Odisha News Live Updates: ଅରୁଣାଚଳ-ସିକ୍କିମର ଆସିଲା ନିର୍ବାଚନ ଫଳାଫଳ, ପଢ଼ନ୍ତୁ ଦିନର ଆଉ କିଛି ବଡ଼ ଖବର

Narmada Behera Sun, 02 Jun 2024-10:40 pm,

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

नवीनतम अद्यतन

  • Amul Milk Price Hike: ରବିବାର ଦିନ ଅମୁଲ ବ୍ୟାଗେଡ୍ କ୍ଷୀରର ମୂଲ୍ୟ ଲିଟର ପିଛା ପ୍ରାୟ ୨ ଟଙ୍କା ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ୩ ଜୁନରୁ ଦେଶର ସମସ୍ତ ବଜାରରେ ନୂତନ ମୂଲ୍ୟ ପ୍ରଯୁଜ୍ୟ ହେବ।

  • Mumbai Serial Blast: ୧୯୯୩ ମୁମ୍ବାଇ ବୋମା ବିସ୍ଫୋରଣରେ ଦୋଷୀ ସାବ୍ୟସ୍ତ ହୋଇଥିବା ମହମ୍ମଦ ଅଲି ଖାନଙ୍କୁ କୋଲହାପୁର ଜେଲରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ପୋଲିସର ସୂଚନାନୁସାରେ, ଜେଲରେ ନ୍ୟାୟିକ ହେପାଜତରେ ଥିବା ପାଞ୍ଚଜଣ ଅଭିଯୁକ୍ତ ରବିବାର ଦିନ (୨ ଜୁନ୍)) ଏହି ହତ୍ୟାକାଣ୍ଡ ଘଟାଇଛନ୍ତି। ଏହି ଅଭିଯୁକ୍ତମାନେ ମହମ୍ମଦ ଅଲି ଖାନଙ୍କ ମୁଣ୍ଡକୁ ଫଟାଇ ଦେଇଥିଲେ, ଏହା ପରେ ତାଙ୍କର ମୃତ୍ୟୁ ହୋଇଥିଲା।

  • Ramdas Athawale On Exit Poll: କେନ୍ଦ୍ର ମନ୍ତ୍ରୀ ରାମଦାସ ଆଠୱଲେ ରବିବାର ଦିନ କହିଛନ୍ତି ଯେ ଶାସକ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (ଏନଡିଏ) ଏକଜିଟ୍ ପୋଲରେ ପୂର୍ବାନୁମାନ ଅପେକ୍ଷା ଅଧିକ ଲୋକସଭା ଆସନ ପାଇବ। ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଆଠୱଲେ ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ ଭାରତୀୟ ଜନତା ପାର୍ଟି (ବିଜେପି) ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (ଏନଡିଏ) ୫୪୩ ସଦସ୍ୟ ବିଶିଷ୍ଟ ଲୋକସଭା ଆସନରୁ ୪୦୦ ଆସନ ପାଇବ।

  • Arvind Kejriwal Live Updates: ସୁପ୍ରିମକୋର୍ଟ ଦେଇଥିବା ଆନ୍ତରୀଣ ଜାମିନ ଶେଷ ହେବା ପରେ ଦିଲ୍ଲୀ ସିଏମ ଅରବିନ୍ଦ କେଜ୍ରିୱାଲ ଆଜି ତିହାର ଜେଲରେ ଆତ୍ମସମର୍ପଣ କରିଛନ୍ତି।

