Hug Day 2023: ସାଥୀଙ୍କୁ ଆଲିଙ୍ଗନ କରି କୁହନ୍ତୁ ଖୋଲା ହୃଦୟରେ ମନର କଥା
Advertisement

Hug Day 2023: ସାଥୀଙ୍କୁ ଆଲିଙ୍ଗନ କରି କୁହନ୍ତୁ ଖୋଲା ହୃଦୟରେ ମନର କଥା

Hug Day 2023: ଚାଲିଛି ପ୍ରେମ ସପ୍ତାହ । ଏହି ସପ୍ତାହଟି ପ୍ରେମୀଯୁଗଳଙ୍କ ପାଇଁ ବହୁତ ଖାସ ହୋଇଥାଏ। ଭାଲେଣ୍ଟାଇନ ସପ୍ତାହ ୭ ଫେବୃଆରୀରୁ ଆରମ୍ଭ ହୁଏ ଏବଂ ଏହି ସପ୍ତାହ ୧୪ ଫେବୃଆରୀ ପର୍ଯ୍ୟନ୍ତ ଚାଲିଥାଏ। ଚଳିତ ୨୦୨୩ ବର୍ଷରେ ଏହା ମଙ୍ଗଳବାରଠାରୁ ଆରମ୍ଭ ହେଉଛି। ଯେଉଁ ଦମ୍ପତିମାନେ ପ୍ରେମ ବ୍ୟକ୍ତ କରନ୍ତି ଏବଂ ଉତ୍ସାହର ସହିତ ଭାଲେଣ୍ଟାଇନ ସପ୍ତାହକୁ ଅପେକ୍ଷା କରିଥାନ୍ତି। ସେମାନେଙ୍କ ପାଇଁ ଏହି ସପ୍ତାହର ଗୁରୁତ୍ବ ବେଶ ଅଧିକ ।

ସୌଜନ୍ୟ- ସୋସିଆଲ ମିଡିଆ

Hug Day 2023: ଚାଲିଛି ପ୍ରେମ ସପ୍ତାହ । ଏହି ସପ୍ତାହଟି ପ୍ରେମୀଯୁଗଳଙ୍କ ପାଇଁ ବହୁତ ଖାସ ହୋଇଥାଏ। ଭାଲେଣ୍ଟାଇନ ସପ୍ତାହ ୭ ଫେବୃଆରୀରୁ ଆରମ୍ଭ ହୁଏ ଏବଂ ଏହି ସପ୍ତାହ ୧୪ ଫେବୃଆରୀ ପର୍ଯ୍ୟନ୍ତ ଚାଲିଥାଏ। ଚଳିତ ୨୦୨୩ ବର୍ଷରେ ଏହା ମଙ୍ଗଳବାରଠାରୁ ଆରମ୍ଭ ହେଉଛି। ଯେଉଁ ଦମ୍ପତିମାନେ ପ୍ରେମ ବ୍ୟକ୍ତ କରନ୍ତି ଏବଂ ଉତ୍ସାହର ସହିତ ଭାଲେଣ୍ଟାଇନ ସପ୍ତାହକୁ ଅପେକ୍ଷା କରିଥାନ୍ତି। ସେମାନେଙ୍କ ପାଇଁ ଏହି ସପ୍ତାହର ଗୁରୁତ୍ବ ବେଶ ଅଧିକ ।  ଭାଲେଣ୍ଟାଇନ ସପ୍ତାହର ପ୍ରତ୍ୟେକ ଦିନର ଭିନ୍ନ ଭିନ୍ନ ଅର୍ଥ ଥାଏ। ସେହିପରି ପ୍ରେମ ସପ୍ତାହର ଆଜି ହେଉଛି ଷଷ୍ଠ ଦିନ।  ଆଜିର ଦିନକୁ ହଗ୍ ଡେ’ ବା ଆଲିଙ୍ଗନ ଦିବସ ପାଳନ କରାଯାଏ। ଏହା ପରେ କିସ୍‌ ଡେ ଏବଂ ଶେଷରେ ଭାଲେଣ୍ଟାଇନ୍ସ ଡେ ପାଳନ କରିଥାନ୍ତି ପ୍ରେମୀଯୁଗଳ। 

