LPG Price: ଆସିଯାଇଛି ଡିସେମ୍ୱର ପାଇଁ LPG ସିଲିଣ୍ଡରର ନୂଆ ଦର, ଜାଣନ୍ତୁ କ'ଣ ରହିଛି ରେଟ୍
Advertisement

LPG Price: ଆସିଯାଇଛି ଡିସେମ୍ୱର ପାଇଁ LPG ସିଲିଣ୍ଡରର ନୂଆ ଦର, ଜାଣନ୍ତୁ କ'ଣ ରହିଛି ରେଟ୍

LPG Price: ୧୪.୨ କିଲୋଗ୍ରାମର ଘରୋଇ LPG ସିଲିଣ୍ଡର ମଧ୍ୟ ପୁରୁଣା ମୂଲ୍ୟରେ ମିଳୁଛି । ୧୪.୨ କିଲୋଗ୍ରାମର ଘରୋଇ LPG ସିଲିଣ୍ଡର କେବଳ ଜୁଲାଇ ୬ର ରେଟରେ ମିଳୁଛି । ଶେଷ ଥର ପାଇଁ ଜୁଲାଇ ୬ରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା ।

LPG Price: ଆସିଯାଇଛି ଡିସେମ୍ୱର ପାଇଁ LPG ସିଲିଣ୍ଡରର ନୂଆ ଦର, ଜାଣନ୍ତୁ କ'ଣ ରହିଛି ରେଟ୍

LPG Price Today 1st December 2022: ଆଜି (ଗୁରୁବାର) ଅର୍ଥାତ ଡିସେମ୍ୱର ୧ରେ ତୈଳ କମ୍ପାନୀଗୁଡ଼ିକ ଏଲପିଜି ଗ୍ୟାସ ସିଲିଣ୍ଡରର ନୂଆ ଦର (LPG Gas Cylinder Price) ଜାରି କରିଦେଇଛନ୍ତି ।  ଆଜି ଏଲପିଜି ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ଘଟିନାହିଁ । ଆଜି ଇଣ୍ଡିଆନ୍ ଅଏଲ୍ ଦ୍ୱାରା ପ୍ରକାଶିତ ନୂତନ ଦର ଅନୁଯାୟୀ ଏଲପିଜି ସିଲିଣ୍ଡରର ମୂଲ୍ୟ ସ୍ଥିର ରହିଛି । ଇଣ୍ଡିଆନ୍ ଅଏଲ୍ ଦ୍ୱାରା LPG ର ନୂତନ ଦର ଆଜି ଅର୍ଥାତ୍ ଡିସେମ୍ୱର ୧ରେ ଜାରି କରାଯାଇଛି, ଯାହା ଅନୁଯାୟୀ ଦିଲ୍ଲୀରେ ଇଣ୍ଡେନ୍ ବ୍ୟବସାୟିକ ସିଲିଣ୍ଡର ୧୭୪୪ ଟଙ୍କା, କୋଲକାତାରେ ୧୮୪୬ ଟଙ୍କା, ମୁମ୍ବାଇରେ ୧୬୯୬ ଟଙ୍କା ଏବଂ ଚେନ୍ନାଇରେ ୧୮୯୩ ଟଙ୍କା ରହିଛି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ୧୮୪୬ ଟଙ୍କାରେ ମିଳିବ । ଏହାପୂର୍ବରୁ ଗତ ମାସ ଅର୍ଥାତ ନଭେମ୍ୱରରେ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ୧୧୫.୫୦ ଟଙ୍କା ହ୍ରାସ କରାଯାଇଥିଲା । ସେହିପରି ୧୪.୨ କିଲୋଗ୍ରାମର ଘରୋଇ LPG ସିଲିଣ୍ଡର ମଧ୍ୟ ପୁରୁଣା ମୂଲ୍ୟରେ ମିଳୁଛି । ଇଣ୍ଡିଆନ୍ ଅଏଲ୍ ୱେବସାଇଟ୍ ଅନୁଯାୟୀ, ଆଜି (ଡିସେମ୍ୱର ୧) ଘରୋଇ ଗ୍ୟାସ୍ ସିଲିଣ୍ଡର ଓ ବ୍ୟବସାୟିକ ଗ୍ୟାସ୍ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ । ଏଥି ସହିତ ଗତ ମାସରେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୧୫.୫୦ ଟଙ୍କା ହ୍ରାସ ପାଇଥିଲା । ଗତ ୬ ଥର ଲଗାତର ୧୯ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟରେ ହ୍ରାସ  ଦେଖାଯାଇଥିଲା ।

