Indore Crime News: ରାତ୍ରୀ ଭୋଜନ କରିବାକୁ ନେଇ ତୁମୁଳକାଣ୍ଡ, ଉଦ୍ଧାର କରିବାକୁ ଆସି ୨ ଆହତ, ବନ୍ଧା ହେଲେ ୪
Advertisement

Indore Crime News: ରାତ୍ରୀ ଭୋଜନ କରିବାକୁ ନେଇ ତୁମୁଳକାଣ୍ଡ, ଉଦ୍ଧାର କରିବାକୁ ଆସି ୨ ଆହତ, ବନ୍ଧା ହେଲେ ୪

Madhya Pradesh: ଜଣେ ହିନ୍ଦୁ ଯୁବକ ଏବଂ ମୁସଲିମ ଯୁବତୀଙ୍କୁ ମାଡ଼ ମାରିବା ଅଭିଯୋଗରେ ୪ ଜଣ ମୁସଲିମ ଯୁବକଙ୍କୁ ଗିରଫ କରିଛି ପୋଲିସ। ମଧ୍ୟ ପ୍ରଦେଶ ଇନ୍ଦୋର ଜିଲ୍ଲାର ତୁକୋଗଞ୍ଜ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା।

Indore Crime News: ରାତ୍ରୀ ଭୋଜନ କରିବାକୁ ନେଇ ତୁମୁଳକାଣ୍ଡ, ଉଦ୍ଧାର କରିବାକୁ ଆସି ୨ ଆହତ, ବନ୍ଧା ହେଲେ ୪

Indore Youth  Beating Case: ରାଜ୍ୟରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ପୂର୍ବରୁ ବିଗିଡ଼ିବାରେ ଲାଗିଛି ମଧ୍ୟ ପ୍ରଦେଶର ଆର୍ଥିକ ରାଜଧାନୀ କୁହାଯାଉଥିବା ଇନ୍ଦୋର ସହରର ପରିବେଶ। ସଂଘ ଏବଂ ବଜରଙ୍ଗ ଦଳ ବିରୋଧରେ ବିବାଦୀୟ ସାଫ୍ରନ୍ ଲଭ୍ ଟ୍ରାପ୍ ଲିଫଲେଟ୍ ବଣ୍ଟନ ପରେ ଗୁରୁବାର ରାତିରେ ଦେଖିବାକୁ ମିଳିଛି ଆଉ ଏକ ହଙ୍ଗାମା। ରାତିରେ ସମୟରେ ଗୋଟିଏ ପକ୍ଷର ୩୦-୪୦ ଜଣ ଯୁବକ ରାସ୍ତାର ମଝିରେ ଗଣ୍ଡଗୋଳ କରିଥିଲେ। ସେମାନେ ପ୍ରଥମେ ଏକ ପ୍ରେମୀ ଯୁଗଳଙ୍କୁ ପିଟିଥିଲେ। ଏପରିକି ସେମାନଙ୍କୁ ବଞ୍ଚାଇବାକୁ ଆସିଥିବା ଲୋକଙ୍କୁ ମଧ୍ୟ ଆକ୍ରମଣ କରିବାକୁ ପଛେଇ ନଥିଲେ। ଏହି ଘଟଣା ସମ୍ପୃକ୍ତ ଯୁବକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ନିର୍ଦ୍ଦେଶ ଦେଇଛନ୍ତି।

ମଧ୍ୟ ପ୍ରଦେଶ ଇନ୍ଦୋର ଜିଲ୍ଲାର ତୁକୋଗଞ୍ଜ ଥାନା ଅଞ୍ଚଳର ମେଡିକାଲ କଲେଜ ଛାତ୍ର ଭାବେଶ ସୁନହରେ ତାଙ୍କ ସହ ଅଧ୍ୟୟନ କରୁଥିବା ନସରୀନ ସୁଲତାନାଙ୍କ ସହ ରାତ୍ରୀ ଭୋଜନ କରିବାକୁ ବସ୍ ଷ୍ଟାଣ୍ଡ ନିକଟରେ ଅବସ୍ଥିତ ମଦାନୀ ହୋଟେଲ ଯାଇଥିଲେ। ଯେତେବେଳେ ରାତ୍ରୀ ଭୋଜନ ସାରି ଉଭୟେ ଫେରୁଥିଲେ, ସେତେବେଳେ ସେମାନଙ୍କୁ ଗ୍ୱାଲଟୋଲି ଅଞ୍ଚଳରେ କିଛି ମୁସଲିମ ଯୁବକ ସେମାନଙ୍କୁ ଘେରି ନେଇଥିଲେ। ସେମାନେ ଭାବେଶ ସୁନହେରଙ୍କ ଆଧାର କାର୍ଡ ମାଗି ତାଙ୍କ ସହ ଯୁକ୍ତି ତର୍କ କରିଥିଲେ। ଏହି ସମୟରେ ନସରୀନ୍ ସୁଲତାନା ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ନାସରୀନ କହିଥିଲେ ଯେ ଯାହା କହିବାକୁ ଚାହୁଁଛ ମୋତେ କୁହ। 

