Weird News: ଅଜବ ପରମ୍ପରା, ଏଠି ହାତରେ ନୁହେଁ ଗୋଡ଼ରେ ପୁରୁଷଙ୍କୁ ଖାଦ୍ୟ ପରଷନ୍ତି ମହିଳା
Advertisement
Article Detail0/zeeodisha/odisha1567129

Weird News: ଅଜବ ପରମ୍ପରା, ଏଠି ହାତରେ ନୁହେଁ ଗୋଡ଼ରେ ପୁରୁଷଙ୍କୁ ଖାଦ୍ୟ ପରଷନ୍ତି ମହିଳା

Weird News: ଖାଦ୍ୟ ପରଷିବା ସମୟରେ କିଛି ବିଶେଷ ନିୟମ ରହିଛି। ଯାହାକୁ ନିଶ୍ଚିତ ଭାବରେ ପାଳନ କରାଯିବା ଆବଶ୍ୟକ। ଥାଳିରେ ଭୋଜନ ସଠିକ ନିୟମରେ ପରଷିବା ଦ୍ୱାରା ଘରେ ସର୍ବଦା ସୁଖଶାନ୍ତି ରହିଥାଏ। ଖାସକରି ଘରକୁ ଯେତେବେଳେ ଅତିଥି ଆସିଥାନ୍ତି ,ସେମାନଙ୍କୁ ଘରର ମହିଳାମାନେ ସୁନ୍ଦର ଆତିଥ୍ୟ ପ୍ରଦାନ କରିବା ସହ ନିଜ ହାତରେ ଖାଦ୍ୟ ପରଷିଥାନ୍ତି। କିନ୍ତୁ ଏଭଳି କିଛି ସ୍ଥାନ ରହିଛି , ଯେଉଁଠି ମହିଳାମାନେ ପୁରୁଷଙ୍କୁ ହାତରେ ନୁହେଁ ନିଜ ଗୋଡରେ ଖାଦ୍ୟ ପରଷନ୍ତି । 

ସୌଜନ୍ୟ- ସୋସିଆଲ ମିଡିଆ

Weird News:  ଖାଦ୍ୟ ପରଷିବା ସମୟରେ କିଛି ବିଶେଷ ନିୟମ ରହିଛି। ଯାହାକୁ ନିଶ୍ଚିତ ଭାବରେ ପାଳନ କରାଯିବା ଆବଶ୍ୟକ। ଥାଳିରେ ଭୋଜନ ସଠିକ ନିୟମରେ ପରଷିବା ଦ୍ୱାରା ଘରେ ସର୍ବଦା ସୁଖଶାନ୍ତି ରହିଥାଏ। ଖାସକରି ଘରକୁ ଯେତେବେଳେ ଅତିଥି ଆସିଥାନ୍ତି ,ସେମାନଙ୍କୁ ଘରର ମହିଳାମାନେ ସୁନ୍ଦର ଆତିଥ୍ୟ ପ୍ରଦାନ କରିବା ସହ ନିଜ ହାତରେ ଖାଦ୍ୟ ପରଷିଥାନ୍ତି। କିନ୍ତୁ ଏଭଳି କିଛି ସ୍ଥାନ ରହିଛି , ଯେଉଁଠି ମହିଳାମାନେ ପୁରୁଷଙ୍କୁ ହାତରେ ନୁହେଁ ନିଜ ଗୋଡରେ ଖାଦ୍ୟ ପରଷନ୍ତି । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ  ସତ ।  ଆଜି ଆମେ ଏଭଳି ଏକ ଅଦ୍ଭୁତ ପ୍ରଥା ବିଷୟରେ କହିବୁ । ଏହି ପରମ୍ପରା ଏକ ଆଦିବାସୀଙ୍କର ଅଟେ । 

ନେପାଳର ଦକ୍ଷିଣ ଭାଗରେ ଏବଂ ଭାରତର ଉତ୍ତର ଭାଗରେ, ତେରାଇ ଅଞ୍ଚଳ ନିକଟରେ ରୁହନ୍ତି ଥାରୁ ଜନଜାତି( Tharu tribe)। ବିଶ୍ବାସ କରାଯାଏ ଯେ, ସେମାନେ ରାଜପୁତ ଥିଲେ ଯେଉଁମାନେ ଥାରୁ ମରୁଭୂମିରୁ ନେପାଳ ଆଡକୁ ଯାଇଥିଲେ। ସେମାନେ ହିନ୍ଦୁ ଏବଂ ଭଗବାନ ଶିବଙ୍କୁ ପୂଜା କରନ୍ତି। ବିଶ୍ବାସ କରାଯାଏ ଯେ ଥାରୁ ଜନଜାତିର ପ୍ରାୟ ୧.୭ ଲକ୍ଷ ଲୋକ ଭାରତରେ ବାସ କରୁଥିବାବେଳେ ନେପାଳରେ ସେମାନଙ୍କ ସଂଖ୍ୟା ୧.୫ ମିଲିୟନରୁ ଅଧିକ ରହିଛି । ଏହି ଜନଜାତିର ସବୁଠାରୁ ବିଚିତ୍ର ପରମ୍ପରା ହେଉଛି ସେମାନେ ହାତ ବଦଳରେ ଗୋଡରେ ଘରର ସଦସ୍ୟଙ୍କୁ ବା ଘରକୁ ଆସୁଥିବା ଅତିଥିଙ୍କୁ ଗୋଡରେ ଗୋଇଠା ମାରି ଖାଦ୍ୟ ପରଷିଥାନ୍ତି।

