India Maldives Controversy: ଭାରତର କଠୋର ଆଭିମୁଖ୍ୟ ପରେ ଚୀନ ଶରଣରେ ମାଳଦ୍ୱୀପ; ଜାଣନ୍ତୁ ପୁରା ଘଟଣାକ୍ରମ
Advertisement
Article Detail0/zeeodisha/odisha2051965

India Maldives Controversy: ଭାରତର କଠୋର ଆଭିମୁଖ୍ୟ ପରେ ଚୀନ ଶରଣରେ ମାଳଦ୍ୱୀପ; ଜାଣନ୍ତୁ ପୁରା ଘଟଣାକ୍ରମ

India Maldives Crisis: India Maldives Crisis: ଭାରତ ସହ ବିବାଦ ପରେ ଏକ ସମନ୍ୱିତ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଚୀନ୍ ସହ ୫୦ ମିଲିୟନ ଆମେରିକୀୟ ଡଲାର ମୂଲ୍ୟର ଏକ ପ୍ରକଳ୍ପ ସ୍ୱାକ୍ଷର କରିଛି ମାଳଦ୍ୱୀପ।

India Maldives Controversy: ଭାରତର କଠୋର ଆଭିମୁଖ୍ୟ ପରେ ଚୀନ ଶରଣରେ ମାଳଦ୍ୱୀପ; ଜାଣନ୍ତୁ ପୁରା ଘଟଣାକ୍ରମ

Maldives seek more chinese tourists after tension with India: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲାକ୍ଷାଦ୍ୱୀପ ଗସ୍ତକୁ ନେଇ ମାଳଦ୍ୱୀପ ସରକାରଙ୍କ କିଛି ମନ୍ତ୍ରୀ ଦେଇଥିବା ଅପମାନଜନକ ମନ୍ତବ୍ୟ ପାଇଁ ଭଭୟ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଉଠିଛି। ଯାହା ଫଳସ୍ୱରୂପ ମାଳଦ୍ୱୀପ ଭଳି ଦ୍ୱୀପ ଦେଶର ପର୍ଯ୍ୟଟନ କ୍ଷେତ୍ରକୁ ବହୁମୂଲ୍ୟ ଦେବାକୁ ପଡ଼ିଛି। ବର୍ତ୍ତମାନ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କୁ ତାଙ୍କ ଦେଶକୁ ଅଧିକ ପର୍ଯ୍ୟଟକ ପଠାଇବାକୁ ଚୀନ୍ ଉଦ୍ଦେଶ୍ୟରେ ଅନୁରୋଧ ଜଣାଇଛନ୍ତି। ଜାନୁଆରୀ ୮ ତାରିଖ ସୋମବାର ଠାରୁ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ୫ ଦିନିଆ ଚୀନ୍ ଗସ୍ତରେ ଅଛନ୍ତି। ଅଧିକ ସଂଖ୍ୟାରେ ପର୍ଯ୍ୟଟକ ମାଳଦ୍ୱୀପ ପଠାଇବା ଲାଗି ଚୀନ ଉଦ୍ଦେଶ୍ୟରେ ନିବେଦନ କରିଛନ୍ତି। 

ଚୀନ ଗସ୍ତକୁ ନେଇ କ'ଣ କହିଲେ ମାଲଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ?
ପ୍ରାୟ ୫ ଦିନିଆ ଚୀନ୍ ଗସ୍ତରେ ରହିଥିବା ମାଲଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ତାଙ୍କ ଗସ୍ତର ଦ୍ୱିତୀୟ ଦିନରେ ଫୁଜିଆନ୍ ପ୍ରଦେଶର ମାଲଦ୍ୱୀପ ବ୍ୟବସାୟ ଫୋରମ୍ କୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ରାଷ୍ଟ୍ରପତି ମୁଇଜୁ କହିଛନ୍ତି ଯେ ଚୀନ୍ ଆମର ନିକଟତମ ସହଯୋଗୀ ତଥା ବିକାଶ ସହଯୋଗୀଙ୍କ ମଧ୍ୟରୁ ଅନ୍ୟତମ। ଗତ ୨୦୧୪ ବର୍ଷରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍ ପ୍ରକଳ୍ପକୁ  ପ୍ରଶଂସା କରିଥିଲେ। 