ହଙ୍ଗାମା କରୁଥିବା ମୁସଲମାନ ଯୁବକ ସେହି ମୁସଲିମ ଯୁବତୀଙ୍କୁ କହିଥିଲେ ଯେ ଆପଣ କାହିଁକି ରାତିରେ ତାଙ୍କ ସହିତ ବୁଲୁଛନ୍ତି? ଆପଣଙ୍କ ପରିବାର ସଦସ୍ୟ ତାଙ୍କ ସହିତ ରହିବାକୁ କିପରି ଅନୁମତି ଦେଉଛନ୍ତି? ଏହାର ଜବାବରେ ଯୁବତୀ ଜଣଙ୍କ କହିଥିଲେ ଯେ ମୁଁ ତାଙ୍କ ସହିତ ଖାଇବାକୁ ଯାଇଥିଲି। ହେଲେ ସେହି ଯୁବକ ଯୁବତୀଙ୍କୁ କହିଥିଲେ ଯେ ସେ ଅନଲାଇନ୍ ଖାଇବା ଅର୍ଡର କରି ପାରିଥାନ୍ତେ। ହେଲେ ଜଣେ ଅଣ ମୁସଲମାନ ସହିତ ରାତ୍ରୀ ଭୋଜନ କରିବାର ଆବଶ୍ୟକତା କ'ଣ ଥିଲା? ତମେ ହିଜାବ ପିନ୍ଧିଛ ହେଲ ଇସଲାମକୁ ଅନୁସରଣ କରୁନାହଁ। ବୁର୍ଖା ପିନ୍ଧନ୍ତୁ ଏବଂ ଘରେ ରୁହନ୍ତୁ ବୋଲି ଯୁବତୀଙ୍କ ଉଦ୍ଦେଶ୍ୟରେ କହିଥିଲେ ଯୁବକ।

ଏହା ସହିତ ଅଭିଯୁକ୍ତ କହିଥିଲେ ଯେ ଜଣେ ଅଣ-ମୁସଲମାନ ଯୁବକଙ୍କ ସହ ବଜାରରେ ବୁଲିବା ଦ୍ୱାରା ମୁସଲିମ ସମାଜ ଅପମାନିତ ହେଉଛି। ଇସଲାମ ଏବଂ ଶାରିଆ ନିୟମକୁ ସମ୍ମାନ ଦିଅ। କେବଳ ବୁର୍ଖା ପିନ୍ଧି ଘରୁ ବାହାରକୁ ଯାଅ। ହେଲେ ଯେତେବେଳେ ଭାବେଶ ସୁନହରେ ଏବଂ ନସରୀନ ସୁଲତାନା ଏହାକୁ ବିରୋଧ କରିଥିଲେ, ସେତେବେଳେ ସେହି ମୁସଲିମ ଯୁବକ ସେମାନଙ୍କୁ ମାଡ଼ ମାରିବା ଆରମ୍ଭ କରିଥିଲେ। ଏହି ସମୟରେ ମୁସଲିମ ପକ୍ଷର  ପ୍ରାୟ ୩୦-୪୦ ଯୁବକ ସେଠାରେ ଏକତ୍ରୀତ ହୋଇଥିଲେ। ସେମାନଙ୍କ ଠାରୁ ଖସି ଉଭୟ ଧେନୁ ମାର୍କେଟ ଆସି ସେଠାରୁ ବାଲ ବିନୟ ମନ୍ଦିର ସ୍କୁଲ ଆଡକୁ ଦୌଡିଥିଲେ।

