁ ଚୋରି ହୋଇଗଲା ଟମାଟୋ; ରୁଜୁହେଲା ମାମଲା

Tomato Price Rise: ଗୋଟିଏ ପଟେ ମୂଲ୍ୟ ବଢି ଚାଲିଥିବା ବେଳେ ଅନ୍ୟପଟେ ଟମାଟୋ ଚୋରି ହୋଇଥିବାର ମାମଲା ସାମ୍ନାକୁ ଆସିଛି।  ଏହି ଘଟଣା ସମ୍ପର୍କରେ ଜାଣିବା ପରେ ଚାଷୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି।

Tomato Stolen News: ଆକାଶ ଛୁଆଁ ଦର ମଧ୍ୟରେ ମହିଳା କୃଷକଙ୍କ ଫାର୍ମରୁ ଚୋରି ହୋଇଗଲା ଟମାଟୋ; ରୁଜୁହେଲା ମାମଲା

Tomato Price Rise: ଦିନକୁ ଦିନ ଦେଶରେ ବଢିଚାଲିଛି ଟମାଟୋ ମୂଲ୍ୟ। ସ୍ଥିତି ଏପରି ହୋଇଛି ଯେ ବଢି ଚାଲିଥିବା ଟମାଟୋ ମୂଲ୍ୟ ଏବେ ଆକାଶଛୁଆଁ ହେବାରେ ଲାଗିଛି। ହେଲେ ଗୋଟିଏ ପଟେ ମୂଲ୍ୟ ବଢି ଚାଲିଥିବା ବେଳେ ଅନ୍ୟପଟେ ଟମାଟୋ ଚୋରି ହେବାର ମାମଲା ଏବେ ସାମ୍ନାକୁ ଆସିଛି। ଟମାଟୋ ଚୋରି ଘଟଣା ଜଣାପଡ଼ିବା ପରେ ଥାନାରେ ଏକ ମାମଲା ରୁଜୁ ହୋଇଛି। 

ସଦ୍ୟ କର୍ଣ୍ଣାଟକ (Karnataka) ହାସନ ଜିଲ୍ଲାର (Hassan District) ଗୋନି ସୋମାନାହାଲି ଗ୍ରାମରେ (Goni Somanahalli Village) ଦେଖିବାକୁ ମିଳିଛି ଟମାଟୋ ଚୋରି ଘଟଣା। ଏହି ଗ୍ରାମରେ ଅବସ୍ଥିତ ଜଣେ ମହିଳା କୃଷକଙ୍କ ଫାର୍ମ ମଧ୍ୟରୁ ୨.୫ ଲକ୍ଷ ଟଙ୍କା ମୂଲ୍ୟର ଟମାଟୋ ଚୋରି ହୋଇଥିବାର ଅଭିଯୋଗ ହୋଇଛି। ମଙ୍ଗଳବାର ରାତିରେ ମହିଳା ଚାଷୀଙ୍କ ଜମିରୁ ୫୦-୬୦ ବ୍ୟାଗ ଟମାଟୋ ଚୋରି କରି ନେଇଥିଲେ ଚୋର।

ନିଜ ଜମିରୁ ଟମାଟୋ ଚୋରି ହୋଇଥିବାର ଜାଣିବା ପରେ ଧରାନୀ ନାମକ ମହିଳା ଚାଷୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ତାଙ୍କ ଅଭିଯୋଗକୁ ଆଧାର କରି ହାଲେବୀଡୁ ଥାନାରେ ଏକ ଚୋରି ମାମଲା ଦାଏର କରାଯାଇଛି। ଜମିରେ ଚୋରି ହେବା ଘଟଣାରେ ପ୍ରତିକ୍ରିୟା ରଖି ଚାଷୀ ଧରାନୀ କହିଛନ୍ତି ଯେ ଟମାଟୋ ମୂଲ୍ୟ ଏବେ କିଲୋଗ୍ରାମ ପିଛା ୧୨୦ ଟଙ୍କାରୁ ଅଧିକ ରହିଛି। ମୁଁ ଜମିରେ ଚାଷ କରିଥିବା ଟମାଟୋ ଫସଲ ଅମଳ କରି ଏହାକୁ ବେଙ୍ଗାଲୁରୁ ସହରରେ ଅବସ୍ଥିତ ବଜାରକୁ ପଠାଇବାକୁ ଯୋଜନା କରୁଥିଲା। ମାତ୍ର ଟମାଟୋ ଅମଳ ହେବା ପୂର୍ବରୁ ଏହାକୁ ଚୋରି କରି ନିଆଯାଇଛି। 

