Sawan: ମଧ୍ୟପ୍ରଦେଶର ଅମରନାଥ, ଶ୍ରାବଣରେ ଖୋଲାଯାଏ ମାତ୍ର ୧୦ ଦିନ
Advertisement
Article Detail0/zeeodisha/odisha2360689

Sawan: ମଧ୍ୟପ୍ରଦେଶର ଅମରନାଥ, ଶ୍ରାବଣରେ ଖୋଲାଯାଏ ମାତ୍ର ୧୦ ଦିନ

Hidden Amarnath Temple: ରାସ୍ତା ଅତିକ୍ରମ ସମୟରେ ଭକ୍ତମାନେ ଅନେକ ପ୍ରଜାତିର ସାପ ଦେଖିଥାନ୍ତି । କିନ୍ତୁ ଉକ୍ତ ରାସ୍ତାରେ ଆଜି ପର୍ଯ୍ୟନ୍ତ ସାପଙ୍କ ଦ୍ୱାରା କାହାର କୌଣସି କ୍ଷତି ହୋଇନଥିବା ଭକ୍ତମାନେ କୁହନ୍ତି ।

Sawan: ମଧ୍ୟପ୍ରଦେଶର ଅମରନାଥ, ଶ୍ରାବଣରେ ଖୋଲାଯାଏ ମାତ୍ର ୧୦ ଦିନ

Hidden Amarnath Temple: ଯଦି ଆପଣ ମଧ୍ୟ ବର୍ଷାରେ ଏକ ରୋମାଞ୍ଚକର ଯାତ୍ରା କରିବାକୁ ଚାହୁଁଛନ୍ତି, ତେବେ ମଧ୍ୟପ୍ରଦେଶର ଛିନ୍ଦୱାରା ଏବଂ ନରମାଦପୁରମ୍ ମଧ୍ୟରେ ଥିବା ନାଗ ଚନ୍ଦ୍ରଶେଖର ମନ୍ଦିରକୁ ଆସନ୍ତୁ । ଏହି ମନ୍ଦିର ଅଭିମୁଖେ ଆପଣ ୧ ଅଗଷ୍ଟରୁ ଯାତ୍ରା ଆରମ୍ଭ କରିପାରିବେ । ଏହି ମନ୍ଦିରକୁ ଯିବା ଭକ୍ତମାନଙ୍କ ପାଇଁ ଖୁବ ଜଟିଳ । ଏହି ରାସ୍ତା କଷ୍ଟସାଧ୍ୟ ହୋଇଥିଲେ ମଧ୍ୟ ଭକ୍ତମାନେ ପ୍ରତିବର୍ଷ ଅପେକ୍ଷା କରି ରହିଥା’ନ୍ତି ବାବାଙ୍କ ଦର୍ଶନ ପାଇଁ । ବର୍ତ୍ତମାନ କିନ୍ତୁ ଭକ୍ତ କିପରି ସୁରୁଖୁରୁରେ ଦର୍ଶନ କରିପାରିବେ ସେନେଇ ବ୍ୟାପକ ବ୍ୟବସ୍ଥା କରାଯାଉଛି ।

ମଧ୍ୟପ୍ରଦେଶର  ଛିନ୍ଦୱାରାରେ ଥିବା ଏହି ମନ୍ଦିରକୁ ବହୁତ ରୋମାଞ୍ଚକର । ଘଞ୍ଚ ଜଙ୍ଗଲ ଏବଂ ପାହାଡ ଅତିକ୍ରମ କରି ପ୍ରାୟ ୧୨ ରୁ ୧୫ କିଲୋମିଟର ଚାଲିବା ପରେ ନାଗ ଚନ୍ଦ୍ରଶେଖର ମନ୍ଦିରରେ ଆପଣ ପହଞ୍ଚିପାରିବେ । ମନ୍ଦିରକୁ ଯାଇଥିବା ରାସ୍ତାରେ ଅତିକ୍ରମ କରିବା ଖୁବ କଷ୍ଟଦାୟକ । ଏହି ସ୍ଥାନରେ ପହଞ୍ଚିବା ପାଇଁ ଦୁଇଟି ଜିଲ୍ଲା ମଧ୍ୟ ଦେଇ ଅତିକ୍ରମ କରିଥାନ୍ତି ଭକ୍ତ ।

