Sambalpur News In Odia : କୁହାଯାଏ ଯେ,ସ୍ବାମୀ-ସ୍ତ୍ରୀର ସମ୍ପର୍କ( Husband-Wife Relationship )ଏକ ପବିତ୍ର ସମ୍ପର୍କ । ଏହାକୁ ସାତ ଜନ୍ମର ବନ୍ଧନ ବୋଲି କୁହାଯାଏ । ଯେବେ,ସେହି ସମ୍ପର୍କରେ ଫାଟ ସୃଷ୍ଟି ହୁଏ।  ଆଉ ସେହି ସମ୍ପର୍କ ବେଶି ଦିନ ତିଷ୍ଠି ପାରେ ନାହିଁ । ସମ୍ବଲପୁରରୁ (Sambalpur) ଏଭଳି ଏକ ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ସ୍ବାମୀ ତାର ସ୍ତ୍ରୀର ଅନ୍ତରଙ୍ଗ ମୂହୁର୍ତ୍ତର ଫଟୋ ଓ ଚାଟ୍‌ ଭାଇରାଲ କରୁଛି ।  ହୀରାକୁଦ ଥାନା ଅଞ୍ଚଳରେ ଏକ ଅନୁଷ୍ଠାନରେ ଚାକିରି କରୁଥିବା ଜଣେ ମହିଳାଙ୍କ ଅଶ୍ଳୀଳ ଫଟୋ (Man Posts Wifes Obscene Pics)ଓ ଚାଟ୍‌କୁ (Private Chats) ତାଙ୍କ ସ୍ବାମୀ ଭାଇରାଲ୍‌ କରୁଛି। ତାହା ପୁଣି ମହିଳା ଚାକିରି କରୁଥିବା ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ପାଖକୁ ପଠାଉଛି। ହୀରାକୁଦ ଥାନାରେ ନିଜ ସ୍ବାମୀ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ମହିଳା (Woman)। ଏଭଳି ମାନସିକ ନିର୍ଯାତନା ଆଗକୁ କରାଗଲେ ସେ ଆତ୍ମହତ୍ୟା (Suicide)କରିବେ ବୋଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏ ନେଇ ପୋଲିସ (police)ଏକ ମାମଲା ରୁଜୁ (Case Filed) କରି ଘଟଣାର ତଦନ୍ତ ଆରମ୍ଭ କରିଛି।


COMMERCIAL BREAK
SCROLL TO CONTINUE READING

ମହିଳାଙ୍କ ଅଭିଯୋଗ ଅନୁଯାୟୀ, ୨୦୧୯ରେ କଟକର ସୋଲୋମାନଙ୍କୁ ସେ ବିବାହ କରିଥିଲେ। ବିବାହର ୧୫ ଦିନ ପରେ ତାଙ୍କ ସ୍ବାମୀ ନିର୍ଯାତନା ଦେବା ଆରମ୍ଭ କରିଦେଲା। ଶେଷରେ ମହିଳା ଜଣକ ତାଙ୍କ ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଲେ। ଉଭୟଙ୍କର ଛାଡ଼ପତ୍ର ମାମଲା ଏବେ ବିଚାରାଧୀନ ରହିଛି। କିନ୍ତୁ ସୋଲୋମାନ ଇନ୍‌ଷ୍ଟାଗ୍ରାମ୍‌ରେ ଏବେ ମହିଳାଙ୍କ ଅଶ୍ଳୀଳ ଫଟୋ ଓ ପୂର୍ବରୁ କରିଥିବା କିଛି ଚାଟ୍‌କୁ ଭାଇରାଲ୍‌ କରିବାରେ ଲାଗିଛି। ସେ ମହିଳା ଚାକିରି କରୁଥିବା ଅନୁଷ୍ଠାନରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ଉକ୍ତ ଫଟୋ ଆଦି ପଠାଉଛନ୍ତି। ଏ ବିଷୟରେ ଜାଣିବା ପରେ ମହିଳା ଜଣକ ବିରୋଧ କିରଥିଲେ। କିନ୍ତୁ ତାଙ୍କ ସ୍ବାମୀ କିଛି ଶୁଣି ନଥିଲେ। ଏ ବିଷୟରେ ମହିଳା ଜଣକ ତାଙ୍କ ଭାଇଙ୍କୁ ଯେତେବେଳେ ଜଣାଇଥିଲେ, ସେ ମଧ୍ୟ ସୋଲୋମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ତା ପରେ ମଧ୍ୟ ସେ କିଛି ନଶୁଣି ଭାଇରାଲ୍‌ କରୁଥିବା ମହିଳା ଅଭିଯୋଗ କରିଛନ୍ତି। କୌଣସି ଉପାୟ ନପାଇ ଶେଷରେ ମହିଳା ହୀରାକୁଦ ଥାନାରେ ଅଭିଯୋଗ କରିଥିଲେ।