ଚୋର ଆମ ଜମିରୁ ପ୍ରାୟ ୫୦-୬୦ ବ୍ୟାଗ ଟମାଟୋ ଚୋରି କରିନେବା ପରେ ଅବଶିଷ୍ଟ ଫସଲ ନଷ୍ଟ କରିଦେଇଛନ୍ତି। ଆମେ ବିନ୍ ଅମଳରେ ବହୁତ କ୍ଷତି ସହିଥିଲୁ। ଟମାଟୋ ବଢାଇବା ପାଇଁ ଋଣ ନେଇଥିଲୁ। ଆମର ଭଲ ଅମଳ ହୋଇଥିଲା ଏବଂ ଘଟଣାକ୍ରମେ ମୂଲ୍ୟ ମଧ୍ୟ ଅଧିକ ଥିଲା। ହେଲେ ଟମାଟୋ ଅମଳ ହୋଇ ବଜାରରେ ବିକ୍ରି ହେବା ପୂର୍ବରୁ ଚୋର ଆମ ଜମିରେ କଳାକନା ବୁଲାଇ ଦେଇଛନ୍ତି ବୋଲି ମହିଳା ଚାଷୀ ଜଣଙ୍କ କହିଛନ୍ତି।

ଟମାଟୋ ଚୋରି ହେବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ହାଲେବୀଡୁ ଥାନାର ଜଣେ ପୋଲିସ ଅଧିକାରୀ। ଏନେଇ ଅଧିକାରୀ ଜଣଙ୍କ କହିଛନ୍ତି ଯେ ତାଙ୍କ ଥାନାରେ ପ୍ରଥମ ଥର ପାଇଁ ଏକ ଟମାଟୋ ଚୋରି ମାମଲା ଦାଏର କରାଯାଇଛି। ଅନ୍ୟପଟେ ମହିଳା ଚାଷୀ ଧରାନୀଙ୍କ ପୁଅ ମଧ୍ୟ କ୍ଷତିପୂରଣ ପ୍ରଦାନ କରିବା ପାଇଁ  କର୍ଣ୍ଣାଟକ ସରକାରଙ୍କୁ ନିବେଦନ କରିଛନ୍ତି।

ତାଙ୍କ ପୁଅ କ୍ଷତିପୂରଣ ପାଇଁ ସରକାରଙ୍କୁ ଅନୁରୋଧ ଜଣାଇବା ସହ ଟମାଟୋ ଚୋରିର ତଦନ୍ତ କରିବାକୁ ଦାବି କରିଛନ୍ତି। ଟମାଟୋ ଚୋରି ଘଟଣାରେ ହାଲେବୀଡୁ ଥାନାରେ ଏକ ଅଭିଯୋଗ ଦାଖଲ କରାଯାଇଛି। ମହିଳା ଚାଷୀ ଧରାନୀଙ୍କ ପରିବାର ପ୍ରାୟ ୨ ଏକର ଜମିରେ ଟମାଟୋ ଚାଷ କରିଥିଲେ। ଯାହା ଏବେ ଅମଳ ହୋଇ ବଜାରରେ ବିକ୍ରି ହେବା ପୂର୍ବରୁ ଚୋରି ହୋଇ ଯାଇଥିବାର ଅଭିଯୋଗ ହୋଇଛି।

ଦେଶର ଅନ୍ୟ ରାଜ୍ୟ ପରି କର୍ଣ୍ଣାଟକରେ ମଧ୍ୟ ଟମାଟୋ ମୂଲ୍ୟ ଅତି ଦ୍ରୁତ ଗତିରେ ବୃଦ୍ଧି ପାଇଛି। ରାଜଧାନୀ ବେଙ୍ଗାଲୁରୁ ସହରରେ ଟମାଟୋ ମୂଲ୍ୟ କିଲୋଗ୍ରାମ ପିଛା ୧୦୧ ଟଙ୍କାରୁ ୧୨୧ ଟଙ୍କା ମୂଲ୍ୟରେ ବିକ୍ରି ହେଉଛି। ମାର୍ଚ୍ଚ ଏବଂ ଏପ୍ରିଲ ମାସରେ ହଠାତ୍ ତାପମାତ୍ରା ବୃଦ୍ଧି ହେତୁ ଟମାଟୋ ଫସଲ ଉପରେ ପୋକ ଆକ୍ରମଣ ହୋଇଥିଲା। ଏହି କାରଣରୁ ଟମାଟୋ ଅମଳ ହ୍ରାସ ପାଇବା ସହ ଏହାର ବଜାର ଦର ବଢି ଯାଇଥିଲା।