Khordha: ମହାପ୍ରଭୁଙ୍କ ସେବାରେ ପୁରା ପରିବାର, ୩୫ ବର୍ଷ ଧରି ଯୋଗାଇ ଆସୁଛନ୍ତି ସେବା
Advertisement
Article Detail0/zeeodisha/odisha1736711

Khordha: ମହାପ୍ରଭୁଙ୍କ ସେବାରେ ପୁରା ପରିବାର, ୩୫ ବର୍ଷ ଧରି ଯୋଗାଇ ଆସୁଛନ୍ତି ସେବା

Routapada Village Khordha: ପ୍ରଭୁଙ୍କ ଅଙ୍ଗବସ୍ତ୍ର ଯୋଗାଇବା ପାଇଁ ୩୫ ବର୍ଷ ପୂର୍ବେ ଶ୍ରୀମନ୍ଦିର ପ୍ରଶାସନ ଅନୁମତି ପାଇଥିଲେ ଖୋର୍ଦ୍ଧା ରାଉତପଡ଼ାର ବୁଣାକାର ପରିବାର। ସେହିଦିନ ଠାରୁ ଲଗାତାର ଭାବେ ମହାପ୍ରଭୁଙ୍କ ଲାଗି ଅଙ୍ଗବସ୍ତ୍ର ଯୋଗାଇ ଆସୁଛନ୍ତି ସେମାନେ।

Khordha: ମହାପ୍ରଭୁଙ୍କ ସେବାରେ ପୁରା ପରିବାର, ୩୫ ବର୍ଷ ଧରି ଯୋଗାଇ ଆସୁଛନ୍ତି ସେବା

Khordha Weaver Family: ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସେବା କରିବାର ସୁଯୋଗ କେବଳ ଭାଗ୍ୟବାନ ଏବଂ ପୂର୍ବ ଜନ୍ମରେ ପୁଣ୍ୟକର୍ମ କରିଥିବା ବ୍ୟକ୍ତିଙ୍କୁ ମିଳିଥାଏ। ଖୋର୍ଦ୍ଧା ଜିଳ୍ଲା ରାଉତପଡ଼ା ଗ୍ରାମବାସୀଙ୍କୁ ମିଳିଛି ଏଭଳି ସୁଯୋଗ। ଏହି ଗ୍ରାମର ୨୦ ଜଣରୁ ଉର୍ଦ୍ଧ୍ୱ ବୁଣାକାର ପରିବାର ବର୍ଷ ତମାମ ଶ୍ରୀ ଜଗନ୍ନାଥ, ବଳଭଦ୍ର, ମାଆ ସୁଭଦ୍ରାଙ୍କ ବ୍ୟବହାର ପାଇଁ ସମସ୍ତ ପ୍ରକାର ଅଙ୍ଗବସ୍ତ୍ର ଯୋଗାଇ ଦେଇଥାନ୍ତି। ବିଶେଷ କରି ରଥଯାତ୍ରା ସମୟରେ ମନ୍ଦିର ପ୍ରଶାସନର ନିର୍ଦ୍ଦେଶ ମୁତାବକ ରାମନବମୀ ଠାରୁ ସ୍ୱତନ୍ତ୍ର ବସ୍ତ୍ର ତିଆରି କରିବାରେ ଲାଗି ପଡ଼ିଥାନ୍ତି ବୁଣାକାର। ଆଉ ସ୍ନାନ ପୂର୍ଣ୍ଣିମା ପୂର୍ବରୁ ପ୍ରଭୁଙ୍କ ସମସ୍ତ ଅଙ୍ଗବସ୍ତ୍ରକୁ ନେଇ ମନ୍ଦିର ପ୍ରଶାସନ ନିକଟରେ ପହଞ୍ଚାଇ ଦେଇଥାନ୍ତି। ଖୋର୍ଦ୍ଧା ଜିଲ୍ଲାର ରାଉତପଡ଼ା ଗ୍ରାମରୁ Zee Odisha ଦ୍ୱାରା ପ୍ରସ୍ତୁତ ଏହି ସ୍ୱତନ୍ତ୍ର ରିପୋର୍ଟ।

ଏବେ ଗ୍ରାମରେ ବୁଣା ଚାଲିଛି ଭଳିକି ଭଳି ପାଟବସ୍ତ୍ର। ବୁଣାକାର ସେମାନଙ୍କ କୁଶଳୀ ହାତରେ ବିଭିନ୍ନ ପ୍ରକାର ପାଟବସ୍ତ୍ର କରିବାରେ ବ୍ୟସ୍ତ ଅଛନ୍ତି। ରଥଯାତ୍ରା ପାଖେଇ ଆସିଥିବାରୁ ଦିନରାତି ଏକ କରି ଏବେ ଲାଗି ପଡ଼ିଛନ୍ତି ପରିବାରର ପ୍ରତ୍ୟେକ ସଦସ୍ୟ ବୁଣାବୁଣି କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି। ସେହିପରି ବୟସର ଅପରାହ୍ନରେ ଆସେଲି ନାମକ ୯୨ ବର୍ଷର ଜଣେ ବୃଦ୍ଧା ମଧ୍ୟ କିପରି ପ୍ରଭୁଙ୍କ ସେବାରେ ଲାଗିପଡ଼ିଛନ୍ତି। ଯାହାକୁ ନ ଦେଖିଲେ ବିଶ୍ୱାସ କରି ହେବ ନାହିଁ। ରଥଯାତ୍ରା ସମୟରେ ଦରକାର ହେଉଥିବା ଅଙ୍ଗବସ୍ତ୍ର ତିଆରି ପାଇଁ ସେମାନଙ୍କୁ ମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରତିବର୍ଷ ଅନୁମତି ମିଳିଥାଏ। 

