Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2274331

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

HL1-Arvind Kejriwal back to jail: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଆଜି ପୁଣିଥରେ ଜେଲକୁ ଯିବେ। ରାଉଜ୍ ଆଭିନ୍ୟୁ କୋର୍ଟ (Rouse Avenue Court) ଜୁନ ୧  ତାରିଖରେ ମେଡିକାଲ ଗ୍ରାଉଣ୍ତରେ ତାଙ୍କ  ଜାମିନ୍ ଆବେଦନର ଶୁଣାଣି କରିଥିଲେ। ସ୍ବତନ୍ତ୍ର ବିଚାରପତି  କାବେରୀ ବାଓ୍ବେଜ୍  ଆସନ୍ତା ୫ ତାରିଖ ଯାଏଁ ରାଏ ସଂରକ୍ଷିତ ରଖିଛନ୍ତି।  ମେଡିକାଲ ଟେଷ୍ଟ ଲାଗି କେଜ୍ରିଓ୍ବାଲ ୭ ଦିନ ଜାମିନ୍ ମାଗିଥିଲେ।  କିନ୍ତୁ ଇଡି ପକ୍ଷରୁ  କୋର୍ଟରେ ତାଙ୍କ ଆବେଦନକୁ ବିରୋଧ କରାଯାଇଥିଲା। ତେବେ, ଆମେ ଏଠାରେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ,  କେଜ୍ରିଓ୍ବାଲଙ୍କୁ ମାର୍ଚ୍ଚ ୨୧ରେ ଇଡି ଗିରଫ କରିଥିଲା। ସୁପ୍ରିମକୋର୍ଟ ମେ ୧୦ ରେ ତାଙ୍କୁ ଜାମିନ୍ ପ୍ରଦାନ କରିଥିଲେ। ଜୁନ୍ ୧ ରେ ତାଙ୍କ ଜାମିନ୍ ଶେଷ ହୋଇଥିବା ବେଳେ  ତାଙ୍କୁ ଆତ୍ମସମର୍ପଣ କରିବାକୁ ପଡିବ ବୋଲି କୁହାଯାଇଛି। 

HL2-+2 ⁠Admission 2024:  ଯୁକ୍ତ ଦୁଇର ରେଜଲ୍ଟ ବାହାରି ସାରିଛି । ଆଉ ଏବେ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି।  ଜୁନ୍ ୭ରୁ  ଆରମ୍ଭ ହେବ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ।  ସାମସ୍ ପୋଟାର୍ଲ ମାଧ୍ୟମରେ  ନାମଲେଖା ପକ୍ରିୟା କରାଯିବ।  ଚଳିତ ବର୍ଷ  କଳାରେ ୨ ଲକ୍ଷ ୯୪ ହଜାର ୮୪୦ ସିଟ୍  ଥିବା ବେଳେ  ବିଜ୍ଞାନରେ ୧ ଲକ୍ଷ ୬୬ ହଜାର ୯୨୯ ଓ ବାଣିଜ୍ୟରେ ୪୦ ହଜାରେ  ୧୦୪ ସିଟ୍ ରହିଛି।  ରାଜ୍ୟରେ ମୋଟ୍ ୨ ହଜାର ୨୨୧ ସିଟ୍ ରହିଛି।  ୨୦୨୪-୨୦୨୫ ଶିକ୍ଷା ବର୍ଷ ପାଇଁ ଇ- ଆଡମିସନ୍ ପ୍ରକ୍ରିୟାର ସମସ୍ତ ବିବରଣୀ ଖୁବ୍ ଶିଘ୍ର ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶକ ରଘୁରାମ ଆୟର କହିଛନ୍ତି। ନାମଲେଖା ସମ୍ପର୍କିକ  ସମସ୍ତ ସୂଚନା ସାମ୍୍ସ ଓ୍ବେବସାଇଟ୍ www.samsodisha.got.inରେ ଉପଲବ୍ଧ ହେବ। 

HL3- Cyclone Remal: ‘ରେମାଲ’ ପ୍ରଭାବରେ ସୃଷ୍ଟି ହୋଇଥିବା ବନ୍ୟାରେ ଉତ୍ତର-ପୂର୍ବର ୨ଟି ରାଜ୍ୟ ଆସାମ ଓ ମଣିପୁରରେ ଅନେକ ଅଂଚଳ ଜଳମଗ୍ନ ହୋଇଛି। ପାଖାପାଖି ୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଏହି ବନ୍ୟାରେ ମୋଟ୍ ମୃତ୍ୟୁ ସଂଖ୍ୟା ୫୩କୁ ବୃଦ୍ଧି ପାଇଛି। ସେପଟେ,  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ସହ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। 