  • Election Commission on Jairam Ramesh: କଂଗ୍ରେସ ନେତା ଜୟରାମ ରମେଶଙ୍କ ସମସ୍ୟା ବର୍ତ୍ତମାନ ବଢ଼ିପାରେ କାରଣ ନିର୍ବାଚନ ଆୟୋଗ ତାଙ୍କଠାରୁ ଉତ୍ତର ଲୋଡିଛନ୍ତି। ଜୁନ୍ ୧ ରେ ଜୟରାମ ରମେଶ ସୋସିଆଲ ମିଡିଆ ପ୍ଲାଟଫର୍ମରେ କହିଥିଲେ ଯେ ଅମିତ ଶାହା ୧୫୦ କଲେକ୍ଟରଙ୍କ ସହ କଥା ହୋଇଥିଲେ ଓ ସେମାନଙ୍କୁ ଧମକ ମଧ୍ୟ ଦେଇଥିଲେ। ତାଙ୍କର X ପୋଷ୍ଟରେ ଲେଖିଥିଲେ, "ବାହାର ଗୃହମନ୍ତ୍ରୀ ଆଜି ସକାଳ ଜିଲ୍ଲା କଲେକ୍ଟରଙ୍କ ସହ ଫୋନରେ କଥା ହେଉଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ୧୫୦ ଜଣ ଅଧିକାରୀଙ୍କ ସହ କଥା ହୋଇସାରିଛନ୍ତି। ଅଫିସର ମାନଙ୍କୁ ଖୋଲାଖୋଲି ଧମକ ଦେବା ପାଇଁ ଏହି ପ୍ରୟାସ ଅତ୍ୟନ୍ତ ଲଜ୍ଜାଜନକ ଏବଂ ଗ୍ରହଣୀୟ ନୁହେଁ। ମନେରଖ ଯେ ଗଣତନ୍ତ୍ର ଧମକ ଉପରେ ନୁହେଁ, ଆଦେଶ ଉପରେ କାମ କରେ। ୪ ଜୁନରେ ଦିଆଯାଇଥିବା ମତାଦେଶ ଅନୁଯାୟୀ ନରେନ୍ଦ୍ର ମୋଦୀ, ଅମିତ ଶାହା ଓ ବିଜେପି କ୍ଷମତାସୀନ ହେବେ ଓ ଇଣ୍ଡିଆ ମେଣ୍ଟ ବିଜୟୀ ହେବ। ଅଧିକାରୀମାନେ କୌଣସି ପ୍ରକାରର ଚାପରେ ଆସିବା ଉଚିତ୍ ନୁହେଁ ଓ ସମ୍ବିଧାନର ସୁରକ୍ଷା କରିବା ଉଚିତ୍।"

  • Arvind Kejriwal Live Updates: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଖୁବ୍ ଶୀଘ୍ର ତିହାର ଜେଲରେ ଆତ୍ମସମର୍ପଣ କରିବେ। ଏହାପୂର୍ବରୁ ସେ ହନୁମାନ ମନ୍ଦିରରେ ପୂଜା କରିଥିଲେ। ଏହି ସମୟରେ ତାଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ଓ ଦିଲ୍ଲୀ ସରକାରଙ୍କ ମନ୍ତ୍ରୀମାନେ ଉପସ୍ଥିତ ଥିଲେ।

  • Arunachal Pradesh and Sikkim Election 2024 Result: ଅରୁଣାଚଳ ପ୍ରଦେଶ ଓ ସିକ୍କିମରେ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣନା ଜାରି ରହିଛି। ଏବେ ଏହି ଚିତ୍ର ଉଭୟ ରାଜ୍ୟରେ ସ୍ପଷ୍ଟ ହୋଇଛି। ଅରୁଣାଚଳ ପ୍ରଦେଶର ଟ୍ରେଣ୍ଡରେ ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରିଛି ଯେଉଁଥିରେ ୬୦ଟି ବିଧାନସଭା ଆସନ ରହିଛି। ଏଥି ସହିତ, ଶାସକ ସିକ୍କିମ କ୍ରାନ୍ତିକାରୀ ମୋର୍ଚା (SKM) ୩୨ ସିଟ୍ ବିଶିଷ୍ଟ ସିକ୍କିମ୍ ବିଧାନସଭାରେ ଏକ କ୍ଲିନ୍ ସ୍ୱିପ୍ ଆଡକୁ ଗତି କରୁଛି। ଏଭଳି ପରିସ୍ଥିତିରେ ଉଭୟ ରାଜ୍ୟର ସିଏମ୍ ମାନେ ଅଳ୍ପ ସମୟ ମଧ୍ୟରେ ରାଜ୍ୟପାଳଙ୍କୁ ଭେଟି ପାରନ୍ତି। ଏବଂ ବିଜେତା ଦଳର କର୍ମୀମାନେ ଅରୁଣାଚଳ ଏବଂ ସିକ୍କିମରେ ଉତ୍ସବ ପାଳନ କରୁଛନ୍ତି। ୧୯ ଏପ୍ରିଲରେ ଉଭୟ ରାଜ୍ୟରେ ମତଦାନ ଅନୁଷ୍ଠିତ ହୋଇଥିଲା। 