Also Read : Shocking News: ଅଜବ ପରମ୍ପରା, ଘରେ କାହାର ମୃତ୍ୟୁ ହେଲେ ଏଠାରେ କଟାଯାଏ ମହିଳାଙ୍କ ଆଙ୍ଗୁଳି

Also Read : World's Oldest Mouse: ମିଳିଲା ଦୁନିଆର ସବୁଠୁ ବୁଢା ମୂଷା, ଏତିକି ବର୍ଷ ଧରି ରହିଛି ଜୀବିତ; ରଚିବ ବିଶ୍ୱ ରେକର୍ଡ

ଗୋଡରେ ଖାଦ୍ୟ ପରଷିଥାନ୍ତି ମହିଳା : ଯେଉଁ ଶଷ୍ୟକୁ ଆମେ ମାଆ ଅର୍ଣ୍ଣପୂର୍ଣ୍ଣା ଭାବି ମୁଣ୍ତରେ ଲଗାଇ ମୁଣ୍ତିଆ ମାରିଥାଉ। ଏବଂ ପରେ ତାକୁ ଖାଦ୍ୟ ଭାବରେ ଗ୍ରହଣ କରିଥାଉ । କିନ୍ତୁ ଥାରୁ ଜନଜାତିର ମହିଳାମାନେ ଏହି ଖାଦ୍ୟକୁ ପ୍ରଥମେ ହାତରେ ବାଢନ୍ତି ପରେ ଗୋଇଠା ମାରି ଘରର ପୁରୁଷଙ୍କ ପାଖକୁ ନିଅନ୍ତି ଏବଂ ସେମାନଙ୍କୁ ଖାଦ୍ୟ ପରଷନ୍ତି। ଏହି ଜନଜାତି ପିତୃପୁରୁଷ ପରମ୍ପରାକୁ ଅନୁସରଣ କରେ ନାହିଁ,ବରଂ ମାତୃତ୍ବ ପରମ୍ପରାକୁ ଅନୁସରଣ କରନ୍ତି। ମହିଳାମାନେ ଏଠାରେ ଘରର ମୁଖ୍ୟ ଅଟନ୍ତି।

ଏହିପରି ପରମ୍ପରା ଆରମ୍ଭ ହୋଇଥିଲା : ଖବର ଅନୁଯାୟୀ ୧୯୭୬ ମସିହା, ହାଲଡିଘାଟୀ ଯୁଦ୍ଧ ସମୟରେ ମହାରାଣା ପ୍ରତାପଙ୍କ କିଛି ଉଚ୍ଚପଦସ୍ତ ସୌନ୍ୟ ଓ ସେନାପତି ନିଜ ରାଜ୍ୟ ଛାଡି କିଛି ପ୍ରଜାଙ୍କ ସହିତ ହିମାଳୟର ପାଦଦେଶକୁ ଆସିଥିଲେ। ଏମାନେ ସମସ୍ତ ତରାଇ ଅଞ୍ଚଳରେ ବସବାସ କଲେ।  ଫଳରେ ଏହି ଲୋକଙ୍କୁ ଥାରୁ କୁହାଯାଉଥିଲା । ଏଠାରେ ପହଞ୍ଚିବା ପରେ ଉଚ୍ଚପଦସ୍ତ ସେନାପତି ଘରର ମହିଳା ଓ ଯୁବତୀ ନିଜର ସାମାଜିକ ନିରାପତ୍ତା  ଏଠାରେ ହରାଇ ବସିଲେ। ନିଜର ଇଚ୍ଛା ନଥିବା ସତ୍ତ୍ବେ ମଧ୍ୟ ରାଜ ଉଆସରୁ ଆସିଥିବା ତଳସ୍ତରର କର୍ମଚାରୀଙ୍କୁ ବିବାହ କରିବାକୁ ବାଧ୍ୟ ହୋଇଥିଲେ। 

ଏହି ବିବାହରେ କୌଣସି ମହିଳା ଖୁସି ନ ଥିଲେ। କାରଣ ମହିଳାମାନେ ସମସ୍ତେ ଉଚ୍ଚ ଜାତି ଏବଂ ଧନୀ ପରିବାରରୁ ଆସିଥିଲେ । ଉଚ୍ଚ ଜାତି ଏବଂ ରାଜ ପରିବାର ପାଇଁ ତାଙ୍କର ବିଶେଷ ଗର୍ବ ଥିଲା । ସେବେଠାରୁ ସେ ନିଜକୁ ପରିବାରର ମୁଖ୍ୟ ବୋଲି ଭାବୁଥିଲେ ଏବଂ ସ୍ୱାମୀମାନଙ୍କୁ ହାତରେ ନୁହେଁ ଗୋଡରେ ଗୋଇଡା ମାରି ମାରି ଖାଦ୍ୟ ପରିବେଷଣ କରୁଥିଲେ। ଧୀରେ ଧୀରେ ଏହି ଗର୍ବ ପରମ୍ପରାର ରୂପ ନେଇଗଲା । ଏହି କାରଣରୁ ଆଜି ମଧ୍ୟ ଏହି ଜନଜାତିର ମହିଳାମାନେ ଅଳଙ୍କାରରେ ସୁସଜ୍ଜିତ ହୋଇ ରୁହନ୍ତି। ସମାଜିକ ପରିବର୍ତ୍ତନ ପରେ ବହୁତ କମ୍ ଲୋକେ ଏହି ପରମ୍ପରାକୁ ଅନୁସରଣ କରୁଛନ୍ତି ।