Weird News: କାର୍ କି ବସ ନୁହେଁ, ବନ୍ଧୁବାନ୍ଧବଙ୍କ ପାଇଁ ଫ୍ଲାଇଟ୍ ବୁକ୍ କଲା ବର
Advertisement

Weird News: କାର୍ କି ବସ ନୁହେଁ, ବନ୍ଧୁବାନ୍ଧବଙ୍କ ପାଇଁ ଫ୍ଲାଇଟ୍ ବୁକ୍ କଲା ବର

Weird News: ବର୍ତ୍ତମାନ ଚାଲିଛି ବାହାଘର ସିଜିନ୍ । ବିବାହ ପୂର୍ବରୁ ବିଭିନ୍ନ ପ୍ରକାର ରଶମ ଥାଏ। ଯାହାକି ପାଖାପାଖି ଗୋଟିଏ ସପ୍ତାହରୁ ଅଧିକ ସମୟ ଧରି ଚାଲିଥାଏ। କିନ୍ତୁ ବିବାହର ପ୍ରସ୍ତୁତି ମାସକ ଆଗରୁ ଆରମ୍ଭ ହୋଇଥାଏ। ଘରକୁ ବନ୍ଧୁବାନ୍ଧବଙ୍କ ଆସିବା ଠାରୁ ଆରମ୍ଭ କରି ବିବାହ ପାଇଁ ଗାଡି ବୁକ୍ ମଧ୍ୟ କରିବାକୁ ପଡିଥାଏ । ସାଧାରଣତଃ ବିବାହରେ ଲକ୍ଷ ଲକ୍ଷ ଟଙ୍କା ପାଣି ପରି ଖର୍ଚ୍ଚ ହୋଇଥାଏ।  ଏବଂ ଯିବାଆସିବା ପାଇଁ ବସ କି କାର ବୁକ୍ କରିବାକୁ ମଧ୍ୟ ପଡିଥାଏ। ହେଲେ ଆପଣ କେବେ ଶୁଣିଛନ୍ତି କି ବନ୍ଧୁବାନ୍ଧବଙ୍କ ପାଇଁ ଫ୍ଲାଇଟ୍ ବୁକ୍ ହେବାର । 

ସୌଜନ୍ୟ- ସୋସିଆଲ ମିଡିଆ

Weird News: ବର୍ତ୍ତମାନ ଚାଲିଛି ବାହାଘର ସିଜିନ୍ । ବିବାହ ପୂର୍ବରୁ ବିଭିନ୍ନ ପ୍ରକାର ରଶମ ଥାଏ। ଯାହାକି ପାଖାପାଖି ଗୋଟିଏ ସପ୍ତାହରୁ ଅଧିକ ସମୟ ଧରି ଚାଲିଥାଏ। କିନ୍ତୁ ବିବାହର ପ୍ରସ୍ତୁତି ମାସକ ଆଗରୁ ଆରମ୍ଭ ହୋଇଥାଏ। ଘରକୁ ବନ୍ଧୁବାନ୍ଧବଙ୍କ ଆସିବା ଠାରୁ ଆରମ୍ଭ କରି ବିବାହ ପାଇଁ ଗାଡି ବୁକ୍ ମଧ୍ୟ କରିବାକୁ ପଡିଥାଏ । ସାଧାରଣତଃ ବିବାହରେ ଲକ୍ଷ ଲକ୍ଷ ଟଙ୍କା ପାଣି ପରି ଖର୍ଚ୍ଚ ହୋଇଥାଏ। ଭୋଜି ଠାରୁ ଆରମ୍ଭ କରି ଲୁଗାପଟା କିଣାକିଣିରେ ଖର୍ଚ୍ଚ ହୋଇଥାଏ ଲକ୍ଷ ଲକ୍ଷ ଟଙ୍କା । ଏବଂ ଯିବାଆସିବା ପାଇଁ  ବସ କି କାର ବୁକ୍ କରିବାକୁ ମଧ୍ୟ ପଡିଥାଏ। ଯଦି ଦୂର ସ୍ଥାନରେ ବିବାହ ହେଉଛି । ତେବେ,ଟ୍ରେନ ମଧ୍ୟ ବୁକ୍ କରିବାକୁ ପଡିଥାଏ। ହେଲେ ଆପଣ କେବେ ଶୁଣିଛନ୍ତି କି ବନ୍ଧୁବାନ୍ଧବଙ୍କ ପାଇଁ ଫ୍ଲାଇଟ୍ ବୁକ୍ ହେବାର । ହଁ ଆଜ୍ଞା କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ବିବାହରେ ଯୋଗ ଦେବାକୁ ଯିବା ପାଇଁ ଜଣେ ବର ନିଜ ବନ୍ଧୁବାନ୍ଧବଙ୍କ ପାଇଁ ଏକ ଫ୍ଲାଇଟ୍ ବୁକ୍ କରିଛନ୍ତି । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଇନଷ୍ଟାଗ୍ରାମର ଜଣେ ୟୁଜର୍ସ(theshubhwedding) @ ଶୁଭଓ୍ବେଡିଂ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି ।  ଭିଡିଓରେ ଦେଖିବାକୁ ମିଳିଛି ଯେ, ବିମାନରେ ସମସ୍ତ ସମ୍ପର୍କୀୟ ଏକ ଫ୍ଲାଇଟରେ ବସିଥିବା ନଜର ଆସିଛନ୍ତି । ଖୁସିରେ ଆତ୍ମୋବିଭୋର ହୋଇ କ୍ୟାମେରା ଆଗରେ ଲୁକ୍ ଦେଉଛନ୍ତି । ଯେଉଁଥିରେ ବର ମଧ୍ୟ ବସିଥିବାର ନଜର ଆସିଛି। ଏହି ଭିଡିଓ ଏକ ସପ୍ତାହ ପୂର୍ବରୁ ସେୟାର କରାଯାଇଥିଲା । ସେୟାର ହେବା ପରଠାରୁ ଏହାକୁ ୩୪,୦୦୦ ରୁ ଅଧିକ ଲାଇକ୍ ଆସିଥିବା ବେଳେ ଅନେକ କମେଣ୍ଟ ମଧ୍ୟ ଆସିଛି। 