  • Odisha News Live Update:  ଭୀଷଣ ସାମୁଦ୍ରିକ ଝଡ଼ ‘ରେମାଲ’ ପ୍ରଭାବରେ ସୃଷ୍ଟି ହୋଇଥିବା ବନ୍ୟାରେ ଉତ୍ତର-ପୂର୍ବର ଦୁଇଟି ରାଜ୍ୟ ଆସାମ ଓ ମଣିପୁରରେ ଅନେକ ଅଂଚଳ ଜଳମଗ୍ନ ହେବା ସହ ଅତି କମ୍‌ରେ ୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଏହି ବନ୍ୟାରେ ଆଉ ୮ ଜଣଙ୍କ ମୃତ୍ୟୁ ସୂଚନା ମିଳିବା ପରେ ସମୁଦାୟ ମୃତ୍ୟୁ ସଂଖ୍ୟା ୫୩କୁ ବୃଦ୍ଧି ପାଇଛି।

  • Odisha News Live Updates: ଲୋକସଭା ନିର୍ବାଚନର ଏକଜିଟ୍ ପୋଲ୍ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସରକାର ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ରବିବାର ପ୍ରଧାନମନ୍ତ୍ରୀ ୭ ବୈଠକ କରିବେ ଯାହା ବିଭିନ୍ନ ଏବଂ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋକପାତ କରିବ। ନ୍ୟୁଜ୍ ଏଜେନ୍ସି ଏଏନଆଇ ସୂତ୍ରରୁ ପ୍ରକାଶ ବୈଠକରେ ଉତ୍ତାପ ଲହର ଏବଂ ଉତ୍ତର-ପୂର୍ବ ରାଜ୍ୟରେ ଘୂର୍ଣ୍ଣିବଳୟ ପରେ ସେ ସ୍ଥିତିର ସମୀକ୍ଷା କରିବେ।

     

  • Odisha News Live Updates: ଭରତପୁର ଥାନା ଅନ୍ତର୍ଗତ ନାକା ଗେଟ୍ ନିକଟରୁ ରକ୍ତ ଜୁଡୁ ବୁଡୁ ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ। ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନାହିଁ। ଭରତପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି। ତେବେ ମୃତ୍ୟୁର କାରଣ ଜଣାପଡ଼ି ନଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ରକ୍ତାକ୍ତ ଅବସ୍ଥାରେ ମୃତଦେହ ମିଳିଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପୁଲିସ ତଦନ୍ତ କରୁଛି।  ସୂଚନାଯୋଗ୍ୟ ଯେ, ଆଜି ପୂର୍ବାହ୍ନରେ ଭରତପୁର ଥାନା ନାକା ଗେଟ୍ ନିକଟରେ ରାସ୍ତା କଡ଼କୁ ଏକ ଖାଲରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବାର ସ୍ଥାନୀୟ ଲୋକ ଦେଖିଥିଲେ। ପରେ ସେଠାରେ ଲୋକମାନେ ଭିଡ଼ ଜମାଇଥିଲେ। ସ୍ଥାନୀୟ ଲୋକ ପୁଲିସକୁ ଖବର ଦେବା ପରେ ପୁଲିସ ପହଞ୍ଚି ମୃତଦେହକୁ ଜବତ କରିଥିଲା। ତେବେ ପାରିପାର୍ଶିକ ସ୍ଥିତି ଯାଞ୍ଚ କରିବା ସହ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିଥିଲା। ପୁଲିସକୁ କିନ୍ତୁ କିଛି ସୁରାଖ ମିଳିପାରି ନାହିଁ। 