HL4-Weather Update: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ।  ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳରେ ଭୀଷଣ ଗ୍ରୀଷ୍ମ ପ୍ରବାହ ସହ ଉଷ୍ଣ ତାତି ଅନୁଭୂତ ହେଉଛି।  ସେହିପରି ଉପକୂଳରେ ଗୁଳୁଗୁଳି ସାଙ୍ଗକୁ ଉଷ୍ଣ ଆଦ୍ର ସ୍ଥିତି ଲାଗି ରହିଛି। ଶନିବାର ଟିଟିଲାଗଡ଼ରେ ସର୍ବୋଚ୍ଚ ତାପମାତ୍ରା ୪୬ ଡିଗ୍ରୀ ରେକର୍ଡ଼ କରାଯାଇଥିବା ବେଳେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ  ଆଉ ୨୪ ଘଣ୍ଟା ଲାଗି ରହିବ।  ଏହାପରେ ଅବଶ୍ୟ  ତାପମାତ୍ରା ୨ରୁ ୩ ଡିଗ୍ରୀ  ଯାଏଁ ଖସିବ, କିନ୍ତୁ ଆଭ୍ୟନ୍ତରିଣରେ ଦିନ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି। 

HL5-4. ⁠puri fire cracker explosion death toll rises to 10: ଗତ ୨୯ ତାରିଖ ରାତିରେ ନରେନ୍ଦ୍ର ପୋଖରୀ ନିକଟରେ ହୋଇଥିବା ବାଣ ବିସ୍ଫୋରଣ ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ସ୍ୱତନ୍ତ୍ର ରିଲିଫ କମିଶନର ପଦ୍ମନାଭ ବେହେରା। ଘଟଣାକୁ ନେଇ କିଛି ଆପତ୍ତି ଅଭିଯୋଗ ଥିଲେ ଅପରାହ୍ନ ୩ଟାରୁ ୭ ମଧ୍ୟରେ ପୁରୀ ସର୍କିଟ ହାଉସ ଠାରେ ଜନ ସାଧାରଣ ଦାଖଲ କରିବାକୁ ସୂଚନା ପ୍ରଦାନ କରିଛି। ଏକ ପ୍ରେସ ବିବୃତି ମାଧ୍ୟମରେ ଏହି ସୂଚନା ଦିଆଯାଇଥିବା ଜଣାପଡିଛି। ସେ ଏକ ଚିଠିରେ କହିଛନ୍ତି କି ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ଅନୁଯାୟୀ ଆସନ୍ତା ୫ ତାରିଖ ଦିନ ପୁରୀର ସ୍ୱତନ୍ତ୍ର ସର୍କିଟ ହାଉସରେ ଏହାର ତଦନ୍ତ କରାଯିବ। ଏହି ସମୟରେ ଗଠିତ ତଦନ୍ତକାରୀ ଟିମର ସଦସ୍ୟମାନେ ଉପସ୍ଥିତ ରହିବା ସହିତ ଘଟଣାସମ୍ପର୍କରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ବୋଲି ସେ ସୂଚନା ପ୍ରଦାନ କରିଛନ୍ତି। ତେବେ, ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି। 

HL6- Arunachal Pradesh & Sikkim Assembly election results today: ଆଜି ଦୁଇଟି ରାଜ୍ଯ ଅରୁଣାଚଳ ପ୍ରଦେଶ ଓ ସିକ୍କିମ ବିଧାନସଭା ନିର୍ବାଚନ ଫଳ ଘୋଷଣା ହେବ। ଉଭୟ ରାଜ୍ୟରେ ଆଜି ସକାଳ ୬ଟାରୁ ଭୋଟ ଗଣନା ଆରମ୍ଭ ହୋଇଯାଇଛି। ବର୍ତ୍ତମାନ ୫୦ ଟି ବିଧାନସଭା ଆସନର ଭୋଟ ଗଣନା ଚାଲିଛି। ଏହି ଆସନରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ କଡ଼ା ମୁକାବିଲା ହେଉଛି। ସେହିପରି ସିକ୍କିମର ୩୨ଟି ବିଧାନସଭା ଆସନର ଭୋଟ୍ ଗଣତି ଜାରି ରହିଛି। ରାଜ୍ୟରେ ଏସଡିଏଫ ଏବଂ ଏସକେଏମ ମଧ୍ୟରେ କଡ଼ା ମୁକାବିଲା ଜାରି ରହିଛି। ସିକ୍କିମ ବିଧାନସଭା ନିର୍ବାଚନ ଫଳାଫଳରେ ପ୍ରାରମ୍ଭିକ ଟ୍ରେଣ୍ଡରେ ଏସକେଏମ ୩ଟି ଅସନରେ ଆଗରେ ଥିବାବେଳେ ଅନ୍ୟମାନେ ଗୋଟିଏ ଆସନରେ ଆଗରେ ଅଛନ୍ତି। ଅରୁଣାଚଳ ପ୍ରଦେଶର ପ୍ରାରମ୍ଭିକ ଧାରାରେ ବିଜେପି ୮ଟି ଆସନରେ ଆଗୁଆ ଥିବାବେଳେ ଏନପିଇପି ଗୋଟିଏ ଆସନରେ ଆଗୁଆ ରହିଛି।