ହେଲେ ସେମାନଙ୍କୁ ପିଛା କରୁଥିବା ମୁସଲିମ ଯୁବକ ତାଙ୍କୁ ମାଡ଼ ମାରି ରାଜକୁମାର ବ୍ରିଜ ଆଡକୁ ନେଇଯାଇଥିଲେ। ହେଲେ ସେଠାରେ ଉପସ୍ଥିତ ରହିଥିବା କିଛି ଲୋକ ଏହି ଘଟଣରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରିଥିଲେ। ହେଲେ ସେତେବେଳେ ସେଠାରେ ଉପସ୍ଥିତ ହିମାଂଶୁ ପଟେଲ ଏବଂ ଯଶ ଯୋଶୀ ମଧ୍ୟ ଛୁରାମାଡ଼ର ଶୀକାର ହୋଇଥିଲେ। ଏହି କାଣ୍ଡ ମୁସଲିମ ପକ୍ଷର ଯୁବକଙ୍କ ଦ୍ୱାରା କରାଯାଇଥିବାର ସନ୍ଦେହ କରାଯାଉଛି। ଏହା ସହିତ ଭବେଶ ସୁନହରେ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହା ସହିତ ସୋସିଆଲ ମିଡିଆ ମାଧ୍ୟମରେ ଏହି ଘଟଣାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି।

ଘଟଣା ସମ୍ପର୍କରେ ଖବର ପାଇବା ପରେ ତୁକୋଗଞ୍ଜ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହି ଘଟଣାରେ ୪ ଜଣ ମୁସଲିମ ଯୁବକଙ୍କୁ ଗିରଫ କରାଯାଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁମାନେ ଆଇନକୁ ନିଜ ହାତକୁ ନେଉଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଅତିରିକ୍ତ ଡିସିପି ରାଜେଶ ରଘୁବଂଶୀ। ଏନେଇ ଡିସିପି କହିଛନ୍ତି ଯେ ଏହି ମାମଲାରେ ୭ ଜଣ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ପୋଲିସ ଶୋଏବ ଏବଂ ଅନ୍ୟ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଭିଡିଓ ଦେଖିବା ପରେ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ମାମଲା ଦାଏର ପାଇଁ ପ୍ରସ୍ତୁତି ଚାଲିଛି।

ଏହି ଘଟଣାରେ ଆହତ ହୋଇଥିବା ୟଶ ଯୋଶୀ କହିଛନ୍ତି ଯେ ସେମାମେ ଧେନୁ ବଜାର ଠାରେ ଅଗ୍ରୱାଲ ମିଠା ଦୋକାନ ନିକଟରେ ଠିଆ ହୋଇଥିଲେ। ସେଠାରେ ଦେଖିଲେ ଯେ ଗୋଟିଏ ପକ୍ଷର ୪୦-୫୦ ଜଣ ଯୁବକ ଜଣେ ଅନ୍ୟ ଜଣେ ଯୁବକ ଯୁବତୀଙ୍କ ମାଡ଼ ମାରୁଛନ୍ତି। ସେମାନେ ଭଗବା ଜୀହାଦ୍ ବିଷୟରେ କହୁଥିଲେ। ସେମାନେ ସେହି ଯୁବକଙ୍କୁ ମାଡ଼ ମାରି ରାଜକୁମାର ବ୍ରିଜ ଆଡ଼କୁ ନେଇଯାଇଥିଲେ। ଯେତେବେଳେ ଆମେ ଏହି ଘଟଣାରେ ହସ୍ତକ୍ଷେପ କଲୁ, ସେତେବେଳେ ସେମାନ ଆମ ଉପରେ ଆକ୍ରମଣ କରିଥିଲେ। ସେମାନଙ୍କ ମଧ୍ୟରୁ କେତେକଙ୍କ ପାଖରେ ତୀକ୍ଷ୍ଣ ଅସ୍ତ୍ର ରହିଥିଲା। ଆକ୍ରମଣରେ ଯୁବକ ଯୁବତୀ ହେଉଛନ୍ତି ପରସ୍ପରର ବନ୍ଧୁ। ଉଭୟେ ବାହାରୁ ଆସିଛନ୍ତି। ସେମାନେ ଅରବିନ୍ଦ ମେଡିକାଲ କଲେଜ ଠାରୁ ଏମବିବିଏସ ପଢୁଛନ୍ତି।