Also Read : Train Fire: ସିଟକୁ ନେଇ ତୁମୁଳକାଣ୍ତ, ଟ୍ରେନ ଭିତରେ ତିନି ଜଣ ଯାତ୍ରୀଙ୍କୁ ଜିଅନ୍ତା ଜାଳିଦେଲେ ଦୁବୃର୍ତ୍ତ


Also Read : Actress Lipsa Mishra: ହନିମୁନରେ ଲିପ୍ସା, ସୋସିଆଲ ମିଡ଼ିଆରେ ସେୟାର କଲେ କ୍ୱାଲିଟି ଟାଇମ ଫଟୋ


ନିକଟରେ ଏଭଳି ଏକ ଘଟଣା ମଧ୍ୟ ଗଜପତି ଜିଲ୍ଲାରେ ଦେଖିବାକୁ ମିଳିଥିଲା।  ଫେସବୁକରେ ନିଜ ସ୍ତ୍ରୀର ଅଶ୍ଲୀଳ ଫଟୋକୁ ଭାଇରାଲ କରି ଫସିଥିଲା ସ୍ବାମୀ। ସ୍ତ୍ରୀର ଅନ୍ତରଙ୍ଗ ମୁହୂର୍ତ୍ତର ଆପତ୍ତିଜନକ ଫଟୋ ଗୋଟିଏ ପରେ ଗୋଟିଏ ସୋସିଆଲ ମିଡିଆରେ  ଭାଇରାଲ କରିଥିଲା ସ୍ବାମୀ । ଏମିତି କି ଏହି ଫଟୋ ସବୁ ନିଜେ ସ୍ତ୍ରୀଙ୍କ ପାଖକୁ ପଠାଉ ଥିଲା ଅଭିଯୁକ୍ତ ସ୍ବାମୀ । ଫେସବୁକରେ ନିଜର ଅଶ୍ଳୀଳ ଫଟୋକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ସ୍ତ୍ରୀ । ପରେ ପୋଲିସରେ ଅଭିଯୋଗ ପରେ ଗିରଫ ହୋଇଥିଲା ଅଭିଯୁକ୍ତ ସ୍ବାମୀ।


ଏହି ଘଟଣାଟି ହେଉଛି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଅଞ୍ଚଳର । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଅଭିଯୁକ୍ତ ଜି.ସତୀଶ ପେସାରେ ଜଣେ ଶିକ୍ଷକ । ଯିଏ ଅନ୍ୟମାନଙ୍କୁ ଭଲ କଥା ଶିଖାଇବା ସହ ପଥ ଭ୍ରଷ୍ଟରୁ ବଞ୍ଚାଏ, ସେ ଆଜି ନିଜେ ପଥଭ୍ରଷ୍ଟ ହୋଇଛି । କିଛି ବର୍ଷ ତଳେ ସତୀଶଙ୍କର ବିବାହ ହୋଇଥିଲା । କିନ୍ତୁ ପରେ ତାଙ୍କର ପତ୍ନୀଙ୍କ ସହ ପଡ଼ିଲା ନାହିଁ । ଏହି କାରଣରୁ ଛାଡପତ୍ର ଦେଇ ଅଲଗା ହୋଇଗଲେ । ପରେ ସତୀଶ ଅନ୍ୟ ଜଣଙ୍କୁ ବିବାହ କରି ସଂସାର ଗଢିଥିଲା । କିନ୍ତୁ ମୁଣ୍ଡରେ ଜୁଟିଥିଲା ଶଇତାନୀ ବୁଦ୍ଧି । ପ୍ରଥମ ପତ୍ନୀକୁ କିପରି ଅସୁବିଧାରେ ପକାଇବ ସେଥିପାଇଁ ଚକ୍ରାନ୍ତ କରୁଥିଲା । ଆଉ ଫେସବୁକରେ ଏକ ଫେକ ଆକାଉଣ୍ଟ ଖୋଲି ସେଥିରେ ପ୍ରଥମ ପତ୍ନୀଙ୍କ ସହ ପୂର୍ବରୁ ଉଠାଇଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ସବୁକୁ ପୋଷ୍ଟ କରି ଚାଲିଲା । ପରେ ସେହି ଅଶ୍ଳୀଳ ଫଟୋ ଗୁଡିକୁ ନିଜ ପ୍ରଥମ ସ୍ତ୍ରୀକୁ ପଠାଇଲା । ହେଲେ ଏଥର ଆଉ ରକ୍ଷା ପାଇଲା ନାହିଁ । କିଛି ଦିନ ନିରବ ରହିବା ପରେ ପ୍ରଥମ ପତ୍ନୀ ସତୀଶ ବିରୋଧର ପୋଲିସରେ ଅଭିଯୋଗ କଲେ । ଆଉ ତା ପରେ ଗଜପତି ପୋଲିସ ଅଭିଯୁକ୍ତ ସତୀଶକୁ ଗିରଫ କରି କୋର୍ଟ ଚାଲାଣ କରିଛି ।