HL7- Coromandel Train Accident: ବାହାନଗା ରେଳ ଦୁର୍ଘଟଣାକୁ ପୂରିଲା ବର୍ଷେ ।  ଏଥିରେ ୨୯୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୯୦୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । କରମଣ୍ତଳ ରେଳ ଦୁର୍ଘଟଣାର (Coromandel Train Accident) ସେହି କଳାରାତି କଥା ମନେ ପଡିଲେ ଟାଙ୍କୁରି ଉଠୁଛି ଲୋମ । ତେବେ, ସେହି କାଳ ରାତିର କଳା କାହାଣୀକୁ ଆଜିବି ଭୁଲି ପାରୁ ନାହାଁନ୍ତି ଲୋକେ।  ଟ୍ରେନ୍‌ ଦୁର୍ଘଟଣାର ୨୦ ଦିନ ପରେ ଅର୍ଥାତ୍‌ ଜୁନ୍‌ ୨୨ରେ ଖଡ଼ଗପୁର ଡିଆର୍‌ଏମ୍‌, ଦକ୍ଷିଣ-ପୂର୍ବ ରେଳ ଜୋନ୍‌ର ପ୍ରିନ୍ସିପାଲ୍‌ ଚିଫ୍‌ ସିଗ୍‌ନାଲ୍‌ ଓ ଟେଲିକମ୍ୟୁନିକେସନ ଇଂଜିନିୟର, ପ୍ରିନ୍‌ସିପାଲ୍‌ ଚିଫ୍‌ ସେଫ୍ଟି ଅଫିସର, ପ୍ରିନ୍ସିପାଲ୍‌ ଚିଫ୍‌ ସିକ୍ୟୁରିଟି କମିସନର ଓ ପ୍ରିନ୍‌ସିପାଲ୍‌ ଚିଫ୍‌ କମର୍ସିଆଲ ମ୍ୟାନେଜରଙ୍କୁ ବଦଳି କରାଯାଇଥିଲା। ସେହିପରି ଦକ୍ଷିଣ-ପୂର୍ବ ରେଳ ଜୋନ୍‌ର ଜିଏମ୍‌ ଅର୍ଚ୍ଚନା ଯୋଶୀଙ୍କୁ ବଦଳି କରି ଦିଆଯାଇଛି। ଘଟଣାର ତଦନ୍ତ ଭାର ନେଇଥିଲା ସିବିଆଇ। 