  • Odisha News Live Updates: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ।  ଗୁଳୁଗୁଳି ଓ ଟାଣଖରାରେ ଛଟପଟ ହେଉଛନ୍ତି ରାଜ୍ୟବାସୀ । ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ୍ ହୋଇପଡୁଛି। ଏସି ଓ ଫ୍ୟାନ୍ସ ବିନା ରହିବା ରହି ହେଉନି। ତେବେ,ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଭାଗ ଏକ ଆଶ୍ବସ୍ତି କଲାପରି ଖବର ଦେଇଛି। ଆଜି ଦକ୍ଷିଣ ଓ ଉତ୍ତର ଓଡି଼ଶାର କେତେକ ଜିଲ୍ଲାରେ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ତେବେ ସେହି ଜିଲ୍ଲା ଗୁଡିକ ହେଲା,ରାୟଗଡ଼ା, କୋରାପୁଟ , ମାଲକାନଗିରି, ଢେଙ୍କାନାଳ, ମୟୁରଭଞ୍ଜ, କେନ୍ଦୁଝର, ଅନୁଗୁଳ, ନୟାଗଡ, କନ୍ଧମାଳ, ଗଜପତି ଓ ଗଞ୍ଜାମ। ଏହି ସବୁ ଜିଲ୍ଲା ଗୁଡିକରେ ଆଜି ସନ୍ଧ୍ୟା ସୁଦ୍ଧା ବର୍ଷା ହୋଇପାରେ ବୋଲି ବିଭାଗ ପକ୍ଷକୁ କୁହାଯାଇଛି।

  • Odisha News Live Updates: ପୁରୀ ବାଣ ବିସ୍ଫୋରଣ ଘଟଣାରେ ଆଉ ୨ ଜଣଙ୍କର ମୃତ୍ୟୁ । ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ହୋଇଛି। ବର୍ତ୍ତମାନ ୧୯ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ। ପ୍ରେସ୍‌ ରିଲିଜ ଜରିଆରେ ସୂଚନା ଦେଲେ ଏସ୍‌ଆରସି। 

     

  • Odisha News Live Updates: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କୁ ଟପି ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ ଭାରତର ସବୁଠୁ ବଡ଼ ଧନୀ ବ୍ୟକ୍ତିର ପରିଚୟ ହାସଲ କରିପାରିଛନ୍ତି। ଗୌତମ ଆଦାନୀଙ୍କ ଗ୍ରୁପ କମ୍ପାନୀ ଗୁଡ଼ିକର ସେୟାର ମୂଲ୍ୟରେ ଆସିଥିବା ବୃଦ୍ଧି ଫଳରେ ସେ ଉପରକୁ ଉଠିଛନ୍ତି। ଦେଖିବାକୁ ଗଲେ ବିଶ୍ଵର ଧନୀ ତାଲିକାରେ ସେ ୧୧ଶହ ସ୍ଥାନରେ ଥିବା ବେଳେ ମୁକେଶ ଅମ୍ବାନୀ ୧୨ଶହ ସ୍ଥାନରେ ରହିଛନ୍ତି ବୋଲି ବ୍ଲୁମବର୍ଗ ବିଲିଓନେୟାର ଇଣ୍ଡେକ୍ସରେ ଦର୍ଶାଇଛନ୍ତି।  ମୁକେଶ ଅମ୍ବାନୀଙ୍କ ନିଟ୍ ସମ୍ପତି ଚଳିତବର୍ଷ ୧୨.୭ ବିଲିଅନ ଡଲାର ବୃଦ୍ଧି ଘଟି ୧୦୯ ବିଲିଅନ ଡଲାରରେ ପହଞ୍ଚିଛି। ସେହିପରି ଗୌତମ ଆଦାନୀଙ୍କ ନିଟ୍ ସମ୍ପତ୍ତି ଚଳିତ ବର୍ଷ ୨୬.୮ ବିଲିଅନ୍ ଡଲାର ବୃଦ୍ଧି ଘଟି ୧୧୧ବିଲିଅନ ଡଲାରରେ ପହଞ୍ଚିଛି। ସେହିପରି ବିଶ୍ଵର ସବୁଠୁ ବଡ଼ ଧନୀ ଭାବେ " ଏଲଭିଏମଏଚ୍ ' ର ସିଇଓ ବର୍ନାଡ ଅରନାଲ୍ଡ ୧୭.୨୭ ଲକ୍ଷ କୋଟି ଟଙ୍କାର ନିଟ୍ ସମ୍ପତ୍ତି ସହିତ ବିଶ୍ୱର ସବୁଠୁ ବଡ଼ ଧନୀ ଭାବେ ବିବେଚିତ ହୋଇଛନ୍ତି। ସେହିପରି ତାଙ୍କ ପଛକୁ ' ଟେସଲା ' ର ସିଇଓ ଏଲନ୍ ମସ୍କ ୧୬.୯୩ ଲକ୍ଷ କୋଟି ଟଙ୍କାର ନିଟ୍ ସମ୍ପତ୍ତି ସହିତ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେହିପରି'  ଅମାଜନ ' ର ଜେଫ ବେଜୋସ୍ ୧୬.୬୦ ଲକ୍ଷ କୋଟି ଟଙ୍କାର ନିଟ୍ ସମ୍ପତ୍ତି ରଖି ତୃତୀୟ ସ୍ଥାନରେ ରହିଛନ୍ତି। ' ମେଟା ' ର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ୧୩.୮୫ ଲକ୍ଷ କୋଟି ଟଙ୍କା ନିଟ୍ ସମ୍ପତ୍ତି ରଖି ୪ର୍ଥ ସ୍ଥାନରେ ଓ ଗୁଗଲର ପ୍ରତିଷ୍ଠାତା ଲ୍ୟାରୀ ପେଜ୍ ୧୨.୭୬ ନିଟ୍ ସମ୍ପତ୍ତି ରଖି ପଞ୍ଚମ ସ୍ଥାନରେ ରହିଛନ୍ତି।