ଜିଲ୍ଲା ପ୍ରଶାସନ ପକ୍ଷରୁ ବର୍ତ୍ତମାନ ଭକ୍ତଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଉଛି । ଭକ୍ତମାନେ କୌଣସି ପ୍ରକାରର ସମସ୍ୟାର ସମ୍ମୁଖୀନ ନହେବାକୁ ସମସ୍ତ ପଏଣ୍ଟରେ ବିଭିନ୍ନ ପ୍ରକାରର ବ୍ୟବସ୍ଥା କରାଯାଇଛି। ଏହି ଯାତ୍ରା ସମୟରେ କୌଣସି ଗାଡି ମାଲିକ ଭକ୍ତଙ୍କଠାରୁ ମନଇଚ୍ଛା ଗାଡି ଭଡା ନେଇ ପାରିବେ ନାହିଁ । ତେଣୁ ଜିଲ୍ଲା ପ୍ରଶାସନ ଦ୍ୱାରା ଗାଡି ଭଡା ସ୍ଥିର କରାଯାଇଛି।

କାହିଁକି କୁହାଯାଏ ଅମରନାଥ ଯାତ୍ରା ?
କଷ୍ଟସାଧ୍ୟ ଯାତ୍ରା କାରଣରୁ ଏହି ଯାତ୍ରାକୁ ଅମରନାଥ ଯାତ୍ରା କୁହାଯାଏ । ସତପୁରାର ଘଞ୍ଚ ଜଙ୍ଗଲ ମଧ୍ୟରେ ନାଗ ଚନ୍ଦ୍ରଶେଖରଙ୍କ ମନ୍ଦିର ଅଛି, ଯାହା ଶ୍ରାବଣ ମାସରେ ମାତ୍ର ୧୦ ଦିନ ପାଇଁ ଖୋଲା ଯାଇଥାଏ । ଜଙ୍ଗଲ ମଧ୍ୟ ଦେଇ ଭକ୍ତମାନେ କଷ୍ଟଦାୟକ ଯାତ୍ରା କରୁଥିବା କାରଣରୁ ଏହାକୁ ମଧ୍ୟପ୍ରଦେଶର ଅମରନାଥ ମଧ୍ୟ କୁହାଯାଏ । ଏହି ଯାତ୍ରା କରିବା ପାଇଁ ପାଦରେ ଦୁଇ ଦିନ ଚାଲିବାକୁ ପଡିଥାଏ । ଜଙ୍ଗଲ ମଧ୍ୟରେ ୧୦୦ ଫୁଟ ଲମ୍ବର ଚିଣ୍ଟାମଣି ଗୁମ୍ଫା ମଧ୍ୟ ଦେଇ ଯିବାକୁ ପଡେ । ୩୫ ଫୁଟ ଲମ୍ବ ଗଭୀର ଏବଂ ଅନ୍ଧକାର ଗୁମ୍ଫାରେ ପ୍ରବେଶ କରିବା ପରେ ବାବାଙ୍କ ଦର୍ଶନ ସମ୍ଭବ ହୋଇଥାଏ । କହିବାକୁ ଗଲେ ହିମାଚଳ ପ୍ରଦେଶର ବାବା ଅମରନାଥଙ୍କ ଯାତ୍ରୀ ପରି ଜଣେ ଅସୁବିଧାର ସମ୍ମୁଖୀନ ହୋଇଥାଏ । ତେବେ ଅଗଷ୍ଟ ୦୧ରୁ ୧୦ ପର୍ଯ୍ୟନ୍ତ ଏହି ମନ୍ଦିରକୁ ଦର୍ଶନ କରିବାକୁ ଭକ୍ତଙ୍କୁ ସୁଯୋଗ ମିଳିଥାଏ । ଅନେକ ରାଜ୍ୟରୁ ଭକ୍ତମାନେ ଏଠାକୁ ଦର୍ଶନ ପାଇଁ ଆସନ୍ତି । ରାସ୍ତା ଅତିକ୍ରମ ସମୟରେ ଭକ୍ତମାନେ ଅନେକ ପ୍ରଜାତିର ସାପ ଦେଖିଥାନ୍ତି । କିନ୍ତୁ ଉକ୍ତ ରାସ୍ତାରେ ଆଜି ପର୍ଯ୍ୟନ୍ତ ସାପଙ୍କ ଦ୍ୱାରା କାହାର କୌଣସି କ୍ଷତି ହୋଇନଥିବା ଭକ୍ତମାନେ କୁହନ୍ତି ।

Also Read- Lucky Zodiac Sign: ଜୁଲାଇ ୩୧ରେ ଗଜକେସରୀ ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Also Read- ନିରାପଦ ଟ୍ରେନ୍ ଚଳାଚଳ ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଅର୍ଥ ମଞ୍ଜୁର