mamita murder case: ଗୋବିନ୍ଦଙ୍କ ସରିଲା ଛୁଟି, ଜେଲରେ ବେଲିବେ ରୁଟି
Advertisement

mamita murder case: ଗୋବିନ୍ଦଙ୍କ ସରିଲା ଛୁଟି, ଜେଲରେ ବେଲିବେ ରୁଟି

ଜୁନ ୨୯ ତାରିଖରେ ତାଙ୍କୁ କୋର୍ଟ ଅନ୍ତରୀଣ ଜାମିନ ଦେଇଥିଲେ। ପ୍ରଥମ ପର୍ଯ୍ୟାୟରେ ସେ ୧୪ ଦିନିଆ ଜାମିନରେ ଆସିଥିଲେ। ପତ୍ନୀ ଓ ପୁତ୍ରଙ୍କର ଚିକିତ୍ସା ନିମନ୍ତେ କୋର୍ଟ ଗୋବିନ୍ଦଙ୍କୁ ଜାମିନ ଦେଇଥିଲେ। ପରବର୍ତ୍ତି ସମୟରେ କୋର୍ଟ ଏହି ଜାମିନର ଅବଧି ବୃଦ୍ଧି କରିଥିଲେ। ଆଜି ଜାମିନ ଅବଧି ସରିବା ପରେ ଗୋବିନ୍ଦ କୋର୍ଟରେ ଆତ୍ମସମର୍ପଣ କରିଥିଲେ। ମାନ୍ୟବର ହାଇକୋର୍ଟଙ୍କ ନିଷ୍ପତ୍ତି ଅନୁସାରେ କଣ୍ଟାବାଞ୍ଜି ଏସଡିଜେଏମ ୫୦ ହଜାର ଲେଖାଏଁ ଦୁଇଟି ବ୍ୟକ୍ତିଗତ ମୁଚାଲିକା ଲେଖାଏଁ ଏକ ସର୍ତ୍ତ ମୂଳକ ଜାମିନ ଦେଇଥିଲେ। ଜାମିନରେ ରହିଥିବା ସମୟରେ ଗତ ରଥଯାତ୍ରା ସମୟରେ ବାହାରକୁ ଆସି ରଥ ଦୌଡ଼ି ଟାଣିବାରେ ଦୃଶ୍ୟ ସାମ୍ନାକୁ ଆସିଥିଲା। ଯାହା ଫଳରେ ବହୁ ସମାଲୋଚନା ହେବାକୁ ପଡିଥିଲା।  

mamita murder case: ଗୋବିନ୍ଦଙ୍କ ସରିଲା ଛୁଟି, ଜେଲରେ ବେଲିବେ ରୁଟି

mamita murder case: ଭୁବନେଶ୍ୱର: ମମିତା ମେହେର (Mamita Meher) ହତ୍ୟା ମାମଲାରେ ଗୋବିନ୍ଦ ସାହୁ (Gobind Sahoo) ଆଜି କୋର୍ଟରେ ହାଜର ହୋଇଛନ୍ତି। ଅନ୍ତରିଣ ଜାମିନ ଅବଧି ସରିବା ପରେ ଆଜି କଣ୍ଟାବାଞ୍ଜି (Kantabanji) ଏଡ଼ିଜେଏମ କୋର୍ଟରେ ହାଜର ହୋଇଛନ୍ତି। କୋର୍ଟରେ ହାଜର ହେବା ପରେ ପୋଲିସ ପ୍ରଶାସନ ତାଙ୍କୁ ପୁଣି ଥରେ ଜେଲକୁ ପଠାଇଦେଇଛନ୍ତି।
ବହୁ ଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଜାମିନ ଅବଧି ଶେଷ ହେବା ପରେ ପୁଣି ଜେଲକୁ ଫେରିଲେ। 

