Kiss Day 2023: ପ୍ରେମ ଶାଶ୍ବତ ଏବଂ ଚିରନ୍ତନ । ପ୍ରେମୀ ଯୁଗଳଙ୍କ ପାଇଁ ବେଶ ଖାସ୍ ହୋଇଥାଏ ପ୍ରତ୍ୟକ ବର୍ଷର ଦ୍ବିତୀୟ ମାସଟି। ଭାଲେଣ୍ଟାଇନ ସପ୍ତାହ ୭ ଫେବୃଆରୀରୁ ଆରମ୍ଭ ହୁଏ ଏବଂ ଏହି ସପ୍ତାହ ୧୪ ଫେବୃଆରୀ ପର୍ଯ୍ୟନ୍ତ ଚାଲିଥାଏ। ଭାଲେଣ୍ଟାଇନ ସପ୍ତାହର ପ୍ରତ୍ୟେକ ଦିନର ଭିନ୍ନ ଭିନ୍ନ ଅର୍ଥ ଥାଏ।  ଆଜି ହେଉଛି ଭାଲେଣ୍ଟାଇନ୍‌ ୱିକ୍‌ ବା ପ୍ରେମ ସପ୍ତାହର ସପ୍ତମ ଦିନ ଅର୍ଥାତ କିସ୍‌ ଡେ’। ପ୍ରେମୀଯୁଗଳଙ୍କ ପାଇଁ ଏହି ଦିନଟି ବେଶ୍‌ ଖାସ। ନିଜ ପ୍ରେମକୁ ପରିପ୍ରକାଶ କରିବା ପାଇଁ ଏହି ଦିନ ପ୍ରେମଯୁଗଳ ପରସ୍ପରକୁ କିସ୍‌ କରିଥାନ୍ତି। କୁହାଯାଏ କିସ୍‌ ବା ଚୁମ୍ବନ ଦୁଇଟି ମଣିଷଙ୍କ ସଂପର୍କରେ ଥିବା ଦୂରତାକୁ ଦୂର କରିଦିଏ। ପ୍ରେମୀଯୁଗଳ ପରସ୍ପର ସହ ଅଧିକ ଘନିଷ୍ଠ ହୋଇଥାନ୍ତି। ଏହା ସଂପର୍କକୁ ଆହୁରି ମଜବୁତ କରିଥାଏ। ସେଥିପାଇଁ କିସ୍‌ ଡେରେ ପରସ୍ପରକୁ ଚୁମ୍ବନ ଦେଇ ନିଜ ପ୍ରେମକୁ ଜାହିର କରିଥାନ୍ତି ପ୍ରେମୀଯୁଗଳ।


COMMERCIAL BREAK
SCROLL TO CONTINUE READING

ଯଦି ଏହା ଆପଣଙ୍କର ପ୍ରଥମ ଭାଲେଣ୍ଟାଇନ୍ସ ସପ୍ତାହ ଏବଂ ଆପଣଙ୍କ ସାଥୀଙ୍କ ସହିତ ପ୍ରଥମ କିସ୍‌ ଡେ’ ହେବାକୁ ଯାଉଛି, ତେବେ ଏହା ଆପଣଙ୍କ ପାଇଁ ଅଧିକ ମହତ୍ତ୍ୱପୂର୍ଣ୍ଣ। ଏହି ଦିନ ସାଥୀଙ୍କୁ ଖାସ୍‌ ଅନୁଭବ କରିବାକୁ ପଡ଼ିବ। ପ୍ରେମିକା-ପ୍ରେମିକ ଏହିଦିନ ପରସ୍ପର ପ୍ରତି ରୋମାନ୍ସ ଦେଖାଇବାରେ କୁଣ୍ଠାବୋଧ କରିବା ଆଦୌ ଉଚିତ୍‌ ନୁହଁ। ଏହି ଖାସ୍‌ ଦିନରେ ଜାଣନ୍ତୁ କେଉଁ କିସ୍‌ କ’ଣ ସୂଚାଇଥାଏ।