 

Also Read : Weird News: ଅଜବ ପରମ୍ପରା, ଏଠି ହାତରେ ନୁହେଁ ଗୋଡ଼ରେ ପୁରୁଷଙ୍କୁ ଖାଦ୍ୟ ପରଷନ୍ତି ମହିଳା

Also Read :  Hug Day 2023: ସାଥୀଙ୍କୁ ଆଲିଙ୍ଗନ କରି କୁହନ୍ତୁ ଖୋଲା ହୃଦୟରେ ମନର କଥା

ଏହି ଭିଡିଓରେ ଲୋକେ ଏଭଳି କମେଣ୍ଟ ଦେଇଛନ୍ତି : ଜଣେ ୟୁଜର୍ସ ଏହି ଭିଡିଓ ଦେଖିବା ପରେ କମେଣ୍ଟ କରିଛନ୍ତି ଯେ, ପ୍ରକୃତରେ ଏହା ଦେଖି ମୁଁ ଉତ୍ସାହିତ,ଯଦି ଏହା ଜଣାପଡେ ଏମାନେ କେଉଁଠାରୁ କେଉଁ ସ୍ଥାନକୁ ଯାତ୍ରା କରୁଛନ୍ତି, ଆଉ କେତେ କଣ ଟଙ୍କା ଖର୍ଚ୍ଚ ହୋଇଥିବା ? ଏଥିରେ ଅନ୍ୟଜଣେ ୟୁଜର୍ସ ଉତ୍ତର ଦେଉଛନ୍ତି ,ଝିଅଟି ନିଶ୍ଚୟ ଭାଗ୍ୟଶାଳୀ ହୋଇଥିବ, କିନ୍ତୁ ଏହା ଜାଣିବା ଜରୁରୀ ଯେ ସମସ୍ତଙ୍କ ଟିକେଟ ବୁକିଂରେ କେତେ ଟଙ୍କା ଖର୍ଚ୍ଚ ହୋଇଛି। ଅନ୍ୟ ଜଣେ ୟୁଜର୍ସ ଉତ୍ତର ଦେଇଛନ୍ତି ,ଭାଇ ଜଣେ ବ୍ୟକ୍ତିଙ୍କ ପାଇଁ ନୁହେଁ ପୁରା ଫ୍ଲାଇଟ୍ ବୁକ୍ ହୋଇଛି ।

ବିବାହ ଯାତ୍ରା ପାଇଁ ଆପଣ ମଧ୍ୟ ବୁକ୍ କରିପାରିବେ ଫ୍ଲାଇଟ୍ : ତେବେ ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଭାରତରେ କୌଣସି ବିବାହରେ ଯୋଗ ଦେବା ପାଇଁ ଆପଣ ପୁରା ଫ୍ଲାଇଟ୍ ମଧ୍ୟ ବୁକ୍ କରିପାରିବେ । କିନ୍ତୁ ଏହା ଦୂରତା ଏବଂ ବିମାନ ସେବା ଉପରେ ନିର୍ଭର କରେ ଯେ ସେମାନେ କେତେ ଭଡା ନେବେ  ? ଆହୁରି ମଧ୍ୟ,ଏହା ଦେଖିବାକୁ ପଡିବ ଯେ ଆପଣ ଏହା ପାଇଁ କେତେ ଦିନ ପୂର୍ବରୁ ବୁକ୍ କରବେ ? ଏଥିପାଇଁ ଆପଣଙ୍କୁ ଏୟାରଲାଇନ୍ ଅପରେଟିଂ କମ୍ପାନୀ ସହିତ ଯୋଗାଯୋଗ କରିବାକୁ ପଡିବ । ପୁରା ଫ୍ଲାଇଟ୍ ବୁକ୍ କରିବା ପାଇଁ ଆପଣଙ୍କୁ ଏକ ମୋଟା ଅଙ୍କର ସିକ୍ୟୁରିଟି ମଧ୍ୟ ଜମା କରିବାକୁ ପଡିବ।