୧୪.୨ କିଲୋଗ୍ରାମର ଘରୋଇ LPG ସିଲିଣ୍ଡର କେବଳ ଜୁଲାଇ ୬ର ରେଟରେ ମିଳୁଛି । ଶେଷ ଥର ପାଇଁ ଜୁଲାଇ ୬ରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା । ଆପଣଙ୍କୁ କହି ରଖୁଛୁ ଯେ, ଦେଶର ଗ୍ୟାସ୍ କମ୍ପାନୀଗୁଡିକ ପ୍ରତ୍ୟେକ ମାସର ପ୍ରଥମ ଦିନରେ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ସ୍ଥିର କରନ୍ତି । ବାଣିଜ୍ୟିକ ଏଲପିଜି ଗ୍ୟାସ ମୁଖ୍ୟତଃ ହୋଟେଲ, ଖାଦ୍ୟ ଦୋକାନ ଇତ୍ୟାଦିରେ ବ୍ୟବହୃତ ହୁଏ । ଗତ ଦୁଇ ବର୍ଷ ମଧ୍ୟରେ ସବସିଡିଯୁକ୍ତ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ବଢ଼ିଚାଲିଛି, କିନ୍ତୁ ନୂତନ ଦର ଅନୁଯାୟୀ ଆଜି ଏହା ମହଙ୍ଗା କିମ୍ବା ଶସ୍ତା ହୋଇନାହିଁ । ଆଜି ମଧ୍ୟ ୬ ଜୁଲାଇ ଦରରେ ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡର ମିଳୁଛି । ଜୁଲାଇ ୬ରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା ।

ଅଧିକ ପଢ଼ନ୍ତୁ:-'ମୋର ରେକର୍ଡ ଖରାପ ନୁହେଁ', ଲାଇଭ୍ ସାକ୍ଷାତକାରରେ ହର୍ଷ ଭୋଗଲେଙ୍କ ସହ ମୁହାଁମୁହିଁ ହେଲେ ଋଷଭ ପନ୍ତ; ଦେଖନ୍ତୁ Video

ଅଧିକ ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କ ପାଇଁ ବଡ଼ ଖବର: ମୋଦି ସରକାର ବଦଳାଇଲେ ନିୟମ, ଶେଷ ହେବ ପେନସନ୍ ଓ ଗ୍ରାଚ୍ୟୁଇଟି!

ଅଧିକ ପଢ଼ନ୍ତୁ:-ଭଉଣୀର ଅନୈତିକ ସମ୍ପର୍କ ନେଲା ଭାଇର ଜୀବନ, ବିବାହିତ ପ୍ରେମିକର କଟୁରୀ ଚୋଟରେ ବାପା ଗୁରୁତର

ଆଜି ମଧ୍ୟ ଘରୋଇ ଏଲପିଜି ସିଲିଣ୍ଡର ଦିଲ୍ଲୀରେ ୧୦୫୩ ଟଙ୍କା, ମୁମ୍ବାଇରେ ୧୦୫୨.୫୦ ଟଙ୍କା, କୋଲକାତାରେ ୧୦୭୯ ଟଙ୍କା ଏବଂ ଚେନ୍ନାଇରେ ୧୦୬୮.୫୦ ଟଙ୍କାରେ ମିଳୁଛି । ଜୁଲାଇ ୧ରେ ମଧ୍ୟ LPG ମୂଲ୍ୟ ପରିବର୍ତ୍ତନ କରାଯାଇଥିଲା । ବ୍ୟବସାୟିକ ସିଲିଣ୍ଡର ଶସ୍ତା ହୋଇଥିବାବେଳେ ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ କରାଯାଇ ନଥିଲା ।