     

  • Road Accident: ଭୁବନେଶ୍ଵର, ସହିଦ ନଗର ଥାନା ଅନ୍ତର୍ଗତ ସତସଙ୍ଗ ବିହାର ନିକଟରେ ଆଜି ପୂର୍ବାହ୍ନରେ ସିରିଜ ଦୁର୍ଘଟଣା ଘଟିଛି। ଫଳରେ ୩ଟି କାର୍ ଭାଙ୍ଗି ଚୁରମାର ହୋଇଯାଇଛି। ଏଥିସହ ପ୍ରଥମେ ଦୁର୍ଘଟଣାଗ୍ରସ୍ତ ହୋଇଥିବା କାରର ଚାଳକ ଗୁରୁତର ହୋଇଛନ୍ତି। ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ଘଟଣାସ୍ଥଳରେ ସହିଦ ନଗର ପୁଲିସ ପହଞ୍ଚି କ୍ରେନ୍ ସାହାଯ୍ୟରେ ଗାଡ଼ି ଗୁଡ଼ିକୁ ରାସ୍ତା କଡ଼କୁ ଆଣିଥିଲା। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କେତେଜଣ ଆହତ ହୋଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ଦୁର୍ଘଟଣା କାରଣରୁ ବାଣୀବିହାରରୁ ପଳାସୁଣି ପର୍ଯ୍ୟନ୍ତ ରାସ୍ତା ଜାମ ରହିଛି। 

     

  • Odisha News Live Updates: କଣ୍ଟାମଳିମ ଗ୍ରାମରେ ଝରକା ତାଡି ନଗଦ ଟଙ୍କା ସହ ଅଳଙ୍କାର ଲୁଟ। ପୋଲିସର ତଦନ୍ତ ଆରମ୍ଭ। ଗତକାଲି ବିଳମ୍ବିତ ରାତିରେ ବାଘମାରି ଥାନା ଅନ୍ତର୍ଗତ କଣ୍ଟାମଳିମ ଗ୍ରାମର ପ୍ରଦୀପ ମାଝୀଙ୍କ ଘର ଝରକା ତାଡି ଦୁର୍ବୁତ୍ତ ମାନେ ନଗଦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିବା ବାଘମାରି ଥାନାରେ ଅଭିଯୋଗ କରିଛନ୍ତି।ଖବର ପାଇ ଘଟଣା ସ୍ଥଳରେ ବାଘମାରି ପୋଲିସ ସହ ସାଇଣ୍ଟିଫିକ ଟିମ ପହଂଚି ତଦନ୍ତ ଆରମ୍ଭ କରିଛି।

