Advertisement
Photo Details/zeeodisha/odisha1636525
photoDetails0hindi

Actress Lipsa Mishra: ହନିମୁନରେ ଲିପ୍ସା, ସୋସିଆଲ ମିଡ଼ିଆରେ ସେୟାର କଲେ କ୍ୱାଲିଟି ଟାଇମ ଫଟୋ

Actress Lipsa Mishra: ଓଲିଉଡ଼ ଅଭିନେତ୍ରୀ ଲିପ୍ସା ମିଶ୍ର(Ollywood Actress Lipsa Mishra) । ଚଳିତ ବର୍ଷ ଫେବୃଆରୀ ୨୭ରେ ସେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ପ୍ରତିଷ୍ଠିତ ବ୍ୟବସାୟୀ ଆକାଶ ମିଶ୍ରଙ୍କୁ(Akash Acharya) ଜୀବନ ସାଥୀ କରିଛନ୍ତି ଲିପ୍ସା । ତେବେ, ବିବାହର ଏକ ମାସ ପରେ ଉଭୟ ପତିପତ୍ନୀ ବର୍ତ୍ତମାନ ହନିମୁନରେ ଯାଇଛନ୍ତି। ଲିପ୍ପା ମିଶ୍ର ନିଜ ସ୍ବାମୀଙ୍କ ସହ ସିଙ୍ଗାପୁର ଯାତ୍ରା କରିଛନ୍ତି। ସେଠାରେ ସେ ନିଜ ସ୍ବାମୀ ଆକାଶଙ୍କ ସହ ମସ୍ତି କରୁଥିବା ଦେଖିବାକୁ ମିଳିଛି । 

1/6

ଲିପ୍ସା ସେୟାର କରିଥିବା ଫଟୋରେ ଦେଖିବାକୁ ମିଳିଛି ଯେ,ଲିପ୍ସା ଏକ ଓ୍ବାଇଟ୍ ପ୍ରିଣ୍ଟେଡର ଟି ସାର୍ଟ ପିନ୍ଧିଥିବା ବେଳେ ଏକ୍ ବ୍ଲାକ୍ କର୍ଲର ପ୍ୟାଣ୍ଟ ମଧ୍ୟ ପିନ୍ଧିଛନ୍ତି । ସେହିପରି ଆକାଶ ମଧ୍ୟ ଏକ ବ୍ଲାକ କର୍ଲର ଟି-ସାର୍ଟ ପିନ୍ଧିଥିବା ବେଳେ ସମାନ କର୍ଲରର ପ୍ୟାଣ୍ଟ ମଧ୍ୟ ପିନ୍ଧିଛନ୍ତି ।

2/6

ଓଲିଉଡ଼ ଅଭିନେତ୍ରୀ  ଲିପ୍ସା ମିଶ୍ର(Ollywood Actress Lipsa Mishra) । ପ୍ରତିଷ୍ଠିତ ବ୍ୟବସାୟୀ ଆକାଶ ମିଶ୍ରଙ୍କୁ ଚଳିତ ବର୍ଷ ଫେବୃଆରୀ ୨୭ରେ ସେ ବିବାହ କରିଛନ୍ତି।  ଅଭିନେତ୍ରୀଙ୍କ ବିବାହ ଉତ୍ସବରେ ବହୁ ଓଲିଉଡ ଅଭିନେତା , ଅଭିନେତ୍ରୀଙ୍କ ସମେତ ପ୍ରତିଷ୍ଠିତ ବ୍ୟକ୍ତି ସାମିଲ ହୋଇଥିଲେ ।  

3/6

ବିବାହରେ ଲିପ୍ସା ବଲିଉଡ୍ ଡିଜାଇନର ସବ୍ୟସାଚୀଙ୍କ ଲେହେଙ୍ଗାରେ (Sabyasachi Lehenga) ପିନ୍ଧିଥିଲେ । ଯାହା ତାଙ୍କୁ ଅଧିକ ଆକର୍ଷଣୀୟ କରିଥିଲା 

 

4/6

ଆକାଶ (Akash Acharya)ହେଉଛନ୍ତି ଜଣେ ମେକାନିକାଲ୍‌‌ ଇଞ୍ଜିନିୟର ଓ ମାର୍କେଟିଂରେ ସେ ଏମ୍‌‌ବିଏ ପାଠ ପଢ଼଼ିଛନ୍ତି। ବର୍ତ୍ତମାନ ସେ ନିଜ ପରିବାରର ବ୍ୟବସାୟ ଦେଖାଶୁଣା କରୁଛନ୍ତି। 

5/6

ଓଡ଼ିଆ ସିନେମା ଓ ଟେଲିଭିଜନ ଶିଳ୍ପରେ ନୂଆ ଧାରା ସୃଷ୍ଟି କରିବା ନେଇ ଲିପ୍‌‌ସା ପରିଚିତ। ୨୦୧୫ ମସିହାରେ ଚଳଚ୍ଚିତ୍ର ‘ମାୟା’ ଜରିଆରେ ଡେବ୍ୟୁ କରିଥିଲେ ଲିପ୍‌‌ସା। ଏହାପରେ ୨୦୧୬ରେ ‘ଅଦୃଶ୍ୟମ୍‌‌’, ୨୦୨୨ରେ ‘ତୃଷ୍ଣା’, ‘ପିଲାଟା ବିଗିଡ଼ିଗଲା’, ‘ରଙ୍ଗିଲା ବୋହୂ’, ୪ ଇଡିଅଟ୍‌‌’, ‘ଟୋକାଟା ଫସିଗଲା’ଆଦି ଚଳଚ୍ଚିତ୍ରରେ ଲିପ୍ସାଙ୍କୁ ଦେଖିବାକୁ ମିଳିଥିଲା। 

 

6/6

ଲିସ୍ପା ଘରୋଇ ଟିଭି ଚ୍ୟାନେଲ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ‌ବିଗ୍ ବ୍ରେକ୍‌ରେ ଭାଗ ନେଇ ବିଜୟୀନି ହୋଇଥିଲେ। ଏବଂ ଧାରାବାହିକ ‌କିଛି ଲୁହ ପିଇଯାଏ ଓଠ‌ରେ ନାୟିକା ଖୁସି ଭୂମିକାରେ ଅଭିନୟ କରିଥିଲେ । ଏହି ଧାରାବାହିକଟି ସରିବା ପରେ ସେ ୨୦୧୫ରେ ମାୟା ଚଳଚ୍ଚିତ୍ର ଜରିଆରେ ଲିପ୍ସା ଓଡ଼ିଆ ଚଳଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।