ସୂଚନାଯୋଗ୍ୟ ଜୁନ ୨୯ ତାରିଖରେ ତାଙ୍କୁ କୋର୍ଟ ଅନ୍ତରୀଣ ଜାମିନ ଦେଇଥିଲେ। ପ୍ରଥମ ପର୍ଯ୍ୟାୟରେ ସେ ୧୪ ଦିନିଆ ଜାମିନରେ ଆସିଥିଲେ। ପତ୍ନୀ ଓ ପୁତ୍ରଙ୍କର ଚିକିତ୍ସା ନିମନ୍ତେ କୋର୍ଟ ଗୋବିନ୍ଦଙ୍କୁ ଜାମିନ ଦେଇଥିଲେ। ପରବର୍ତ୍ତି ସମୟରେ କୋର୍ଟ ଏହି ଜାମିନର ଅବଧି ବୃଦ୍ଧି କରିଥିଲେ। ଆଜି ଜାମିନ ଅବଧି ସରିବା ପରେ ଗୋବିନ୍ଦ କୋର୍ଟରେ ଆତ୍ମସମର୍ପଣ କରିଥିଲେ। ମାନ୍ୟବର ହାଇକୋର୍ଟଙ୍କ ନିଷ୍ପତ୍ତି ଅନୁସାରେ କଣ୍ଟାବାଞ୍ଜି ଏସଡିଜେଏମ ୫୦ ହଜାର ଲେଖାଏଁ ଦୁଇଟି ବ୍ୟକ୍ତିଗତ ମୁଚାଲିକା ଲେଖାଏଁ ଏକ ସର୍ତ୍ତ ମୂଳକ ଜାମିନ ଦେଇଥିଲେ। ଜାମିନରେ ରହିଥିବା ସମୟରେ ଗତ ରଥଯାତ୍ରା ସମୟରେ ବାହାରକୁ ଆସି ରଥ ଦୌଡ଼ି ଟାଣିବାରେ ଦୃଶ୍ୟ ସାମ୍ନାକୁ ଆସିଥିଲା। ଯାହା ଫଳରେ ବହୁ ସମାଲୋଚନା ହେବାକୁ ପଡିଥିଲା।  ଗୋବିନ୍ଦ ସାହୁ ଭଳି ବ୍ୟକ୍ତି ମମିତା ମେହେର ହତ୍ୟାକାଣ୍ଡ ମୁଖ୍ୟ ଅଭିଯୁକ୍ତ ଥିବା ବେଳେ ରଥ ଦୌଡ଼ି ଟାଣିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ତେବେ ସର୍ତ୍ତମୂଳକ ଜାମିନ ଅନୁସାରେ ସେ ପ୍ରତିଦିନ ତଦନ୍ତକାରୀ ପୁଲିସ ଅଧିକାରୀଙ୍କୁ ଦେଖା କରିବା କଥା। ଏଥି ସହିତ ପୁଅଝିଅଙ୍କ ଚିକିତ୍ସା କେଉଁଠି କରାଇବେ ସେ ସମ୍ପର୍କରେ ତଦନ୍ତକାରୀ ଅଧିକାରୀଙ୍କୁ ବିସ୍ତୃତ ବିବରଣୀ ଦେବେ। କୋର୍ଟର ବିନା ଅନୁମତିରେ ସେ ନିଜ ଅଞ୍ଚଳ ଛାଡ଼ି ଅନ୍ୟ କେଉଁଯାଗାକୁ ଯାତ୍ରା ନ କରିବା ନେଇ ନିର୍ଦ୍ଦେଶ ରହିଥିଲା।