     

  • Train Accident: ଆଜି  ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ବର୍ଷେ ପୂରିଛି । ସେ କଥା ମନେ ପଡି଼ଲେ ଆଜିବି ଲୋକ ଟାଙ୍କୁରି ଉଠିଛି। କିନ୍ତୁ ଆଜି ସକାଳୁ ଏକ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଛି।  ୨ ମାଲବାହୀ ଟ୍ରେନ୍ ଧକ୍କା ହେବାର ୨ ଟ୍ରେନ୍ ର ଲୋକ ପାଇଲଟ୍ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ପରିସ୍ଥତି ନିୟନ୍ତ୍ରଣାଧିନ ରହିଛି। ୨ ଲୋକପାଇଲଟ ଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ପଞ୍ଜାବ ଫତେଗଡ ସାହିବ ସରୀହିନ୍ଦ ମାଧୋପୁର ନିକଟରେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ରେଳ ଅଧିକାରୀ ପହଞ୍ଚି ସ୍ଥିତି ପରଖୁଛନ୍ତି। 

  • Coromandel Train Accident: ବାହାନଗା ରେଳ ଦୁର୍ଘଟଣାକୁ ପୂରିଲା ବର୍ଷେ ।  ଏଥିରେ ୨୯୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୯୦୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । କରମଣ୍ତଳ ରେଳ ଦୁର୍ଘଟଣାର (Coromandel Train Accident) ସେହି କଳାରାତି କଥା ମନେ ପଡିଲେ ଟାଙ୍କୁରି ଉଠୁଛି ଲୋମ । ତେବେ, ସେହି କାଳ ରାତିର କଳା କାହାଣୀକୁ ଆଜିବି ଭୁଲି ପାରୁ ନାହାଁନ୍ତି ଲୋକେ।  ଟ୍ରେନ୍‌ ଦୁର୍ଘଟଣାର ୨୦ ଦିନ ପରେ ଅର୍ଥାତ୍‌ ଜୁନ୍‌ ୨୨ରେ ଖଡ଼ଗପୁର ଡିଆର୍‌ଏମ୍‌, ଦକ୍ଷିଣ-ପୂର୍ବ ରେଳ ଜୋନ୍‌ର ପ୍ରିନ୍ସିପାଲ୍‌ ଚିଫ୍‌ ସିଗ୍‌ନାଲ୍‌ ଓ ଟେଲିକମ୍ୟୁନିକେସନ ଇଂଜିନିୟର, ପ୍ରିନ୍‌ସିପାଲ୍‌ ଚିଫ୍‌ ସେଫ୍ଟି ଅଫିସର, ପ୍ରିନ୍ସିପାଲ୍‌ ଚିଫ୍‌ ସିକ୍ୟୁରିଟି କମିସନର ଓ ପ୍ରିନ୍‌ସିପାଲ୍‌ ଚିଫ୍‌ କମର୍ସିଆଲ ମ୍ୟାନେଜରଙ୍କୁ ବଦଳି କରାଯାଇଥିଲା। ସେହିପରି ଦକ୍ଷିଣ-ପୂର୍ବ ରେଳ ଜୋନ୍‌ର ଜିଏମ୍‌ ଅର୍ଚ୍ଚନା ଯୋଶୀଙ୍କୁ ବଦଳି କରି ଦିଆଯାଇଛି। ଘଟଣାର ତଦନ୍ତ ଭାର ନେଇଥିଲା ସିବିଆଇ। 

  • ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର :Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

     