HL8-Exit Poll : ଲୋକସଭା ନିର୍ବାଚନ ୨୦୨୪ ପାଇଁ ମତଦାନ ସମାପ୍ତ ହୋଇଛି। ବର୍ତ୍ତମାନ ସ୍କୁଲ ଅଫ୍ ପଲିଟିକ୍ସ ଦ୍ୱାରା କରାଯାଇଥିବା ସର୍ଭେ ଅର୍ଥାତ୍ SOP ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ଏନଡିଏ ପାଇଁ ଏକ ବଡ଼ ଖବର ଆଣିଛି। SOP ର ସର୍ବେକ୍ଷଣରୁ ଜଣାପଡିଛି ଯେ ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ସହିତ NDA ୨୦୨୪ ରେ ସରକାର ଗଠନ କରିବାକୁ ଯାଉଛି। କେବଳ ଏତିକି ନୁହେଁ ପାର୍ଟି ମଧ୍ୟ ଅନେକ ରାଜ୍ୟରେ କ୍ଲିନ୍ ସ୍ୱିପ୍ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି। SOP ର ଏକଜିଟ୍ ପୋଲ୍ ଅନୁଯାୟୀ, ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ ଅର୍ଥାତ୍ ଏନଡିଏ ୧୧ଟି ରାଜ୍ୟରେ କ୍ଲିନ୍ ସ୍ୱିପ୍ କରୁଥିବା ଦେଖାଉଛି। ଏଥିମଧ୍ୟରେ ଛତିଶଗଡ, ଦିଲ୍ଲୀ, ଗୋଆ, ଗୁଜୁରାଟ, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ତ୍ରିପୁରା, ଦାଦର ନଗର ହାଭେଳି, ଅରୁଣାଚଳ ପ୍ରଦେଶ ଓ ଉତ୍ତରପ୍ରଦେଶର ନାମ ରହିଛି। ଏହି ସବୁ ରାଜ୍ୟରେ ମୋଟ ସିଟ୍ ସଂଖ୍ୟା ହେଉଛି ୧୧୮।

HL9-Weather News: ପାଣିପାଗ ବିଭାଗ ଅନୁଯାୟୀ, ଏହା ପଛରେ ଅନେକ କାରଣ ରହିଛି। ପ୍ରଥମ କାରଣ ହେଉଛି ସୁଉଚ୍ଚ କୋଠା, ରାସ୍ତା, ପାର୍କିଂ କ୍ଷେତ୍ର ଏବଂ ଫୁଟପାଥ୍‌। ଯେଉଁ ଅଞ୍ଚଳରେ ଅଧିକ ବଡ଼ବଡ଼ ଅଟ୍ଟାଳିକା ଏବଂ ଶୁଖିଲା ଭୂପୃଷ୍ଠ ସଂରଚନା ଅଛି, ସେଠାରେ କମ୍‌ ଛାଇ ଏବଂ ଆର୍ଦ୍ରତା ଅଛି। ଯାହାକି ତାପମାତ୍ରା ବୃଦ୍ଧିର ମୁଖ୍ୟ କାରଣ। ଦ୍ୱିତୀୟ କାରଣ ହେଉଛି ଏହିପରି ଭିତ୍ତିଭୂମିରେ ବ୍ୟବହୃତ ସାମଗ୍ରୀ, ଯାହା ତାପମାତ୍ରା ବୃଦ୍ଧିରେ ବହୁତ ସହାୟକ ହୋଇଥାଏ। ବିଶେଷଜ୍ଞମାନେ କହିଛନ୍ତି, ଯଦି ଏକ ଅଞ୍ଚଳରେ ଅଧିକ କଂକ୍ରିଟ କୋଠା, ରାସ୍ତା କିମ୍ବା ଫୁଟ୍‌ପାଥ ଥାଏ ତେବେ ସେଠାରେ ତାପମାତ୍ରା ନିଶ୍ଚିତ ଭାବରେ ଅଧିକ ରହିବ। କାରଣ କଂକ୍ରିଟ ବାୟୁ ଅପେକ୍ଷା ୨୦୦୦ଗୁଣ ଅଧିକ ଉତ୍ତାପ ଗ୍ରହଣ କରିଥାଏ ଏବଂ ତାପମାତ୍ରା ବଢ଼ାଇଥାଏ। ବଡ଼ ଅଟ୍ଟାଳିକା ମଧ୍ୟ ପବନକୁ ରୋକିଥାଏ, ଯାହା ଭୂପୃଷ୍ଠର ତାପମାତ୍ରାକୁ ବଢ଼ାଇଥାଏ।

HL10- ICC Men's T20 World Cup2024: ଆଇସିସି ଟି-୨୦ ବିଶ୍ବକପ୍  ନବମ ସଂସ୍କରଣର ଉଦଘାଟନୀ ମ୍ୟାଚରେ ରବିବାର ଆୟୋଜକ ଆମେରିକା କାନାଡାକୁ ଭେଟିବ।  ଭାରତୀୟ ସକାଳ ସମୟ ୬ଟାରୁ ଏହି ମ୍ୟାଚ୍ ଆରମ୍ଭ ହୋଇଛି।  ମୋନାକ୍ ପଟେଲଙ୍କ ନେତୃତ୍ବାଧିନ ଆମେରିକା ଦଳ  ବିଜୟ ସହ  ଅଭିଯାନ ଆରମ୍ଭ କରିବା ଲକ୍ଷରେ ରହିଛି।