Also Read : Hug Day 2023: ସାଥୀଙ୍କୁ ଆଲିଙ୍ଗନ କରି କୁହନ୍ତୁ ଖୋଲା ହୃଦୟରେ ମନର କଥା


Also Read : Weird News: କାର୍ କି ବସ ନୁହେଁ, ବନ୍ଧୁବାନ୍ଧବଙ୍କ ପାଇଁ ଫ୍ଲାଇଟ୍ ବୁକ୍ କଲା ବର


ସିମ୍ପଲ କିସ୍‌:
ହାତ ଏବଂ ଗାଲରେ କିସ୍‌ କରିବାକୁ ସିମ୍ପଲ୍‌ କିସ୍‌ କୁହାଯାଏ। ଏହି କିସ୍‌ ଆପଣ ମାଆ, ବାପା, ଭାଇ, ଭଉଣୀ, ସାଙ୍ଗସାଥୀ ଏପରିକି ଛୋଟ ପିଲାଙ୍କୁ ମଧ୍ୟ କରିପାରିବେ।


ଫୋର୍‌ହେଡ୍‌ କିସ୍‌:
ଫୋର୍‌ହେଡ୍‌ ବା ମଥାରେ କିସ୍‌ କରିବାକୁ ବିଶେଷକରି ମହିଳାମାନେ ପସନ୍ଦ କରିଥାନ୍ତି। ଏହି କିସ୍‌ ସମ୍ପର୍କକୁ ଆହୁରି ନିବିଡ଼ ତଥା ଗଭୀର କରିଥାଏ। ଫୋର୍‌ହେଡ୍‌ କିସ୍‌ କପଲଙ୍କ ବ୍ୟତୀତ ଛୋଟ ପିଲାଙ୍କୁ ମଧ୍ୟ କରାଯାଇଥାଏ।


ଲିପ୍‌ କିସ୍‌:
ଲିପ୍‌ କିସ୍‌ ପାର୍ଟନରଙ୍କ ମଧ୍ୟରେ କମନ୍‌ କିସ୍‌ ହୋଇଥାଏ। ଲିପ୍‌ କିସ୍‌ରେ ପାର୍ଟନର ଅଧିକ ରୋମାଣ୍ଟିକ୍‌ ହୋଇଥାନ୍ତି। ପରସ୍ପରଙ୍କ ମଧ୍ୟରେ ପ୍ରେମର ରଜୁ ଆହୁରି ମଜଭୁତ ହୋଇଥାଏ।


ତେବେ ଚାଲନ୍ତୁ ଜାଣିବା ଚୁମ୍ବନ ଦେବା ଦ୍ୱାରା କ’ଣ ସବୁ ଲାଭ ମିଳିଥାଏ:


-ରକ୍ତଚାପ ହ୍ରାସ କରାଏ
-ଶିରାପ୍ରଶିରାରେ ରକ୍ତ ସଞ୍ଚାଳନ କରାଏ
-ମୁଣ୍ଡବିନ୍ଧା ଦୂର କରେ
-ଖୁସି ରହିବା ଭଳି ହର୍‌ମୋନ୍‌ କ୍ଷରଣ କରାଏ।
-କ୍ୟାଲୋରି ହ୍ରାସ ଘଟାଏ
-ଆତ୍ମ ବିଶ୍ୱାସ ବୃଦ୍ଧି କରାଏ
-ମୁଖମଣ୍ଡଳ ଉଜ୍ୱଳ ଦିଶେ
-ସାଥୀ ଆପଣଙ୍କ ପ୍ରତି କେତେ ଉତ୍ସଗୀକୃତ ପ୍ରମାଣ ଦିଏ


Also Read : Weird News: ଅଜବ ପରମ୍ପରା, ଏଠି ହାତରେ ନୁହେଁ ଗୋଡ଼ରେ ପୁରୁଷଙ୍କୁ ଖାଦ୍ୟ ପରଷନ୍ତି ମହିଳା