  • Odisha News Live Updates: ଗତ ୨୯ ତାରିଖ ରାତିରେ ନରେନ୍ଦ୍ର ପୋଖରୀ ନିକଟରେ ହୋଇଥିବା ବାଣ ବିସ୍ଫୋରଣ ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ସ୍ୱତନ୍ତ୍ର ରିଲିଫ କମିଶନର ପଦ୍ମନାଭ ବେହେରା। ଘଟଣାକୁ ନେଇ କିଛି ଆପତ୍ତି ଅଭିଯୋଗ ଥିଲେ ଅପରାହ୍ନ ୩ଟାରୁ ୭ ମଧ୍ୟରେ ପୁରୀ ସର୍କିଟ ହାଉସ ଠାରେ ଜନ ସାଧାରଣ ଦାଖଲ କରିବାକୁ ସୂଚନା ପ୍ରଦାନ କରିଛି। ଏକ ପ୍ରେସ ବିବୃତି ମାଧ୍ୟମରେ ଏହି ସୂଚନା ଦିଆଯାଇଥିବା ଜଣାପଡିଛି। ସେ ଏକ ଚିଠିରେ କହିଛନ୍ତି କି ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ଅନୁଯାୟୀ ଆସନ୍ତା ୫ ତାରିଖ ଦିନ ପୁରୀର ସ୍ୱତନ୍ତ୍ର ସର୍କିଟ ହାଉସରେ ଏହାର ତଦନ୍ତ କରାଯିବ। ଏହି ସମୟରେ ଗଠିତ ତଦନ୍ତକାରୀ ଟିମର ସଦସ୍ୟମାନେ ଉପସ୍ଥିତ ରହିବା ସହିତ ଘଟଣାସମ୍ପର୍କରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ବୋଲି ସେ ସୂଚନା ପ୍ରଦାନ କରିଛନ୍ତି। ତେବେ, ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି। 

  • Odisha News Live Updates: ‘ରେମାଲ’ ପ୍ରଭାବରେ ସୃଷ୍ଟି ହୋଇଥିବା ବନ୍ୟାରେ ଉତ୍ତର-ପୂର୍ବର ୨ଟି ରାଜ୍ୟ ଆସାମ ଓ ମଣିପୁରରେ ଅନେକ ଅଂଚଳ ଜଳମଗ୍ନ ହୋଇଛି। ପାଖାପାଖି ୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଏହି ବନ୍ୟାରେ ମୋଟ୍ ମୃତ୍ୟୁ ସଂଖ୍ୟା ୫୩କୁ ବୃଦ୍ଧି ପାଇଛି। ସେପଟେ,  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ସହ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। 

     

  •  Odisha News Live Updates:  ଯୁକ୍ତ ଦୁଇର ରେଜଲ୍ଟ ବାହାରି ସାରିଛି । ଆଉ ଏବେ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି।  ଜୁନ୍ ୭ରୁ  ଆରମ୍ଭ ହେବ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ।  ସାମସ୍ ପୋଟାର୍ଲ ମାଧ୍ୟମରେ  ନାମଲେଖା ପକ୍ରିୟା କରାଯିବ।  ଚଳିତ ବର୍ଷ  କଳାରେ ୨ ଲକ୍ଷ ୯୪ ହଜାର ୮୪୦ ସିଟ୍  ଥିବା ବେଳେ  ବିଜ୍ଞାନରେ ୧ ଲକ୍ଷ ୬୬ ହଜାର ୯୨୯ ଓ ବାଣିଜ୍ୟରେ ୪୦ ହଜାରେ  ୧୦୪ ସିଟ୍ ରହିଛି।  ରାଜ୍ୟରେ ମୋଟ୍ ୨ ହଜାର ୨୨୧ ସିଟ୍ ରହିଛି।  ୨୦୨୪-୨୦୨୫ ଶିକ୍ଷା ବର୍ଷ ପାଇଁ ଇ- ଆଡମିସନ୍ ପ୍ରକ୍ରିୟାର ସମସ୍ତ ବିବରଣୀ ଖୁବ୍ ଶିଘ୍ର ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶକ ରଘୁରାମ ଆୟର କହିଛନ୍ତି। ନାମଲେଖା ସମ୍ପର୍କିକ  ସମସ୍ତ ସୂଚନା ସାମ୍୍ସ ଓ୍ବେବସାଇଟ୍ www.samsodisha.got.inରେ ଉପଲବ୍ଧ ହେବ। 

     

