Train Fire: ସିଟକୁ ନେଇ ତୁମୁଳକାଣ୍ତ, ଟ୍ରେନ ଭିତରେ ତିନି ଜଣ ଯାତ୍ରୀଙ୍କୁ ଜିଅନ୍ତା ଜାଳିଦେଲେ ଦୁବୃର୍ତ୍ତ
Advertisement
Article Detail0/zeeodisha/odisha1637414

Train Fire: ସିଟକୁ ନେଇ ତୁମୁଳକାଣ୍ତ, ଟ୍ରେନ ଭିତରେ ତିନି ଜଣ ଯାତ୍ରୀଙ୍କୁ ଜିଅନ୍ତା ଜାଳିଦେଲେ ଦୁବୃର୍ତ୍ତ

Kerala train Fire News In Odia: ଟ୍ରେନରେ(train) ଯାତ୍ରୀଙ୍କୁ ଜିଅନ୍ତା ଜାଳିଦେଲେ ଦୁବୃର୍ତ୍ତ । ତିନି ଯାତ୍ରୀଙ୍କ (3 killed)ମୃତ୍ୟୁ ହେବା ସହ ଏକାଧିକ ଆହତ ହୋଇଛନ୍ତି । ଯାତ୍ରୀଙ୍କ ଦେହରେ ନିଆଁ ଲଗାଇ ଘଟଣାସ୍ଥଳରୁ ଚମ୍ପଟ ମାରିଲେ ଦୁବୃର୍ତ୍ତ । ବର୍ତ୍ତମାନ ସୁଧା ପୋଲିସ୍ ଅଭିଯୁକ୍ତଙ୍କ ଟେର ପାଇ ନଥିବା ବେଳେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କେରଳର(Kerala ) କୋଝିକୋଡ ଜିଲ୍ଲାରୁ ଏକ ହୃଦୟବିଦାରକ ଖବର ସାମ୍ନାକୁ ଆସିଛି ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Kerala train Fire News In Odia: ଟ୍ରେନରେ(train) ଯାତ୍ରୀଙ୍କୁ ଜିଅନ୍ତା ଜାଳିଦେଲେ ଦୁବୃର୍ତ୍ତ । ତିନି ଯାତ୍ରୀଙ୍କ (3 killed)ମୃତ୍ୟୁ ହେବା ସହ ଏକାଧିକ ଆହତ ହୋଇଛନ୍ତି । ଯାତ୍ରୀଙ୍କ ଦେହରେ ନିଆଁ ଲଗାଇ ଘଟଣାସ୍ଥଳରୁ ଚମ୍ପଟ ମାରିଲେ ଦୁବୃର୍ତ୍ତ । ବର୍ତ୍ତମାନ ସୁଧା ପୋଲିସ୍ ଅଭିଯୁକ୍ତଙ୍କ ଟେର ପାଇ ନଥିବା ବେଳେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କେରଳର(Kerala ) କୋଝିକୋଡ ଜିଲ୍ଲାରୁ ଏକ ହୃଦୟବିଦାରକ ଖବର ସାମ୍ନାକୁ ଆସିଛି । ଆଉ ୯ ଜଣ ପୋଡ଼ି ହୋଇ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । କୋଝିକୋଡ ଲୋଥୁର ଷ୍ଟେସନ ପାଖ ଟ୍ରାକରୁ ୩ ମୃତଦେହ ଉଦ୍ଧାର ହୋଇଛି । ଅଲପୁଝା-କନୌର ଏକ୍ସପ୍ରେସରେ ( Alapuzha Kannur Express )ଗତକାଲି(ରବିବାର) ରାତିରେ ଏହି ଉନ୍ମତ୍ତକାଣ୍ଡ ଘଟିଥିଲା । ବର୍ତ୍ତମାନ ସୁଦ୍ଧା ଦୁବୃର୍ତ୍ତକୁ ଚିହ୍ନଟ କରାଯାଇନଥିବା ପୋଲିସ ପକ୍ଷରୁ କୁହାଯାଇଛି ।