ପ୍ରଭୁଙ୍କ ବସ୍ତ୍ର ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ହୋଇଥାଏ। ଯେପରି ସାତ ବାରରେ ସାତ ପ୍ରକାରର ପାଟ୍ଟ ପରିଧାନ କରିଥାନ୍ତି ଶ୍ରୀଜୀଉ। ହେଲେ ମହାପ୍ରଭୁଙ୍କ ସବୁଠାରୁ ଆକର୍ଷଣୀୟ ଏବଂ ପ୍ରିୟପାଟ ହେଉଛି ଗୀତଗୋବିନ୍ଦ ପାଠ। ପ୍ରତ୍ୟେକ ଦିନ ବଡ଼ସିଂହାର ବେଶରେ ଗୀତଗୋବିନ୍ଦର ପଦ ଲେଖାଯାଇଥିବା ପାଟ ପରିଧାନ କରିଥାନ୍ତି ପ୍ରଭୁ ଶ୍ରୀ ଜଗନ୍ନାଥ। ସକାଳ ପାଇଲେ ନିଜର ନିତ୍ୟ କର୍ମ ସାରି ନିଷ୍ଠାର ସହ ପରିବାରର ସମସ୍ତେ ମହାପ୍ରଭୁଙ୍କ ସେବାରେ ଲାଗି ପଡ଼ିଥାନ୍ତି।

ପ୍ରଭୁଙ୍କ ଅଙ୍ଗବସ୍ତ୍ର ଯୋଗାଇବା ପାଇଁ ୩୫ ବର୍ଷ ପୂର୍ବେ ଶ୍ରୀମନ୍ଦିର ପ୍ରଶାସନ ଅନୁମତି ପାଇଥିଲେ ଖୋର୍ଦ୍ଧା ରାଉତପଡ଼ାର ଗୋବିନ୍ଦ ଦାସଙ୍କ ପରିବାର। ସେହିଦିନ ଠାରୁ ଲଗାତାର ଭାବେ ଶ୍ରୀ ଜଗନ୍ନାଥ, ବଳଭଦ୍ର, ମାଆ ସୁଭଦ୍ରାଙ୍କୁ ଅଙ୍ଗବସ୍ତ୍ର ଯୋଗାଇ ଆସୁଛନ୍ତି ରାଉତପଡ଼ା ଗ୍ରାମର ବୁଣାକାର ପରିବାର। ଏହି ବସ୍ତ୍ର ମଧ୍ୟରେ ରହିଛି ୧୨ ହାତି ଗଡ଼ା, ୧୬ ହାତି ଗଡ଼ା, ବୋଇରାଣୀ, ପତନୀ, ନେତଫୁଟା, ନେତଖଣ୍ଡୁଆ, ଗଦିପେଟା, ମଲମଲ, ଶ୍ରୀମୁଖହୋତା, ଟଣାଠେସା, ନାଲି ଚେହେଲି, ସବୁଜ ଚେହେଲି, ହଳଦିଆ ଚେହେଲି। 

ଏସବୁ ବସ୍ତ୍ର ଯୋଗାଇ ଗ୍ରାମବାସୀ ନିଜକୁ ଧନ୍ୟ ମନେକରିଛନ୍ତି। ଏଥିପାଇଁ କାରିଗର ପାରିଶ୍ରମିକକୁ ନ ଅନାଇ ପ୍ରଭୁଙ୍କ ସେବାରେ ଲିପ୍ତ କରିଥିବା କହିଛନ୍ତି। ରଥଯାତ୍ରା ପାଇଁ ପ୍ରଥମ ପର୍ଯ୍ୟାୟ ବସ୍ତ୍ର ପଠା ଯାଇ ସାରିଥିବା ବେଳେ, ଏବେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଜୋରସୋରରେ ଲଗିପଡ଼ିଛନ୍ତି ବୁଣାକାର। ଦୀର୍ଘ ବର୍ଷ ଧରି ଜଗନ୍ନାଥଙ୍କ ସେବା କରିବାର ସୁଯୋଗ ମିଳିଥିବାରୁ ବେଶ ଗର୍ବତ ଏବଂ ଆନନ୍ଦିତ ରାଉତପଡ଼ା ଗ୍ରାମବାସୀ। ହେଲେ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରାରିଶ୍ରମିକ ପ୍ରତି ନଜର ଦିଆଗଲେ ବୁଣାକାର ପରିବାର ଅଧିକ ଟିକେ ଉପକୃତ ହୋଇପାରନ୍ତେ।