  • Arvind Kejriwal back to jail: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଆଜି ପୁଣିଥରେ ଜେଲକୁ ଯିବେ। ରାଉଜ୍ ଆଭିନ୍ୟୁ କୋର୍ଟ (Rouse Avenue Court) ଜୁନ ୧  ତାରିଖରେ ମେଡିକାଲ ଗ୍ରାଉଣ୍ତରେ ତାଙ୍କ  ଜାମିନ୍ ଆବେଦନର ଶୁଣାଣି କରିଥିଲେ। ସ୍ବତନ୍ତ୍ର ବିଚାରପତି  କାବେରୀ ବାଓ୍ବେଜ୍  ଆସନ୍ତା ୫ ତାରିଖ ଯାଏଁ ରାଏ ସଂରକ୍ଷିତ ରଖିଛନ୍ତି।  ମେଡିକାଲ ଟେଷ୍ଟ ଲାଗି କେଜ୍ରିଓ୍ବାଲ ୭ ଦିନ ଜାମିନ୍ ମାଗିଥିଲେ।  କିନ୍ତୁ ଇଡି ପକ୍ଷରୁ  କୋର୍ଟରେ ତାଙ୍କ ଆବେଦନକୁ ବିରୋଧ କରାଯାଇଥିଲା। ତେବେ, ଆମେ ଏଠାରେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ,  କେଜ୍ରିଓ୍ବାଲଙ୍କୁ ମାର୍ଚ୍ଚ ୨୧ରେ ଇଡି ଗିରଫ କରିଥିଲା। ସୁପ୍ରିମକୋର୍ଟ ମେ ୧୦ ରେ ତାଙ୍କୁ ଜାମିନ୍ ପ୍ରଦାନ କରିଥିଲେ। ଜୁନ୍ ୧ ରେ ତାଙ୍କ ଜାମିନ୍ ଶେଷ ହୋଇଥିବା ବେଳେ  ତାଙ୍କୁ ଆତ୍ମସମର୍ପଣ କରିବାକୁ ପଡିବ ବୋଲି କୁହାଯାଇଛି। 

  • Odisha News Live Updates: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ।  ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳରେ ଭୀଷଣ ଗ୍ରୀଷ୍ମ ପ୍ରବାହ ସହ ଉଷ୍ଣ ତାତି ଅନୁଭୂତ ହେଉଛି।  ସେହିପରି ଉପକୂଳରେ ଗୁଳୁଗୁଳି ସାଙ୍ଗକୁ ଉଷ୍ଣ ଆଦ୍ର ସ୍ଥିତି ଲାଗି ରହିଛି। ଶନିବାର ଟିଟିଲାଗଡ଼ରେ ସର୍ବୋଚ୍ଚ ତାପମାତ୍ରା ୪୬ ଡିଗ୍ରୀ ରେକର୍ଡ଼ କରାଯାଇଥିବା ବେଳେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ  ଆଉ ୨୪ ଘଣ୍ଟା ଲାଗି ରହିବ।  ଏହାପରେ ଅବଶ୍ୟ  ତାପମାତ୍ରା ୨ରୁ ୩ ଡିଗ୍ରୀ  ଯାଏଁ ଖସିବ, କିନ୍ତୁ ଆଭ୍ୟନ୍ତରିଣରେ ଦିନ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି। 

    ଲିଙ୍କରେ କ୍ଲିକ୍ କରି ଖବର ପଢନ୍ତୁ: Weather Update: ତାତି ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନ ଜୀବନ, ଆଜି ୫ ଜିଲ୍ଲାକୁ ହିଟ୍ ଓ୍ବେଭ ନେଇ ୟେଲୋ ଆଲର୍ଟ ଜାରି

  • Odisha News Live Updates: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଜୁନ୍ ୨ ହେଉଛି ରବିବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

    ଲିଙ୍କରେ କ୍ଲିକ୍ କରି ଖବର ପଢନ୍ତୁ: Today Horoscope: ଆଜି ଲାଭରେ ରହିବେ ଏହି ସବୁ ରାଶି, ରହିଛି ଆକସ୍ମିକ ଧନପ୍ରାପ୍ତିର ଯୋଗ!

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link