ସୂଚନା ଅନୁସାରେ,ରବିବାର ରାତି ପ୍ରାୟ ୯ଟା ୩୦ ସମୟରେ ଆଲାପୁଜା-କନ୍ନୁର ଏକ୍ଜ୍ୟୁକିଟିଭ୍ ଏକ୍ସପ୍ରେସ ( Alapuzha Kannur Express ) ଟ୍ରେନରେ ଏହି ଘଟଣା ଘଟିଛି । ଯେତେବେଳେ ଆଲାପୁଜା-କନ୍ନୁର ଏକ୍ଜିକ୍ୟୁଟିଭ୍ ଏକ୍ସପ୍ରେସ ଟ୍ରେନ୍ କୋରାପୁଜା ରେଳ ବ୍ରିଜ ନିକଟରେ ପହଞ୍ଚିଥିଲା, ସେତେବେଳେ  କିଛି ଅଜଣା ବ୍ୟକ୍ତି ସହ ଯାତ୍ରୀଙ୍କ ସହ ସିଟରେ ବସିବାକୁ ନେଇ ଝଗଡା କରିଥିଲେ। ପରେ ଏହି ଝଗଡା ଉଗ୍ର ରୂପ ନେଇଥିଲା । ବିବାଦ ଏ-ପରି ଉଗ୍ର ରୂପ ନେଇଥିଲା ଯେ, ତିନି ଜଣ ଦୁର୍ବୃତ୍ତ ବଗି ମଧ୍ୟରେ ଥିବା ଯାତ୍ରୀଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ ବୋଲି ପୋଲିସ କହିଛି । ଏଥିରେ ୯ ଜଣ ଆହତ ହୋଇଛନ୍ତି । ଏହି ଘଟଣା ପରେ ଅନ୍ୟ ଯାତ୍ରୀ ମାନେ ଚେନ୍ ଟାଣି ଟ୍ରେନ୍ ରଖିଥିଲେ । ଏହି ସମୟରେ ଅଭିଯୁକ୍ତ ଜଣକ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ପୋଲିସ କହିଛି। 

fallback

Also Read : Actress Lipsa Mishra: ହନିମୁନରେ ଲିପ୍ସା, ସୋସିଆଲ ମିଡ଼ିଆରେ ସେୟାର କଲେ କ୍ୱାଲିଟି ଟାଇମ ଫଟୋ

Also Read : Kandhamal News: ବିଦ୍ୟାଳୟରେ ଶ୍ରମିକ ହୋଇ କାମ କରୁଥିଲେ ଛାତ୍ର, ଅସାବଧାନତା ହେତୁ ମଳଦ୍ୱାରରେ ପଶିଗଲା ଶାବଳ

ଘଟଣାସ୍ଥଳର ୧୦୦ ମିଟର ଦୂରରେ ରେଳ ଧାରଣା ଉପରେ ତିନି ଜଣଙ୍କ ମୃତଦେହ ମିଳିଛି । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଅଛନ୍ତି । ପୋଲିସ ଏହି ଘଟଣାର ତଦନ୍ତ କରୁଛି । ଫୋରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି । ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ, ରବିବାର ରାତିରେ ତିନି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ରବିବାର ଦିନ ଟ୍ରେନରେ ନିଆଁ ଲାଗିବା ଘଟଣା ପରେ ଏହି ତିନି ଜଣ ନିଖୋଜ ଥିଲେ ।

ନିକଟରେ ପାକିସ୍ତାନରେ ଏଭଳି ଏକ ଛାତିଥରା ଘଟଣା ଘଟିଥିଲା । କରାଚି-ରାୱଲପିଣ୍ଡି ତେଜ୍‌ଗାମ ଏକ୍ସପ୍ରେସ ଟ୍ରେନରେ ଲାଗିଥିଲା ଭୟଙ୍କର ନିଆଁ । ଟ୍ରେନର ୩ଟି ବଗି ଜଳିପୋଡି ପା ହୋଇଯାଇଥିବା ବେଳେ ଟ୍ରେନରେ ଥିବା ୬୨ ଜଣ ଯାତ୍ରୀଙ୍କ ଜୀବନ ଚାଲିଯାଇଛି । ରେଲୱେ ଅଧିକାରୀଙ୍କ କହିବା ଅନୁଯାୟୀ, ଖାଖାଦ୍ୟ ପ୍ରସ୍ତୁତ ପାଇଁ ବ୍ୟବହାର କରାଯାଉଥିବା ଗ୍ୟାସରୁ ଏହି ବିସ୍ଫୋରଣ ହୋଇଥିଲା । ପାକିସ୍ତାନର ଲିଆକତ୍‌ପୁର ଅନ୍ତର୍ଗତ ରହିମ ୟାର୍‌ ଖାଁ ନିକଟରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ ଲାଗିଥିଲା । କରାଚିରୁ ଲାହୋର ଅଭିମୁଖେ ଯାତ୍ରା କରୁଥିବା କରାଚି-ରାଓ୍ଵଲପିଣ୍ଡି ତେଜ୍‌ଗାମ ଏକ୍ସପ୍ରେସ୍‌ର ୩ଟି ବଗିରେ ନିଆଁ ଲାଗିଯାଇଥିଲା । 

Also Read : Nandankanan: ଗ୍ରୀଷ୍ମ ପାଇଁ ବଦଳିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଖୋଲିବା ସମୟ