Lok Sabha Proceedings: ସଂସଦରେ କିପରି ହୋଇଥାଏ ସାଧାରଣ ଲୋକଙ୍କ ପ୍ରବେଶ? ପାସ୍ ପାଇବାର କ'ଣ ରହିଛି ସମ୍ପୂର୍ଣ୍ଣ ପ୍ରକ୍ରିୟା
Advertisement
Article Detail0/zeeodisha/odisha2009259

Lok Sabha Proceedings: ସଂସଦରେ କିପରି ହୋଇଥାଏ ସାଧାରଣ ଲୋକଙ୍କ ପ୍ରବେଶ? ପାସ୍ ପାଇବାର କ'ଣ ରହିଛି ସମ୍ପୂର୍ଣ୍ଣ ପ୍ରକ୍ରିୟା

How to Get Entry Pass for Lok Sabha: ଯଦି କୌଣସି ସାଧାରଣ ନାଗରିକ ଦେଶର ସଂସଦରେ ଚାଲୁଥିବା ଗୃହ କାର୍ଯ୍ୟ ସିଧାସଳଖ ଦେଖିବାକୁ ଚାହୁଁଥାନ୍ତି ତାହେଲେ ତାଙ୍କୁ ପ୍ରକ୍ରିୟା ଅନୁସରଣ କରିବାକୁ ହୋଇଥାଏ।

ଫଟୋ ସୌଜନ୍ୟ:X@bhushan_UWH

How to Get Entry in Lok Sabha: ଭାରତୀୟ ସଂସଦରେ ଗୃହ କାର୍ଯ୍ୟ କିପରି ହୋଇଥାଏ? ସଂସଦ ପରିସରରେ ସାଂସଦ କେଉଁଠାରେ ବସିଥାନ୍ତି? ସେମାନେ କିପରି କଥାବାର୍ତ୍ତା କରନ୍ତି ଏବଂ ସମଗ୍ର ପ୍ରକ୍ରିୟା କିପର ହୋଇଥାଏ। ସଂସଦ ପରିସରକୁ ଯାଇ ଗୃହ କାର୍ଯ୍ୟ ଦେଖିବାକୁ କେବେ ଆପଣଙ୍କର ଇଚ୍ଛା ହୋଇଥିବ। ହେଲେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଯେ ଜଣେ ସାଧାରଣ ଲୋକ କିପରି ସଂସଦ ପରିସରରେ ପ୍ରବେଶ କରିପାରିବ?  ଆମେ ଆପଣଙ୍କୁ ସମ୍ପୂର୍ଣ୍ଣ ପ୍ରକ୍ରିୟା ବିଷୟରେ କହୁଛୁ। ଯେଉଁ ପ୍ରକ୍ରିୟା ଅନୁସରଣ କରି ଜଣେ ସାଧାରଣ ଲୋକ ସଂସଦ ପରିସରରେ ଗୃହ କାର୍ଯ୍ୟ ଦେଖିପାରିବେ।

ଯଦି ଆପଣ ସଂସଦରେ ହେଉଥିବା ଗୃହ କାର୍ଯ୍ୟକୁ ସିଧାସଳଖ ଦେଖିବା ପାଇଁ ଯୋଜନା କରୁଛନ୍ତି, ତାହେଲେ ଆପଣଙ୍କୁ ଏକ ପାସ୍ ନେବାକୁ ହେବ। ସେହି ପାସ୍ ନେଇ ଆପଣ କେବଳ ସଂସଦ ଭିତରକୁ ଯାଇ ସେଠାରେ କିପରି ଗୃହକାର୍ଯ୍ୟ ପ୍ରକ୍ରିୟା କିପରି ଚାଲୁଛି ତାହା ଦେଖିପାରିବେ। ଏଠାରେ ଆମେ ଆପଣଙ୍କୁ ଏହି ପାସ୍ ଆପଣ କେଉଁଠାରୁ ଏବଂ କିପରି ପାଇପାରିବେ ତାହାର ସମ୍ପୂର୍ଣ୍ଣ ପ୍ରକ୍ରିୟା ବିଷୟରେ କହୁଛୁ। 