ଆଜିର ଦିନରେ ପ୍ରେମୀଯୁଗଳ ପରସ୍ପରକୁ ଆଲିଙ୍ଗନ କରି ସେମାନଙ୍କର ଭାବନା ପରିପ୍ରକାଶ କରିଥାନ୍ତି। ଜଣେ ଜଣକ ସହ ହୃଦୟ ଖୋଲା କଥା ହୁଅନ୍ତି। ଏଥି ସହିତ ପ୍ରେମୀଯୁଗଳ ହଗ୍‌ ଡେ’ରେ ପରସ୍ପରକୁ ରୋମାଣ୍ଟିକ୍‌ ବାର୍ତ୍ତା ମଧ୍ୟ ପଠାଇବାକୁ ଆଦୌ ଭୁଲନ୍ତି ନାହିଁ। ଏହା ଦ୍ୱାରା ସମ୍ପର୍କ ଆହୁରି ମଜବୁତ୍ ହୋଇଥାଏ। ଆଲିଙ୍ଗନ କେବଳ ପ୍ରେମୀଯୋଡ଼ାଙ୍କ ଭଲ ପାଇବା ତଥା ଆବେଗକୁ ପରିପ୍ରକାଶ କରେ ନାହିଁ। ଏହାଦ୍ୱାରା ଶରୀରର ବହୁ ଉପକାର ହୋଇଥାଏ। ଏହାଦ୍ୱାରା ମାନସିକ ଚାପ ହ୍ରାସ ପାଇବା ସହିତ ହାର୍ଟ ଆଟାକ୍‌ ସମସ୍ୟାରୁ ମୁକ୍ତି ମିଳିଥାଏ। 

Also Read : Valentine Week: ପାର୍ଟନରଙ୍କୁ ପ୍ରପୋଜ୍ କରିବା ପାଇଁ ହେବାକୁ ପଡିଥିଲା ନାକେଦମ୍, ନଜର ପକାନ୍ତୁ ବଲିଉଡ଼ର କିଛି ସଫଳ ଯୋଡିଙ୍କ ପ୍ରେମ କାହାଣୀ ଉପରେ

Also Read : Bollywood: ସିଦ୍ଧାର୍ଥ କିୟାରାଙ୍କ ପରେ ଏହି ଯୋଡ଼ିଙ୍କର ପଡିବ ହାତଗଣ୍ଠି! ନଜର ପକାନ୍ତୁ କିଏ ରହିଛନ୍ତି ଏହି ତାଲିକାରେ ?

ତେଣୁ ଏହାକୁ ଚିକିତ୍ସା ବିଜ୍ଞାନରେ ଆଲିଙ୍ଗନ ଥେରାପି କୁହାଯାଇଥାଏ। ଆଲିଙ୍ଗନ ସମୟରେ ଶରୀରରୁ ଅକ୍ସିଟୋସିନ୍‌ ନାମକ ହରମୋନ୍‌ କ୍ଷରଣ ହୋଇଥାଏ। ଏହାଦ୍ୱାରା ମା-ପିଲା, ସ୍ତ୍ରୀ-ସ୍ବାମୀ, ଭଉଣୀ ଭାଇ ତଥା ପ୍ରେମୀଯୁଗଳଙ୍କ ମଧ୍ୟରେ ସମ୍ପର୍କ ସୁଦୃଢ ହୋଇଥାଏ । ଆଲିଙ୍ଗନ ସମୟରେ ଶରୀର ଓ ମନରେ ଖୁସିର ଲହରୀ ଖେଳିଯାଇଥାଏ। ଏହାଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ । ଶରୀରର କୌଣସି ଅଙ୍ଗରେ ଯନ୍ତ୍ରଣା ହେଲେ ମସାଜ୍‌ କରିବାକୁ ପରାମର୍ଶ ଦିଆଯାଇଥାଏ । ଏହାଦ୍ୱାରା ଆରାମ ଲାଗିଥାଏ । ସେହିପରି ମାନସିକସ୍ତରରେ ଯନ୍ତ୍ରଣା ଭୋଗୁଥିଲେ ଏକ ସ୍ନେହପୂର୍ଣ୍ଣ ଆଲିଙ୍ଗନ ମସାଜ୍‌ ପରି କାମ କରେ । ଦାମ୍ପତ୍ୟ ଜୀବନରେ ଆଲିଙ୍ଗନର ବିଶେଷ ମହତ୍ତ୍ୱ ରହିଛି । ନିବିଡ଼ ଆଲିଙ୍ଗନ ଦାମ୍ପତ୍ୟ ସମ୍ପର୍କର ସମସ୍ତ ଦ୍ୱିଧାବୋଧକୁ ନିମିଷକେ ଦୂର କରିଦେଇଥାଏ। ତେଣୁ ଆଲିଙ୍ଗନ ଦିବସରେ ମନଖୋଲି ନିଜର ସାଥୀଙ୍କୁ କରନ୍ତୁ ଆଲିଙ୍ଗନ।

Also Read :  Valentine week 2023: ଆରମ୍ଭ ହେଉଛି ଭାଲେନଣ୍ଟାଇନ ସପ୍ତାହ, ଜାଣନ୍ତୁ ପ୍ରତ୍ୟେକ ଦିନ ସହ ଜଡ଼ିତ କିଛି ରୋଚକ କଥା

Also Read :  Rose Day 2023: ଜାଣନ୍ତୁ କେଉଁ ରଙ୍ଗର ଗୋଲାପ କାହା ପାଇଁ ?