Odisha News: ଶ୍ରମ ମନ୍ତ୍ରୀଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ବିଜେଡ଼ି ମହିଳା ନେତ୍ରୀ
Advertisement
Article Detail0/zeeodisha/odisha1652066

Odisha News: ଶ୍ରମ ମନ୍ତ୍ରୀଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ବିଜେଡ଼ି ମହିଳା ନେତ୍ରୀ

Odisha News: ଅଡ଼ୁଆରେ ରାଜ୍ୟ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ । ମନ୍ତ୍ରୀଙ୍କ ନାମରେ ଆସିଛି ସଙ୍ଗୀନ ଅଭିଯୋଗ । ଦୁର୍ଷ୍କମ କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ମହିଳା।

ସୌ(ସୋସିଆଲ ମିଡିଆ)

Odisha News: ପୁଣି ବିବାଦରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ତଳର ଆଉ ଏକ ମନ୍ତ୍ରୀ । ଏଥର ବିବାଦ ଘେରକୁ ଆସିଛନ୍ତି ରାଜ୍ୟ ଶ୍ରମ ମନ୍ତ୍ରୀ ।  ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ (labour minister Srikant sahoo) ନାମରେ ଆସିଛି ସଙ୍ଗୀନ ଅଭିଯୋଗ । ଶ୍ରୀକାନ୍ତ ସାହୁ ଦୁର୍ଷ୍କମ କରିଥିବା ନେଇ ମହିଳା ଥାନାରେ ଅଭିଯୋଗ କରିଛନ୍ତି । ଏହି ଘଟଣା ସାମ୍ନାକୁ ଆସିବା ପରେ ରାଜନୈତିକ ମାହୋଲରେ ଆଲୋଡ଼ନ ସୃଷ୍ଟି ହୋଇଛି । ଏହି ଅଭିଯୋଗ ପରେ ମନ୍ତ୍ରୀ ସାହୁଙ୍କ ପାଇଁ ଅଡୁଆ ବଢିଛି ।

ସୁଚନା ଅନୁଯାୟୀ, ଅଭିଯୋଗ ଆଣିଥିବା ମହିଳାଙ୍କର ଶାସକ ଦଳରେ ଦବଦବା ରହିଛି। ସେ ଶାସକ ବିଜେଡି ଦଳର ଜଣେ ନେତ୍ରୀ ମଧ୍ଯ ଅଟନ୍ତି । ମହିଳା ନେତ୍ରୀ ଜଣଙ୍କ ମନ୍ତ୍ରୀଙ୍କ ନିକଟତର ହୋଇଥିବାରୁ ଶ୍ରମ ବିଭାଗରେ ମଧ୍ଯ ତାଙ୍କର ବେଶ ଖାତିର ରହିଛି। ତେବେ ଗୁରୁବାର ଦିନ ପୀଡ଼ିତା ମହିଳା ଜଣଙ୍କ ମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ କରିବା ଲାଗି ଦିନ ତମାମ ଭୁବନେଶ୍ୱରସ୍ଥିତ ମହିଳା ଥାନାରେ ଜିଦ୍ ଧରି ବସିଥିଲେ । ଦିନ ୧୧ ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ପୋଲିସ ଓ ପୀଡ଼ିତା ମହିଳାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଶେଷରେ ଅପରାହ୍ନ ୫ଟାରେ ପୋଲିସ ମହିଳାଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇ ସେଠାରେ ଡାକ୍ତରୀ ପରୀକ୍ଷା କରାଇଥିଲା। ଡାକ୍ତରୀ ପରୀକ୍ଷା ପରେ ମହିଳାଙ୍କୁ ରାତି ପ୍ରାୟ ୯ଟାରେ ପୋଲିସ ଷ୍ଟେସନରେ ଆଣାଯାଇଥିଲା। ତେବେ ମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ପୋଲିସ ଉପରେ ଚାପ ବଢିଯାଇଥିଲା । ଶାସକ ଦଳର ଚାପରେ ପୋଲିସ ମାମଲା ରୁଜୁ କରିବାରେ ଟାଳଟୂଳ ନୀତି ଅବଲମ୍ବନ ସହ ସମୟ ଗଡାଇବାକୁ ପ୍ରୟାସ କରିଥିଲା । ପରେ ମହିଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଖୋଦ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଥିବା ମନ୍ତ୍ରୀଙ୍କ(Srikant sahoo) ବିରୋଧରେ ଗତ ୨ ମାସ ତଳେ ଶାସକ ଦଳର ସମ୍ପୃକ୍ତ ନେତ୍ରୀ ମହିଳା ଥାନାରେ ମାମଲା ରୁଜୁ କରିବା ନେଇ ଆସିଥିଲେ । କିନ୍ତୁ ଦଳର କିଛି ନେତ୍ରୀ ଓ ପ୍ରଭାବଶାଳୀ ନେତାଙ୍କ ହସ୍ତକ୍ଷେପରେ ମାମଲାକୁ ରଫାଦଫା କରାଯାଇଥିଲା । ସେ ସମୟରେ ମହିଳା ଥାନାରେ ମମାଲା ରୁଜୁ କରିପାରିନଥିଲେ ।

ଏହା ବି ପଢନ୍ତୁ-Odia New Year: ଆଜି ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ, ଜାଣନ୍ତୁ କ’ଣ ରହିଛି ଆଜିର ଦିନର ବିଶେଷତ୍ୱ

ତେବେ ତାଙ୍କୁ ନ୍ୟାୟ ମିଳିବା ନେଇ ଦଳ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା । କିନ୍ତୁ ଇତି ମଧ୍ୟରେ ଦୁଇ ମାସ ସମୟ ବିତିଯାଇ ଥିବାବେଳେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ମହିଳା ଜଣଙ୍କ ଗୁରୁବାର ଦିନ ଥାନାକୁ ଆସି ମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରିଥିବା ସୂଚନା ମିଳିଛି ।ତେବେ ଘଟଣାକୁ ନେଇ ପୀଡ଼ିତ ମହିଳା ଜଣଙ୍କ କହିଛନ୍ତି କି, ମୁଁ ମାନସିକ ଚାପରେ ଅଛି । ଏହା ମୋର ବ୍ୟକ୍ତିଗତ ମାମଲା। ବିଜେଡି ସୁପ୍ରିମୋ ଓ ଆଇନ ଉପରେ ମୋର ଭରସା ଅଛି। କମ୍ପରମାଇଜର ପ୍ରଶ୍ନ ଉଠୁନି। ମୁଁ ନିଶ୍ଚୟ ନ୍ୟାୟ ପାଇବି। ଏନେଇ ପୋଲିସ ମହିଳାଙ୍କୁ ବିଳମ୍ବିତ ରାତିରେ ପଚରାଉଚରା କରିଥିବା ସୂଚନା ରହିଛି ।

ଏହା ବି ପଢନ୍ତୁ-Jeera price: ଜୀରା ପାଲଟିଛି ହୀରା, ଜାଣନ୍ତୁ କେମିତି ବଢିଛି ବଜାର ଦର

 

Trending news