ପାସ୍ ପାଇବାକୁ ହେଲେ ଆପଣଙ୍କୁ ଏକ ଫର୍ମ ପୂରଣ କରିବାକୁ ହେବ। ଏହି ଫର୍ମ CPIC ଲୋକସଭା ଗ୍ରହଣ କାର୍ଯ୍ୟାଳୟରୁ ମିଳିପାରିବ କିମ୍ବା ଲୋକସଭାର ଅଫିସିଆଲ୍ ୱେବସାଇଟ୍ www.parlientofindia.nic.in ପରିଦର୍ଶନ କରି ଡାଉନଲୋଡ୍ କରାଯାଇ ପାରିବ। ଏହି ଫର୍ମ ରୁ ଏହାର ଏକ ପ୍ରିଣ୍ଟ ଆଉଟ କପି ବାହାର କରିବାକୁ ହେବ। ଏହା ପରେ ପାସ ପାଇଁ ଆବେଦନ କରିଥିବା ଆବେଦନକାରୀଙ୍କ ନାମ, ପିତାଙ୍କ ନାମ, ବୟସ, ବୃତ୍ତି, ସ୍ଥାନୀୟ ଏବଂ ସ୍ଥାୟୀ ଠିକଣା ଇତ୍ୟାଦି ଆବଶ୍ୟକ ବିବରଣୀ ପୂରଣ କରିବାକୁ ହେବ। ଫର୍ମ ପୂରଣ କରିସାରିବା ପରେ ଏହାକୁ ଲୋକସଭା ସାଂସଦଙ୍କ ଦ୍ୱାରା ଯାଞ୍ଚ କରିବାକୁ ହେବ। ଅର୍ଥାତ୍ ଲୋକସଭା ସାଂସଦ ଏହି ଫର୍ମ ଯାଞ୍ଚ କରିବା ପରେ ଦସ୍ତଖତ କରିବା ସହ ମୋହର ମାରିଥାନ୍ତି। ଆପଣ ମଧ୍ୟ ଆପଣଙ୍କ ଲୋକସଭା ଆସନର ସାଂସଦଙ୍କ ଦ୍ୱାରା ଫର୍ମ ଯାଞ୍ଚ କରିପାରିବେ।

ଲୋକସଭା ପାସ୍ ସହ ଜଡ଼ିତ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ

  • ମନେରଖନ୍ତୁ ଯେ ଏହି ପାସ୍ ଗୋଟିଏ ଦିନ ପୂର୍ବରୁ ପ୍ରସ୍ତୁତ କରାଯାଇଥାଏ। ଅର୍ଥ ଯଦି ଆପଣ ଆସନ୍ତାକାଲିର ଗୃହକାର୍ଯ୍ୟ ଦେଖିବାକୁ ଚାହୁଁଥାନ୍ତି, ତାହେଲେ ଆପଣଙ୍କ ପାସ୍ ଆଜି ପ୍ରସ୍ତୁତ ହୋଇଯିବା ଆବଶ୍ୟକ। 
  • ୧୦ ବର୍ଷରୁ କମ୍ ବୟସର ପିଲାଙ୍କ ପାସ୍ ପାଇଁ ଅନୁମତି ଦିଆଯାଇ ପାରିବ ନାହିଁ।
  • ଆପଣ କେତେ ସମୟ ପର୍ଯ୍ୟନ୍ତ ସଂସଦରେ ଗୃହକାର୍ଯ୍ୟ ଦେଖିପାରିବେ ତାହା ପାସ୍ ମାଧ୍ୟମରେ ସ୍ଥିର କରାଯାଇଥାଏ।
  • ସଂସଦର ସାଧାରଣ ଲୋକଙ୍କ ପାଇଁ ପୃଥକ ବ୍ୟବସ୍ଥା କରାଯାଇଥାଏ।