ଏନେଇ ମାଳଦ୍ୱୀପ ରାଷ୍ଟ୍ରପତି କହିଛନ୍ତି ଯେ ଦେଶ ଇତିହାସରେ ଚୀନ୍ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପ ଯୋଗାଇ ଦେଇଛି। ଏହା ସହିତ ସେ ଚୀନ୍ ଠାରେ ମାଳଦ୍ୱୀପ ଅଭିମୁଖେ ଅଧିକ ସଂଖ୍ୟାରେ ପର୍ଯ୍ୟଟକ  ପଠାଇବାକୁ ଅନୁରୋଧ କରିଛନ୍ତି। କୋରୋନା ମହମାରୀ ପୂର୍ବରୁ ଚୀନ୍ ମାଳଦ୍ୱୀପ ଲାଗି ପ୍ରଥମ ବଜାର ରହିଥିଲା। ମୁଁ ଅନୁରୋଧ କରୁଛି ଯେ ଚୀନ୍ କୁ ପୁଣି ଥରେ ବଜାରରେ ପ୍ରାଥମିକତା ଦେବା ପାଇଁ ଆମେ ଜୋରଦାର ଉଦ୍ୟମ କରୁଛୁ। ମାଲଦ୍ୱୀପ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଖବର ଅଛି ଯେ ମାଳଦ୍ୱୀପ ଭାରତ ମହାସାଗରେ ଅବସ୍ଥିତ ଦ୍ୱୀପରେ ଏକ ସମନ୍ୱିତ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଚୀନ୍ ସହ ୫୦ ମିଲିୟନ ଆମେରିକୀୟ ଡଲାର ମୂଲ୍ୟର ଏକ ପ୍ରକଳ୍ପ ସ୍ୱାକ୍ଷର କରିଛି।

୨୦୨୨-୨୩ ବର୍ଷରେ ମାଳଦ୍ୱୀପ ଲାଗି ସବୁଠାରୁ ବଡ ପର୍ଯ୍ୟଟନ ବଜାର ରହିଥିଲା ମାଳଦ୍ୱୀପ 
ମାଲଦ୍ୱୀପ ପର୍ଯ୍ୟଟନ ମନ୍ତ୍ରଣାଳୟ ଦ୍ୱାରା ପୂର୍ବରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ  ୨୦୨୩ ବର୍ଷରେ  ଭାରତ ଦେଶ ପାଇଁ ସର୍ବ ବୃହତ ପର୍ଯ୍ୟଟନ ବଜାର ହୋଇ ରହିଥିଲା। ଗତ ବର୍ଷ ସର୍ବାଧିକ ୨ ଲକ୍ଷ ୯ ହଜାର ୧୦୮ ଭାରତୀୟ ପର୍ଯ୍ୟଟକ ମାଲଦ୍ୱୀପ ପରିଦର୍ଶନ କରିଥିଲେ। ଦ୍ୱିତୀୟ ସ୍ଥାନରେ ରହିଥିବା ଋଷିଆରୁ ୨ ଲକ୍ଷ ୯ ହଜାର ୧୪୬ ଏବଂ ତୃତୀୟ ସ୍ଥାନରେ ଚୀନ୍ରୁ ୧ ଲକ୍ଷ ୮୭ ହଜାର ୧୧୮ ଜଣ ପର୍ଯ୍ୟଟକ ମାଳଦ୍ୱୀପ ଗସ୍ତ କରିଥିଲେ। ଏହାପୂର୍ବରୁ ଗତ  ୨୦୨୨ ବର୍ଷରେ ୨ ଲକ୍ଷ ୪୦ ହଜାର ଭାରତୀୟ ପର୍ଯ୍ୟଟକ ମାଳଦ୍ୱୀପ ଗସ୍ତ କରିଥିଲେ। କୋରୋନା ମହାମାରୀ ପୂର୍ବରୁ ସର୍ବାଧିରକ ୨ ଲକ୍ଷ ୮୦ ହଜାର ଚୀନ୍ ପର୍ଯ୍ୟଟକ ମାଳଦ୍ୱୀପ ଆସିଥିଲେ। ହେଲେ ପ୍ରାୟ ୪ ବର୍ଷ ଧରି ଲକ ଡାଉନ ଲାଗୁ କରିବା ନୀତି କାରଣରୁ ଏବଂ ଦେଶର ଅର୍ଥନୀତିର କ୍ରମାଗତ ମନ୍ଥରତା ହେତୁ ବର୍ତ୍ତମାନ ଘରୋଇ ତଥା ବିଦେଶୀ ପର୍ଯ୍ୟଟନକୁ ପୁନର୍ଜୀବିତ କରିବାକୁ ସଂଘର୍ଷ କରୁଛି ଚୀନ।