ଘଟଣାରୁ ପ୍ରକାଶ ମହାଲିଙ୍ଗ ସନସାଇନ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟାକାଣ୍ଡରେ ରାଜ୍ୟସାରା ତୁମ୍ଭିତୋଫାନ ହୋଇଥିଲା। ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି ହୋଇଥିଲା। ଏହି ହାଇ ପ୍ରୋଫାଇଲ ହତ୍ୟାକାଣ୍ଡରେ ରାଜ୍ୟର ବିଜେଡ଼ି ନେତା କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ନେଇ ବିରୋଧି ବେଶ ତୁମ୍ଭିତୋଫାନ କରିଥିଲେ। ତାଙ୍କୁ ଗିରଫ କରିବା ପାଇଁ ରାଜଧାନୀରେ ବାରମ୍ବାର ଆନ୍ଦୋଳନକୁ ଓହ୍ଲାଇଥିଲେ ବିରୋଧୀ ଦଳ।  ଏହାପରେ ବିରୋଧୀଙ୍କ ଟାର୍ଗେଟରେ ସିଧାସଳଖ ଆସିଥିଲେ ତତ୍କାଳିନ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର। 

ଦିବ୍ୟଶଙ୍କର ମିଶ୍ର ଉକ୍ତ ସ୍କୁଲକୁ ବାରମ୍ବାର ଯାଉଥିବା ନେଇ ବିରୋଧୀ ସେତେବେଳେ ଅଭିଯୋଗ ଆଣନ୍ତି । ବାରମ୍ବାର ଦିବ୍ୟଶଙ୍କର ଯିବା, ତାଙ୍କ ସହିତ ବିଜେଡ଼ିର ବରିଷ୍ଠ ନେତାମାନେ ଯାଉଥିବା ନେଇ ମଧ୍ୟ ବିରୋଧୀ ଅଭିଯୋଗ କରନ୍ତି। ଏହା ବ୍ୟତୀତ ଘଟଣା ଘଟିବା ପରେ ପ୍ରମାଣ ନଷ୍ଟ କରିବାରେ ଗୋବିନ୍ଦ ସହିତ ତାଙ୍କର ସମ୍ପୃକ୍ତି ଥିବା ନେଇ ମଧ୍ୟରେ ବିରୋଧୀ ମାନେ ଅଭିଯୋଗ କରିଥିଲେ। ଏହି ଘଟଣାକୁ ନେଇ ଦିବ୍ୟଶଙ୍କରଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ। ଏହି ଘଟଣାର ୬ ମାସ ପରେ ସରକାର ମନ୍ତ୍ରିମଣ୍ଡଳ ପରିବର୍ତ୍ତନ କରିବା ସମୟରେ ତାଙ୍କୁ ଇସ୍ତଫା ପ୍ରଦାନ କରିବାକୁ ବିଜେଡ଼ି ପକ୍ଷରୁ କୁହାଯାଇଥିଲା। ଏହା ସହିତ ତାଙ୍କ ହାତରୁ ମନ୍ତ୍ରୀ ପଦ ନିଆଯାଇଥିଲା। 

ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି ପୋଲିସ । ୧୨୦ ଦିନ ପୂର୍ବରୁ କୋର୍ଟରେ ଚାର୍ଜସିଟ୍ ଦାଖଲ କରାଯାଇଛି । ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ସହଯୋଗୀ ରାଧେଶ୍ୟାମ ଚଣ୍ଡିଙ୍କ ନାଁରେ ଚାର୍ଜସିଟ ଦାଖଲ ହୋଇଛି  । ପୋଲିସ ପକ୍ଷରୁ ପାଖାପାଖି ଦୁଇ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ ହୋଇଥିବା ସୂଚନା ମିଳିଛି  । ଗତ ଅକ୍ଟୋବର ୮ ତାରିଖରେ ଅଧ୍ୟାପିକା ମମିତା ମେହେରକୁ କଲେଜ ଅଧ୍ୟକ୍ଷ ଗୋବିନ୍ଦ ସାହୁ ହତ୍ୟା କରିଥିଲେ  । ଏହି ହତ୍ୟାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସହ ତାର ସହଯୋଗୀ ରାଧେ ମଧ୍ୟ ସଂଶ୍ଲିଷ୍ଟ ରହିଥିଲା  । ମାମଲାରେ ଉଭୟଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି ପୋଲିସ।